The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Minakshi Samal

Inspirational

5.0  

Minakshi Samal

Inspirational

ପଞ୍ଚୁକ ମାହାତ୍ମ୍ୟ

ପଞ୍ଚୁକ ମାହାତ୍ମ୍ୟ

2 mins
560


ଆରେ ଆରେ ମୋର ପଞ୍ଚୁକ ବ୍ରତ ମାରା କରନିରେ।କାର୍ତ୍ତିକ ମାସଟା ସାରା ଆଇଁଷ ଖାଇଲ ମୁଁ ମୁହଁଖୋଲି କିଛି କହିନି। ନିଜର ପୂଜା ପର୍ବ ପାଇଁ ଅନ୍ୟର ଇଚ୍ଛା ଉପରେ କାହିଁକି କଟକଣା ଲଗେଇଥାନ୍ତି ଯେ। ସମସ୍ତେ ଖୁସିରେ ରୁହ,ଆନନ୍ଦରେ ରୁହ ଏଇତ ମୋର କାମନା। ହେଲେ ଏଇ ପାଞ୍ଚ ଦିନଟି ମୋ କଥା ମାନିନିଅ ପିଲାମାନେ। ଆମିଷ ନଖାଇ ନିରାମିଷରେ କାମ ଚଳାଇ ପାରିବ ତ? ମୋ କଥା ମାନି ଏଇ ପଞ୍ଚୁକ ପାଞ୍ଚଦିନ ଯାକ ଭେଜ୍ ଖାଇବା ଖାଇବ ତ ମୋ ସୁନା ପିଲା ମାନେ? ମାନିବ ତ ଜେଜେମା'ଙ୍କ କଥା? ପ୍ରଶ୍ନ ପଚାରି ଉତ୍ତରକୁ ଅପେକ୍ଷା କରିଥିଲେ ସୁରଭି।


ଯେ ଆଜ୍ଞା ଜେଜେ ମା।ଆମେ ତମ କଥା ମାନିଯିବୁ ଯେ ହେଲେ ପାପା ଶୁଣିବେ ତ?କହିଲେ ନାତୁଣୀ ଜୁଲି ଓ ନାତି ଜନି।ପାପା ତ ରବିବାର ଦିନ ବିନା ନନ୍ ଭେଜ୍ ରେ ଖାଇ ପାରନ୍ତିନି।ସେ କ'ଣ ମାନିଯିବେ ଜେଜେମା?


ଆରେ ତୁମେ ଦୁଇଜଣ ମୋର ଦୁଇଟି ମଣି ମୁକ୍ତା।ତୁମେ ଯଦି ମାନିବାକୁ ରାଜି ତାହେଲେ ଦେଖିବ ତମ ପାପା ବି ମାନିଯିବେ। ଆଛା ପିଲାମାନେ ତୁମେ ଦୁଇଜଣ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବ?


ପଚାରନା ଜେଜେମା।ଦେଖିବା ତମ ପ୍ରଶ୍ନର ଉତ୍ତର ଦିଦି ଦେଇପାରିବ କି ମୁଁ.....ନାଚି ନାଚିକି କହିଲା ଜନି।


ପିଲାମାନେ କହିଲ ଦେଖି ଆମକୁ କିଏ ଯଦି ଚାପୁଡାଟେ ମାରେ ତେବେ କଷ୍ଟ ହୁଏକି ନାହିଁ?


ଜୁଲି ଓ ଜନି ଏକାଥରକେ ହଁ ମାରିଲେ।


ଆଛା କହିଲ ପିଲେ,ଆମେ ପଡିଗଲେ ବା ହାତଗୋଡରେ ଟିକେ ଖଣ୍ଡିଆ ହୋଇଗଲେ ଆମକୁ କାହିଁକି କାଟେ?


ଜନି ଆଗୁଆ କହି ପକାଇଲା....ଖଣ୍ଡିଆ ହୋଇ ରକ୍ତ ବୁହେ।ସେଥିପାଇଁ ତ ମୁଁ ପଡିଗଲେ କାନ୍ଦେ। ଜୁଲି କହିଲା ଜେଜେମା,ମୁଁ ଭାବୁଛି ଆମକୁ କଷ୍ଟ ଏଇଥି ପାଇଁ ହୁଏକି ଆମେ ମଣିଷ।ମୋର ଉତ୍ତର ଠିକ କି?


ଦୁଇଜଣ ପ୍ରାୟ ଠିକ ଉତ୍ତର ଦେଇଛ। ଆମ ମଣିଷ ମାନଙ୍କର ଜୀବନ ଅଛିତ। ସେଇଥିପାଇଁ ଆମକୁ ଯଦି କିଏ ଚାପୁଡାଟେ ମାରେ,ଚିମୁଟି ଦିଏ କି ଆମେ ପଡିଗଲେ ଆମ ହାତ ଗୋଡ ମୋଡି ହୋଇଯାଏ ତେବେ ଆମେ ଖୁବ କଷ୍ଟ ପାଉ। ରାସ୍ତାରେ ଯାଉଥିବା କୁକୁରକୁ ଯଦି ଦୁଷ୍ଟାମୀ କରି କିଏ ଟେକାଟିଏ ପକେଇଦିଏ ସେ କେମିତି କେଁ କେଁ କରି ଚିଲାଏ ଦେଖିଚତ ପିଲେ?


ହଁ ଜେଜେମା।କାଲି ତ ଆମ ଗଳିର ସେଇ କୁକୁରଟା କେତେ ଜୋରରେ କୁଁ କୁଁ ହୋଉଥିଲା କାହିଁକି ନା କିଏ ତା ଗୋଡକୁ ଛୋଟା କରି ଦେଇଥିଲା। ତାକୁ ବହୁତ କଷ୍ଟ ହୋଇଥିବ ଜେଜେମା?


ହଁ ରେ ମୋ ଧନ ମାନେ।ତାକୁ ବହୁତ କାଟିଥିବ କାହିଁକିନା ତାର ବି ମଣିଷ ମାନଙ୍କ ପରି ଜୀବନ ଅଛି।


ଆଛା ପିଲାମାନେ ଏଇ ମୋର ଶେଷ ପ୍ରଶ୍ନର ଉତ୍ତର ଦେଇଦିଅଟି ଆମେ ଯିବା ଆଉ ଏକାଠି ମୁରୁଜ ପକାଇବା।ଆଛା କହିଲ ଆମକୁ ଯଦି କିଏ ମାରିବାକୁ ଆସେ ତେବେ ଆମେ କ'ଣ କରିବା?


ଜନି କହିଲା ଆମେ ଦୌଡିକି ସେଠୁ ପଳେଇବା।


ଜୁଲି କହିଲା ମୁଁ ବଞ୍ଚାଅ,ବଞ୍ଚାଅ ବୋଲି ରଡି ଛାଡିବି।


ହଁରେ ଧନ ମାନେ,ଆମ ସମସ୍ତଙ୍କୁ ଆମର ଜୀବନ ବହୁତ ପ୍ରିୟ ଲାଗେ।ଯଦି ଆମ ଜୀବନ ନେବାକୁ କିଏ ଚେଷ୍ଟାକରେ ଆମେ ପ୍ରାଣପଣେ ନିଜକୁ ବଞ୍ଚାଇବାକୁ ଚେଷ୍ଟାକରୁ।


ସେମିତି ପଶୁ,ପକ୍ଷୀ,ଜୀବଜନ୍ତୁ ଯେମିତିକି ମାଛ,କଙ୍କଡା,କୁକୁଡା,ଛେଳି ସମସ୍ତଙ୍କର ଜୀବନ ଥାଏ।ମଣିଷର ଖାଦ୍ୟ ହେବାପାଇଁ ଏମାନଙ୍କୁ ଯେତେବେଳେ ମରାଯାଏ ଏମାନେ କଷ୍ଟରେ ରଡି ଛାଡନ୍ତି।କଥା କହିପାରନ୍ତିନି ସିନା କଷ୍ଟରେ ଚିଲେଇ ଚିଲେଇ ପ୍ରାଣ ହାରି ଦିଅନ୍ତି।ଆଉ ଆମେମାନେ ତାଙ୍କୁ ଖୁସିରେ ଖାଇଦେଉ।


ଓଃ,ଆଉ ଶୁଣିହେଉନି ଜେଜେମା।ଭାରି କଷ୍ଟ ହେଉଛି।କହିଲା ଜନି।ସେତେବେଳକୁ ଜୁଲିର ଆଖି କୋଣରେ ଝଲମଲ ହେଉଛି ଦୁଇଟୋପା ମୁକ୍ତାପରି ବିନ୍ଦୁ।


ଜେଜେମା ପାଖରେ ଜାକି ହୋଇଗଲେଣି ନାତି ନାତୁଣୀ ଦୁଇଜଣ।ଆମେ ନା ଆଉ କେବେବି ନନ୍ ଭେଜ୍ ଖାନା ଖାଇବାକୁ ଜିଦ କରିବୁନି ପ୍ରମିଶ୍।


ଧନମାନେ, ଏଇ ପଞ୍ଚୁକ ପାଞ୍ଚଟି ଦିନ ବି ଯଦି ଲୋକମାନେ ଆମିଷ ଖାଇବା ଛାଡି ଦିଅନ୍ତି ତେବେ କେତେ ନିରୀହ ପ୍ରାଣୀଙ୍କ ଜୀବନ ବଞ୍ଚିଯିବ କହିଲ ପିଲେ।ଆମ ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି।ଆମେ ଯଦି ଜୀବଙ୍କ ପ୍ରତି ଦୟା କରିବା ଭଗବାନ ଆମ ଉପରେ ଖୁସି ହେବେ।ହଁ କି ନାହିଁ ପିଲେ?


ହଁ ଜେଜେମା,ଦୁଇ ଜଣଙ୍କ ମୁହଁରୁ ଏକାଥରେ ଉତ୍ତର ବାହାରିଲା।


ପଛରେ ଚୁପଚାପ ଠିଆହୋଇ ଶୁଣୁଥିବା ଆଉ ଦୁଇଜଣ ମଧ୍ୟ ଏମାନଙ୍କ ହଁ ରେ ହଁ ମିଳୋଉଥିଲେ।



Rate this content
Log in

More oriya story from Minakshi Samal

Similar oriya story from Inspirational