Satyabati Swain

Inspirational

3.9  

Satyabati Swain

Inspirational

ପୋଲିସ୍ ଅଙ୍କଲ୍

ପୋଲିସ୍ ଅଙ୍କଲ୍

6 mins
199


ଆଶ୍ଚର୍ଯ୍ୟ!ଆଠ ଦିନ ଯାଇଛି କି ନାହିଁ ପୁଣି ବୀପୁଲ୍ ବାବୁ,ବୋହୁ ମା ଓ ପିଲାମାନେ ଆସି ଗାଁ ରେ ହାଜର।କଥା କଣ?ବୀପୁଲ୍ ବାବୁ କହିଲେ ଫନିଝଡ଼ରେ ଲାଇନ , ପାଣି , କି ଖାଦ୍ୟ ନାହିଁ ଭୁବନେଶ୍ୱରରେ।ଏଣୁ ଚାଲି ଆସିଲୁ ଗାଁ କୁ।


ପୋଲିସ୍ ଅଙ୍କଲ୍ ଙ୍କ ମୁହଁ ନାତି ନାତୁଣୀ ଙ୍କୁ ପାଇ ଖୁସିରେ ଚହଟି ଉଠିଲା ।ଗାଁ ଲୋକେ ବି ବୀପୁଲ୍ ବାବୁଙ୍କୁ ପାଇ ତାଠାରୁ ଅଧିକ ଖୁସି।କଣ ଦେଖିବ ଗାଁ ଟୋକାଙ୍କ ସାଙ୍ଗେ କି ଫୁଟବଲ୍ ,କ୍ରିକେଟ ଖେଳ କି ଚାସ୍ ବାଡ଼ା ବୀପୁଲ୍ ବାବୁ କଲେ।ବୋହୁମା କୁହନ୍ତି ହଁ ହଁ ବାପା ପୁଅ ଝିଅ ପୁରା ଗାଉଁଳି ହୋଇଯାଅ।ଯେମିତି ଭୁବନେଶ୍ୱର ଗଲା ପରେ ବହଳେ ଗାଉଁଳି ଆବରଣ ଲାଗିଯାଇଥିବ ଯେ ମୋତେ ଛଡେଇବାକୁ ଖୁବ୍ ଗୁଡ଼େ ପରିଶ୍ରମ କରିବାକୁ ପଡିବ।


ବୀପୁଲ୍ ବାବୁ ରସିକିଆ କରି କୁହନ୍ତି ତୁମ ସୁନା ଦିହ କଥା କଣ ହେବ?ମଇଳା ଦିଶିଲାଣି ବିନା ପାର୍ଲରରେ।


ବୋହୁମା ଦୁମ ଦୁମ ପାହୁଣ୍ଡ ପକାଇ ଚାଲି ଯାଆନ୍ତି ରାଗ ଗର ଗର ହୋଇ।


"ପୋଲିସ୍ ଅଙ୍କଲ୍ "କୁହନ୍ତି କାହିଁକି ଲାଗୁଛୁ ମୋ ବୋହୁ ସାଙ୍ଗେ।ଠିକ୍ ତ କହୁଛି ସେ।ତୁ ଯେମିତି ହେଉଛୁ ସହର ଗଲେ ସମସ୍ତେ ତୋତେ ଚୁଡା କହିବେ।


ଘୋ ଘୋ ରେ ଘର ପୁରି ଉଠେ କିନ୍ତୁ।ଦୁଇ ମାସ ପରେ ସବୁ ଠିକ୍ ଠାକ୍ ହୋଇ ଯିବାରୁ ବୀପୁଲ୍ ବାବୁ ପରିବାର ଭୁବନେଶ୍ୱର ଫେରିଗଲେ। ଦିନେ ପୋଲିସ୍ ଅଙ୍କଲ୍ କହିଲେ ବୀର! ମୋତେ ଟିକେ ବଡ ଦଣ୍ଡା ଆଡେ ବୁଲେଇ ନେଲୁ।ଡ୍ରାଇଭରକୁ କହିଲେ ନେଇ ଯିବ,କିନ୍ତୁ ମୁଁ ସାଏଁ କି ଯାଇ ସାଏଁ କି ଆସିବାକୁ ଚାହୁଁନି।ତୁ ମୋତେ ହ୍ବିଲ ଚେୟାରରେ ବସେଇ ବୁଲେଇ ନେ।ଗାଁ ସାରା ଲୋକ ଓ ସେମାନଙ୍କ ଘର ଦେଖିବାକୁ ମୋର ଭାରି ଇଛା।


ବଡ଼ ବାବୁ ଭଲ ହୋଇ ଯାଇଥିଲେ ବି ଦି ଚାରି ହାତ ଚାଲି ପାରନ୍ତି।ଅଧିକ ବାଟ ଯିବାକୁ କଷ୍ଟ ହୁଏ।ଏଣୁ ମୁଁ ହ୍ବିଲ ଚେୟାରରେ ବସାଇ ତାଙ୍କୁ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଜାଗୁଳେଇ ମନ୍ଦିର ଯାଏ ନେଇ ଗଲି।ଗାଁ ରେ ସମସ୍ତଙ୍କ ଘର ଆଗେ ସେ ରହି ମୋତେ ଗୋଟି ଗୋଟି ପଛରୁ ଥାନ୍ତି ଏଇଟା ରଘୁ ସ୍ୱାଇଁ ଘର ତ,ସେଇଟା ପଞ୍ଚାନନ ଲେଙ୍କା ଘର ନା।ଏହିପରି ସେ ସବୁ ଘରର ମୁଖିଆ ଲୋକଙ୍କ ନାଁ ଧରି ଘର ଗୁଡିକ ଠିକ୍ ଠିକ୍ ଚିହ୍ନି କହୁଥାନ୍ତି।ମୁଁ କୌତୁହଳି ହୋଇ କହିଲି ଆପଣ ତ କାହିଁ କେଉଁ ବକଟେ ହୋଇଥିଲେ ଗାଁ ଛାଡି ଥିଲେ ଆଦୌ ଆସନ୍ତି ନାହିଁ।କେମିତି ଚିହ୍ନି ଦେଉଛନ୍ତି କିଏ କାହା ଘର?


ସେ ସାମାନ୍ୟ ହସି କହିଲେ ମାଟିର ବାସ୍ନାଥାଏ ଜାଣିଛୁ।ମୋ ଗାଁ ଏଇଟା ପରା।ଏଠି ମୋ ସାଙ୍ଗ ସାଥୀ,ଦାଦା,ଭାଇଙ୍କ ଘର।ଚିହ୍ନିବିନି କେମିତି।ଅବଶ୍ୟ ଗାଁ ବଦଳି ଯାଇଛି ଅନେକ।ତାର ରୂପ ରଙ୍ଗ ବଦଳି ଯାଇଛି।


ତାପରେ ସେ କହିଲେ ମୋତେ ବଡ଼ଦଣ୍ଡା ଆମ ଗାଁ ମଶାଣୀ ଆଡକୁ ନେଇ ଯିବାକୁ ।


ମଶାଣୀ ଆଡକୁ କାଇଁ ଯିବା,ମୁଁ ଟିକେ ବିରକ୍ତି ହୋଇ କହିଲି।


ଆରେ ବାବୁ ଚାଲେ ତୋତେ ଦେଖାଇ ଦେବି କେଉଁଠି ମୋତେ ତୁମେ ସବୁ ଗାଁ ଲୋକ ମିଶି ପୋଡିବ,ମୋ ପାଇଁ ସ୍ମୃତି ସ୍ତମ୍ଭ କରିବ।


ଦେଖନ୍ତୁ ସେମିତି କହିବେ ନାହିଁ ଆଜ୍ଞା।


ଆରେ ନେ ନା।ମୋର ଇଚ୍ଛା ହେଉଛି ନିଘୋଡ଼ ନିଦରେ ଶୋଇବା ପାଇଁ କେଉଁ ଜାଗାଟି ମୋ ପାଇଁ ଉପଯୁକ୍ତ ଦେଖିବାକୁ।


ମୁଁ ଅମଙ୍ଗ ହେବାରୁ କହିଲେ ଆରେ ମଶାଣୀ ମଝିରେ ପି ନ୍ ପିନ୍ ରାସ୍ତା ଯାଇଛି।ଶହ ଶହ ଲୋକେ ଗାଡି ମଟରରେ ଯିବା ଆସିବା କରୁଛନ୍ତି କାହାକୁ ଡର ମାଡୁଛି?ଡର ଗୋଟେ କଣ କହିଲୁ?ସମସ୍ତେ ଏଇଠିକୁ ଦିନେ ଆସିବା ନା।


ନାଇଁ ନାଇଁ ଚାଲ ଫେରିଯିବା।ଆପଣ ସ୍ୱର୍ଗ ଦ୍ୱାର ସିନା ଯିବେ,ଏ ଗାଁ ମଶାଣୀ କଣ ଆପଣଙ୍କ ପାଇଁ।ଏଇଟା ଆମ ମାନଙ୍କ ପାଇଁ ସିନା।


ଗୋଟେ ତୋରା କାଢ଼ିଲେ ପୋଲିସ୍ ଅଙ୍କଲ୍।ଚୁପ୍ ଏକବାରେ ଚୁପ୍ ।ମୁଁ କାହିଁକି ସେଠିକୁ ଯିବି।କିଏ ନାହିଁ କିଏ ଖୋବି ଖାବି ପୋଡିବେ;ଅଧା ପୋଡ଼ା।ମୁଁ ଗାଁ ଲୋକଙ୍କ କାନ୍ଧରେ,ତୋ କାନ୍ଧରେ ମଶାଣୀକୁ ଯିବି।


ଅଗତ୍ୟା ମୁଁ ମଶାଣୀ ଆଡକୁ ତାଙ୍କୁ ନେଲି ।ସେ ମୋତେ ଚିହ୍ନାଇ ଦେଇ କହିଲେ ଦେଖ୍ ସେଇ ଯେଉଁ ମାର୍ବଲ ପଥରର ସ୍ମୃତି ସ୍ତମ୍ଭ, ଚଉରାଗୁଡିକ ଦେଖୁଛୁ ସେଇଠି ମୋ ପୂର୍ବ ପୁରୁଷ ଅଛନ୍ତି।ମୋ ବାପା ଦେଖ୍ ସେ ଖଜୁରୀ ଗଛ ସିଧା,ମୋ ବୋଉ ସେ ବର ଗଛ ତଳେ ,ସେ ପଟକୁ ମୋ ଜେଜେ ଜେଜେ ମା,ସେ ଅଶ୍ୱତ୍ଥ ଗଛ ଆଡକୁ ତାଙ୍କ ବାପା ବୋଉ।ସେ ସମସ୍ତ ଦଶ ପନ୍ଦର ଟି ଚଉରା ମୋ ପୂର୍ବଜଙ୍କର।ମୋତେ ତାଙ୍କରି ପାଖରେ ପୋଡିବ,

ବୁଝିଲୁ।


ଆଜ୍ଞା ଏଥରକ ଯିବା ତ।ମୁଁ କହିଲି।ସେ କହିଲେ ହଁ

ମୋ କାମ ସରିଗଲା ଏଠି କାଇଁ ରହିବା।ଚାଲେ ମୋତେ ଭୋକ ହେଲାଣି।


ମୁଁ କହୁ ନଥିଲି ଯିବା ନାହିଁ ସିଆଡେ।ଭୋକ ଲାଗିଲାଣି ଟି।ଏହା କହି ତର ବରରେ ପୋଲିସ୍ ଅଙ୍କଲ୍ଙ୍କୁ ଆଣି ସୁନା କୁ ଡାକି ତାଙ୍କ ଗୋଡ଼ ହାତ ଧୋଇ ଧାଇଁ ଦେଇ ଖାଇବାକୁ ଦେଲୁ।ପୋଲିସ୍ ଅଙ୍କଲ୍ କହିଲେ ବୀର ତୁ ଦିଟା ମୋତେ ଖୁଆଇ ଦେଲୁ।ଜୋର ଭୋକ ହେଉଛି।ହାତଟି କାଇଁକି ଜୋର ଜୋର ଭୋକ ଲାଗିବା ଅନୁସାରେ ପାଟିକୁ ଯାଉ ନାହିଁ।


ମୁଁ ଗୋଲେଇ ଗାଳେଇ ତାଙ୍କୁ ଖୁଆଇ ଦେଲି।ସେଦିନ ସନ୍ଧ୍ୟାରେ ଗାଁ ଲୋକଙ୍କୁ ଡାକି କହିଲେ ଦେଖ ଯେତେ ବିପଦ ଆପଦ ଆସୁ ପଛେ ଗାଁ ର ଏକତା ଭାଙ୍ଗିବ ନାହିଁ।ଭାଇ ଚାରା ବଜାଇ ରଖିବ।ଆଜିକାଲିକା ହିଁନ ରାଜନୀତିର ଶିକାର ହେବ ନାହିଁ।ମୁଁ ମରିଗଲେ ସମସ୍ତେ ମିଶି ମୋର ଶବ ଦାହ କରିବ।ସମସ୍ତେ ମିଶି ମୋ ମୁହଁରେ ମୁଖାଗ୍ନି ଦେବ।


ମୋତେ କାଇଁକି ଖରାପ ଲାଗୁଥାଏ।ଖାଲି ଗୋଟେ ମଲା ଗଲା କଥା କହୁଛନ୍ତି କାହିଁକି ଯେ।ମୁଁ କହିଲି ଏମିତି

କାଳ ତୁଣ୍ଡି କଥା କୁହନ୍ତି.....ଆପଣ ଆହୁରି ଶହେ ବର୍ଷ ବଞ୍ଚିବେ।ଆପଣଙ୍କୁ ଆମ ଗାଁ ଦରକାର କରୁଛି ଆଜ୍ଞା।


ବଡ଼ ବାବୁ ହୋ ହୋ ହୋଇ ମନ ଖୋଲା ହସଟିଏ ହସିଦେଲେ।ଏଇ କଥାର ଦୁଇ ଦିନ ଯାଇଛି କି ନାହିଁ ପୋଲିସ୍ ଅଙ୍କଲ୍ ସବୁ ଦିନ ପରି ଖାଇ କି ଶୋଇଛନ୍ତି ଯେ ଶୋଇଛନ୍ତି ସକାଳ ସାତ ଟା ହେଲାଣି ଉଠିଲେ ନାହିଁ।ମୁଁ କାବା ହେଲି।ସେ ଅଳସୁଆ ଲୋକ ନୁହନ୍ତି।ପାଞ୍ଚଟାରୁ ଉଠି ବାଡିରେ ବୁଲନ୍ତି।ଫୁଲ ତୋଳନ୍ତି।ହ୍ବିଲ୍ ଚେୟାର ଗଡେଇ ଗଡେଇ ଦଶ ଘେରା ମାରନ୍ତି।କିଛି ବାଟ ପାଦରେ ଚାଲି ଗଲେ ସାଆସି ଯାଆନ୍ତି ବୋଲି ସକାଳ ସନ୍ଧ୍ୟାରେ ହ୍ବିଲ୍ ଚେୟାରରେ ବସି ବୁଲନ୍ତି।ଆଜି କଣ ବିପରୀତ।ପିଲାମାନେ ପାଠ ପଢିବାକୁ ବି ଆସିଲେଣି।ଟିଉସନ୍ ସାର୍ ମଧ୍ୟ।


ପୋଲିସ୍ ଅଙ୍କଲ୍ ଶୋଇ ଥିଲେ ଡାକି କି ଉଠେଇ ବାକୁ ମନା କରନ୍ତି।କଣ କରିବି?ଗାଁ ର ମାଧ,ରାମ,ଜଗୁ ଙ୍କୁ ଡାକିଲି।କହିଲି ଦେଖିଲ ଆଜି କାଇଁ ପୋଲିସ୍ ଅଙ୍କଲ୍ ଏ ଯାଏ ଉଠି ନାହାନ୍ତି।ଡାକିବା ନା ନାହିଁ?ବିରକ୍ତ ହୁଅନ୍ତି ଯଦି କେହି ଶୋଇଥିବା ବେଳେ ତାଙ୍କୁ ଡାକନ୍ତି।ଟିକେ ଶବ୍ଦ ହେଲେ ତାଙ୍କ ନିଦ ଧଡ୍ କିନା ଭାଙ୍ଗିଯାଏ।ଯେତେ ଖଡ୍ ଖାଡ୍ କଲେ ବି ଉଠୁ ନାହାନ୍ତି।


ସମସ୍ତଙ୍କର ସନ୍ଦେହ ହେଲା।ସେମାନେ ପୋଲିସ୍ ଅଙ୍କଲ୍ ଙ୍କୁ ପାଖକୁ ଯାଇ ହଲେଇ ଡାକିଲେ ବାବୁ,ବାବୁ ଆଜ୍ଞା ସାତ ଟା ହୋଇ ସାରିଲାଣି ଉଠନ୍ତୁ।ବାବୁ କିନ୍ତୁ ଉଠିଲେ ନାହିଁ।ଗାଁ ର ରବିନ୍ ଫିଜିଓ ଥେରାପି ଡକ୍ଟର ଗାଁ କୁ ଆସିଥିଲା।ତାଙ୍କୁ ଡାକିଲେ ପୋଲିସ୍ ଅଙ୍କଲ୍ କାହିଁକି ଶୁଣୁ ନାହାନ୍ତି ଚେକ୍ କରିବାକୁ।ରବିନ୍ ଘୋଷଣା କଲା କି ହୃଦ ଘାତ ଜନିତ ମୃତ୍ୟୁ ହୋଇଛି ପାଞ୍ଚ ଘଣ୍ଟା ପାଖ ପାଖି ହେବ ପୋଲିସ୍ ଅଙ୍କଲ୍ ଙ୍କର।


ସମସ୍ତେ ସବ୍ଧ।ପୋଲିସ୍ ଅଙ୍କଲ୍ ଚାଲିଯିବେ ବୋଲି ଆଗରୁ ଜାଣି ଥିଲେ ନା କଣ?ନଲେ ମୋତେ ନେଇ ଗାଁ ବୁଲିବା,ସବୁ ଲୋକଙ୍କୁ ଦେଖା କରିବା,ମଶାଣୀକୁ ଯିବା,କେଉଁଠି ପୋଡ଼ା ହେବେ ଦେଖାଇବା ସବୁ କଣ ଥିଲା?ମୁଁ ମୁକ ହୋଇଗଲି।ମୋ ପୋଲିସ୍ ଅଙ୍କଲ୍ ଆଉ ନାହାନ୍ତି...


ଶୋକର ଛାୟା ଖେଳି ଗଲା ଆମ ଗାଁ ସହ ଆଖ ପାଖ ଗାଁରେ।ବୀପୁଲ୍ ବାବୁ ଆସିଲେ।ପୁରୀ ସ୍ୱର୍ଗ ଦ୍ୱାର ନେଇଯିବାକୁ ବସିଲେ।କିନ୍ତୁ ଗାଁ ଲୋକେ ଅଡି ବସିଲେ" ବଡ଼ବାବୁ କହିଛନ୍ତି ଗାଁ ମଶାଣୀରେ ପୋଡ଼ା ହେବେ।ଆମେ ସମସ୍ତେ ମୁଖାଗ୍ନି ଦେବୁ।ସାନ ବାବୁ ଏତିକି ସୁଖ ଟିକକରୁ ଆମକୁ ବଞ୍ଚିତ କରନ୍ତୁ ନାହିଁ ଆଜ୍ଞା।


ଶେଷରେ ସେଇଆ ହେଲା।ସବୁରି କାନ୍ଧରେ ଶୋଭା ଯାତ୍ରାରେ ଗାଁ ଗାଁ ବୁଲାଇ ଲୋକେ ପୋଲିସ୍ ଅଙ୍କଲ୍ ମୋତେ ଦେଖେଇ ଥିବା ମଶାଣୀ ତାଙ୍କ ପୂର୍ବଜ ଙ୍କ ପାଖରେ ଶବ ଦାହ କରାଗଲା।ସବୁ ଗାଁ ଲୋକେ ଶୁଦ୍ଧକ୍ରିୟା ପାଳନ କଲେ।ମୁଁ କିନ୍ତୁ ହୋଇ ଯାଇଥିଲି ଅନାଥ ମୋ ପୋଲିସ୍ ଅଙ୍କଲ୍ ଙ୍କୁ ହରାଇ।


ବାବୁଙ୍କ ଏକାଦଶାହ ଦିନ ହାଇକୋର୍ଟରୁ ଜଣେ ଓକିଲ ଆସି ପଢି ଶୁଣାଇଁଥିଲେ ଉଇଲ୍ ପେପର୍।ସେଥିରେ ପୋଲିସ୍ ଅଙ୍କଲ୍ ଲେଖିଥିଲେ ମୋ ଅନ୍ତେ ପୁରୁଷ ପୁରୁଷ ଧରି ଯେତେ ଉତ୍ତର ଦାୟାଦ ମୋ ବଂଶ ରେ ଆସିବେ କାହାରି ଅଧିକାର ରହିବ ନାହିଁ ମୋ ପୂର୍ବ ପୁରୁଷ ଅମଳ ର ଘରଢିହ,ସମ୍ପତ୍ତିବାଡ଼ି,

ନଡ଼ିଆ ବାଡ଼ି,ଆମ ତୋଟା କି ମାଛ ପୋଖରୀ ବିକ୍ରି କରିବାର।


ସେମାନଙ୍କର ମାଲିକାନା ସତ୍ତ୍ୱ ରହିବ

 କିନ୍ତୁ ବିକ୍ରି କରିବା ଅଧିକାର ରହିବ ନାହିଁ। ସେହି ପରି ବୀରର ପୁରୁଷ ପୁରୁଷ ଧରି ଉତ୍ତର ଦାୟାଦ ମାନେ ଏ ଜମିବାଡ଼ିର ଦେଖା ଶୁଣା କରିବେ।ଗାଁ ଲୋକେ ପୂର୍ବ ପରି ବୀର କି ତା ଉତ୍ତର ଦାୟାଦର ପରାମର୍ଶ କ୍ରମେ ଚାଷ ବାସ କରିବେ।ଏ ଗାଁର କୌଣସି ମେଧାବୀ ପିଲା ଯଦି ଡାକ୍ତର,ଇଞ୍ଜିନିୟର କି ସେହିପରି କୌଣସି ଉଚ୍ଚଶିକ୍ଷାରୁ ଅର୍ଥ ଅଭାବ ନେଇ ବଞ୍ଚିତ ରହିବେ,ତାକୁ ପ୍ରତିବର୍ଷ ଏ ଜମିବାଡ଼ିରୁ ହେଉଥିବା ରୋଜାଗାରର ଶତକଡ଼ା ଦଶ ସଞ୍ଚୟ ଯୋଜନାରୁ ଦିଆଯିବ।


ମେଘା ବୋହୁ ମା ଏ ଉଇଲି ଶୁଣି କହିଲେ ବାବାଙ୍କର ତୁମେ ପୁଅଟି?କି ଅନ୍ୟାୟ କଲେ?ମଲା ପରେ ବି ନିଜ ଜିଦ୍ ରେ ଅଟଳ ରହିଲେ।କେତେ ଗୁଡିଏ ଜାଗା ଭୁବନେଶ୍ବର ଏ ଜମି ବିକା ଟଙ୍କାରେ ହୋଇ ଯାଇଥାନ୍ତା।ଆମେ ଛାଡିବାନି କେସ୍ କରିବା।


ବୀପୁଲ୍ ବାବୁ କହିଲେ ବାବା ମାଲିକ ହେବାକୁ ମନା କରିଛନ୍ତି କି?କେବଳ ବିକିବାରେ ଯାହା ରୋକ୍ ଲଗାଇଛନ୍ତି ତ...।ତୁମେ ଖାଅ ନିଅ କି ବୁହ କିଏ ଅଟକାଇବ।


ଏ ଉଇଲି ପାଠ କଲା ପରେ ଗାଁ ଲୋକେ ପରସ୍ପର ମୁହଁ ଚାହାଁ ଚାହିଁ ହୋଇ କହୁଥିଲେ ଶୋଭନ୍ ବାବୁ ମଣିଷ ନୁହଁନ୍ତି ସାକ୍ଷାତ ଦେବତା ଥିଲେ।


ବାନ୍ଧବପୁର ଗାଁ ନାଁ ଏବେ ଲୋକେ କୋର୍ଟ ଆଫେ

ଟେଟିଭ୍ କରି ମୋ "ପୋଲିସ୍ ଅଙ୍କଲ୍ "ନାମରେ ନାମିତ କରି ଦେଇଛନ୍ତି।ବାନ୍ଧବ ପୁର ଗାଁ ଏବେ ଶୋଭନ୍ ପୁର ଗ୍ରାମ ନାମରେ ନାମିତ।


ଆପଣ ଯେବେ ଆସିବେ ଗାଁ ଆରମ୍ଭରେ ମୋ ପୋଲିସ୍ ଅଙ୍କଲ୍ ଙ୍କ ବଡ଼ ଏକ ମୂର୍ତ୍ତି ଦେଖିବାକୁ ପାଇବେ।ତା ତଳେ ଲେଖା ହୋଇଛି ଶୋଭନ୍ ପୁର ଗାଁ ଆପଣଙ୍କୁ ସ୍ୱଗାତ କରୁଛି।ସେଇ ମୂର୍ତ୍ତୀ ଚାରିପାଖେ ବଡ଼ ସୁନ୍ଦର ଚାନ୍ଦିନୀ ଟିଏ ହୋଇଛି।ଚାନ୍ଦିନୀ ଚାରିପଟ ନାନା ଫୁଲ ଗଛରେ ହସୁଛି।ମୁଁ ପ୍ରତି ଦିନ ଘଣ୍ଟାଏ ସେଇ ମୂର୍ତ୍ତୀ ତଳେ ବସେ ଓ ପୋଲିସ୍ ଅଙ୍କଲ୍ ଙ୍କ ସହ କଥା ହୁଏ ନିଃଶବ୍ଦେ।


ତାପର ଠାରୁ ବରାବର ବୀପୁଲୄ ବାବୁ ଗାଁ କୁ ଆସନ୍ତି।ଏବେ କ ରୋ ନା ପାଇଁ ବୀପୁଲ୍ ବାବୁ ସପରିବାର ଗାଁ ରେ। ବୋହୁ ମା ବି ଏବେ ଗାଁ ପ୍ରେମରେ।ଆଉ ଆଗ ପରି ଗର ଗର ହେଉ ନାହାନ୍ତି।ସୁନା ହାତକୁ ତର ନାହିଁ ବୋହୁମା,ବୀପୁଲ୍ ବାବୁ ଓ ଛୁଆ ବାବୁ ମାଙ୍କ ଖାଇବା ପିଇବା ବୁଝା ବୁଝିରୁ।


ବୀପୁଲ୍ ବାବୁ ଯେତେବେଳେ ପୋଲିସ୍ ଅଙ୍କଲଙ୍କ କମକୁଟ କାଠ ଚେୟାରରେ ବସନ୍ତି ମୁଁ ଭ୍ରମରେ ପଡି ଯାଏ ଏ ମୋ "ପୋଲିସ୍ ଅଙ୍କଲ୍ "ନୁହନ୍ତି ତ..।



Rate this content
Log in

Similar oriya story from Inspirational