ଫେରିଛି ଫଗୁଣ
ଫେରିଛି ଫଗୁଣ
ଆଜି ରମି ଯିବ. କେମିତି ଯିବ, କାହା ସଙ୍ଗେ ଯିବ ସେସବୁ ଆଗରୁ ପ୍ରସ୍ତୁତ ସରିଛି. ବାକି ଅଛି ରବିବାରରେ ତା ଭାଗର ମାଛ ଭଜା ସବୁ ସେ ଖାଇବ କେତେବେଳେ!ତଥାପି ପୁଡିଆ କରି ବାନ୍ଧିଦେଇ ଡାକ ପକେଇଲେ ଆନି, ରାମୁକାକା, ରାମୁକାକା କୁଆଡେ ଗଲ, କାମ ସବୁ ସାରିଲଣି ନା ନାହିଁ. ଖାଇବା ସଜାଡ଼ିଲିଣି ପରା ଆସ ଖାଇନିଅ.ରାମୁ ଜାଣନ୍ତି ରମି କେବଳ ତାଙ୍କ ପାଇଁ ଏ ଘରୁ ବିଦାୟ ହେବ. ତା ମାଆ ଟମି ପରି ସେ ନୁହେଁ ଏଠି ସେଠି କାଗଜ କାଠ, ଚପଲ ଦାନ୍ତରେ ଛିଣ୍ଡେଇ ଛିଣ୍ଡେଇ ଯାହା ଅପରିସ୍କାର କରେ କରେ ହେଲେ ବାନ୍ତି କରି ମୁତି ହଗି ଏଠି ସେଠି ଘର ଏମିତି କରୁଥାଏ ତାକୁ ନଛାଡି ଆଉ ଚାରା ନାହିଁ. କୋଉଠି ହେଲେ ସୁବିଧା ପାଇ ଟ୍ରେରେ ଛାଡ଼ିବେ କୋଉ ଷ୍ଟେସନରେ ଭାବୁ ଭାବୁ ରାମୁଙ୍କୁ ଟ୍ରେନରେ ଗପିବା ପାଇଁ ଭଦ୍ର ମହିଳା ଜଣେ ମିଳିଗଲେ. ଏତେ ବାଟ ଯିବାକୁ ହେବ. ସାଙ୍ଗରେ କେହି ନାହିଁ ଭାବି ରାମୁ ବ୍ୟସ୍ତ ହୋଇପଡ଼ିଲା ବେଳେ ହସକୁରି ଏହି ଭଦ୍ରମହିଳା ଜଣଙ୍କ ରାମୁଙ୍କ ସଙ୍ଗେ ଗପ ଯୋଡି ଦେଇଥିଲେ. ଭଦ୍ର ମହିଳାଙ୍କ ବଦଳି ହୋଇସାରିଥିବାରୁ ସେ ବିଶାଖାପାଟଣା ଯାଉଥିଲେ ଓ ସାଙ୍ଗରେ କିଛି ଭାରି ଓଜନ ବ୍ୟାଗ ଥିବାରୁ ରାମୁକାକା ଙ୍କୁ ଅନୁରୋଧ କାରିଥିଲେ ଷ୍ଟେସନରେ ତଳକୁ ସେ ଓଲ୍ହାଇଗଲା ପରେ ତାଙ୍କ ଜିନିଷ ପତ୍ର ତଳକୁ ଓଲ୍ହାଇବାରେ ଟିକେ ସାହାଯ୍ୟ କରିବାକୁ. ରାମୁକାକା ହସି ହସି କହିଥିଲେ ଏହାତ ମୋର ପରମ କର୍ତ୍ତବ୍ୟ. ଭଦ୍ରମହିଳାଙ୍କର କଣ ଆଉ କେହି ନାଁହାଁନ୍ତି ପ୍ରଶ୍ନଟି ମନରେ ଗୁଡେଇ ତୁଡ଼େଇ ହେଉଥିଲେ ମଧ୍ୟ ପଚାରି ପାରୁନଥିଲେ ରାମୁକାକା. ଭଦ୍ରମହିଳା କିନ୍ତୁ ସ୍ୱତଃ ଖୋଲିଦେଇଥିଲେ ତାଙ୍କ ଦୁଃଖ ଓ ନିରାଶାର କାହାଣୀ. ଅଶ୍ବିନୀଙ୍କ ସହ ଡିଭୋର୍ସ ହେଲାପରେ କୋର୍ଟରେ ଝିଅର ଲାଳନ ପାଳନ କରିବାକୁ ରୀତା ନାମ୍ନୀ ସେହି ଭଦ୍ରମହିଳାଙ୍କ ସ୍ୱାମୀ ତାଙ୍କ ଆବେଦନ ପୂର୍ବରୁ ଝିଅର ଲାଳନ ପାଳନ ଦାଇତ୍ୱ ତାଙ୍କୁ ଦିଆଯିବା ପାଇଁ ଆଗୁଆ ଅପିଲ କରିସାରିଥିଲେ ତ ହାରିଗଲା ମାଆଟିଏ. ଝିଅ ଓ ସେ ଦୁହେଁ ଦୁହିଁଙ୍କର ଆକାଶ ହୋଇ ବଞ୍ଚିଯାଇଥାଆନ୍ତେ କିନ୍ତୁ ଅଶ୍ବିନୀଙ୍କ ପାଖରେ ଝିଅ ରହିବା ପରେ ସେ ଝିଅକୁ ସବୁଦିନ ତା ସ୍କୁଲରେ ଭେଟୁଥିଲେ. ମାଆ ଓ ଝିଅ ଦୁହେଁ ସେହି ଦେଖା ହେବାର ମହାର୍ଘ୍ୟ ମୁହୂର୍ତ୍ତ ତଥା ପ୍ରତିକ୍ଷୀତ ଘଡିକୁ ଚାହିଁ ଘଡି ଦେଖିଚାଲିଥିଲେ କିନ୍ତୁ ଅଶ୍ବିନୀଙ୍କର ଅନ୍ୟତ୍ର ବଦଳି ସହିତ ଝିଅ ଲିସାର ପ୍ରସ୍ଥାନ ପରେ ରୀନା ଝିଅର ବିଚ୍ଛେଦରେ ଆଉ ସେ ସହରରେ ରହିବାକୁ ଚାହିଁ ନଥିଲେ. ଏତେସବୁ ଶୁଣିବା ଭିତରେ ରାମୁକକା ବି କାନ୍ଦି ପକେଇ ଥିଲେ.
ପ୍ରତିକ୍ଷୀତ ଷ୍ଟେସନ ଆସିଯାଇଥିଲା. ରୀନାଙ୍କ ବ୍ୟାଗ ପତ୍ର ସବୁ ତଳକୁ ବଢ଼େଇ ସାହାଯ୍ୟ କରୁଥିବା ରାମୁକାକା ନିଜ ବ୍ୟାଗଟିକୁ ମଧ୍ୟ ଜାଣି ଜାଣି ରୀନାଙ୍କ ହାତକୁ ବଢ଼େଇ ଦେଇ ଶାନ୍ତିର ନିଶ୍ଵାସ ମାରୁଥିବା ବେଳେ ଟ୍ରେନ ଛାଡିଦେଇଥିଲା ସତ କିନ୍ତୁ ରୀନା ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ ରାମୁକାକା ଭୁଲରେ ତାଙ୍କ ବଡ଼ ଝୁଲା ବ୍ୟାଗ ତାଙ୍କୁ ବଢ଼େଇ ଦେଇଥିବାରୁ. ଏତେ ସମୟ କଥାବାର୍ତ୍ତା ଭିତରେ ରୀନା ତାଙ୍କୁ ସବୁ କହିଥିଲେ ମଧ୍ୟ ରାମୁକାକାଙ୍କ ବିଷୟରେ ସେ କିଛି ବି ଜାଣିନଥିଲା ବେଳେ ବ୍ୟାଗ ଭିତରୁ କୁଁ କୁଁ ଆବାଜ ଆସୁଥିଲା. ବ୍ୟାଗରେ ସୁନ୍ଦର ଗୁଲୁଗୁଲିଆ କୁକୁର ଛୁଆ ସହିତ ମାଛ ପୁଡିଆ ଦେଖି ରୀନା ଖୁସିରେ ବିହ୍ଵଳ ହୋଇପଡୁଥିଲା ବେଳେ ଏଣେ ଆନି ଜାଣିବାକୁ ପାଇଥିଲେ ରମି ଠିକଣା ଜାଗାରେ ପହଁଞ୍ଚି ଯାଇଛି କିନ୍ତୁ ରମିର ମାଆ କୋଳ ଶୁନ୍ୟ ଥିଲା ତ ରାତିସାରା ଟମିର ବେଚ୍ଛେଦ ଭରା କୁଁ କୁଁ ଶବ୍ଦରେ ନା ଶୋଇ ପାରୁଥିଲେ ଆନି ନା ରାମୁକାକା!ସକାଳୁ ସକାଳୁ ରୀନାଙ୍କ ସହିତ ରମିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ. ରୀନା କହୁଥିଲେ ବିଚ୍ଛେଦ ଦୁଃଖ କଣ ଅଙ୍ଗେ ନିଭେଇଥିବାରୁ ଏକା ସହରରୁ ରାମୁକାକା ମୋ ସହ ଉଠିଥିବାରୁ ଷ୍ଟେସନରୁ ବୁଝି ଠିକଣା ଖୋଜି କେତେ କଷ୍ଟରେ ଆସିଛି. ରାମୁକାକା ସିନା କହୁଥିଲେ ଲିସାର ଅନୁପସ୍ଥିତରେ ରମି ତୁମ ସାଙ୍ଗ ହୋଇଥିଲେ ତୁମକୁ ମନର ଶାନ୍ତି ମିଳିଥାଆନ୍ତା ଭାବି ଜାଣିଶୁଣି ବ୍ୟାଗଟିକୁ ତୁମ ହାତକୁ ବଢ଼େଇ ଆସିଥିଲି କହୁ କହୁ ଦେଖାଗଲା ରମି ତା ମାଆ ଟମି ସାଥିରେ ଗେଲ ହୋଇ କ୍ଷୀର ଶୋଷି ଚାଲିଛି. ରୀନା କହୁଥିଲେ ଏବେ କୋର୍ଟଙ୍କ ନ୍ୟାୟ ଅନୁଯାୟୀ ମୋ ଝିଅ ଲିସାକୁ ମୁଁ ଫେରିପାଇବି ମଉସା କହି ଫେରିପଡୁଥିଲେ ରୀନା ଓ ଘରର ସମସ୍ତ ସଦସ୍ୟଙ୍କ ଭୁଲ ନିଷ୍ପତ୍ତି ଦୀର୍ଘନିଶ୍ୱାସ ହୋଇ ବାହାରିଯାଉଥିବା ବେଳେ ଟମି ଓ ରମିଙ୍କ ଖେଳ କୌତୁକ ଦେଖିବାର କଥା ଥିଲା.
