ପାଠ କେମିତି ହେବନି ?
ପାଠ କେମିତି ହେବନି ?
ଗଳ୍ପ:- ପାଠ କେମିତି ହେବନି
( ବାସ୍ତବ ଅନୁଭୂତି)
ସୌରଭ ଙ୍କ ଶିକ୍ଷକ ଭାବେ ଯୋଗଦାନ ଦେବା ପାଇଁ ନିଯୁକ୍ତିପତ୍ର ମିଳେ ନୂଆପଡ଼ା ଜିଲ୍ଲା ରେ ବହୁତ ପୁରାତନ ସ୍କୁଲ ଯାହାର ନାମ ନେସନାଲ ହାଇସ୍କୁଲ l
ଜିଲ୍ଲା ରେ ସବୁଠାରୁ ଜଣାଶୁଣା ସ୍କୁଲ ହିସାବରେ ତାହାର ବହୁତ ନାମ ଅଛି l ଏହି ବିଦ୍ୟାଳୟ ଟି 1956 ମସିହାରେ ସ୍ଥାପିତ ହୋଇ 2006 ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି l
ସୌରଭ ଏମିତି ଗୋଟିଏ ବଡ ସ୍କୁଲ ଦେଖି ଅତ୍ୟନ୍ତ ଖୁସି ହେଲେ l 2008 ମସିହା ଅକ୍ଟୋବର 16 ରେ ସ୍କୁଲ ରେ କାର୍ଯ୍ୟ ଯୋଗଦାନ ଦେଲେ l ସେ ସମୟ ରେ ସ୍କୁଲ ରେ ସପ୍ଲିମେଣ୍ଟାରୀ ପରୀକ୍ଷl ଚାଲିଥାଏ l
ପରୀକ୍ଷl ସମାପ୍ତ ପରେ ଷଷ୍ଠ ରୁ ଦଶମ ଛାତ୍ରଛାତ୍ରୀ ମାନେ ପଢିବାକୁ ଆସିଲେ ,ସେଠି ବିଦ୍ୟାଳୟ ପ୍ରାର୍ଥନା ସଭା ରେ ସୌରଭ ଙ୍କ ସହ ସ୍କୁଲ ର ପ୍ରଧାନଶିକ୍ଷକ ଭଗବାନ ନାୟକ ସମସ୍ତ ଛାତ୍ର ଛାତ୍ରୀ ସହ ପରିଚିତ କରେଇଦେଲେ l
ନେସନାଲ ହାଇସ୍କୁଲ ର ପରିବେଶ ମଧ୍ୟେ ଜଣେ ପରିବାର ର ସଦସ୍ୟ ପରି ସୌରଭ ରହିଲେ l
ବରିଷ୍ଠ ଶିକ୍ଷକ ବିରଞ୍ଚି ପାଣିଗ୍ରାହୀ, ହିନ୍ଦୀ ଶିକ୍ଷକ ସରୋଜ କୁମାର ଗୁରୁ ଓ ବରାଇ ସାର,ବିଜ୍ଞାନ ଶିକ୍ଷକ ଅଶ୍ୱିନୀ ଭୋଇ,NCC ଶିକ୍ଷକ ସୁକାନ୍ତ କୁମାର ଶତପଥି,ସହକାରୀ ଶିକ୍ଷକ ଶୁକ୍ରୁଚନ୍ଦ୍ର ବାଗ, ଗଣିତ ଶିକ୍ଷକ ସନ୍ତୋଷ କୁମାର ପାଣ୍ଡେ ଓ ଚନ୍ଦ୍ର କୁମାର ସାହୁ,ସଂସ୍କୃତ ଶିକ୍ଷକ ଲକ୍ଷ୍ମୀକାନ୍ତ ନାୟକ ସହ ଶିକ୍ଷୟତ୍ରୀ ଭାବରେ ଗୌରୀ ମହାନନ୍ଦ ଙ୍କ ସହ ସଂସ୍ପର୍ଶ ରେ ଆସିବାର ସୁଯୋଗ ମିଳିଥିଲା l ସୌରଭ ସ୍କୁଲ ର ଖେଳ ଶିକ୍ଷକ କ୍ଷେତ୍ରମୋହନ ମାଝୀ ସହ ଗୋଟିଏ ସ୍ଥାନ ରେ ରହିବାର ସୁଯୋଗ ମିଳିଥିଲା l
ସୌରଭ ସମସ୍ତଙ୍କ ଠାରୁ ବୟସ ରେ ସାନ ହେତୁ ସମସ୍ତେ ସୌରଭ କୁ ଛୋଟ ଭାଇପରି ସ୍ନେହ କରୁଥିଲେ l
ସମସ୍ତେ ବରିଷ୍ଠ ଓ ସବୁ ବିଷୟରେ ପାରଙ୍ଗମ ହେତୁ ସୌରଭ ନିଜକୁ ଏପରି ଗୋଟିଏ ସ୍କୁଲ ରେ ଚାକିରୀ କାଳ ଆରମ୍ଭ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିଲେ l
ସମୟ ର ଗତିପଥ ସହ ସମସ୍ତେ ଚାଲନ୍ତି ପିଲା ମାନଙ୍କ ସହ ସୌରଭ ଙ୍କ ପାଠପଢ଼ା ବହୁତ ଭଲ ଜମେ l
ଛାତ୍ରଛାତ୍ରୀ ମାନେ ବି ସୌରଭ ଙ୍କୁ ଭକ୍ତି ଓ ସମ୍ମାନ ଦିଅନ୍ତି l
ସ୍କୁଲ ର ପ୍ରଧାନଶିକ୍ଷକ ସର୍ବଦା ସ୍କୁଲ ର ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଅନ୍ତି ,ପାଣିଗ୍ରହୀ ସାର କୁହନ୍ତି ଯେ ଜଣେ ଛାତ୍ର ଚାହିଁଲେ ସବୁ କିଛି କରିପାରିବ l
ଗୁରୁ ସାର ମତରେ - ସମୟାନୁବର୍ତ୍ତିତା ହିଁ ବ୍ୟକ୍ତି କୁ ସଫଳତା ଶିଖାଏ l
ଶତପଥି ସାର ସଦା କୁହନ୍ତି - " First experience is last long."
କିଛିଦିନ ପରେ ଆମ ସେହି ନେସନାଲ ହାଇସ୍କୁଲ ପରିବାର ରେ
ଶିକ୍ଷୟତ୍ରୀ ସୁନିତା ରଥ ଦିଦି ଓ ଡମ୍ବରୁଧର ମାଝୀ ଙ୍କ ଯୋଗଦାନ ହୁଏ l
ଏମିତି ଦିନକର କଥା l ବୋଧେ ଶନିବାର ଦିନର କଥା l ପାଣିଗ୍ରାହୀ ସାର ଓ ସୌରଭ ଦୁହଁ ଶ୍ରେଣୀ କୁ ଯାଇଥାନ୍ତି l ତାହା ଭିତରେ ଆଲୋଚନା ହେଲା - ପାଠ କେମିତି ହେବନି ?
ବିରଞ୍ଚି ପାଣିଗ୍ରାହୀ ସାର ଓ ସୌରଭ ଶ୍ରେଣୀ କୋଠରୀ ରେ ଉପସ୍ଥିତ ଥାନ୍ତି l
ପାଣିଗ୍ରାହୀ ସାର କହିଲେ ଆମ ବିଦ୍ୟାଳୟ ହେଉ କିମ୍ବା ଯେ କୌଣସି ବିଦ୍ୟାଳୟ ହେଉ ଅନେକ ଛାତ୍ରଛାତ୍ରୀ ଅଛନ୍ତି ,ଯେଉଁ ମାନଙ୍କ ପାଠ ପ୍ରତି ଭାରି ଭୟ l
ଭାବନ୍ତି ପାଠ ଆମ ଦ୍ୱାରା ହେବନାହିଁ l ସତକଥା ହେଉଛି ଯଦି ନିଜ ଭିତରେ ଆତ୍ମବିଶ୍ୱାସ ଆସିଯାଏ ଓ ଆମେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ତେବେ ନିଶ୍ଚିତ ଭଲ ଭାବରେ ପାଠ ପଢ଼ି ସମସ୍ତେ ଭଲ ପିଲା ହୋଇପାରିବା ଏହା କେବେ ବି ଭୁଲିବାର ନାହିଁ l
ସେ କଥା ଗୁଡିକ ହେଲା ପ୍ରଥମ- ଭଲ ଭାବରେ ଶୁଣିବା l
ଗୋଟିଏ ଛାତ୍ର ଛାତ୍ରୀ ର ଭଲଗୁଣ ହେଲା ଶ୍ରେଣୀ ରେ ଶିକ୍ଷକ କହୁଥିବା କଥ
ା କୁ ମନଧ୍ୟାନ ଦେଇ ଶୁଣିବା l ସୁନ୍ଦର କଥା ଟିଏ ଶୁଣ l
ଶିକ୍ଷକ ଶ୍ରେଣୀ ରେ ହିନ୍ଦୀ ରେ ପଢାଉଥିଲେ - "ଦିଲ୍ଲୀ ମେ କୁତବମୀନାର ହେ ?"
ଶ୍ରେଣୀ ରେ ଆକାଶ ଶିକ୍ଷକ କଥା ନ ଶୁଣି ଶୋଇପଡ଼ିଲା ପରି ହେଉଛି l
ସଙ୍ଗେ ସଙ୍ଗେ ଶିକ୍ଷକ ପଚାରିଲେ :- ଆକାଶ,ମୁଁ ଏବେ କଣ କହିଲି ?
ଆକାଶ- ସାର,ଦିଲ୍ଲୀ ମେ କୁତ୍ତା ବିମାର ହେ ?
ସେହି କଥା ଶୁଣି ସମସ୍ତେ ହସିତେଣୁ ଆମେ ଭଲ ଭାବରେ ଶୁଣିବା ଉଚିତ l
ଦୁଇ ନମ୍ବର କଥା ହେଲା - ଭଲ କି ଲେଖିବା l
କୌଣସି ବିଷୟରେ ନିଜ ଉତ୍ତର ଦେଲା ବେଳେ ଆମେ ହେବାର ନ ହୋଇ ଭଲ ଭାବରେ ଉତ୍ତର ଲେଖିବା ଉଚିତ ନଚେତ ଠିକ ଉତ୍ତର ଜାଣିଥିଲେ ବି ଉତ୍ତର ଭୁଲ ହେବ l
ପିଲା ମାନେ କେମିତି ସାର ?
ପାଣିଗ୍ରାହୀ ସାର- ଶୁଣ,ପରୀକ୍ଷl ରେ ପ୍ରଶ୍ନ ଆସିଲା - ଦଶରଥ ପୁତ୍ର କିଏ ?
ସମସ୍ତେ-ରାମ
ପାଣିଗ୍ରାହୀ ସାର- କିନ୍ତୁ ଯଦି ତୁମେ ଦଶରଥ ପୁତ୍ର ରାମ ଉତ୍ତର ନ ଲେଖି ଲେଖିବ - ଦଶରଥ ପୁତ୍ର ରମା ଥିଲା l
ମାର୍କ ପାଇବକି ?
ସମସ୍ତେ- ନା ସାର,ପୁରା ଭୁଲ ହେବ l
ବାସ ଏଠୁ ଶିଖିଲ ଯେ ଭଲ କି ଲେଖିବା ଉଚିତ l
ତୃତୀୟ କଥା - ଭଲ କି ଦେଖି ବୁଝିବା ?
ବେଳେବେଳେ ଆମେ କିଛି ଦେଖିଥାଉ ଓ ପ୍ରଶ୍ନ ପଚାରିଲେ ହରେ ଉତ୍ତର ଦେଇଥାଉ l
ସମସ୍ତେ-କେମିତି ସାର ?
ପାଣିଗ୍ରାହୀ ସାର- ଗୋଟିଏ ହାତ କୁ ମୁଠା କରି ଆଙ୍ଗୁଠି ଟିଏ ଦେଖେଇ - ଆଛା ,ପିଲାମାନେ ତୁମେ ମୋର ହାତରେ କେତୋଟି ଆଙ୍ଗୁଠି ଦେଖୁଛ ?☝
ସମସ୍ତେ- ଗୋଟିଏ ?
ବିରଞ୍ଚି ସାର- ମୋ ହାତରେ ପରା ପାଞ୍ଚଟା ଆଙ୍ଗୁଠି ଅଛି ,ତୁମ ମାନଙ୍କୁ ଦେଖାଯାଉଛି ନା ନାହିଁ ?
ସମସ୍ତେ- ହଁ ସାର..
କେମିତି ମୁଁ ଆଙ୍ଗୁଠି ମୁଠା କରି ଗୋଟିଏ ଆଙ୍ଗୁଠି ତୁମ ମାନଙ୍କ ଆଡକୁ ଦେଖେଇଲାରୁ ତୁମେ ଗୋଟିଏ ଆଙ୍ଗଠି କହିଲ ?
ଏବେ କୁହ କେତୋଟି ଆଙ୍ଗୁଠି ଦେଖୁଛ - ସାର ପାଞ୍ଚ l
ଚତୁର୍ଥ କଥା-ସ୍ପଷ୍ଟ ଭାବରେ ଉତ୍ତର ଦେବ ?
ସମସ୍ତେ - ତାହା କେମିତି ସାର ?
ପାଣିଗ୍ରାହୀ ସାର- ଦେଖ ପିଲେ ତୁମକୁ ମୌଖିକ ପ୍ରଶ୍ନ ପଚରାଯିବ:-ରାଜା ଜନକ ଙ୍କ ରାଜ୍ୟ କଣ ଥିଲା ?
ସମସ୍ତେ - ମିଥିଳା l
ପାଣିଗ୍ରାହୀ ସାର- ଭେରୀଗୁଡ଼,ଯଦି ଉତ୍ତର ଦେଲାବେଳେ ତୁମ ପାଟି ଖନି ମାରେ ସେତେବେଳେ ଏମିତି ଭୁଲ ହୁଏ l ଯଦି ତୁମେ ମିଥିଳା ଜାଗାରେ ମିତିଲା,ମିଟୁଳା ଆଦି ଉତ୍ତର ଦେବ ନିଶ୍ଚିତ ଭୁଲ ହେବ l
ଶେଷ କଥା - ଜାଣିବା ପାଇଁ ପ୍ରଶ୍ନ ପଚାରିବା ,ଯାହା ଫଳରେ ଆମେ ଅନେକ ନୂଆକଥା ଜାଣିପାରିବା l
ଜଣେ ପ୍ରଶ୍ନ ନ ପଚାରିଲେ ଆଗକୁ ବଢ଼ିପାରିବ ନାହିଁ ତେଣୁ କିନ୍ତୁ ପ୍ରଶ୍ନ ମୂଲ୍ୟହୀନ ନ ହେବା ଦରକାର l
ସମସ୍ତେ - କେମିତି ସାର ?
ପାଣିଗ୍ରାହୀ ସାର- ତୁମେ ପ୍ରଶ୍ନ କରିବ
1.ହନୁମାନ ଲାଞ୍ଜ କେତେ ଲମ୍ବା ଥିଲା ?
ଏମିତି ପ୍ରଶ୍ନ ର କିଛି ମୂଲ୍ୟ ଅଛି କି ?
ସମସ୍ତେ - (ହସି )ନା ସାର
ଆଜି ଆମେ ପାଞ୍ଚଟି କଥା ଶିଖିଲେ
1.ମନଧ୍ୟାନ ଦେଇ ଶୁଣିବା
2.ନିର୍ଭୁଲ କରି ଲେଖିବା
3.ଭଲ କି ଦେଖି ବୁଝିବା
4.ସ୍ପଷ୍ଟ ଭାବରେ ନିଜର ଉତ୍ତର ରଖିବା
5.ଜାଣିବା ପାଇଁ ନିଶ୍ଚିତ ପ୍ରଶ୍ନ କରିବା
ସେହି ସମୟରେ ସୌରଭ ନିଜକୁ ଶ୍ରେଣୀ ରେ ପରୋକ୍ଷ ରେ ଜଣେ ଛାତ୍ର ହିସାବରେ ଅନେକ କଥା ଶିଖିପାରିଥିଲେ l ଯାହାକୁ ପରବର୍ତ୍ତୀ ସମୟରେ ଲଗେଇ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଦେଇ କହୁଥିଲେ - ଏହି ପାଞ୍ଚଟି ବିଷୟ ଛାତ୍ର ଛାତ୍ରୀ ଜୀବନ ରେ ଲଗେଇଲେ "ପାଠ କେମିତି ହେବନି ?"