ଵଳରାମ ତରାଈ

Others

5.0  

ଵଳରାମ ତରାଈ

Others

ଖରାଦିନ ଛୁଟି

ଖରାଦିନ ଛୁଟି

3 mins
529



ଖରା ଦିନ ଛୁଟି କାହାକୁ ଭଲ ନ ଲାଗେ ! ଯେମିତି ଖରା ଛୁଟି ମେଳେ ମନ ଖାଲି ପୁଣି ଛୁଟିରେ ବୁଲିବାକୁ ଯିବାକୁ ଇଛା ହୁଏ। ତାହେଲେ ଆହୁରି ମଜା ଖରାରେ ରଜ ଦୋଳି ତୋଟା ବଣ ପିଲମାନଙ୍କ ସହ ଖେଳ ମୁଁ ମୋ ତୃତୀୟ ଶ୍ରେଣୀରେ ପଢିଲା ବେଳେ ଖରା ଛୁଟିରେ ମୁଁ ମୋ ମାମୁ ଘରକୁ ବୁଲିବାକୁ ଯାଉଥିଲି। ମୋ ମାମୁଁଙ୍କ ଘର ଗମ୍ଭୀର ମୁଣ୍ଡା ।ସେଠି ଅଶୋକ ଯାତ୍ରା ବହୁତ ସୁନ୍ଦର ହୁଏ ବହୁତ ମଜା କରୁ ଆମେ। ମାମୁଁ ମାଇଁ ମିଶି ଆମେ ପୁରୀ ଆଗରୁ ବହୁ ଥର ବୁଲିବାକୁ ଯାଇଛି ପୁରୀରେ ସମୁଦ୍ର ଗର୍ଭରେ ବୁଡି ଗାଧେଇବା ବହୁତ ଆନନ୍ଦ ଲାଗେ । ପୁରିରେ ମନ୍ଦିର ବୁଲା ବୁଲି କରୁ ଭୁବନେଶ୍ୱର ବି ମନ୍ଦିର ବୁଲିଛୁ ମାମୁଁଙ୍କ ସହ ।ଖରାରେ ବାଟରେ ଲେମ୍ବୁ ପାଣି ଦହିବରା, ଗୁପୁ ଚୁପୁରେ ପେଟ ପୁରିଜାଉଛି । ଖରା ଛୁଟିରେ ମାମୁଙ୍କ ଘରେ ସେଠି ରହିକି ପାଠ ବି ପଢ଼ିଛି ମାମୁଙ୍କ ପୁଅର ଝିଅର ମୋର ଭାରି ଖୁସି ମଜା ହେବ । ହେଲେ ମୁଁ ଭାବେ ଖରା ଛୁଟି ସଦାବେଳେ ହୁଅନ୍ତା ନାହିଁ ଯେତେ ଥର ଗଲେ ବି ମତେ ପୁରୀ ଯିବାକୁ ସବୁବେଳେ ଭଲ ଲାଗେ।


ମୋ ଅଜାଙ୍କ ଗପ ଶୁଣିବାକୁ, ଆଇର ଗେଲ ପାଇବାକୁ, ସମୁଦ୍ରରେ ବାଲି ଘାଣ୍ଟି ହେଇ ପାଣିରେ ଖେଳିବାକୁ, ବାଲିରେ ଗାତ କରିବାକୁ, ଦେଉଳ ତୋଳିବାକୁ,ପୁଣି ସତ ଦେଉଳର ଅବଢ଼ା ଖାଇବାକୁ,ସବୁ କିଛି ମତେ ବହୁତ ଭଲ ଲାଗେ। ଯେମିତି ଯେମିତି ମାର୍ଚ୍ଚ ମାସ ସାରି ଆସୁଥାଏ ସେମିତି ସୂର୍ଯ୍ୟଙ୍କର ଶକ୍ତି ବି ବଢି ଚାଲିଥାଏ, ଅସହ୍ୟ ଗରମ ଦାଉ ଦାଉ ଖରାରେ ମାମୁଁଙ୍କର ତାଗିଦ ଥାଏ ଖରା ବେଳେ ସବୁ ପିଲା ଘରେ ଶୋଇବେ। କେହି ଖରାରେ ବୁଲିବେନି। ମତେ ଖରାବେଳେ ଶୋଇବାକୁ ଜମା ବି ଭଲ ଲାଗେନି। ହେଲେ ମୁଁ ମାମୁଁଙ୍କୁ ବହୁତ ଡ଼ରେ, ମୁଁ ଅଜାଙ୍କ ପାଖରେ ଶୁଏ, ମତେ ଗପ ନକହିଲେ ମୁଁ ଶୋଇବିନି ବୋଲି ଅଳି କରେ। ସେ ଗୋଟେ ଦୁଇଟା ଏମିତି ଯେତେ ଗପ କହିଲେ ବି ମୁଁ ଶୁଏନି। ମାମୁଁ ମଝିରେ ମଝିରେ ଆସି ଦେଖିକି ଯାଆନ୍ତି ମୁଁ ଶୋଇଛି କି ନାଇଁ। ମୁଁ ସେଥିପାଇଁ ଶୋଇବା ବାହାନା କରି। ଏମିତି ଆଖି ବନ୍ଦ କରି ଗେଲେଇକି ପଡେ। 2 -3 ଘଣ୍ଟା। ଅଜା ଜାଣନ୍ତି ଯେ ମୁଁ ସୋଇନି, ହେଲେ ସେ କହିଦିଅନ୍ତି, ନାତି ତା କେବେଠୁ ସୋଇଲାଣି।


ମାର୍ଚ୍ଚ ସରିଲା ଆଉ ଆସିଲା ଏପ୍ରିଲ ପହିଲା। ମୋର ସ୍କୁଲ ସାଙ୍ଗମାନେ ଏପ୍ରିଲ 1 ରେ ପରସ୍ପରକୁ ବୋକା ବନେଇ ଏପ୍ରିଲଫୁଲ କରନ୍ତି। ମୁଁ ବହୁତ ଥର ଵୋକା ହେଇଛି। ମୋ ଚୁଟିରେ କିଛି ଲାଗିନଥିବ ହେଲେ ମତେ କହିବେ କଣ ଲାଗିଛି ତୋ ଚୁଟିରେ ଦେଖ। ମାମୁଁ ହାଥ ମାରିବା ଆଗରୁ ହିଁ ମତେ ଏପ୍ରିଲ ଫୁଲ କହିଦେବେ। ଆଉ କିଏ କିଏ କହିବେ ଆରେ ତୋ ପଛରେ ଗୋଟେ ସାପ। ମୁଁ ବୁଲିକି ଅନେଇବା ଆଗରୁ କହିବେ ଏପ୍ରିଲ ଫୂଲ। ହେଲେ ମୁଁ କାହାକୁ ଵୋକ ବନେଇ ପାରେନି । ଏଥର ମୁଁ ଆଉ ସେମାନଙ୍କ ପାଖରେ ନାହିଁ। ତେଣୁ ମତେ ଆଉ କେହି ଵୋକ ବନେଇ ପାରିବେନି ଏଥର। ହେଲେ ମୁଁ ସକାଳୁ ଭାବିକି ରଖିଛି ଆଜି ଅଜାଙ୍କୁ ଏପ୍ରିଲଫୁଲ କରିବି।


ଅଜା ସକାଳୁ ଉଠି , ତାଙ୍କ ନିତ୍ୟ କର୍ମ ସାରି ଖବର କାଗଜ ପଢୁଥାନ୍ତି ଦାଣ୍ଡ ପିଣ୍ଡା ରେ ମୁଁ ଧୀରେ କିନା ଯାଇ ତାଙ୍କ ପାଖରେ ବସିଲି କକିଛି ସମୟ ପରେ କହିଲି , "ଅଜା ତମ ମୁଣ୍ଡରେ କଣ ଲାଗିଛି", ଅଜାଙ୍କ ମୁଣ୍ଡରେ ଚାଳିଶି ପଚାଶଟି ପାଚିଲା ବାଳ ଛାଡିଦେଲେ ଆଉ କିଛି ନଥିଲା। ତାକୁ ବି ଅଜା ସୁନ୍ଦର ଭାବେ କୁଣ୍ଡେଇ ଥାନ୍ତି। ଗୋଟେ ହାଥରେ ଖବର କାଗଜଟି ଧରି, ଆର ହାଥଟିକୁ ମୁଣ୍ଡରେ ଲାଗେଇବାକୁ ଗଲେ। ତାଙ୍କ ଦୃଷ୍ଟି ସେବେ ବି କାଗଜ ଉପରେ ନିବିଡ ଥାଏ, ଯେମିତି ସେ ମୁଣ୍ଡରେ ହାଥ ଲାଗେଇଛନ୍ତି, ମୁଁ ଚିଲେଇ କହି ଉଠିଲି "ଏପ୍ରିଲଫୁଲ, ଏପ୍ରିଲଫୁଲ, ଅଜା ଚମକି ପଡି ମୋ ଆଡ କୁ ଅନେଇ କହିଲେ " କିରେ କଣ ହେଲା? କଣ ଏମିତି ରଡି କରୁଛୁ? ଏପ୍ରିଲଫୁଲ କଣ? ଆଉ ମୋ ମୁଣ୍ଡରେ କଣ ଲାଗିଛି" ମୋର ସବୁ ମଜା ସରିଗଲା। ଅଜା ଏପ୍ରିଲଫୁଲ କଣ ଜାଣିନାହାନ୍ତି! ପୁରୀ ଭଳିଆ ସହରରେ ରହିକି ବି ଏତିକି ଜ୍ଞାନ ନାହିଁ! ମୁଁ ତାଙ୍କୁ ଏପ୍ରିଲଫୁଲର ମନେ ଟା ବୁଝେଇଲି, ସେ ମତେ ଜଳ ଜଳ କରି ଚାହିଁଥାନ୍ତି। କିଛି ସମୟ ପରେ ତାଙ୍କର ଦୁଇ ଆଖିରେ ପାଣି ଆସିଗଲା। ସେ ଆଉ ମତେ ନ ଚାହିଁ ଉପର ଆକାଶକୁ ଅନେଇ କଣ ଗୋଟେ ଭାବିବାକୁ ଲାଗିଲେ। ମୁଁ ପଚାରିଲି" ଅଜା କଣ ହେଲା କି? ମତେ ବି ମୋ ସାଙ୍ଗ ମନେ ଵୋକ ବନେଇଲେ ମୋର ବି ଏମିତି ମନ ଦୁଖ ହୁଏ, ଆଉ ମୁଁ କାହାକୁ କଣ କହିବି ଜାଣିପାରିଲି ନାହିଁ। ନାତୁଣି କହିଲା ମତେ କିଛି ଖରାପ ଲାଗିଲା ମୁଁ ପଚାରିଲି କଣ ପାଇଁ ତାଙ୍କୁ ଖରାପ ଲାଗିଲା।ସେ କହିଲେ ଆଜି ଖରା ବେଳେ ସେଇଲା ବେଳକୁ ଗୋଟିଏ ଗପ କହିବି। ମୁଁ ବହୁତ ଖୁସି ହେଲି ଲାଇନି ବାର ବାର କଟୁଥାଏ । ଯାହା ହେଲେ ଗପ ଗପ ଶୁଣୁ ଥକି ଯାଇ ମୁଁ ଶୋଇ ପଡେ ଆଜାର କୋଳରେ । ଆଉ ମାମୁ ମୋତେ ଆଣି ଛାଡିଦେଲ ଆଜାର କୋଳରେ । ନାତୁଣି ଗପ ଶୁଣିବାକୁ ରେଡି ତ ମୁଁ ମୋର ଦୁଇ ଲାଇନିର ବଡ ଦାନ୍ତ ଦେଖାଇ ଦେଲି । ସେ ମୋତେ ଗପ ଶୁଣିବା ଆଗରୁ ପଚାରିଲେ ମଧୁସୂଦନ ଦାସଙ୍କୁ ଜାଣୁଛି ମୁଁ ବଡ ଜୋରରେ ହଁ କଲି, କହିଲେ ଦିନ ତୁ ତାଙ୍କର ଭଳି ହବୁ ମଧୁସୂଦନ ରାଓ ବିଷୟରେ କହି ମୋତେ ଶୁଆଇ ଦେଲେ ମୁଁ ଦିନେ ମଧୁ ବାବୁ ପରି ହେବି । ଖରାଦିନ ସତ ଖରା ଦିନ କେମିତି କଟିଯାଇ ଜଣା ପଡେ ନାହିଁ । ଖରାଦିନ ମୋ ପାଇଁ ବହୁତ ଭଲ ବହୁତ ଖୁସି ମୋତେ ମିଳିଛି।



Rate this content
Log in