STORYMIRROR

Sunanda Mohanty

Horror Action Thriller

3  

Sunanda Mohanty

Horror Action Thriller

ପିତୃପୁରୁଷ

ପିତୃପୁରୁଷ

3 mins
174


ଜୀବନରେ ଅନେକ ଦେଖି, ଶିଖି, ସହି, ଭୋଗିସାରିବା ପରେ ଏ ସଂସାର ଜଞ୍ଜାଳ ଆଉ ଭଲ ଲାଗୁନଥିଲା, ଏଥର ଆମ ସ୍ୱାମୀ ସ୍ତ୍ରୀ ଭିତରୁ କାହାକୁ ରୋଗ ଲାଗିଲେ ବା କିଏ ଜଣେ ଚାଲିଯାଇ ପଟେ ହେଇଗଲେ କେମିତି ଚାଲିବି ମୁଁ ଯଦି ବଞ୍ଚି ରୁହେ ର ଭାବନା ମତେ ସଦା ଭୟଭୀତ କରେ ଆଖି ଆଗରେ ଆଈ, ବୋଉ, ଶାଶୁ, ଖୁଡ଼ିଶାଶୁ, ବଡ଼ଯା ତଥା ପିଉସୀ ମାନଙ୍କ ସହ ମାମୁଁ ଝିଅ ଅପା, ପିଇସୀ ଝିଅ ଅପା ମାନଙ୍କ ଦୁର୍ଦ୍ଦଶା ଭିତରେ ବୋଉ ର ଦୁଃଖ ଦେଖି ସହି ହୁଏନି, ବାପା ଙ୍କ ପରେ ବାର୍ଦ୍ଧକ୍ୟ ସାଙ୍ଗକୁ ଭୂଲାପଣ ସହ ଅଚିହ୍ନାପଣ ଆମ ସମସ୍ତଙ୍କୁ ମର୍ମାହତ କରୁଥିବା ବେଳେ ମୁଁ ଏଣିକି ମୋ ଭବିଷ୍ୟତ ନେଇ ଆଶଙ୍କିତ ହୋଇପଡେ ତ ସେଦିନ, ମହାଳୟା ଶ୍ରାଦ୍ଧ କାମ ସାରି ଶୋଇବାକୁ ଯାଉଛି ବସର ହର୍ଣ୍ଣ ବାଜିଲା ଘନ ଘନ l


   ଧଡପଡ ହୋଇ ତଳକୁ ଯାଇ ଦେଖେତ ଗୋଟେ ସୁନ୍ଦର ଭିର୍ଣ୍ଣ ବସ ଲାଗିଛି ଦୁଆରେ ଆଉ ବସଟିର ଗନ୍ତବ୍ୟସ୍ଥଳ କୁଆଡେ, ଯିବି କୋଉଠିକୁ , ନାମ କଣ ଇତ୍ୟାଦି ବୁଝିବା ପୁର୍ବରୁ ସତେ ଯେମିତି ମତେ କେହି ଜୋର ଜବରଦସ୍ତ ଉଠେଇଦେଇଥିଲା ଭିତରକୁ ତ ମୁଁ ବ୍ୟସ୍ତ ହୋଇପଡୁଥିଲି ଶାଢ଼ୀ ବଦଳିନି, ଭଲ ଭଲ କାନଫୁଲ, ହାର କି ଚୁଡ଼ି ପିନ୍ଧିନି ତ ମତେ କୁଆଡେ ଏମିତି ଏମିତିରେ ଯିବାକୁ ହେବ, ପୁଣି ମୋ ସଙ୍ଗେ କେହି ବି ନିଜ ଲୋକ ନାହାନ୍ତି l


    ନିଜ ଲୋକ ପରା ଆମେ ଅଛୁ କହିବାରେ ଦେଖିଲି ମୋ ବାପା ଆଉ ତାଙ୍କ ପଛକୁ ପଛ, ଜେଜେ ଆଉ ଜେଜେମା, ଚାରି ପିଇସୀ ଅପା ଓ ଚାରି ପିଇସା ତଥା ପିଇସୀ ଅପା ମାନଙ୍କ ସହ ସେମାନଙ୍କ କିଛି ମୃତ ପୁଅ ଝିଅ ଓ ଜୋଇଁମାନେ ତଥା ମୋ ଆଈ ଅଜା, ପୁଣି ବଡ଼ ମାମୁଁ, ବଡ଼ ମାଇଁ ଆଉ ମଝିଆଁମାମୁଁ ପୁଣି ବଡ଼ ମାମୁଙ୍କ ପୁଅ ଓ ଜୋଇଁ ତ ବାପାଙ୍କୁ କଲବଲ କରି ଚାହିଁବାରୁ ସେ ହାତ ଠାରି ଦେଖେଇଦେଲେ ଯୋଉପଟକୁ ଅର୍ଥାତ ବସଟିର ଆର ପଟକୁ ତ ସେଠାରେ କେବଳ ମୋ ଶାଶୁଘରର ସମସ୍ତ ମୃତକ ଅର୍ଥାତ ଶାଶୁ ଶ୍ବଶୁର, ନଣନ୍ଦ, ଦେଢଶୁର, ନଣଦେଇଙ୍କ ସହ ଯେତେ ଯିଏ ଗଲେଣି ବିଦାୟ ନେଇ ଏ ସଂସାର ରୁ ତ ବାପା ପଚାରୁଥିଲେ କୋଉ ପଟେ ବସିବୁ ମାଆ ତ ମୁଁ ହାତଠାରି ଶାଶୁଘର ପଟ ଲୋକମାନେ ବସିଥିବା ପଟକୁ ହାତ ଦେଖାଇ ସବା ପଛରେ ବସିଥିବା ମୋ ଦାଦାଶଶୁର ଓ ଖୁଡ଼ୀ ଶାଶୁଙ୍କ ନିକଟରେ ବସିପଡ଼ିଲି କାରଣ ସେମାନେ ମୋ ସ୍ୱାମୀଙ୍କୁ ପୁଅ କରିଥିଲେ ତ କେତେ ଆଶା ଥିଲା ତାଙ୍କର ମୋଠୁ କିଛି କର୍ତବ୍ୟ ପାଇଁ ହେଲେ ନା ବଞ୍ଚିଲେ ନା ଯେତିକି ଦିନ ବି ବଂଚିଥିଲେ ମୋ ନିଜ ଶାଶୁଙ୍କ ଜ୍ବାଳା ସହିଲେ, ଏଇ ପରା ଶାଶୁଙ୍କୁ ମୁଁ ମୁଣ୍ଡିଆ ମାରିବା ବେଳକୁ ଏଠି ବି ବସ ରେ କହୁଛନ୍ତି ଦେଵକୀକୁ ମୁଣ୍ଡିଆ ଦରକାର ନାହିଁ ଯଶୋଦାଙ୍କୁ ମାରେ, ତ ମୁଁ ଜଡ଼ସଡ଼ ହୋଇ ଖୁଡ଼ୀ ଶାଶୁଙ୍କ ପାଖରେ ବସିଗଲି ଆଉ ସେ ଚିରାଚରିତ ନିର୍ଲିପ୍ତ ହସ ଟିଏ ହସିଦେଲେ ଆଉ ସନ୍ତର୍ପଣ ରେ ମୁଁ ବାପାଙ୍କୁ ଚାହେଁ ତ ସେ ହାତ ର ପାପୁଲି ହଲାଇ ଚିରାଚରିତ ଢଙ୍ଗରେ ବ୍ୟସ୍ତ ହୁଅନା କହି ଠାରି ତଳକୁ ଦେଖିବାକୁ କହିଲେ ତ ମୁଁ ଏଵେ ଜାଣିଲି ଏଇଟା ବସ ନୁହେଁ ବ୍ୟୋମଯାନ l


   ତଳେ କାହାର ଜୁଇ ଜଳୁଥିଲା ଆଉ ଚାରିପଟେ ମୋ ସ୍ୱାମୀ ପୁଅ ଝିଅ ସହ ମୋ ଟିକି ନାତୁଣୀ ତା ସ୍ଵଭାଵ ସୁଲଭ ଭଙ୍ଗୀରେ ହାତ ପାପୁଲିର ବିଶି ଆଙ୍ଗୁଠି ଦେଖାଇ ଆ.. ଈ, କହୁଥିଲା ତ ଝିଅ ମୋର ତା ହାତ ଭିଡ଼ିନେଇ ସମସ୍ତଙ୍କ ସହ କାନ୍ଦୁଥିଲା, ଆରେ ଆରେ ମୋ ସବୁ ଭାଇ ଭଉଣୀ ଆଉ ତାଙ୍କ ପିଲାମାନେ ବି ଉପସ୍ଥିତ, ଆରେ ଆରେ ମୋ ସ୍ବାମୀଙ୍କ ପଟର ଯେତେ ସବୁ ମୋ ନିଜ ଲୋକ ଭଣଜା ଭାଣିଜୀ ନଣନ୍ଦ ନଆନନ୍ଦେଇ, ପୁତୁରା ସମସ୍ତେ ତ ସେଠି, ମୁଁ କିଛି ବୁଝି କିଛି ନବୁଝି ବାପାଙ୍କୁ କେତେ କଣ ପଚାରିଥିଲି ଆଉ ବାପା କେବଳ ଆଙ୍ଗୁଠିରେ ଚୁପ ରାହିବାକୁ ନିର୍ଦେଶ ଦେଉଥିଲେ l


   ସମ୍ଭାଳି ପାରିଲିନି ବାପାଙ୍କୁ କହିଚାଲିଲି, ବାପା ମୋ ସ୍ବପ୍ନ ରହିଗଲା ଅପୂରଣୀୟ, କଣ ଆଉ ତୋ ସ୍ବପ୍ନ, ପୁଅ ଝିଅ ବାହାକଲୁ, ନାତୁଣୀ ଦେଖିଲୁ, ନାଇଁ ବାପା, ତୁମ ଆର୍ଶିବାଦରେ ତଥା ତୁମ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଲେଖାଲେଖି କରୁଥିଲି, ଆଉ ଆଶା ଥିଲା, ମୋ କବିତାସଂକଳନ କି ଗଳ୍ପ ସଂକଳନ ପାଇଁ ବିଶେଷ ଭାବେ ସମ୍ବର୍ଦ୍ଧିତ ହୁଅନ୍ତି ବା କିଛି ସ୍ୱତନ୍ତ୍ର ସମ୍ମାନ ପାଆନ୍ତି, ତ ବାପା ପୁଣି ହାତ ଠାରି ଦେଖିବାକୁ ନିର୍ଦ୍ଧେଶ ଦେଲେ ତଳକୁ ତ ଚାହିଁ ଦେଖେ ଗୋଟେ ବିରାଟ ସୁସଜ୍ଜିତ ସାହିତ୍ୟ ମଞ୍ଚର ସାମୀଆନାରେ ମୋ ନାମ ଲେଖାଯାଇଛି, "ରେବା ମହାନ୍ତିଙ୍କ ସ୍ମୃତିରେ "ଆଉ କେତେ କଣ କାର୍ଯ୍ୟକ୍ରମ ପରେ ମାରୋଣତ୍ତୋର ସାହିତ୍ୟ ସମ୍ମାନ ମୋ ସ୍ୱାମୀ ନେଉଥିଲେ ଆଉ ତାଙ୍କ ସହିତ ମୋ ପରିବାରର ସଦସ୍ୟ ମାନେ ସମ୍ବର୍ଦ୍ଧିତ ହେଉଥିଲେ, ମୁଁ ତାଳି ମାରି ଇଉରେକା, ଇଉରେକା କହୁଥିଲି ତ ମୋ ଖୁଡ଼ୀ ଶାଶୁ ମତେ ସେଥିରୁ ନିବୃତ୍ତ କଲେ, ତଥାପି ମୁଁ ଚୁପ ଚୁପ ମୋ ବାପାଙ୍କୁ ପଚାରିଥିଲି, ବାପା ବୋଉକୁ ଟିକେ ଦେଖିଥାନ୍ତି, ଦେଖୁନୁ କହି ପୁଣି ତଳକୁ ଠାରି ଦେଲେ ବାପା, ତ ବୋଉ ବଢିଆ ସେ ଅଛି, ଦୁଇଭାଇଙ୍କ ପାଖରେ, ଚର୍ବି ଲାଗିଛି ଦେହରେ, ଆଉ ମୋ ପୁଅକୁ ପଚାରୁଛି, ରେବା ବଞ୍ଚିଛି ନା ମଲାଣି?, ବାପା ହସୁଥିଲେ ମୁଁ ପିତୃପୁରୁଷଙ୍କଗହଣରେ ଶାନ୍ତିରେ ଉପରକୁ ଉଠୁଥିଲି ଯେ ପଚାରିଦେଲି ବାପାଙ୍କୁ, ଆଉ କେତେବାଟ,?? ବାପା ତଥାପି ଚୁପ ରାହିବାକୁ ନିର୍ଦ୍ଧେଶ ଦେଇ ଆସ୍ତେ ଆସ୍ତେ କହିଲେ, ଗୋଟେ ନିର୍ଦିଷ୍ଟ ଜାଗାରୁ ଆମେ ଯିଏ ଯାହା ଗନ୍ତବ୍ୟସ୍ଥଳ କୁ ଚାଲିଯିବା, ପୁଣି ଆରବର୍ଷ ଏଇ ମହାଳୟା ରେ ଏକାଠି ହେବା ତ ମୁଁ ମୋ ଆଈକୁ ଜାବୁଡି ଧରିଲି ଜୋରରେ, ହେଲେ ମୋ ଶାଶୁ ଛଡେଇ ଆଣି ଚୁପ ସେ ବସିବାକୁ ନିର୍ଦେଶ ଦେଉଥିଲେ, ସଂଭ୍ରମର ହୋସ ଆସିଗଲା ବି ମୋର, ମୋ ସିନ୍ଦୁର ଓ ସୁନ୍ଦର ଚୁଡ଼ିସହ ମୁଁ ଭାରି ଖୁସି ଥିଲି l


Rate this content
Log in

Similar oriya story from Horror