ପଦିଏ କଥା
ପଦିଏ କଥା
ସପ୍ତମ ଶ୍ରେଣୀ ରେ ପଢୁଥିଲା ଟୁନି l ପ୍ରକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଗାଁ ଟି ତାର ନାମ ହୀରାଖଣ୍ଡି l ପିଲାଟି ବେଳୁ ଭାରି ଚୂଲୁବୁଲି, ଯେଉଁ କାମଟି କରିବାକୁ ମନା ତାର ସେଥିରେହିଁ ମନ l ପାଠ ରେ ତାର ଭାରି ଆଗ୍ରହ ଥିଲା କିନ୍ତୁ ଯେବେଠୁଁ ସେ ସପ୍ତମ ଶ୍ରେଣୀ କୁ ଆସିଛି ସେ ଆବେଗ ଆଉ ନାହିଁ l
ନୂଆଁ ଜାଗା ବୁଲିବ,ଖେଳକୁଦ କରିବ ,ଭଲ ଭଲ ଜାମା ପିନ୍ଧି ସଜେଇ ହେବ!ଏଇ ନିଶା ତାକୁ ଘାରିଥିଲା l ସେଦିନ ଥାଏ ଗଣେଶ ପୂଜା l
ସକାଳୁ ଦାଦା ଝିଅ ବିଷ୍ଣୁ ଦିଦି ଆସି କହେ -ଟୁନି ଆଜି ତମ ସ୍କୁଲ ରେ ପୂଜା ସାରି ଆମ ସ୍କୁଲ କୁ ବୁଲିବାକୁ ଆସିବୁ?
ଟୁନି -କାହିଁକି ନୁହେଁ ତୁମେ ତ ମୋ ମନର କଥା କହିଦେଲ l
ସପ୍ତମ ସାରିଲେ ମୁଁ ସେଠାର ପଢ଼ିବି l
ଅପା ଆଣିଥିବା ଶାମୁକା ମାଳ ବେକରେ ଖଞ୍ଜି ଥାଏ l
ଇଟିମଳା ମାଳଟିଏ କରି କେଶ ରେ ଲମ୍ବାଇ, ଟିପି ଟିପି ଚନ୍ଦନ ରେ ମୁହଁ କୁ ସଜେଇ ବାହାରେ ଦିଦି ସଙ୍ଗେ l
ଗାଁ ଠାରୁ ସ୍କୁଲ ଟି ତିନି କି. ମି ଦୂରେ ନଇ ପଠା ରେ ଥାଏ l
ହାତରେ ବିଦ୍ୟାଦାତା ଙ୍କ ପାଇଁ ରାଶି ଲଡ଼ୁ, ନଡ଼ିଆ, କଦଳୀ ଧରିଥାଏ l ଗୁଣୁ ଗୁଣୁ ଗୀତ ଗାଇ ବହୁ ଆନନ୍ଦ ଚିତ୍ତ ରେ ପଥ ଚାଲୁଥାଏ l ନୂଆଁ ସ୍କୁଲ ନୂଆଁ ପରିବେଶ ଦେଖିବା ଉତ୍କଣ୍ଠା ମନରେ ଏତେ ତୀବ୍ର ହୋଉଥିଲା, ଦିଦି ଙ୍କୁ ପଚାରି ପଚାରି ବ୍ୟଥିତ କରିସାରିଲାଣି l ଆଉ କେତେ ଦୂରେ ସ୍କୁଲ?
ବ୍ୟଗ୍ରତା ରେ ଅବସାନ ଘଟେ, ପହଞ୍ଚିଲା ପ୍ରତିକ୍ଷୀତ ସ୍କୁଲ ରେ l ପୂଜା ପାଇଁ ବହୁ ଆଡ଼ମ୍ବର ପୂର୍ଣ୍ଣ ସାଜସଜ୍ଜା l ସବୁ ବୁଲି ବୁଲି ଖୁବ ନିକଟରୁ ଉପଭୋଗ କରୁଥିଲା ସେ l
ହଠାତ କାହାର ଗମ୍ଭୀର ସ୍ଵର ରେ ଚମକି ପଡେ ସେ!
ଅପରିଚିତ ବ୍ୟକ୍ତି :ତୁମେ ପ୍ରଧାନ ସାର ଙ୍କ ଝିଅ?
ଟୁନି :(ଡରି ଡରି ଉତ୍ତର )ଆଜ୍ଞା l
ମୁଁ ଏ ସ୍କୁଲ ର ବିଜ୍ଞାନ ଶିକ୍ଷକ, ଆଉ ତୁମ ବାପା ମୋ ଗୁରୁ l
ସେ ଆମକୁ ଶିକ୍ଷା ଦେଇ ଯୋଗ୍ୟ କରିଛନ୍ତି l ମୋର ଅତି ପ୍ରିୟର ଶିକ୍ଷକ ଥିଲେ ସେ l ତୁମେ ପଢାପଢି ଉତ୍ତମ କରୁଛ?
ନିର୍ଭୟ ରେ ମୁଁହରୁ ବାହାରି ପଡେ ହଁ ଖୁବ ଭଲ ପଢେ l
ବିଜ୍ଞାନ ଶିକ୍ଷକ :ଜଣା ପଡିବ ଆର ବର୍ଷ ତ ତୁମେ ଏ ସ୍କୁଲ କୁ ଆସିବ l
ଏଇ ପଦକ କଥା ମୋ ହୃଦୟ କୁ ବାରମ୍ବାର ଆନ୍ଦୋଳିତ କଲା l ମନ ବୁଝିଗଲା ବାହ୍ୟ ସୁନ୍ଦର ଆଡ଼ମ୍ବର ସବୁବେଳେ ପାଇଁ ନୁହଁ l ଶିକ୍ଷା ଦୀକ୍ଷା ଆଚାର ବ୍ୟବହାର ସବୁଦିନ ପାଇଁ ଅମ୍ଲାନ ରୁହେ l
ବଦଳି ଗଲା ମୋର ଦିନ ଚର୍ଯ୍ୟା l ପାଠ ପଢ଼ା ରେ ବିଶେଷ ଧ୍ୟାନ ଦିଏ l ଧୀରେ ଧୀରେ ସଫଳତା ର ପାହାଚ ଚଢେ l
ବର୍ତ୍ତମାନ ସମୟ ରେ ସେ ଯେଉଁ ପରିଚୟ ଗଢି ତୋଳିଛି ସବୁ ସେଇ "ପଦିଏ କଥା "ପାଇଁ l ତା ସହ ଗୁରୁଜନ ତଥା ଭଉଣୀ ର ଶୁଭେଚ୍ଛା ସୁଭାଶିଷ ଅକ୍ଲାନ୍ତ ପରିଶ୍ରମ ପରିବର୍ତ୍ତନ ଧାରା ଛୁଟାଇ ଥିଲା l
