Bhumisuta Sahu

Others

4.0  

Bhumisuta Sahu

Others

ବିବାହ

ବିବାହ

3 mins
228


          

    ସିନ୍ଥିରେ ସିନ୍ଦୂର ,ହାତରେ ଶଙ୍ଖା, ପାଦରେ ପାଉଁଜି ପିନ୍ଧିବ ।ପୁଣି ହାତରେ ମେହେନ୍ଦି ଲଗେଇବ ।ଆଦ୍ୟ ଯଉବନରେ ଏମିତି କିଛି ସ୍ବପ୍ନ ଦେଖିଥିଲା ମୀନୁ ।କିନ୍ତୁ ସବୁ ଝିଅର ସ୍ବପ୍ନ କ'ଣ ସତ ହୁଏ? 


       ସତର ବର୍ଷ ର ମୀନୁ କେତେବେଳେ ସତେଇଶି ପୁଣି ସଇଁତିରିଶିରରେ ପହଞ୍ଚି ଗଲା କାହିଁ ଜଣାପଡ଼ିଛି ଲାନି ତ ।


    ମୀନୁର ମାଆ ଦିନେ ମୀନୁର ବାପାକୁ କହିଲେ"ହଇ ଗୋ କିଛି ବର୍ଷ ଆଗରୁ କେତେ ଭଲ ପ୍ରସ୍ତାବ ଆସୁଥିଲା ଆମ ମୀନୁ ପାଇଁ ।ତମର ତ ପସନ୍ଦ ହେଲାନି ।ଏବେ ଦେଖୁନ ଝିଅଟା ମୋର ବାହା ନ ହୋଇ ରହିଗଲା ମ ।ତା ସାଙ୍ଗମାନେ କେତେଦିନୁ ପିଲାଛୁଆଙ୍କ ମା ହୋଇସାରିଲେଣି ପରା ।


  ମୀନୁର ବାପା କପାଳରେ ହାତ ଦେଇ କହୁଥିଲେ"ଆରେ ମୁଁ କି ଜାଣିଥିଲି ଏମିତି ହବ ବୋଲି ।"ଗୋଟିଏ ବୋଲି ଝିଅ ଆମର ।ଝିଅଟା ସୁନ୍ଦର ।ଘରେ ଧନ ସଂପତ୍ତି ଭରିଛି । ଜମିବାଡ଼ି ଅଛି ।ଭାବୁଥିଲି ମୋ ଘରକୁ ତ ରାଜାପୁଅ ବର ହୋଇ ଆସିବ ।"


   କାନ୍ଥ ଆଢ଼ୁଆଳରେ ଥାଇ ସବୁ ଶୁଣୁଥିଲା ମୀନୁ ।ତା ଆଖିରେ ଦି ଧାର ଶ୍ରାବଣ ଆସିଗଲା ।


   ପଡୀଶା ଘରର ରାନୁ ବୋଉ ମୀନୁମାଆକୁ କହୁଥିଲା"ଆ ଲୋ ତୋ ଝିଅକୁ ଦେବୁ କି ଭଲ ପ୍ରସ୍ତାବ ଆଣିଛି ।ଭଲ ପିଲା, ହେଲେ ତା ସ୍ତ୍ରୀ ମରିଯାଇଛି ।ତାର ଦୁଇଟି ଛୁଆ ଅଛନ୍ତି ।"ରାଗିଗଲେ ମୀନୁର ମା କହିଲେ "ଆଲୋ ତତେ ଆଉ ପ୍ରସ୍ତାବ ମିଳିଲାନି ଯେ ଏଇଟା ଆଣିଲୁ ମୋ ଝିଅ ପାଇଁ , କ'ଣ ଭାବିଲୁ ଆମକୁ? "


     ମୀନୁର ନିଜ ମାମୁଁ ସେଇଭଳି ଏକ ପ୍ରସ୍ତାବ ଆଣିଲେ ମୀନୁ ପାଇଁ ପିଲାଟା ଚାକିରି କରୁଛି ।ଥରେ ସେ ବାହା ହୋଇଥିଲା, ହେଲେ ବାହାଘରର ମାସେ ପରେ ସ୍ତ୍ରୀ ତା'ର କୁଆଡେ଼ ଚାଲିଗଲା ।ଏହା ଶୁଣି ମୀନୁର ବାପା ରାଗିଗଲେ ଓ ଦୁଃଖିତ ହେଲେ ମଧ୍ୟ ।


    ସେଦିନ ରାତିରେ ନିଦ ହେଲାନାହିଁ ଉଭୟଙ୍କୁ ।ମୀନୁର ବାପା କହୁଥାନ୍ତି "ମୀନୁବୋଉ ଏଇ ତ ଆଜି ପରି ଲାଗୁଛି ଝିଅ ଆମର ଏଡ଼େ ଟିଏ ହୋଇଥିଲା ।ତାର ଗୁଲୁଗୁଲିଆ ଚେହେରା, ହସ ହସ ମୁହଁ,ମିଠା ମିଠା କଥା ସବୁମନେ ପଡୁଛି ।


    ମୀନୁ ବୋଉ କହୁଥାନ୍ତି"ତା କପାଳରେ ମୁଁ କଳା ଟୀକା ଲଗଉଥିଲି ।ଦି କାନ ପାଖରେ କରୁଥିଲି ଦି ଟା ଚୁଟି । ଝିଅ ଆମର କେଡ଼େ ଚୁଲୁବୁଲି ଥିଲା ନା !ସେ ଏବେ କଳା କାଠ ପଡ଼ି ଗଲାଣି ଯେ ।

    

   ପାଖ ବଖରାରେ ସବୁ ଶୁଣୁଥିଲା ମୀନୁ ।ତା ଭିତରେ ସୃଷ୍ଟି ହେଲା ଭାବାନ୍ତର । ମଣିଷ ଯେତେବେଳେ ନିଜେ ପରିବର୍ତ୍ତିତ ହେବାକୁ ଚାହେଁ ତେବେ ସହଜରେ ହୋଇପାରେ ।ପରଦିନ ସେ ବାପାଙ୍କୁ କହିଲା"ବାପା ମୁଁ ପାଠ ପଢିବି ।ଅଧାରେ ଥିବା ପାଠ ପୂରା କରିବି ।"


   ଦେଖୁ ଦେଖୁ ମୀନୁ ଡିଗ୍ରୀ ହାସଲ କଲା ।ତା ଗାଁ ରେ ଏକ ମହିଳା ସମିତି ଗଠନ କଲା । ରାସ୍ତାର ଉଭୟ ପାର୍ଶ୍ବରେ ଗଛ ଲଗାଇବା,ନିଶା ନିବାରଣ,ଗରିବ ମାନଙ୍କୁ ପାଠ ପଢାଇବା ,ପୋଖରୀ ସଫା ଆଦି କାମରେ ଲାଗିପଡିଲା ।ତା ପାଇଁ ସେ ଗ୍ରାମଟି ଆଦର୍ଶ ଗ୍ରାମରେ ପରିଣତ ହୋଇଗଲା ।


  ଗ୍ରାମ ରେ ଏକ ସଭାର ଆୟୋଜନ କରାଯାଇଥିଲା । ଜନ ମଙ୍ଗଳ ବିଭାଗର ଅଫିସର ଆସିଥିଲେ ।ମୀନୁ ଯେତେବେଳେ ପୁରସ୍କାର ଗ୍ରହଣ କରିବାକୁ ଗଲା,ତାକୁ ଦେଖି ଚମକି ପଡ଼ିଲେ ଅଫିସର ଜଣକ "ଆରେ  ମୀନାକ୍ଷୀ ତମେ ! "ଉଭୟେ ଏକା ସହିତ ହାଇସ୍କୁଲ ପାଠ ପଢିଥିଲେ ।ସେଇ ପ୍ରଥମ ଯଉବନରେ ଭଲ ପାଉଥିଲେ ମୀନୁକୁ । ହାଇସ୍କୁଲ ପରେ ସେ ଉଚ୍ଚଶିକ୍ଷା ପାଇଁ ଦୂର ସହରକୁ ଚାଲିଯାଇଥିଲେ ।କେବେ ଯଦି ସେ ନିଜ ବିବାହର ସ୍ବପ୍ନ ଦେଖିଥିଲେ ,ଏଇ ମୀନୁର ଶାଢ଼ୀ ପିନ୍ଧା ଚେହେରା ତାଙ୍କ ହୃଦୟ ପୋଖରୀ ରେ ପହଁରି ଯାଉଥିଲା । ପ୍ରଥମ ପ୍ରେମ କୁ କେହି କ'ଣ ଭୁଲି ପାରେ ? ତେଣୁ ସେ ଅନ୍ୟ କାହାକୁ ବାହା ନହୋଇ ସେମିତି ରହିଗଲେ ।


  ଏସବୁ କଥା ଅଫିସର ଜଣକ ମୀନୁର ବାପାଙ୍କୁ ଜଣାଇଲେ ।ବାପା ଖୁସି ହୋଇଗଲେ ।ମୀନୁ କିନ୍ତୁ ନାହଁ କଲା ।କହିଲା "ଏ ବୟସରେ ହାତରେ ଆଉ କ'ଣ ମେହେନ୍ଦି ଲଗେଇହବ ? ମୁଣ୍ଡ ର ବାଳରେ ପରା ମେହେନ୍ଦି ଲଗାଇବାର ସମୟ ଆସିଗଲା ।"

  

     ଅଫିସର୍ ମୀନୁର ହାତ ଧରି କହିଲେ "ବିବାହ ପାଇଁ ବୟସ ନୁହେଁ ମନ ଦରକାର । ବିବାହ ଦୁଇଟି ଶରୀରର ମିଳନ ନୁହେଁ ଦୁଇଟି ଆତ୍ମାର ମିଳନ ପରା ।"

   

    ମୀନୁର ବାପା ମୀନୁର ମାଆକୁ ଖୁସିହୋଇ କହୁଥିଲେ "ମୋ ଘରକୁ ରାଜାପୁଅ ବର ହୋଇ ଆସିବ ବୋଲି କହୁ ନ ଥିଲି ?"


           


Rate this content
Log in