ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ମଧୁବାବୁ ପରି ବଡ ହେବି ମୁଁ

ମଧୁବାବୁ ପରି ବଡ ହେବି ମୁଁ

3 mins
732



ନାତି କଣ ଗପ ଶୁଣିବାକୁ ରେଡି ? ମୁଁ ମୋର ଦୁଇ ଲାଇନ ବାହାଡା ଦାନ୍ତ ଦେଖାଇ ଦେଲି। ସେ ଗପ ଆରମ୍ଭ କରିବା ପୂର୍ବରୁ ପଚାରିଲେ ତୁ ମଧୁସୂଦନ ଦାସଙ୍କ ନାମ ସୁଣିଛୁ, ମୁଁ ବଡ଼ ଜୋରରେ ହଁ ମାରିଲି। ଆରେ ମୋର ତୃତୀୟ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ କବିତା। ତୁମ ପରି ଛୋଟ ପିଲାଟିଏ, ମୁଁ ଜାଣିବିନି ପୁଣି ମଧୁବାବୁ କିଏ? ସେ ଖୁସି ହେଲେ, ପଚାରିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ନାମ ଶୁଣିଛ। ଏଥର ମୁଁ ମୁଣ୍ଡ ହଲେଇ ନାହିଁ କଲି, ଇ ଏ ପୁଣି କିଏ? ମୁଁ କହିଲି ପୁରୀ ର ଗଜପତି ଙ୍କୁ ଜାଣିଛି। ଅଜା ହସିକହିଲେ , ହଁ ପୁରୀ ର ଯେମିତି ଗଜପତି ସେ ସେମିତି ପାରେଳା ଖି ମୁଣ୍ଡି ର ଗଜପତି। ମୁଁ ବିରକ୍ତ ହୋଇ ଗପ ଆରମ୍ଭ କରିବାକୁ କହିଲି ଆଜି ଏଇ ମାନଙ୍କ ଗପ ମୁଁ ତୋତେ କହିବି ମୁଁ ସବୁଦିନ ପରି ଆଖି ଦୁଇଟା ବନ୍ଦ କରି ଗପ ଶୁଣିଲି। ଆଗରୁ ଆମ ରାଜ୍ୟର ନାମ ଓଡିଶା ନ ଥିଲା। ସେତେବେଳେ ଆମ ରାଜ୍ୟର ନାମ ଥିଲା ଉତ୍କଳ। ତାର ବହୁତ ଆଗରୁ ଆମ ରାଜ୍ୟର ନାମ ଥିଲା କଳିଙ୍ଗ। ଆମ ରାଜ୍ୟର ଶେଷ ରାଜା ମକୁ ନ୍ଦ ଦେବ ଙ୍କ ମୃତ୍ୟୁ ପରେ ଆଉ ଠିକ୍ ରୂପେ ଶାସନ କରିପାରିଲେନି। ତା ପରେ ବାହାର ଦେଶ ର ରାଜା ମାନେ ଆସି ଆମ ରାଜ୍ୟ କୁ ଅଧିକାର କଲେ। ଆମ ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ଗଲା। ଅଧା ରାଜ୍ୟ ବଙ୍ଗଳାରେ ମିଶି ଗଲା। ବାକି କେତେ ଜାଗା ଆନ୍ଧ୍ର ରେ କେତେ ମଧ୍ୟ ଭାରତୀୟ ରାଜ୍ୟ ସହ ମିଶିଗଲା। ସେହି ସବୁ ଜାଗାରେ ଓଡ଼ିଆ ଲୋକଙ୍କ ପ୍ରତି ବହୁତ ଅନ୍ୟାୟ ହେଲା। ପୁଣି ଯେବେ ବ୍ରିଟିଶ୍ ଶାସକ ମା ନେ ଆମ ଦେଶକୁ ତାଙ୍କ ଅଧୀନ କୁ ନେଇ ଗଲେ। ଅନ୍ୟାୟ ଅତ୍ୟାଚାର ଆହୁରି ବଢିଗଲା। ଓଡ଼ିଆ ଲୋକଙ୍କର ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ଲାଗିଲା। ଓଡ଼ିଆ ଭାଷା ଭାଷୀ ଲୋକ ମାନେ ବେଙ୍ଗଲୀ ତେଲୁଗୁ ହିନ୍ଦି ଭାଷା ବ୍ୟବହାର କରିବାକୁ ଲାଗିଲେ। ଦେଶର ସ୍ୱତନ୍ତ୍ରତା ଲହରୀ ଚାଲିଲା। ଆମ ଓଡ଼ିଆ ଲୋକଙ୍କ କଥା ଚିନ୍ତା କରିବା ପାଇଁ କେତେ ଜଣ ନେତା ଆଗକୁ ଆସିଲେ। ସବୁ ଓଡ଼ିଆ ଲୋକଙ୍କୁ ଏକଜୁଟ କରିବା ପାଇଁ ସମସ୍ତେ ଲାଗି ପଡ଼ିଲେ। ବହୁ କଷ୍ଟରେ ବେଙ୍ଗଲରୁ ଆମେ ଅଲଗା ହେଲୂ ତଥାପି ବିହାର ସହ ଆମେ ଗୋଟିଏ ଶାସନ ରେ ରହିଲୁ। ସେଇଥିପଇଁ ମଧୁ ବାବୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ପଣ୍ଡିତ୍ ନୀଳକଣ୍ଠ ଦାସ ଭୁବନାନନ୍ଦ ଦାସ ପରି କେତ ଜଣ ମହାନ୍ ନେତା ସବୁ ଆଗକୁ ଆସିଲେ। ଏଇ ମାନଙ୍କ ସହ ଆହୁରି ବହୁତ ଜଣ ସବୁ ଓଡ଼ିଆ ଭାଷା କହୁଥିବା ଲୋକ ଆଉ ସେହି ଅଞ୍ଚଳ ଗୁଡ଼ିକୁ ନେଇ ଗୋଟିଏ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବାପାଇଁଁ ଆଣ୍ଟ ବାନ୍ଧିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବିଦେଶ ଯାଇ ବ୍ରିଟିଶ୍ ସରକାର ଙ୍କ ସହ ଗୋଲ ଟେବୁଲ ବୈଠକ ରେ ନୂତନ ଓଡ଼ିଶା ରାଜ୍ୟ ଗଠନ ପ୍ରସ୍ତାବ ରଖିଲା। ହେଲେ ସେତେବେଳ ସେଇଟା ସମ୍ଭବ ହେଲାନି। ପୁଣି ସମାଚାର ପତ୍ରିକା ମା ଧ୍ୟା ମ ରେ ଆନ୍ଦୋଳନ କୁ ଜୋର ଦିଆଗଲା।

ଗଜପତି ପୁଣି ଥରେ ବିଦେଶ ଯାଇ ଓଡ଼ିଶା ରାଜ୍ୟ ଗଢ଼ିବାକୁ ଯୁକ୍ତି କଲେ। ଏ ଥର କିନ୍ତୁ ସେ ସଫଳ ହେଲେ ଆଉ ଆମ ମାନଙ୍କ ପାଇଁ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ସ୍ଵୀକୃତି ମିଳିଗଲା। ଆଉ କେତେ ବର୍ଷ ଆନ୍ଦୋଳନ ପରେ ଆଉ କେତେ ଜଣ ମହାନ୍ ବ୍ୟକ୍ତିଙ୍କ ପାଇଁ ଆମ ଓଡ଼ିଶା ଲୋକଙ୍କର ଗୋଟେ ସ୍ଵତନ୍ତ୍ର ରାଜ୍ୟ ଗଠନ ହେଲା। ମାଡ୍ରାସ ରୁ ଗଞ୍ଜାମ, ବେଂଗଲରୁ ବାଲେଶ୍ୱର ଏହି ପରି ଛଟି ଜିଲ୍ଲା, କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର କୋରାପୁଟ ଗଞ୍ଜାମ କୁ ନେଇ ୧୯୩୬ ମସିହାରେ ଏପ୍ରିଲ ମାସ ୧ ତାରିଖରେ ଆଜିର ଦିନରେ ସବୁ ଓଡ଼ିଆ ଭାଇ ଭଉଣୀଙ୍କୁ ନେଇ ଆମେ ଓଡ଼ିଶା ରାଜ୍ୟ ଗଠନ ହେଲା। ଆଉ କଟକକୁ ରାଜଧାନୀ ରୂପେ ଗ୍ରହଣ କରାଗଲା। ସେଇଥିାଇଁ ଆଜିର ଦିନକୁ ଆମ ରାଜ୍ୟର ପୁରୁଣା ନାମ ଅନୁସାରେ ଉତ୍କ ଳ ଦିବସ ରୂପେ ପାଳନ କରାଯାଇଥାଏ।

ଏତିକି କହି ଅଜା ତାଙ୍କ ପୁରୁଣା ରେଡ଼ିଓ ଟିକୁ ଖୋଲିଲେ ଓ ଶୁଣିଲେ। ଆଜି ରେଡ଼ିଓରେ ଭଲ ଭଲ ଗୀତ ଦେଲା। ଅଜା କହିଲେ ଉତ୍କଳ ଦିବସ ପାଇଁ ଆଜି ଭଲ ଭଲ ଗୀତ ଦେଉଛି। ମୁଁ ମୋର ଗୋଟେ ଆଖି ଖୋଲି ଅଜାଙ୍କୁ ପଚାରିଲି, ଅଜା ଆଜି ପରା ଏପ୍ରିଲ ଫୁଲ୍ ଡେ। ଅଜା କହିଲେ ଏପ୍ରିଲ ଫୁଲ୍ ଆମ ସଂସ୍କୃତିରେ ନାହିଁ। ଏଇଟା ବିଦେଶ ମାନେ ଶିଖାଇଛନ୍ତି। ତୁ ଯେବେ ଏପ୍ରିଲ ଫୁଲ୍ କହିଲୁ ମୋତେ କାନ୍ଦ ଲାଗିଲା। ଆମେ ଆମ ସମୟ ରେ ଏତେ କଷ୍ଟ କଲୁ, ଆମ ନାତି ନାତୁଣୀ ମାନେ ଆଜି ଦିନରେ ସମସ୍ତ ଙ୍କୁ ବୋକା ବନାଇଛନ୍ତି। ମୁଁ ଅଜାଙ୍କ ଛାତିରେ ହାତ ଦେଇ କହିଲି ଆଜି ଠାରୁ ମୁଁ କାହାକୁ ବୋକା ବନେଇବି ନାହିଁ। ଆଉ ମୋର ସବୁ ସ୍କୁଲ ସାଙ୍ଗ ମାନଙ୍କୁ କହିବି ଯେଉଁ ମନେ ଜାଣି ନାହାଁନ୍ତି। ତାଙ୍କୁ ତୁମ ଗପ କହିବି। ମୁଁ ବଡ଼ ହେଲେ କିଛି କରିବି। ସେଇ ସମୟରେ ମାମୁଁ ଙ୍କ ପାଟି ଶୁଭିଲା। ଅଜା ମୋତେ କୁଣ୍ଢାଇ ଧରି ଶୁଆଇ ପକାଇ ଲେ। ହେଲେ ମୁଁ ଖାଲି ଆଖି ବନ୍ଦ ଭାବୁଥିଲି ମୁଁ ବି ଦିନେ ମଧୁ ବାବୁ ପରି ହେବି।



Rate this content
Log in

Similar oriya story from Inspirational