ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ପରାଜିତ

ପରାଜିତ

2 mins
615


     ଅବନ୍ତୀ ଦେଶରେ ହେମଚନ୍ଦ୍ର ନାମରେ ଜଣେ କବି ଥିଲେ l ସେ ସମ୍ଭ୍ରାନ୍ତ ବଂଶଜ l ସେ କବି କାଳିଦାସଙ୍କ ପ୍ରସିଦ୍ଧି - ପ୍ରତିଷ୍ଠା ବିଷୟ ଶୁଣିଥିଲେ l ଭୋଜରାଜାଙ୍କ ଦରବାରରେ କାଳିଦାସଙ୍କ ଆଦର ସତ୍କାର କଥା ମଧ୍ୟ ସେ ଶୁଣିଥିଲେ l କାଳିଦାସଙ୍କୁ ହରେଇ ତାଙ୍କ ଆସନ ମାଡି ବସିବାର ଦୁର୍ବୁଦ୍ଧି ହେମଚନ୍ଦ୍ରଙ୍କୁ ଛୁଇଁଲା l

     ସେହି ଉଦ୍ଦେଶ୍ୟରେ ଲୋକବାକ ଘେନି ହେମଚନ୍ଦ୍ର ପାଲିଙ୍କିରେ ବସି ଧାରା ନଗରକୁ

ଗଲେ l ଯାଇ ଧର୍ମଶାଳାରେ ଉଠିଲେ l କାଳିଦାସ ମଧ୍ୟ ଜାଣିଗଲେ ଯେ, ତାଙ୍କୁ ହରେଇ ତାଙ୍କ ଆସନ ଅଧିକାର କରିବାକୁ ଅବନ୍ତୀ ଦେଶରୁ ହେମଚନ୍ଦ୍ର ଆସିଛନ୍ତି l

     ହେମଚନ୍ଦ୍ର କେମନ୍ତ ପ୍ରତିଭାଶାଳୀ ତାହା ଜାଣିବା ନିମନ୍ତେ କାଳିଦାସ ଆପଟ ଦେଶରେ ଯାଇ ହେମଚନ୍ଦ୍ରଙ୍କ ପାଲିଙ୍କି ବୁହା ଆପଟମାନଙ୍କ ସାଙ୍ଗରେ ମିଶିଗଲେ l ହେମଚନ୍ଦ୍ର ଆପଟମାନଙ୍କୁ କଣ କହିବାକୁ ଡାକିଲେ କାଳିଦାସ ଆପଟମାନଙ୍କ ସହିତ ମିଶି ଠିଆ ହୋଇଗଲେ l

     ହେମଚନ୍ଦ୍ର ପାଲିଙ୍କିରେ ବସି ପଡିଲାରୁ ଆପଟମାନେ ଡାକ ଦେଇ ବୋହି ଚାଲିଲେ l ସବା ଆଗରେ ଆପଟ ସ୍ଥାନ ନେଇଥିଲେ ସ୍ୱୟଂ କାଳିଦାସ l ପାଲିଙ୍କି ଚାଲିଲା l କିନ୍ତୁ ପାଲିଙ୍କି ବୋହିବା ଅଭ୍ୟାସ ନଥିଲା କାଳିଦାସଙ୍କର l ତେଣୁ ସେ ଥରକୁ ଥର କାନ୍ଧ ବଦଳେଇବାକୁ ଲାଗିଲେ l ତାହା ଦେଖି ହେମଚନ୍ଦ୍ର ପଚାରିଲେ

     “ଅୟ ମାନ୍ଦୋଳିକା ଦଣ୍ଡଂ ସ୍କନ୍ଧଂ କି ତବ ବାଧତି ?

(ପାଲିଙ୍କି କିଆଁ ହଲୁଚି l ତୋ କାନ୍ଧକୁ ବାଧୁଛି ?)

     ହେମଚନ୍ଦ୍ରଙ୍କ ପ୍ରଶ୍ନରେ ସଂସ୍କୃତ ବ୍ୟାକରଣ ଅଶୁଦ୍ଧି ଥିଲା l “ବାଧତେ” ସ୍ଥାନରେ ସେ “ବାଧତି” କହିଲେ କାଳିଦାସ ରାଗି ଯାଇ କହିଲେ -

     ସ୍କନ୍ଧଂ ନ ବାଧତେ ରାଜନ ତବ ବାଧତି ବାଧତେ

(ହେ ରାଜା ମୋ କାନ୍ଧ ବାଧୁନି ଯେ ଛାମୁଙ୍କ ବାଧତିଟା ମୋତେ ବଡ ବାଧୁଛି )

“କ’ଣ ଆପଟ ଗଉଡଟା ଏ ଦେଶରେ ଏଡେ ପଣ୍ଡିତ ? ହେମଚନ୍ଦ୍ର ଆଶ୍ଚର୍ଯ୍ୟରେ କହି ପକାଇଲେ l ତହୁଁ ସେ କାଳିଦାସଙ୍କୁ କହିପକାଇଲେ l ତହୁଁ ସେ କାଳିଦାସଙ୍କୁ ପଚାରିଲେ “ହଇରେ ଆପଟ ତୁ ଏମିତି ଶୁଦ୍ଧଭାଷା ଶିଖିଲୁ କେଉଁଠୁ ?”

     “ହଜୁର ! ମୁଁ କବି କାଳିଦାସଙ୍କ ପାଲିଙ୍କି ବହେ l ସେ ତାଙ୍କ ଶିଷ୍ୟମାନଙ୍କୁ ଯାହା ବତାନ୍ତି ତହିଁରୁ କିଛି କିଛି ମୋ କାନରେ ପଡିଯାଏ l ମୁଁ ଆପଟ ବିଚରା ଭାଷା କାହୁଁ ଜାଣିବି ?”

କାଳିଦାସ ହେମଚନ୍ଦ୍ରଙ୍କୁ ଏପରି ଉତ୍ତର ଦେଲେ l

     “କାଳିଦାସଙ୍କ ସବାରୀବୁହା ଆପଟ ଗଉଡଚା ଯେତେବେଳେ ଏତେ ବଡ ପଣ୍ଡିତ, ସ୍ୱୟଂ କବି କାଳିଦାସ କେତେବଡ ବିଦ୍ୱାନ ହୋଇ ନ ଥିବେ ?” ଏହା ଭାବି ହେମଚନ୍ଦ୍ର ସ୍ୱୟଂ କାଳିଦାସଙ୍କ ଦର୍ଶନ ନିମନ୍ତେ ଗଲେ l ତାହା ଜାଣି କାଳିଦାସ ଚାକର ବେଶରେ ନିଜ ଦ୍ୱାରଦେଶରେ ଠିଆ ହୋଇଗଲେ l ହେମଚନ୍ଦ୍ର ପଚାରିଲେ “କାଳିଦାସ କ’ଣ ଘରେ ଅଛନ୍ତି ?”

     ଚାକର ବେଶଧାରୀ କାଳିଦାସ ସଙ୍ଗେ ସଙ୍ଗେ ଉତ୍ତର ଦେଲେ -

“ନଖଲୀନ ଖଲୀନ ଲୀଲୟା

ନମୟୁ ନ୍ନୁନ୍ନମୟ ନ୍ନଂବହୟଂ

ନିରଖା ଦୁରଗାରିରହଁସା

ପୁର ଗାରୁତ୍ମତ ଗୋପୁରା ଦୁବହିଃ”

(ନୂଆ ଘୋଡା ଚଢି ହାତରେ ଲଗାମ ଧରି, ଟାଣି ଓ ଢିଲା କରି ଗଉଡ ବେଶରେ ସେ ନଗର ଦ୍ୱାରରୁ ବାହାରକୁ ଚାଲିଗଲେ )

     “କାଳିଦାସଙ୍କ ଦ୍ୱାରପାଳ ଏପରି କୁଶଳ କବି, ଆଉ କାଳିଦାସଙ୍କୁ ମୁଁ କେମନ୍ତେ ହରାଇ ପାରିବି ?” ଏହା ଭାବି ହେମଚନ୍ଦ୍ର ଅବନ୍ତୀକୁ ଫେରିଗଲେ l



Rate this content
Log in

Similar oriya story from Abstract