ଫେରି ଆସିବକି
ଫେରି ଆସିବକି


ଶୀତୁଆ ସକାଳର ପାହାନ୍ତି ନିଦର ସପନଟେ ହୋଇ,
ସେହି ସପନ ଭିତରେ ଖୋଜୁଥିବି ନିଜକୁ,
ବାସ୍ତବ ଅବାସ୍ତବକୁ, ଅନୁଭବ ଅନୁଭୂତିକୁ,
ସ୍ମୃତିକୁ ପ୍ରୀତିକୁ, ସାଗରକୁ ସାମୁକାକୁ, ଫୁଲକୁ ଭଅଁରକୁ
ଆନନ୍ଦ ମନେ ଗୀତଟେ ଗାଇ ଗାଇ ।
ଫେରି ଆସିବ କି ?
ଉପେକ୍ଷ୍ୟା କରୁଥିବି ସକାଳର କୋଳାହଳକୁ,
ଛନ୍ଦି ହୋଇ ଯାଉଥିବି ତୁମ ସପନର ମାୟାଜାଲରେ,
ଅଧା ଛାଇ ଅଧା ଆଲୁଅରେ ।
ମୁଁ କିନ୍ତୁ ଚାଲୁଥିବି ତୁମ ସପନ ସହ ନୀରବରେ,
ଖୁବ୍ ସାବଧାନେ ପାଦ ଚିପି ଚିପି ଧୀରେ ଧୀରେ ।
ଫେରି ଆସିବ କି ?
କାଳେ ଯଦି ସପନ ଭାଙ୍ଗିଯାଏ,
ତୁମେ ପୁଣି ଭୁଲିିଯିବ ମୋତେ,
ବାସ୍ତବେ ହେଉ ଅବାସ୍ତବେ
ସକାଳର ସୁନେଲି କିରଣେ,
ମୁଁ ଆସୁଥିବି ସବୁଦିନେ,
ସପନ ହୋଇ ତୁମରି ଆଖିରେ,
ସଜାଇ ଦେବାକୁ ଟିକିଏ ହସ ଟିକିଏ ଖୁସି
ଫେରି ଆସିବ କି ।