STORYMIRROR

Sunanda Mohanty

Crime Others

3  

Sunanda Mohanty

Crime Others

ପ୍ରାରବ୍ଧ ଫଳ

ପ୍ରାରବ୍ଧ ଫଳ

3 mins
209

    ପୃଥିବୀର ଶ୍ରେଷ୍ଠ ନ୍ୟାୟଧିଶ ମନ ଜାଣି ଫଳ ଦେଉଥିଲା ବେଳେ, ସମୟେ ସମୟେ ଏତେ ନିଷ୍ଠୁର ହୁଅନ୍ତି କାହିଁକି ବୁଝିହୁଏନା, ପ୍ରାରବ୍ଧ କର୍ମ ଭାବି ଚୁପ ରହିଲେ ବି ଆସ୍ଥା ଓ ବିଶ୍ୱାସ ହରାଏ ମଣିଷ ନ୍ୟାୟଧିଶଙ୍କ ଉପରୁ, ଆଜି ଯେମିତି ଆସ୍ଥା ହରାଇ ମାଆ ଟି ଠାକୁର ଘରେ ପଶି ସବୁ ଠାକୁରଙ୍କ ଫୋଟୋ କୁ ଫୋପାଡି ଅସ୍ତବ୍ୟସ୍ତ ଭଵେ କାନ୍ଦି କାଟି ଭୁଇଁରେ ଲୋଟି ଯାଉଥିଲା, ଆଉ ଥାଟପଟାଳି ପରି ଲୋକ ଜମା ହୋଇ ଆହା ଚୁ ଚୁ କରୁଥିଲେ, ଆଉ କେହି କେହି ଠାକୁରଙ୍କ ଫୋଟୋ ଓ ମୂର୍ତ୍ତୀ ତଥା ପୂଜା ସାମଗ୍ରୀ ଗୋଟାଇ ରଖି ମାଆ ଟିକୁ ପ୍ରକୃସ୍ଥିତ କରିବାକୁ ଚେଷ୍ଟା କରୁଥିଲେ l

   ମାଆ ଟି କିନ୍ତୁ କେମିତି ପ୍ରକୃସ୍ଥିତ ହୁଅନ୍ତା, ସବୁଦିନ ପରି ଗତକାଲି ରାତିରେ ବି ବିଦେଶ ରେ ରହୁଥିବା ପୁଅ ସହ କଥା ହୋଇଛି ଆଉ ଆଜି ଶୁଣୁଛି ପୁଅ ଆଉ ନାହିଁ, ଆତ୍ମହତ୍ୟା କରିଛି, କେମିତି ସହିବ ମାଆ, କେମିତି ସହିବ ତା ହୃଦୟ, ଯଦି ଆତ୍ମହତ୍ୟା କଲା, କାରଣ କଣ, କିଛିତ କହିନି ପୁଅ ମାଆ କୁ, ସବୁଦିନ କଥା ତ ଥିଲା ସାବଲୀଳ ଓ ଗତାନୁଗତିକ, ସବୁକଥା ନିର୍ଦ୍ୱନ୍ଦ ରେ କହିପାରୁଥିବା ପୁଅ ମନ ଭିତରେ କଣ କାହିଁକି କେମିତି, ଏସବୁ ପାଇଁ କାରଣ ହୋଇଗଲା ବୋଲି କେମିତି ସହିବ ମାଆ 

   କେତେ ଦୁଃଖ କଷ୍ଟ ଭିତରେ ଛୋଟ ଶିଶୁ ରୁ କିଶୋର, ଯୁବକ କରି ପୁଣି ଶିକ୍ଷିତ କରିବାରେ ଧନ ଜନ ମନୋବଳ ଦେଇ, କେତେ ବାଧା ବନ୍ଧନ କାଟି ବାପା ମାଆ ପୁଅ ଝିଅ ଙ୍କୁ ମଣିଷ କରନ୍ତି, ବାଭିଷ୍ୟତ ର ସାହାରା ହେଉ କି ନହେଉ ପୁଅ ମୋର ଯୋଉଠି ଥାଉ ଭଲରେ ଥାଉ ବୋଲି ଠାକୁରଙ୍କୁ ନିତିପ୍ରତି ଡ଼ାକୁଥାନ୍ତି, ସେହି ପୁଅ କୁ ଯଦି ଠାକୁର ନେଇଯାନ୍ତି, ରୋଗ ବା ଆତ୍ମହତ୍ୟା ବା ଅଘଟଣର ଶୀକାର ରେ ଯୁବକ ପୁଅ ଚାଲିଯିବା କଥା କେମିତି ସହିବ ମାଆ, ଦେଖେଣାହାରୀ ସବୁ ଯେତେ ପ୍ରକାର କଥା କହି ବୁଝେଇଲେ ବି କେମିତି ବୁଝିବ ମାଆ l

   ତିନିଦିନ ହେଲା ବାପା ଟି ଘରେ ପଶିନି, ଗାଁ ଦୋଳବେଦୀ ଉପରେ ବସିଛି ଯେ ବସିଛି, ଖାଇବା ପିଇବା ଛାଡି ଏ ଶୀତ ଜାଡ ରେ ବି ସେଇଠି ପଡିଛି, ଲୋକେ ବୁଝା ସୁଝା କଲେ, ଘରକୁ ଯାଇ ଅନ୍ତତଃ ସ୍ତ୍ରୀ କଥା ବୁଝୁ କହିଲେ, କୋଉ ଜନ୍ମ ର ପାପ ଏଵେ ତ ଭୋଗିବାକୁ ପଡିବ କହି ମନୋବଳ ଦେଲେ, କେହି କେହି ଆଜିକାଲି ଯୁଗ ର ଦୋଷ କହିଲେ ତ ବାପା ଟି ବାୟା ବାତୁଳ ପ୍ରାୟ ଫେରିଲା ଘରକୁ, ଏଣେ ତେଣେ ପଡ଼ିଥିବା ଠାକୁରଙ୍କୁ ପୁଣି ସଜେଇଲା ତାଙ୍କ ଆସ୍ଥାନରେ, ଯାବତୀୟ ଜିନିଷ ତାଙ୍କର ରଖିଲା ତାଙ୍କ ପାଖେ, ଆଉ ଭୂମିରେ ପଡ଼ିଥିବା ସ୍ତ୍ରୀକୁ ଉଠେଇଲା, ପାଣି ମୁନ୍ଦେ ନିଜେ ପିଇ ତା ତୁଣ୍ଡ ରେ ଦେଇ କହିଲା ଉଠୁ, ଭଗବାନ ଅଛନ୍ତି, ସବୁ ଦେଖୁଛନ୍ତି, ସେ ଷଡଯନ୍ତ୍ରକାରୀ ର ସବୁ ଷଡଯନ୍ତ୍ର ଦେଖିଛନ୍ତି, ନିଶ୍ଚୟ ଦଣ୍ଡବିଧାନ କରିବେ, ତୁ ପ୍ରକୃସ୍ଥିତ ହୁଅ, ତଥାପି ମାଆ ଟି ମୁଣ୍ଡ ପିଟୁଥିଲା ଭୂମିରେ, ଆଉ ବାହୁନୁଥିଲା, ମତେ କଣ ମିଳିବ କାହା ଷଡଯନ୍ତ୍ର ରୁ, ମୋ ପୁଅକୁ ମତେ କିଏ ଆଉ ଫେରାଇଦେବ, ତଥାପି ତା ପାଟିରୁ ବାହାରୁଥିଲା, ହେ ପ୍ରଭୁ l

ବାପା ଟି ମନେ ପକାଇ ଦେଉଥିଲା ମନେ ପକା ଆମ ପୁଅର ହଷ୍ଟେଲ ଜୀବନ କଥା ସେଦିନ ତା ରୁମ ମେଟ (ସାଥୀ ), କୌଣସି ଝିଅ କୁ ପ୍ରେମପତ୍ର ଲେଖି ଅପମାନିତ ହେବା ପରେ ଆମ ପୁଅ ନଥିବାର ସୁଯୋଗ ରେ ଫ୍ୟାନ ରେ ରଶି ଲାଗାଇ ଠିକ ଆତ୍ମହତ୍ୟା କରିବା ବେଳକୁ ଆମ ପୁଅ ପହଂଚି ତାକୁ ସେଥିରୁ ନିବୃତ କରିବା ସହ କେତେ ଶିକ୍ଷା ଦେଇଥିଲା ଆଉ ସେଥିପାଇଁ ସବୁ ସାଙ୍ଗ ମାନେ ତାକୁ ପରା କଲେଜ ଇଲେକ୍ସନ ରେ ଖାଲି ଠିଆ କରେଇ ନଥିଲେ, ପ୍ରେସିଡେଣ୍ଟ ରୂପେ ଜିତେଇ ବି ଦେଇଥିଲେ, ୟୁନିଅନ ଲିଡର ହୋଇ କେତେ ଉର୍ନ୍ନତି ମୂଳକ କାମ ସେ କରିଥିଲା କଲେଜରେ, ସେଇଥିପାଇଁ ତାର କର୍ତ୍ତବ୍ୟ ଆହୁରି ଆଗକୁ ବଢ଼ୁ ବୋଲି ତୁ ପରା ସବୁବେଳେ ଠାକୁରଙ୍କୁ ଡାକୁଥିଲୁ, ଆଉ ତୋ ଡାକରେ ପୁଅ ଆମର ଖୁବ କମ ଦିନରେ ଚାକିରୀ ପାଇ ନାମ କମେଇଥିଲା, ହେଲେ, ଦି ଗୋଡ଼ିଆ ମଣିଷକୁ ବିଶ୍ୱାସ ନାହିଁ, କେହି ଦୁର୍ବୁତ୍ତ ଅହଂକାର ରେ ଷଡଯନ୍ତ୍ର କରି ମାରିଛି ତାକୁ, ନଚେତ ତା ଭଳିଆ ପିଲା ଆତ୍ମହତ୍ୟା କରିପାରେନା, ତୁ ଉଠୁ ଡାକ ଠାକୁରଙ୍କୁ ସେହି ଦୁର୍ବୁର୍ତ୍ତ ଉପଯୁକ୍ତ ଦଣ୍ଡ ପାଉ l

 ବିଦେଶ ଯିବାକୁ ସମ୍ବଳ ଲୋକବଳ ମାନସିକ ଓ ଶାରୀରିକ ତଥା ଆର୍ଥିକ ବଳ ନଥିଲା ବାପା ମାଆ ଙ୍କର, ମାମୁଁ ଯାଇ କେବଳ ଶବ ଦାହ କରି ଫେରିଆସିବ, ଦେଖାଗଲା ମାଆ ଟି ଭୂଇଁ ସାଉଁଟି ପୁଣି ଉଠିଲା, ଠାକୁର ଘର ସଜାଡ଼ିଲା, ସଜାଡ଼ିଲା ଠାକୁର ଙ୍କ ଆସ୍ଥାନ ଓ ସାମଗ୍ରୀ, କାନ୍ଦି କାନ୍ଦି କଣ ସବୁ କହୁଥିଲା, ଆଉ ସକାଳେ ଲୋକ ଦେଖିଲେ ମାଆ ଟି ମରିପଡିଥିଲା ଠାକୁରଘରେ ଆଉ ବାପା ଟି ବାୟା ବାତୁଳ ପରି ହେଉ ହେଉ କୁଆଡେ ଚାଲିଯାଇଥିଲା, କାଳେ ପୁଣି ଗାଁ ଦୋଳ ବେଦୀ ଉପରେ ବସିଥିବ ଭାବି ଲୋକ ମାନଙ୍କୁ ଧରି ମାମୁଁ ଟି କେତେ ଖୋଜା ଖୋଜି କଲା ହେଲେ ବାପା ର ପତ୍ତା ମିଳୁନଥିଲା, କେହି କେହି କହୁଥିଲେ ସେ ପାଗଳ ହେଇଯାଇଛି ତ କେହି କହୁଥିଲେ ହୁଏତ ଆତ୍ମହତ୍ୟା କରିଛି, ବିଚରା ମାମୁଁ ବହୁ ଖୋଜା ଖୋଜି କରିବା ପରେ ବି ବାପା ବା ଭିଣେଇ କୁ ନପାଇ ଉପାୟଶୂନ୍ୟ ହୋଇପଡିଛି l


Rate this content
Log in

Similar oriya story from Crime