STORYMIRROR

Bhumisuta Sahu

Romance

3  

Bhumisuta Sahu

Romance

ପ୍ରେମର ସ୍ମୃତି

ପ୍ରେମର ସ୍ମୃତି

1 min
384


 ପ୍ରେମକୁ ବି ପ୍ରେମ ହୁଏ ଆସିଲେ ସେ ଋତୁ

 ଥରେ ଫେରିଗଲେ ସିଏ ଆସେନାହିଁ କିନ୍ତୁ

 ସ୍ମୃତି ତାର ଲେଖିହୁଏ ହୃଦୟ କାଗଜେ

 ଯେତେ ଲିଭେଇଲେ ତାହା ଲିଭେ କି ସହଜେ ?

        

 ଅସୁମାରୀ ସପନର କୁହୁକ ଝରାଇ

 ଲକ୍ଷେ ଫଗୁଣର ପୁଣି ମହକ ଛୁଟାଇ

 ନୀରବରେ ଲୁଚେ କେବେ ଛାତିର କୋହରେ

ନଈ ହୋଇ ବହେ କେବେ ଆଖିର ଲୁହରେ  ।

ଥରେ ବହିଗଲେ ସିଏ ଫେରେନାହିଁ କିନ୍ତୁ.....

ପ୍ରେମକୁ ବି ପ୍ରେମ ହୁଏ ଆସିଲେ ସେ ଋତୁ ।


ଝରା ପତରରେ କିଏ ଲେଖୁଥାଏ ଚିଠି

କାହିଁ କେତେ ଦୂରେ କିଏ ରହିଥାଏ ଟାକି

ଦେଖୁ ଦେଖୁ ସରିଯାଏ ଜୀବନର ନାଟ

ତଥାପି ଯେ ସରେନାହିଁ ଚାହିଁବାର ବାଟ

ଥରେ ଚାଲିଗଲା ଯିଏ ଆସେନାହିଁ କିନ୍ତୁ.......

ପ୍ରେମକୁ ବି ପ୍ରେମ ହୁଏ ଆସିଲେ ସେ ଋତୁ ।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance