STORYMIRROR

Bhumisuta Sahu

Others

3  

Bhumisuta Sahu

Others

ସ୍ନେହର ସ୍ପର୍ଶ

ସ୍ନେହର ସ୍ପର୍ଶ

2 mins
173

   ଆଜି ମାତୃଦିବସ । ବିଶ୍ବନାଥ ବାବୁଙ୍କୁ ଭାରୀ ମନେ ପଡୁଛି ତାଙ୍କ ମାଆଙ୍କ କଥା ।ତାଙ୍କ ସ୍ତ୍ରୀ କମ୍ପାନୀରେ ଚାକିରି କରନ୍ତି ।ପୁଅ ଝିଅ ବିଦେଶରେ ରହି ପାଠ ପଢ଼ନ୍ତି ।ତାଙ୍କ ବିଜନେସ୍ ରେ ସେ ସବୁବେଳେ ଵିଜି ରହନ୍ତି ।ତେଣୁ ସେ ତାଙ୍କ ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିଛନ୍ତି ।


    ବିଶ୍ଵାବାବୁଙ୍କ ପାଖରେ ଟଙ୍କା ପଇସାର ଅଭାବ ନାହିଁ ।ଆଜି ଇଚ୍ଛା ହେଉଛି ସେ ମା'ଙ୍କୁ ଟିକିଏ ଦେଖିଆସିବେ ।ମାଆ ପାଇଁ କଣ ନେବେ? 

ରାସ୍ତାରେ ଗାଡ଼ି ଡ୍ରାଇଭ୍ କରି ଭାବୁଛନ୍ତି "ମୋ ମା ଚିରା ଶାଢ଼ୀ ପିନ୍ଧି ମତେ ଭଲ ଜାମା ପିନ୍ଧାଇ ଥିଲା ।ତା ପାଇଁ ଖଣ୍ଡେ ଭଲ ସମ୍ବଲପୁରୀ ପାଟ ନେଲେ ଭଲ ହୁଅନ୍ତା ।


  ମୋ ମା ମୋତେ ଦଶ ମାସ ଗର୍ଭରେ ଧରିଥିଲା ତା ପାଇଁ ଦାମୀ ଶେଯଟିଏ ନେଲେ ଭଲ ହେବ କି? 


   ମୋ ମା ବାସି ତୋରାଣି ପିଇ ମୋତେ ଭଲ ଖାଇବାକୁ ଦେଉଥିଲା, ତେଣୁ ତା ପାଇଁ ବଡ଼ ହୋଟେଲ ରୁ ଖାଇବା ଦରବ ନେଲେ କେମିତି ହୁଅନ୍ତା ? 

    

    ମୋ ମା ତା କାନଫୁଲ ବିକି ମୋତେ ପାଠ ପଢେଇଥିଲା, ତା ପାଇଁ ହୀରା ର କାନଫୁଲ ହଳେ ନେଲେ ସେ ଖୁସି ହେବ କି? "


   ସେ ପୁଣି ଭାବିଲେ " ମୁଁ ଯାଏଁ ତ ତାକୁ ପଚାରିବି ସେ ଯାହା ଚାହିଁବ ତା ପାଇଁ ତାହା କିଣି ଦେବି ।"


   ବୃଦ୍ଧାଶ୍ରମ ଆସିଗଲା ।ସେ ଗାଡିରୁ ଓହ୍ଲାଇ ଭିତରକୁ ଗଲେ ।ପୁଅକୁ ଦେଖି ମାଆ ସତେ ଯେମିତି ସରଗ ପାଇଗଲେ ।ମାଆ କାନ୍ଥକୁ ଆଉଜି ଛିଡ଼ା ହୋଇଥିଲେ ।ସେ ମାଆଙ୍କ ପାଦ ଛୁଇଁଲେ ।ମାଆ ପୁଅର ମଥା ଆଉଁସି କହିଲେ ମୋ ଧନରେ ମୋ ସୁନାରେ ତୁ କେମିତି ଅଛୁ ବାପ ? ଏ ତୋ ବାଳ ପାଚି ଗଲାଣି ଯେ , କିଛି କଳା ରଙ୍ଗ ନ ଲଗାନ୍ତୁ ପୁଅ ।"

     

      ବିଶ୍ବନାଥ ବାବୁ ଦେଖୁଥିଲେ ମା'ର ମୁହଁକୁ ।ଅନୁଭବ କରୁଥିଲେ ସ୍ନେହର ସ୍ପର୍ଶ କୁ ।ସେ ସ୍ନେହର ସ୍ପର୍ଶ ବଦଳରେ ମାଆକୁ ବା କ'ଣ ଦେଇ ପାରିବେ !


    ସେ ମାଆର କୋଳରେ ମଥା ରଖି ଛୋଟ ଶିଶୁଟି ପରି କାନ୍ଦି ଉଠୁଥିଲେ ।



Rate this content
Log in