STORYMIRROR

Satyanarayan Sahoo

Horror

4  

Satyanarayan Sahoo

Horror

ପିଶାଚ ବାଧା ପ୍ରତିକାର

ପିଶାଚ ବାଧା ପ୍ରତିକାର

2 mins
222

ନାଁଣ୍ଡୁ ନନା ଚାଡୁରୁ କୁ ସାଙ୍ଗରେ ନେଇ ଜଣେ ଖୁବ୍ ଟାଣୁଆ ଓ

ଫୁଟlଣିଆ ଜ୍ୟୋତିଷ ପାଖରେ ଯାଇ ପହଞ୍ଚି ନିଜ ଅସୁବିଧା

ବିଷୟରେ ଜଣାଇ ପ୍ରତିକାର ବ୍ୟବସ୍ଥା ପାଇଁ ଆଲୋଚନା କରିବା ପରେ ଜ୍ୟୋତିଷ ମୁତୁରାନନ୍ଦଜୀ ମହାରାଜଙ୍କୁ ପ୍ରତିକାର ବିଧାନ ପାଇଁ ଗୁହାରୀ କଲେ । ଜ୍ୟୋତିଷ ଜୀ କେତେକ ପାଞ୍ଜି ପତ୍ର ଅଣ୍ଡାଳି ଅଣ୍ଡାଳି କଣ ଖୋଜି ଗଲେ ,ତା ପରେ ଖଡ଼ି କଲମ ଇତ୍ୟାଦି ଧରି ହିସାବ କିତାବ କରି ବିଧି ବିଧାନ ବତାଇଦେଲେ 

ପୂଜା ଗୋଟେ ଦେବାକୁ ହେବ ।

ନଣ୍ଡୁ ନନା ପ୍ରଶ୍ନ ପଚାରିଲେ - କିତନି ରୂପେୟା ପଡେଗା ?

ମୁତୁରାନନ୍ଦ ଜି ବୋଇଲେ , ଏଥି ପାଇଁ ସର୍ବ ମୋଟ ରେ ଚତୁ 

ସହସ୍ର ମୁଦ୍ରା ଅର୍ଥାତ୍ ଚାରି ହଜାର ଟଙ୍କା ଖର୍ଚ୍ଚ ହେବ ।

-- କାହିଁକି ଖର୍ଚ୍ଚ ହେବ ?

ଯୋଉତିଷ ମହାଶୟ ବୋଇଲେ , -- ଆଜ୍ଞା ,ନାଣ୍ଡୁ ଜି ଏଇ ଯେ

କାଳୀ ମାଆ ଙ୍କୁ ଦେଖୁଛ , ତାଙ୍କରି ପୂଜା ପାଠ ହେବ । କାଳୀ

ମାଆ ଙ୍କ କୃପା ଲାଭ କରିବା ପାଇଁ ହେବ ।

ଆମେ ପୂଜା ସଜ ର ଚିଠା ଲିଷ୍ଟ କରି ଦେଉଛୁ ।

ଆଗେ ପୂଜା ସଜ କିଣିବା ପରେ , ପୂଜା ପାଠ ପାଇଁ ଗୋଟେ

ଖୁବ୍ ଶୁଭ ଦିନରେ ମାହେନ୍ଦ୍ର କ୍ଷଣ ଦେଖିବା ।

ଚାଡ଼ ରୁ କହିଲା , ହେଉ ହେଉ , ଏଇଟା କି ମାସ , ଚାଲିଛି ?

ମୂତୁରାନନ୍ଦ ଜି ବୋଇଲେ , ଏଇଟା ପୁସ ମାସ । ଏ ମାସ ରେ

କାଳୀ ପୂଜା ହେବ ନାହିଁ । ମାଘ , ଫଗୁଣ ପର୍ଯ୍ୟନ୍ତ ଅପେକ୍ଷା କରି ରହି ବା ପାଇଁ ହେବ ।

ଆଜ୍ଞା , ପିଶାଚ ଟା ଆମ୍ଭ ମାନ ଙ୍କୁ ପ୍ରତି ଦିନ ବହୁତ ବହୁତ

ହଇରାଣ କରି ପକାଉଛି କଣ କରିବା ?

ସବୁ ସେମିତି କିଛି ସହି ଯିବାକୁ ହେବ। ଅପେକ୍ଷା କରନ୍ତୁ ଟିକିଏ

ଶୁଭ ଦିନ ଓ ମୁହୁର୍ତ୍ତ ଟା ଆସି ଯାଉ । ଆମେ ଛାଡାଣ ଟା ଏ କରିଦେଲେ , ପିଶାଚ , ଭୁତ , ଦେବତା , ମକିମ୍ବା , ସେଇ ପିଶାଚର ବାପ ଗୋଷିବାପ , ଯିଏ ହେଲେ ବି ଏକେବାର ଛାଡ଼ି ଦେଇ ପଳାଇ ଯିବ ଯେ ଆଉ ଦିନେ ସୁଦ୍ଧା ଆସିବ ନାହିଁ ।

ନନା ଏ ଦେଖୁ ନାହାଁନ୍ତି , କି ଏଇ କାଳୀ ମାଆ କିପରି କେତେ ବଡ ଆଁ ଆ କରି କିମିତିକା ଅନାଇ ରହିଛନ୍ତି । ଭକ୍ତି ଗଦ ଗଦ ଅନ୍ତରରେ ନାଣ୍ଢୁ ଓ ଚାଡୂରୁ ଦିହେଁ , କାଳୀ ମାଆଙ୍କୁ ମୁଣ୍ଡିଆ ମାରି ପ୍ରଣାମ ମନେ ମନେ ନିଜ ଦୁଃଖ କଷ୍ଟ ଜଣାଇ ଦେଇ

କହିଛନ୍ତି । କାଳୀ ମାଆ ପିଶାଚ ମାନଙ୍କୁ ତୁ ମାରି ଦେଏ ।

ଖାଇଦେ । ଆମେ ତୋତେ ଛଡ଼ାଣ ଦେବୁ । ଏହା ପରେ ଜ୍ୟୋତିଷ ମହାଶୟ ବିଭିନ୍ନ ପ୍ରକାର ପୂଜା ଦ୍ରବ୍ୟର ଚିଠାଟିଏ ଦେଲେ । ତାହାକୁ ଧରି ଦୁହେଁ ବହୁତ ଖୁସି ମନରେ ଘରକୁ ଫେରି ଆସିଲେ ।



Rate this content
Log in

Similar oriya story from Horror