STORYMIRROR

Bhumisuta Sahu

Others

2  

Bhumisuta Sahu

Others

ଭିଟାମାଟି

ଭିଟାମାଟି

2 mins
104


   ସକାଳୁ ସକାଳୁ ମାଧବ ବଜାଉଥିଲା ମୃଦଙ୍ଗ ।ତାର ମନ ଦୁଃଖ ଥିଲେ ଏମିତି ଯୋର୍ ରେ ବଜାଏ।ବିନୋଦିନୀ କହିଲା "ଆଉ ବଜାନାରେ ତୋ ଆଙ୍ଗୁଠି ଗୁଡ଼ିକ ଫୁଲିଯିବ ।"


   ଶୁଣି ମଧ୍ୟ ନ ଶୁଣିଲା ପରି ସେ ବଜାଇ ଚାଲିଥାଏ ।ଆଲାଦିନୀ ହାତକୁ ଧରି ପକାଇ କହିଲା"ନାଁ ଭାଇ ଆଉ ବଜାନା ।"


 ପଡୋଶୀ ଘରର ଆଈ ମାଧକୁ ପଚାରୁଥିଲେ "କଣ ହେଲାକି ରେ ତୋର? କାଇଁ ୟେମିତି ହଉଛୁ ? "


  ମାଧ ମୃଦଙ୍ଗ କୁ ଥୋଇ ଖଟ ଉପରେ ବସିପଡିଲା ଲଥ୍ କିନି । କହିଲା "ମୁଁ ଏଘରକୁ ବିକି ଦେଇ ଚାଲିଯିବି ସହରକୁ ।"


    ଚମକି ପଡ଼ିଲେ ସମସ୍ତେ ।ମାଧର ପତ୍ନୀ ମାଧୁରୀ ର ହାତରୁ ଖସି ପଡ଼ିଲା ଚା' କ୍ୟାଟ୍ଳୀ ।


    ବିନୋଦିନୀ କହିଲା"ଘର ବିକିଦେବୁ ଏ କଥା କେମିତି ଭାବିପାରିଲୁରେ ମାଧ? ଏ ପରା ସାତ ପୁରୁଷର ଭିଟାମାଟି ।ଏ ଘରେ କେବେ ଆମ ବାପ ଜେଜେ ଦିନ କଟେଇ ଥିଲେ ଆଉ ତୁ ଏ ଘରକୁ...."


    ଆଲାଦିନୀ କହୁଥିଲା " ଯେଉଁ ଘର ଅଗଣାରେ ଦିନେ ଆମେ ତିନି ଭାଇ ଭଉଣୀ ବସି ପଖାଳ ଖାଇଥିଲେ, ଯେଉଁ ଗୁହାଳରେ ତିରିଶି ଗାଈ ବଳଦ ବନ୍ଧା ହେଉଥିଲେ, ଗ୍ରୀଷ୍ମ ରାତିରେ ଆକାଶରେ ତାରା ଖୋଜୁଥିଲେ ,ସେ ଘରକୁ ବିକି ପାରିବୁ ଭାଇ ? "


   ଆଈ କହିଲା"ଆରେ ମାଧ ଯେଉଁ ଘରର ଛପର ଉପରେ କଖାରୁ ଲଟେଇଥାଏ,ବାଡ଼ିରେ କଦଳୀ କେଣ୍ଡା ପକାଏ, ଶାଗ କିଆରୀରେ ଦିଆଯାଇଥିବା ବାଡ଼ରେ ଅପରାଜିତା ହସେ, ତୋ ବାପା ଲଗେଇଥିବା ସଜନା ଗଛରେ ସଜନା ଫଳେ ସେ ଘରକୁ ଛାଡ଼ି ପାରିବୁ  ? "


  ବିନୋଦିନୀ ପୁଣି କହୁଥିଲା" ନାଁ ରେ ମାଧ ତୁ ସେମିତି କରନା । ଯେଉଁ ଠାକୁର ଘରେ ଜୁଗାର ନଡ଼ିଆ ଦେଇ ମା ମଙ୍ଗଳାଙ୍କ ପୂଜା କରୁଛୁ, ଯେଉଁ ଘର କାନ୍ଥରେ ତୁ ମୃଦଙ୍ଗ ଟାଙ୍ଗୁଛୁ, ଯେଉଁ ତୁଳସୀ ମୂଳରେ ମାଧୁରୀ ପାଣି ଢାଳେ, ମଗୁଶିର ରେ ଝୋଟି ଦିଏ, ଲକ୍ଷ୍ମୀ ପୂଜା କରେ, ଯେଉଁ ଘରେ ଆମ୍ବିଳା ରାନ୍ଧଲେ ସାହିସାରା ବସିଯାଏ, ଯେଉଁଠି ତୁ ନବାନ୍ନ ଭକ୍ଷଣ, ପଉଷପୂନେଇ ଆଦି ପର୍ବ ପାଳନ କରିଛୁ ଯେଉଁ ଘରର କାନ୍ଥରେ ,ମାଟିରେ ଲିପା ଚଟାଣରେ ଅଙ୍ଗେ ନିଭାଇଥିବା ଦୁ଼ଃଖ ସୁଖର ସ୍ମୃତି ଲୁଚିରହିଛି ସେ ଭିଟାମାଟି କୁ ବିକିବା କଥା ଭାବିଲୁ କିପରି ?

     ମାଧବଠିଆ ହୋଇ ଦୀର୍ଘଶ୍ଵାସ ଛାଡି କହିଲା "ମୋର ତ ଛୁଆପିଲା ନାହାନ୍ତି । ତୁ ଆଉ ଆଲା ତ ଦଶରା ଗଲେ ଶାଶୁଘର ଚାଲିଯିବ ,ଏତେ ବଡ଼ ଘରେ କିଏ ରହିବ କହ ତ? କିଏ ଅଛି ଯେ ଆମର? ହଁ ମୁଁ ରାମୁ ପଧାନଠୁ ପଚାଶ ହଜାର ଟଙ୍କା ଆଣି ସାରିଛି ଘର ବାବଦରେ । ମୁଁ ଯେମିତି ହେଲେ ଏ ଘର ବିକି ଦେବି ।"

     କାନ୍ଧରେ ଗାମୁଛା ପକାଇ ଘରୁ ବାହାରି ଗଲା ମାଧ ।ତା ଘର ଆଡ଼କୁ ଆସୁଥିଲେ ଗ୍ରାମର ମୁଖିଆ ମନୋହର ବାବୁ,ରାମୁ ପ୍ରଧାନ ଆଉ ଦି ଚାରିଜଣ ।

    ମନୋହର କହିଲେ"ମାଧ ଗାଁ ଛାଡି ତୁ ଯାଆନାରେ ।ତୁ ଚାଲିଗଲେ ସଂକୀର୍ତ୍ତନ ରେ କିଏ ମୃଦଙ୍ଗ ବଜେଇବ କହିଲୁ? "

   ରାମୁ ବି କହିଲା "ତୁ ଯାଆନା । ଧାନ ବିକିଲେ ମୋ ଟଙ୍କାତକ ପଛେ ଫେରେଇଦବୁ ।ତୋ ଘର ତୋଓର । ମୁଁ କିଣିବିନି ।"

     ସମସ୍ତେ କହୁଥିଲେ"ଆମକୁ ଛାଡ଼ି ତୁ ଯାଆନା ।

ମାଧବ ଅନଉଥିଲା ମାଧୁରୀ ଆଡ଼କୁ ।ଘର ବିକିବା କଥା ଶୁଣି ତା'ର କଇଁଫୁଲିଆ ମୁଖମଣ୍ଡଳ ଝାଉଁଳି ପଡ଼ିଛି ।ସେ ଗୋଡ଼ ଲମ୍ବେଇ ବସିଛି ଦାଣ୍ଡପିଣ୍ଡାରେ ।ତା ପିଠିରେ ଲାଉ ହୋଇଛନ୍ତି ପଡିଶା ଘରର ଦୁଇଟା ଛୁଆ ।ଆଉ ଦୁଇଟା ତା ପଣତ ଟାଣୁଛନ୍ତି ।

     ମାଧବ ମନେ ମନେ ଭାବିଲା "କିଏ କହିଲା ମୋର କେହି ନାହାନ୍ତି? ମୋର ତ କେତେ ଲୋକ ବାକ ଅଛନ୍ତି ।ଏମାନଙ୍କୁ ଛାଡ଼ି ,ଏ ଗାଁକୁ ଛାଡ଼ି,ଏ ଘରକୁ ଛାଡ଼ି ମୁଁ କଣ ବଞ୍ଚିପାରିବି ? ନାଁ ମୁଁ ମୋର ଭିଟାମାଟି କୁ ବିକି ପାରିବି ନାହିଁ  ।"


   


Rate this content
Log in