Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Prabhas Kumar mohapatra

Inspirational

3.5  

Prabhas Kumar mohapatra

Inspirational

ପ୍ଲାଜମା ସଂଞ୍ଜିବନୀ

ପ୍ଲାଜମା ସଂଞ୍ଜିବନୀ

6 mins
118


ପାହାଡି ଇଲାକାର ପାଦ ଦେଶରେ ଗୋଟିଏ ଛୋଟ ଗାଁ ଟିଏ ଥାଏ କହିବାକୁ ଗଲେ ନିପଟ ମଫସଲ । ସେ ଗାଁ ରେ ଦାନ ମାଝି ନାମରେ ଜଣେ କୃଷକ ଓ ତାର ପତ୍ନୀ ସୁଲୋଚନା ଏକ ଚାଳ କୁଡ଼ିଆରେ ବାସ କରନ୍ତି । ଦାନ ମାଝି ପ୍ରତ୍ୟେକ ଦିନ ବଡ଼ି ଭୋରରୁ ଉଠି କ୍ଷେତ କଥା ବୁଝିବାକୁ ଯାଏ। କାହିକିଁ ନା କ୍ଷେତରେ ଫଳ ଫଳିଲେ ଯାଇ ଦୁଇ ପ୍ରାଣୀଙ୍କ ଙ୍କ ମୁହଁରେ ଆହାର ପଶିବ ପଶେ । ତେଣୁ ସେ ପ୍ରତ୍ୟେକ ଦିନ ଆଗ କ୍ଷେତ ତାପରେ ଯାହା । ଦିନକର ଘଟଣା ଦିନେ ଦାନ ମାଝି କ୍ଷେତ କାମ ସାରି ହାଟ କୁ ବାହାରିଲା ପରିବା ଆଣିବା ପାଇଁ ମାତ୍ର ସେ ଜାଣିନି କରୋନା ରୋଗ କଣ କାହିଁକି ହୁଏ କେମିତି ହୁଏ । ଯାହା ସମଗ୍ର ବିଶ୍ୱକୁ ନାକେଦମ୍ କରିସାରିଲାଣି । ମାତ୍ର ସେ ତ ମୂରୁଖ ଲୋକ ନା ଦୁଇ ଅକ୍ଷର ପଢିଛି ଯେ ଜାଣିବ । ସେ ସେମିତି ଖଣ୍ଡିଏ ବ୍ୟାଗ୍ ଧରି ଚାଲିଲା ହାଟକୁ ସେଠି ପ୍ରବଳ ଜନଗହଳି କାରଣ ସପ୍ତାହକୁ ଥରେ ହାଟ ଯାହାକୁ ସମସ୍ତେ ଚାହିଁ ରହିଥାନ୍ତି । ଦାନ ମାଝି ହାଟରୁ ପରିବା କିଛି ନେଇ ଘରକୁ ଆସିଲା । ତାପରେ ସୁଲୋଚନା ଓ ଦାନ ମାଝି ଖାଇ ପିଇ ଶୋଇଲେ କିନ୍ତୁ ଅଚାନକ କାହିଁକି ରାତିରେ ଦାନ ମାଝି କୁ ପ୍ରବଳ ଥଣ୍ଡା ହେଇଗଲା କାଶି କାଶି ନାକେଦମ ଏପଟେ ଗଳା ଶୁଖି ଯାଉ ଥାଏ ।ଶ୍ୱାସ କ୍ରିୟା ବେଳେ କଷ୍ଟ ଲାଗିଲା। ବହୁତ୍ ହାଲିଆ ତାକୁ ଲାଗୁଥାଏ । ସୁଲୋଚନା କୁ କହୁଥାଏ ବିଲରୁ କାମ କରି ଆସିଲେ ବି ମୋତେ ଏତେ ହାଲିଆ ଲଗେନି ଆଜି ଯେମିତି ଲାଗୁଛି। ସକାଳକୁ ଦେଖ ତ ଦାନ ମାଝି ଦେହ ଜର ରେ ଖଇ ଫୁଟୁଛି ଯାଉଛି। ଦାନ ମାଝି ପୁରା ଭାଙ୍ଗି ପଡୁଥାଏ । ସୁଲୋଚନା ଗେରସ୍ତ (ସ୍ବାମୀ)ର ଏପରି ଅବସ୍ଥା ହେବାର ଦେଖି କଣ କରିବ କଣ ନାଇ କିଛି ଭାବି ପାରୁ ନଥାଏ । କିଛି ବୁଦ୍ଧି ବାଟ ନ ପାଇ ସଙ୍ଗେ ସଙ୍ଗେ ଗାଁ ପାଖରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଗଲା । ସେଠାରେ ରୋଗୀର ଲକ୍ଷଣ ଦେଖି ଡାକ୍ତର ତୁରନ୍ତ ପଠାଇ ଦେଲେ କଟକ ବଡ଼ମେଡ଼ିକାଲ କୁ ମାତ୍ର ବୁଢ଼ୀ ସୁଲୋଚନା କଣ ବା ଜାଣିଛି ମାତ୍ର ଗୁମୁରି ଗୁମୁରି ହୋଇ କାନ୍ଦୁଛି ମାେ ଗେରସ୍ତ ଏ କଣ ହେଲା ଯେ ଆମ ଡାକ୍ତର ର ଡାକ୍ତର ସିଧା ସହରକୁ ପଠେଇ ଦେଲେ । ହେ ଭଗବାନ୍ ତୁମେ ଏ କଣ କଲ ବୁଢ଼ୀ ବାହୁନି ବାହୁନି କାନ୍ଦୁ ଥାଏ । ଏପଟେ ଡାକ୍ତର ତା ଗେରସ୍ତ କୁ ଛୁଇଁବାକୁ ମନା କଲେ । କହିଲେ କରୋନା ଲକ୍ଷଣ ପରି ଲାଗୁଛି । ସେ ଏବେ କରେନ୍ ଟାଇନ୍ ସେଣ୍ଟର ରେ ରହିବେ । ତାଙ୍କର ସ୍ଵାବ୍ ପରୀକ୍ଷା ହୋଇ ଆସିଲେ ଯାହା ଜଣା ପଡ଼ିବ କଣ ହୋଇଛି । ତା ପରେ ସ୍ୱାବ୍ ପରୀକ୍ଷା ହୋଇ ଆସିଲା ଆଉ ସେଥିରୁ ଜଣା ପଡିଲା କି ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଛି । ଆଉ ତାଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ୍ ୱାର୍ଡ କୁ ନେଇଗଲେ । ଆଉ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା ଡାକ୍ତର ଦେଖିଲେ ଦିନକୁ ଦିନ ଚିକିତ୍ସା କଲେ ମଧ୍ୟ ରୋଗୀର ଅବସ୍ଥା ଗୁରୁତର ହେବାକୁ ଲାଗିଛି । ତେଣୁ ସେ ସଙ୍ଗେ ସଙ୍ଗେ ଯାଇ ବୁଢ଼ୀ ମାଉସୀ ( ସୁଲୋଚନା) କୁ କହିଲେ ଆପଣ ଯେତେ ଶୀଘ୍ର ପାରିବେ ପ୍ଲାଜମା ଯୋଗାଡ଼ କରି ଆଣନ୍ତୁ ନଚେତ୍ ରୋଗୀକୁ ବଞ୍ଚାଇବା ଅସମ୍ଭବ ହୋଇଯିବ । ବୁଢ଼ୀ ତ ମୁରୁଖ ଲୋକ ପ୍ଲାଜମା କଣ। କଉ ଦୋକାନରେ ମିଳିବ ଡାକ୍ତର ବାବୁ ଙ୍କୁ ପଚାରିଲା । ଡାକ୍ତର ବାବୁ କହିଲେ ଏହା କଉ ଦୋକାନରେ ମିଳେ ନାହିଁ ଏହା କେବଳ ରକ୍ତ ଭଣ୍ଡାରରେ ମିଳେ ମାତ୍ର ଏବେ ଏହା ରକ୍ତ ଭଣ୍ଡାରରେ ନାହିଁ କାହିକିଁ ନା ଏ ପ୍ଲାଜମା ଜଣେ କରୋନା ସଂକ୍ରମଣ ରୁ ଭଲ ହୋଇଥିବା ରୋଗୀ ଠାରୁ କେବଳ ନେଇ ଅନ୍ୟ ଜଣେ ରୋଗୀ କୁ ସୁସ୍ଥ କାରା ଯାଇ ପାରିବ କାରଣ ସେ ରୋଗୀ ର ପ୍ଲାଜମା ରେ କରୋନା ଭୂତାଣୁ ସହ ଲଢିବା ର କ୍ଷମତା ରହି ଥାଏ ଯାହା ଫଳରେ ସେ କରୋନା ସହ ଲଢ଼ି ସୁସ୍ଥ ହୋଇ ଛନ୍ତି ତାଙ୍କ ଠାରୁ ହିଁ ଆଣନ୍ତୁ । ବିଚରା ବୁଢ଼ୀ ମାଉସୀ ( ସୁଲୋଚନା) ଚାରି ଆଡେ଼ ବୁଲି ଖୋଜିଲା କେତେ କାହାର ଗୋଡ଼ ତଳେ ପଡି ନେହୁରା ହେଲା । କିଏ ବା କାହିଁକି ଦେବ କଣ ନିଜ ଲୋକ ହୋଇଛି ଯେ ସାହାଯ୍ୟ କରିବେ । କିଏ କହିଲା ମୁଁ ଏବେ ସୁସ୍ଥ ହୋଇ ଫେରିଛି ମୁଁ ଦେଇ ପାରିବି ନାହିଁ । ପୁଣି କିଏ ସଫା ସଫା ମନା କରିଦେଲା । ମାତ୍ର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ସୁଲୋଚନା ପାଇଲା ନାହିଁ। ସେଇଠୁ ବୁଢ଼ୀ(ସୁଲୋଚନା) କାନ୍ଦି କାନ୍ଦି ଚାଲି ଥାଏ । ବୁଢ଼ୀର ଏପରି କାନ୍ଦିବାର ଦେଖି ଜଣେ ଦରଦୀ ମଣିଷ ନାମ ତାଙ୍କର ଈଶ୍ୱର ବାବୁ ପଚାରିଲେ ମାଉସୀ ଆପଣଙ୍କର କଣ ହୋଇଛି ଆପଣ ଏମିତି କାନ୍ଦୁଛନ୍ତି କାହିଁକି । ବୁଢୀଟି ଈଶ୍ୱର ବାବୁ ଙ୍କୁ କହିଲା ବାପା ରେ ମାେ ଗେରସ୍ତ(ସ୍ବାମୀ) ଡାକ୍ତର ଖାନାର ସେଇ ଜଉ ନୂଆ ରୋଗ ଆସିନି ସେଇ ୱାର୍ଡ ରେ ଭର୍ତ୍ତି ହୋଇଛି । ଈଶ୍ୱର ବାବୁ କହିଲେ କଣ ମାଉସୀ କରୋନା ୱାର୍ଡ ମାଉସୀ ଜଣଙ୍କ କହିଲା ହଁ ରେ ବାପା ସେଇ କରୁଣା ହୋଇଛି । ସେ ରୋଗ ମୋତେ କମ ନାକେଦମ୍ କଲାଣି ମୁଁ କାହା ଗୋଡ଼ ହାତ ନ ଧରିଛି କେତେ ମିନତି ନ ହୋଇଛି ମାତ୍ର କେହି ମାେ ଦୁଃଖ ଶୁଣିଲେନି । ସମସ୍ତେ ମୁହଁ ଫେରାଇ ନେଲେ ଏପଟେ ଡାକ୍ତର ବାବୁ କହିଲେ ପ୍ଲାଜମା ଦେଲେ ତୁମ ସ୍ବାମୀ ସୁସ୍ଥ ହୋଇ ପାରିବେ ନଚେତ୍ କିଛି କହି ହେବନି । ମୁଁ କଣ କରିବି କହରେ ବାପା ସେ ମୋର ଏକା ସାହା ଭରଷା ତାର କିଛି ହେଇଗଲେ ମୁଁ ବଂଚି ପାରିବିନି ରେ ବାପା। ସେଇଠୁ ଈଶ୍ୱର ବାବୁ କହିଲେ ମାଉସୀ ତୁମର କିଛି ବ୍ୟସ୍ତ ହେବାର ଦରକାର ନାହିଁ। ଚାଲ ମୁଁ ତୁମ ସ୍ବାମୀଙ୍କୁ ପ୍ଲାଜମା ଦେବି ମୁଁ ଏଇ କିଛି ଦିନ ହେବ କରୋନା ରୋଗରୁ ଭଲ ହୋଇ ଫେରିଛି । ଆଉ ମୋ ପ୍ଲାଜମା ଯଦି ତୁମ ସ୍ୱାମୀର କାମରେ ଲାଗିବ ମୁଁ ବହୁତ୍ ଖୁସି ହେବି । ସେଇଠୁ ବୁଢ଼ୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା କହିଲା ପୁଅ ତୁ ସତରେ ପ୍ଲାଜମା ଦେବୁ ମାେ ଗେରସ୍ତ କୁ , ତୁ ତାକୁ ଭଲ କରି ଦେବୁ । । ଈଶ୍ୱର ବାବୁ କହିଲେ ହଁ ମାଉସୀ ମୁଁ ଦେବି ବ୍ୟସ୍ତ ହୁଅନି । ବୁଢ଼ୀ ମାଉସୀ କହିଲା ତୁ ମଣିଷ ନୁହେଁ ମଣିଷ ରୁପି ଈଶ୍ୱର ରେ ବାପା ।ଭଗବାନ୍ ତୋତେ କୋଟି ପରମାୟୁ ଦିଅନ୍ତୁ ରେ ବାପା, ଯଦି ତୋ ଭଳି ସମସ୍ତେ ଦାନ କରନ୍ତେ ତାହାଲେ କେତେ କାହାର ଗେରସ୍ତ , ପୁଅ ଝିଅ , ନିଜ ଲୋକ ବଞ୍ଚି ଯାନ୍ତେ ରେ । ମାତ୍ର କେହି ଦେଉ ନାହାନ୍ତି । ବାପାରେ ତୁ ସିନା ଦେବୁ କିନ୍ତୁ ତୋର କିଛି କ୍ଷତି ହବନି ତ, ଈଶ୍ୱର ବାବୁ କହିଲେ ନା ମାଉସୀ କିଛି ବି ହେବନି ମୁଁ ତୁମକୁ ବୁଝେଇ ଦେଉଛି କିଏ ପ୍ଲାଜମା ଦେଇ ପାରିବେ ଆଉ କିଏ ଦେଇ ନ ପାରିବେ ।

ପ୍ଲାଜମା ଥେରାପି କ’ଣ ? ମାଉସୀ ଜାଣିଛ ।

ମାଉସୀ (ସୁଲୋଚନା)- ମୁଁ ତୋ ମୁରୁଖ ଲୋକ ଜାଣିବି କେମିତି କହିଲୁ ।

ଈଶ୍ୱର ବାବୁ - ମୁଁ କହୁଛି ଶୁଣ ମାଉସୀ ପ୍ଲାଜମା ଥେରାପି କଣ?

ଯେଉଁମାନେ କୋଭିଡ-୧୯ରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରକ୍ଷା ବିକାଶ କରନ୍ତି, ଯାହାକୁ ଆଣ୍ଟିବଡି ବୋଲି କୁହାଯାଏ । ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରୁ ସ୍ବତନ୍ତ୍ର ମେସିନ୍ ସହାୟତାରେ ରକ୍ତରୁ ପ୍ଲାଜ୍‌ମାକୁ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଏହାକୁ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ, ଯାହାକି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।ତେବେ ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କରୋନାରୁ ମୁକ୍ତ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। 

କେଉଁମାନେ ପ୍ଲାଜମା ଦାନ କରି ପାରିବେ ନାହିଁ ? 

କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ ୬୦-୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ। ସେହିଭଳି ମଧୁମେହ କିମ୍ବା ହାଇପରଟେନସନ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ।ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ଦୀର୍ଘଦିନ ଧରି କିଡନି, ହାର୍ଟ, ଲଙ୍ଗ୍ ଏବଂ ଲିଭରଜନିତ ରୋଗ ମଧ୍ୟ ନ ଥିବା ଆବଶ୍ୟକ । କେବଳ ସେତିକି ନୁହେଁ, ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତତ୍ତ୍ବ ଭଲ ଥିବା ସହିତ ତାଙ୍କର ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବା ଆବଶ୍ୟକ।ସେହିଭଳି ‌ହେମୋଗ୍ଲୋବିନ୍ ସ୍ତର ମଧ୍ୟ ୮ରୁ ଅଧିକ ରହିଥିବା ଉଚିତ। ମହିଳାଙ୍କ ଦୃଷ୍ଟିରୁ ଦେଖିଲେ ସେମାନେ କଦାପି ଗର୍ଭବତୀ ହୋଇ ନ ଥିବା ଆବଶ୍ୟକ ‌ଓ ସେମାନଙ୍କ ଆଣ୍ଟିବଡିସ୍ତର ମଧ୍ୟ ଭଲ ଥିବା ଉଚିତ। ଏହି ଥେରାପିର ଏକ ଭଲଦିଗ ହେଲା ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡ଼ିଥାଏ।୧୫ ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବା ସୁଯୋଗ ରହିଛି।

ବୁଢ଼ୀ ମାଉସୀ ପଚାରୁଛି କଣ ପାଇଁ ଗର୍ଭବତୀ ମହିଳା ପ୍ଲାଜମା ଦେଇ ପାରିବେ ନାହିଁ ରେ ପୁଅ ?

ମାଉସୀ ଗର୍ଭବତୀ ହୋଇଥିବା ମହିଳା ପ୍ଲାଜମା ଦାନ ନ କରି ପାରିବାର କାରଣ ହେଉଛି , ଗୋଟିଏ ଶିଶୁର ଦେହରେ ଉଭୟ ବାପା ଓ ମାଆଙ୍କ ଜିନୀୟ ଉପାଦାନ ରହିଥାଏ। ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଅନ୍ତି ସେତେବେ‌ଳେ ତାଙ୍କଠାରେ ସ୍ବାମୀଙ୍କ ଜୀନୀୟ ଉପାଦାନ (ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍‌) ବିରୋଧରେ ଆଣ୍ଟିବଡିର ବିକାଶ ହୋଇଥାଏ। ତେଣୁ ରକ୍ତଦାନବେଳେ ଏଚଏଲଏ ଆଣ୍ଟିବଡି ଫୁସଫୁସ ନଷ୍ଟ ଭଳି କେତେକ ସମସ୍ୟା ସୃଷ୍ଟି କରିଥାଏ। କୋଭିଡ-୧୯ ରୋଗୀଙ୍କ ଫୁସଫୁସ୍ ପୂର୍ବରୁ ଦୁର୍ବଳ ହୋଇସାରିଥିବାରୁ ଗର୍ଭବତୀ ମହିଳାଙ୍କ ପ୍ଲାଜମା ନେଲେ ଏହା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତେଣୁ ଗର୍ଭବତୀ ମହିଳାଙ୍କଠାରୁ ପ୍ଲାଜମା ନିଆଯାଇ ନଥାଏ । ବୁଝିଲ ମାଉସୀ ଏବେ କେହି ନ ଦିଅନ୍ତୁ ମାତ୍ର ମୁଁ ଜଣେ ମଣିଷ ହିସାବରେ ଆଉ ଜଣେ ମଣିଷ ଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ ଏମିତି ରେ ବି ମୁଁ ନିୟମ ଅନୁସାରେ ପୁରା ସୁସ୍ଥ ଅଛି ତେଣୁ ମୁଁ ମୋର ପ୍ଲାଜମା ମଉସା (ଦାନ ମାଝି) ଙ୍କୁ ଦେଇ ପାରିବି । ଆଉ ମୁଁ ମାଉସୀ ଖାଲି ଆପଣଙ୍କୁ ସାହାଯ୍ୟ କରୁନି ବରଂ ଈଶ୍ୱରଙ୍କୁ ସାହାଯ୍ୟ କରୁଛି କାରଣ ଆମ ଭାଗବତ ପରା କହେ ସକଳ ଦେହେ ନାରାୟଣ । ତେଣୁ ମୁଁ ଆପଣଙ୍କ ସ୍ବାମୀ ଙ୍କୁ ଖାଲି ପ୍ଲାଜମା ଦେଉନି ବରଂ ଈଶ୍ୱର ଙ୍କୁ ହିଁ ମାେ ଦେହର ପ୍ଲାଜମା ଦେଇ ସୁସ୍ଥ କରିବି ଏହା ମାେ ପାଇଁ ଅତ୍ୟନ୍ତ ସୌଭାଗ୍ୟ ର କଥା । ଚାଲ ମାଉସୀ ଚାଲ ଆଉ ଡେରି କର ନାହିଁ । ସେଇଠୁ ଈଶ୍ୱର ବାବୁ ପ୍ଲାଜମା ଦେଇ ଦାନ ମାଝି କୁ ଭଲ କରି ଦେଲେ । ଆଉ ବୁଢ଼ା ବୁଢ଼ୀ ଦୁଇ ଜଣ ଜଣ ଖୁସିରେ ଘରକୁ ଫେରିଲେ ।


   ପରିଶେଷରେ ଏତିକି କହିବି ଯେ ଯେଉଁ ଭାଇ ଭଉଣୀ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନେ ଯଦି ପ୍ଲାଜମା ଦାନ କରନ୍ତେ ତୋ ତାଙ୍କ ପରି ଅନେକ ରୋଗୀ ମୃତ୍ୟୁ ମୁଖରେ ନ ପଡି ଭଲ ହୋଇ ଘରକୁ ଫେରନ୍ତେ । ପୁଣି ଗୋଟିଏ ପରିବାର ମୁହଁରେ ହସ ଫେରି ପାରନ୍ତା । ଆଉ ଖୁବ୍ ଶୀଘ୍ର ଆମ ଦେଶ କରୋନା ମୁକ୍ତ ଦେଶ ପାଲଟି ପାରନ୍ତା ।


Rate this content
Log in

More oriya story from Prabhas Kumar mohapatra

Similar oriya story from Inspirational