Sanjya Tripathy

Classics

3  

Sanjya Tripathy

Classics

ପକେଟ ମାର

ପକେଟ ମାର

3 mins
185



ସ୍ଵାଧୀନତା ପରବର୍ତ୍ତୀ ସମୟର କଥା । କଟକର ବିଡନାସୀ ଅଂଚଳରେ ରହୁଥିଲା ରାଘବ । ବାପ ଗାଁଙ୍କ ଗୋଟିଏ ସନ୍ତାନ କୁଳପ୍ରଦୀପ ବୋଲି ଅଯାଚିତ ସ୍ନେହ ଓ ଅମାପ ମମତାରେ ଗାଁ ପାଳିଥିଲେ । ତାଙ୍କ ଏକୋଇର ବଳା ବିଶିକେଶନକୁ । ଏମିତି ଅଂଧ ପୁତ୍ର ପ୍ରେମ ଯେ ଗୁଣମଣିଙ୍କର ସମସ୍ତ ଖରାପ ଅଭ୍ୟାସ ଯେମିତିକି ଚୋ କ୍ଲାସ ମିସ୍କ ରି ସିନେମା ଦେଖିଯିବା ପ୍ରଭୃତି ଖରାପ କର୍ମ ଗୁଡିକ ପ୍ରତି ଆଖିବୁଜି ଦେଇଥିଲେ ରାଘବର ନାଁ ।

ବୟସ ବଢ଼ିବା ସଂଗେ ସଂଗେ ରାଘବର ଖରାପ ପ୍ରବୃତ୍ତି ଗୁଡିକ ମଧ୍ୟ ସୀମା ଲଂଘନ କଲା ସେ କଟକର ଜନଗହଳି ଅଂଚଳମାନଙ୍କରେ ଲୋକଙ୍କ ପକେଟ୍ ମାରି ବସିଲା । ଯେତେଦିନ ଧରା ପଡୁ ନଥିଲା ସବୁ ଠିକ୍ ଠାକ୍ ଥିଲା । କିନ୍ତୁ ଚୋର ପାଇଁ ଘର ଅଂଧାର ରହେନି ସଦାବେଳେ । ଦିନେ ଭିଡ ଭିତରେ ବ୍ରେଡ ଚଳେଇ ପକେଟ୍ ମାରୁ ମାରୁ ଆଉ ଜଣେ ଲୋକ ଦେଖି ପକାଇଲା ଓ ଖପ କିନା ରାଘବର ହାତକୁ ଧରି

ପକାଇ ଚୋର ଚୋର ବୋଲି ରଡି ସଂଗେ ସଂଗେ ସେଠି ଭିଡ

ସମବେତ ହୋଇଗଲେ ଏବଂ ରାଘବକୁ ନେଇ ନିକଟସୁ ଥାନାରେ ପୋଲିସ ଜିମା ଦେଲେ । ଖବର ପାଇ ରାଘବର ବାପା ମା ଦୌଡି ଆସିଲେ ଥାନାକୁ ଓ କିଛି ଅର୍ଥ ଫାଇନ ଦେଇ ଥାନା ବାନଂକ ସାମନାରେ କାକୁତି ମିନତୀ ହେବାରୁ ଦୟା ବଶ ହୋଇ ଥାନା ବାବୁ ରାଘବକୁ ଛାଡି ଦେଲେ ଗୋଟିଏ ହାତଲେଖା ହଲପ ନାମ ବିନିମୟରେ ଯେ- ଭବିଷ୍ୟତରେ

ଏପରି କଲେ ଆଇନ ଅନୁଯାୟୀ ଜଡିତ ହେବାକୁ ।

ରାଘବ ଘରକୁ ଫେରି ଦେଖିଲା- ତାର ନବବିବାହିତ ସ୍ତ୍ରୀ ଗୁମସୁମ ହୋଇ ଘର କୋଣରେ ପଡି ରହିଛି ନିର୍ବେଦ, ଭାବଲେଶହୀନ ଚେହେରା ନେଇ । ରାତ୍ରି ଭୋଜନ ସରିବା ପର୍ଯ୍ୟନ୍ତ ରାଘବର ସ୍ତ୍ରୀ ତା ସହିତ କଥା ହେଲା ନାହିଁ । ତା ପରେ ଶୋଇବାକୁ ଗଲା ବେଳେ କହିଲା- ମୋ ଦେହ ଭିତରେ ତୁମର ଅଂଶ ବଢ଼ି ଚାଲିଲାଣି ସେ ଧରାପୃଷ୍ଟକୁ ଆସି ନ ଦେଖୁ ଯେ ତା ବାପା ଜଣେ ପକେଟ ମାର- ମାର୍କାମରା ଅପରାଧୀ । ସୁତରାଂ ମୁଁ ମନସ୍ଥ କରିଛି- କାଲି ସକାଳୁ ବଡି ଭୋରରୁ ମୋ ମା ଘରକୁ ପଳେଇବି କାରଣ ତୁମର ଅପରାଧର ଛାୟା ତା ଉପରେ ପଡୁ, ଏହା ମୁଁ କଦାପି ବରଦାସ୍ତ କରି ପାରିବି

ନାହିଁ । ଏମିତି ସ୍ଥିତିରେ ରାଘବ ବା କଣ କହିବ ? ବାଷ୍ପରୁଦ୍ଧ କଂଠରେ କହିଲା- ତୁମ ଇଚ୍ଛାକୁ ମୁଁ ସମ୍ମାନ ଦେଉଛି । ବାପା ମୀଙ୍କ ଚିତା ତମେ କରନି । ମୁଁ ସେମାନଙ୍କ ଭଲଭାବେ ବୁଝାଇ ଦେବି ଯେ ମୋର ଆଗାମୀ ସଂତାନର ଲାଳନପାଳନ ପାଇଁ ଏଇଟା ପ୍ରକୃଷ୍ଟ ସ୍ଥାନ ନୁହେଁ । ୟା ପରେ କାଠଯୋଡିରେ ଅନେକ ପାଣି ବହି ଗଲାଣି । ପଚିଶଟି ବସଂତ ଅତିକ୍ରୀ ହେବା ପରେ ରାଘବର ବାପା ମା ଆଉ ଇହଧାମରେ ନାହାନ୍ତି । ରାଘବ କିନ୍ତୁ ତାର ପୁରୁଣା ଅଭ୍ୟାସ ଛାଡି ନାହିଁ । ଏବେ

ବି ଚୋରି, ପକେଟ ମାରି କରି ତାର ଗୁଜରାଣ ମେଟାଉଛି । ତା

ସ୍ତ୍ରୀ ଓ ପୁତ୍ର ସେହି କଟକ ସହରରେ ତୁଳସୀପୁର ଠାରେ ଥିବା ତା ଶ୍ବଶୁର ଘରେ ରହୁଛନ୍ତି । ରାଘବ ଶୁଣିବାକୁ ପାଉଛି ତା ପୁଅ ଗୋଟିଏ ବଡ ସରକାରୀ ଚାକିରୀ ପାଇଛି । କିନ୍ତୁ ଏ ଯାଏ ତା ପୁଅକୁ ସେ ଦେଖିନି । ବିଧିର ବିଧାନ ବିଚିତ୍ର । ପୁଣି ଥରେ ଜୟଶ୍ରୀ ଟକିଜ୍ ଟିକେଟ୍ କାହ୍ୟଟର ସାମନାରେ ରାଘବ ଜଣେ ଯୁବକର ପକେଟ କାଟିଲା । ଭିଡ ଭିତରେ ପିଲାଟି ବି ଜାଣି ପାରିଲାନି କି ରାଘବ ବି ଧରା ପଡିଲା ନାହିଁ । ପର୍ସ ଦେଖି ରାଘବ ଉତଫୁଲ୍ଲିତ । ନଗଦ ପାଂଚ ହଜାର କା କ୍ୟାସ ।

ସେ ଦିନ ରାଘବ ମନସ୍ଥ କଲା- ଆଜି ଯେମିତି ହେଲେ ତୁଳସୀପୁର ଯାଇ ତା ପୁଅକୁ ଟିକିଏ ଦେଖି ଆସିବି । ତା ଘର ପାଇଁ ମିଠା କେଜିଏ। ନେଇ ସେ ଗୀତବ୍ୟ ପଥରେ ଆଗେଇଲା । ସେ ଅଂଚଳରେ ପହଂଚି ଲୋକଂକୁ ପଚରାଉଚରା କରି ରାଘବ ତା ସ୍ତ୍ରୀର ଘର ଠାବ କଲା । ଘର ସାମନାରେ ପହଂଚି ଦେଖୁଲା- ଘର ଭିତରୁ ତା ସ୍ତ୍ରୀର କ୍ରନ୍ଦନ କଥୋପକଥନ । ଜଣେ ଯୁବକ ତାକୁ କହୁଛି- ଗାଁ ଆଜି ଜୟଶ୍ରୀ ଟକିଜ ଯାଇଥିଲି ଫାଷ୍ଟ ସୋର ଟିକେଟ ଦୁଇଟା ଆଣିବା ପାଇଁ । ଟିକେଟ ପାଇଁ ପଇସା ଦେବା ପାଇଁ ପର୍ସ ଖୋଜିଲା ବେଲକୁ ଦେଖିଲି କିଏ ଜଣେ ପକେଟ ମାରି ନେଇଛି । ହଉ ତୁ ବେଶୀ କ୍ୟାଦନା । ଆଜି ନ ହେଲେ କଣ ହେଲା- କାଲି ଆମେ ସିନେମା ଦେଖିବାକୁ ଯିବା । ରାଘବର ପାଦତଳୁ ପୃଥିବୀ ଖସିଗଲା । ତା ଫୁଡ ଗୋଳମାଳ ହୋଇଗଲା । ଶେଷରେ ନିଜ ପୁଅର ପକେଟ ମାରିଲି । ସେ ଏକମୁହାଁ ହୋଇ ଥାନାକୁ ଗଲା ଓ ସେଠାରେ ନିଜର ଅପରାଧ ସ୍ବୀକାର କରି କା ବି ଫେରସ୍ତ ଦେଲା । ଥାନା ବାବୁ କାଗଜପତ୍ର କରି ଚାଲିଲେ ରାଘବକୁ କୋର୍ଟ ଚାଲାଣ କରିବା ପାଇଁ । କାଳକ୍ରମେ ରାଘବର ବିଚାର ହେଲା ଓ ସ୍ୱଇଚ୍ଛାରେ ଦୋଷ ମାନି ଆମ୍ବାସମର୍ପଣ କରିଥିବାରୁ

ଚେତାବନୀ ସହ କୋର୍ଟ ତାକୁ ମୁକ୍ତି ଦେଲା । କିନ୍ତୁ ମୁକ୍ତ ରାଘବ ଏବେ ତା ଆତ୍ମାର ଦଂଶନରେ ବ୍ୟସ୍ତ ବିବ୍ରତ ।

ଆଉ ତ କୌଣସି ହାଲତରେ ତା ପୁଅକୁ ଦେଖିଯିବାକୁ ତାର ସାହସ ପାଉନି । ଆମ୍ବ ଗ୍ଲାନିରେ ଜର୍ଜରିତ ରାଘବର ଶବ ତା ପରଦିନ ଉଦ୍ଧାର ହେଲା ରେଳଲାଇନରେ । ଚଳନ୍ତା ଟ୍ରେନରେ ତା ଫୁଡ କଟି ଯାଇଛି । ଏହା ଆତ୍ମହତ୍ୟା ନୁହଁ ବରଂ ଇଚ୍ଛାମୃତ୍ୟୁ । କାରଣ ଅପରାଧୀ ନିଜେ ନିଜକୁ ଶାସ୍ତି ଦେଇ ବିଲୀନ ହୋଇଯାଉଛି ଅତଳ ସମୁଦ୍ରରେ- ଅନ୍ୟତ

ଆକାଶରେ । ଆଶା କରିବା- ଏ ଗପ ଶୁଣିଲେ ଆଉ କେତେ ଜଣ ରାଘବ ଅପରାଧ ଛାଡି ଦେବେ ଯେଉଁଥିରେ କି ରାଘବର ବି ପରଲୋକଗତ ଆତ୍ମା ଟିକିଏ ଶାନ୍ତି ପାଇବ ।


Rate this content
Log in

Similar oriya story from Classics