STORYMIRROR

Sunanda Mohanty

Tragedy Classics Thriller

3  

Sunanda Mohanty

Tragedy Classics Thriller

ଫୁଲର ସୁରଭି

ଫୁଲର ସୁରଭି

2 mins
159

ବାପା ଗୋବିନ୍ଦ ନିଜ ସିଦ୍ଧାନ୍ତରେ ଅଟଳ. କାଉଁରିଆ କାଠି, ଭାଙ୍ଗିଯିବେ ପଛେ ନଇଁବେ ନାହିଁ. ନଇଁବେ ପୁଣି ଅନ୍ୟାୟ ଆଗେ !ସାନପୁଅ ଭୁଲ କରିଛି. ସମାଧାନ ପାଇଁ ଫୁଲକୁ ଗ୍ରହଣ କରିବାକୁ ରାଜି ନୁହେଁ ତ ବାପ ଛେଉଣ୍ଡ ଫୁଲ କେମିତି ପାଇବ ତାର ନ୍ୟାୟ? କିଏ ଫେରେଇଦେବ ତା ଇଜ୍ଜତ. ଯାଉ ରଘୁ କାଠଗଡା଼କୁ. ବାପା ହୋଇ ସେ ତାଙ୍କ ଆଦର୍ଶ ସମ୍ମାନ ଉଜୁଡେଇ ପାରିବେନି ଝଡ଼ ଭଳି ବରଂ ଝଡ଼ ସୃଷ୍ଟି କରୁଥିବା ସାନପୁଅ ରଘୁକୁ ମିଳୁ ଦଣ୍ଡ ପାଉ ଫାଶୀ.ଭିତରେ ଭିତରେ ମାଆ ଛେଉଣ୍ଡ ରଘୁଆ ପାଇଁ ଲୁହ ନକାନ୍ଦି ରକ୍ତ କାନ୍ଦୁଥାଆନ୍ତି ବାପା. ନିଜେ କନ୍ଥା ଘୋଡେଇ ଶୋଇଲା ବେଳେ ରଘୁକୁ ଶୁଆନ୍ତି କମଳରେ, ନିଜେ ବଡ଼ପୁଅ ସହିତ ମାଟି ମଟାଳରେ କର୍ଷଣ କରୁଥିଲା ବେଳେ ରଘୁ ପିନ୍ଧେ ଜିନ୍ସ ଓ ଜୋତା. ବଡପୁଅର ପ୍ରତିବାଦ ନଥାଏ. ଜନ୍ମ ହେଉ ହେଉ ମାଆକୁ ହରେଇ ଥିବା ଭାଇ ପ୍ରତି ନଥାଏ ଇର୍ଷା କି ରାଗ ହେଲେ ବାପା ଉପରକୁ ଟାଣ ଥାଇ ଭିତରେ ଭିତରେ ଭାଙ୍ଗି ପଡୁଥିବା ଅନୁଭବ କରେ କୂଳବଧୂ ନିହାରିକା. ନବଦିନ ବ୍ୟାପୀ ମାଆ ଦୁର୍ଗାଙ୍କ ପାଇଁ କରିଥିବା ଖାଦ୍ୟ ପଦାର୍ଥ ନେଇ ବଡପୁଅ, ରାମ ଯାଇଥିଲା ଜେଲରେ ଦେଖାକରିବାକୁ ରଘୁକୁ. ଭାଇ ସଙ୍ଗେ କଥା ଦିପଦ ହେଲନାହିଁ କି ଖାଦ୍ୟ ରଖିଲା ନାହିଁ ରଘୁ. ରାମ ଖାଲି ଏତିକି କହିଥିଲା ବାପାଙ୍କ ସ୍ନେହ ମମତା ଆଦର୍ଶ ଭିତରେ ବାପା ଦେଇଥିବା ନାମ କରଣର ଯଥାର୍ଥତା ପ୍ରତିପାଦନ କରିବା ଆମର ଉଚିତ ରଘୁ. ତଥାପି ବଡ ଭାଉଜର ବଡ଼ମନ. କୁଆଁର ପୁନେଇଁରେ ଲଷ୍ମୀ ପୂଜାରେ ଭୋଗ ବାଢି ସାରି ପିଠା ପଣା ସଜାଡି ସ୍ୱାମୀଙ୍କୁ ଅନୁରୋଧ କରିଥିଲା ରଘୁକୁ ଦେଇଆସିବାକୁ. ଗୋଡ଼ ଚାଲୁନଥିଲେ ବି ରାମ ଯାଇଥିଲା ପୁଣି ଜେଲ ଭିତରକୁ. ଏଥର ରୀତିମତ ଗର୍ଜ୍ଜନ କରୁଥିଲା ରଘୁ. ଭାଇ ସୁହାଗ ବାପା ସୁହାଗ ଦେଖେଇବାକୁ ହେଲେ ଫୁଲର ମାଆ, ମାମୁଁଙ୍କୁ ଟଙ୍କା ଦେଇ ତାଙ୍କ ମୁହଁ ବନ୍ଦ କର. ସେମାନେ ଆସି କେଶ ଉଠେଇ ନିଅନ୍ତୁ. କୌଣସି ବି ପରିସ୍ଥିତିରେ ଫୁଲକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ମୁଁ. ରାମ ଠାରୁ ସବୁ ଶୁଣି ବାପା ମୁଣ୍ଡ ଘୁରେଇ ଦେଲା. ଭାଉଜ ହାତରୁ ଚାନ୍ଦ ଥାଳି ଖସିପଡ଼ିଲା. ସେପଟେ ଥାଇ ଫୁଲ କାନ୍ଦୁଥିଲା କଇଁ କଇଁ କାରଣ ଏ ଭିତରେ ସେ ମାଆ ହେବ ବୋଲି ଜାଣି ସାରିଥିଲା. ବାପାଙ୍କ ପାଦତଳେ ପଡି ବଡ଼ବୋହୁ କହୁଥିଲା ରଘୁଙ୍କୁ ଫେରେଇଆଣନ୍ତୁ ବାପା. ଫୁଲ ଏ ଘରକୁ କେମିତି ବୋହୁ ହୋଇ ଆସିବ ସେ ଦାଇତ୍ୱ ମୋର ହେଲେ ଗୋବିନ୍ଦ ଆଖି ବୁଜିଦେଲେ ସବୁଦିନ ପାଇଁ ।

    ଘରେ ଝଡ଼ ପରେ ପୁଣି ଝଡ଼ରେ ଦୋହଲି ଯାଉଥିଲା କାନ୍ଥର ଝୋଟି, ଦାଣ୍ଡଦୁଆର ମୁରୁଜ ଓ ପୂର୍ଣ୍ଣକୁମ୍ଭ. ସମସ୍ତଙ୍କର ଆହା ଚୁ ଚୁ ଶବ୍ଦରେ ରାମର ଛାତି ଫାଟିଯିବା ବେଳେ ରଘୁକୁ ଫାଶୀ ହୋଇଯିବା ଦଣ୍ଡଦେଶ ସବୁ କିଛି ଧ୍ବଂସ ସ୍ତୁପରେ ପରିଣତ କରିଥିଲା. ନିର୍ଦ୍ଧାରିତ ତାରିଖ ଯେତିକି ପାଖେଇ ଆସୁଥିଲା ଛାତି ସେତିକି ଥରୁଥିଲା ବେଳେ ସେଦିନ ଫୁଲ ତାରିଖ ପୂର୍ବରୁ ପହଞ୍ଚି ସାରିଥିଲା କୋର୍ଟରେ. ଜଜ, ଓଲିଲ, ମହକିଲଙ୍କୁ ଚମତ୍କୃତ କରି କହିଥିଲା ରଘୁର ଦୋଷ ନାହିଁ. ଝଡ଼ ଭିତରେ ଯାହା ସବୁ ହୋଇଗଲା ସବୁ ତା ସହମତିରେ. ସ୍ତବ୍ଧ ଜଜ୍ଜ, ଓଲିଲ ମହକିଲ. ରଘୁ କେବଳ ଫାଶୀ ଦଣ୍ଡରୁ ନୁହେଁ ବରଂ ଅନ୍ଧାରୀ କୋଠରୀରୁ ମୁକୁଳିଗଲା ସବୁଦିନ ପାଇଁ ଜେଲରୁ ଫେରି ବଡଭାଇ ରାମ ସଙ୍ଗେ ନଫେରି ରଘୁ ସିନା କୁଆଡେ ଲୁଚିଗଲା ହେଲେ ଖୁସିରେ ଭାଇବୋହୁ ଫୁଲ ସହ ଫେରିଲା ରାମ ଘରକୁ. ସେପଟୁ ମାଆ ଓ ମାମୁଁ ଗର୍ଜ୍ଜନ କରୁଥିଲେ, ବାପ ଘର ତୋ ପାଇଁ ଆଜିଠୁ ବନ୍ଦ କହି ଶୁଦ୍ଧି ହେଇଥିଲେ ଫୁଲକୁ. ଫୁଲ ଚାହିଁରହିଥିଲା ରଘୁର ଫେରିବା ବାଟକୁ ରାମ ଘରେ.ନିହାରିକାର ଆଶା ଆଶ୍ୱାସନା ଭିତରେ ଫୁଲ ମାଆ ଦୁର୍ଗା ପୂଜା କରୁଥିଲା ନବରାତ୍ରୀ ପୂଜାରେ ଓ ପୁଣି ଚାନ୍ଦ ଚକଟୁଥିଲା କୁମାର ପୂର୍ଣ୍ଣମୀ ଚାନ୍ଦ ନିକଟରେ ଭୁଲିବାକୁ ଚେଷ୍ଟା କରୁଥିଲା ଏକାବର୍ଷର କାଳରାତ୍ରୀକୁ ରଘୁର ଶୁଭ ଆଗମନୀ ଅପେକ୍ଷାରେ।

    


Rate this content
Log in

Similar oriya story from Tragedy