STORYMIRROR

Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ପାର୍ବଣ ଯାତନା

ପାର୍ବଣ ଯାତନା

2 mins
14.2K


-- ମାମା ତୁମେ କୁହ ଏ ରଜ ପର୍ବ କେଉଁ ଠାକୁରଙ୍କର ?

-- ଆରେ ଏଇଟା ବି ଦୁର୍ଗା ପୂଜା , ଗଣେଶ ପୂଜା ପରି।

- ନା ମାମା , ଗଣେଶ ପୂଜା ଗଣେଶ ଜି ଙ୍କର, ସରସ୍ୱତୀ ପୂଜା ସରସ୍ୱତୀ ଜି ଙ୍କର, ଦୁର୍ଗା ପୂଜା ଦୁର୍ଗା ମା' ଙ୍କର, ହୋଲି କାହ୍ନା ଜି ଙ୍କର, ଦିପାବଳୀ ଲକ୍ଷ୍ମୀ ଜି ଙ୍କର। ହେଲେ ରଜ କାହାର ଯେ ?

-- ହଁ ଏଇଟା କି ପ୍ରଶ୍ନ ତୋର ?

-- ନୋ , ନୋ ମାମା ଏଇଟା ପୁରା ପରଫେକ୍ଟ୍ ଜି.କେ ଟାଇପ୍ ହେଲା।

ନିତା ର ପାଞ୍ଚ ବର୍ଷର କୁନି ଝିଅ ଈଶାନୀର ପ୍ରଶ୍ନ ସତରେ ଖୁବ୍ ସଙ୍ଗୀନ୍। କେମିତି ବୁଝାଇବ ସେ ରଜ ପର୍ବ ବିଷୟରେ।

- ଏ ପର୍ଵ ଆଦ୍ୟ ଆଷାଢ଼ର , ପହିଲି ବରିପାତର , ଧରଣୀ ରାଣୀ ବର୍ଷା ଛୁଆଁ ରେ ସୃଜନ ସମ୍ଭବା ହେବାର ଆନନ୍ଦର ପର୍ଵ ।

.......

ସାରା ପୃଥିବୀରେ ରିମ୍ ଝିମ୍ ମୌସୁମୀର ରାଜୁତି ରେ ଧରିତ୍ରୀର ରୂପ ଆହୁରି ମଧୁମୟ ହୋଇଗଲେ ଆସେ ରଜ । ବର୍ଷା ଓ ବାଦଲ୍ ସହ ଚାଲେ ଖେଳ ଦୋଳିରେ। ଆଉ ପୂଜା ପାଆନ୍ତି ଧରଣୀ ମାତା।

......

ସେଇ ପାର୍ବଣରେ ଧରିତ୍ରୀ ପରି ସୃଜନ ସମ୍ଭବା କନ୍ୟା ମାନେ ବି ପାଆନ୍ତି ସମ୍ମାନ। ଟିକେ ବି କାମ କରନ୍ତି ନାହିଁ। ସବୁ କାମରୁ ମିଳେ ରିହାତି।

ଆଉ ପୋଡ଼ ପିଠା ଖାଇ ହସ ଖୁସିରେ ରୁହନ୍ତି ଓଷା କୋଠୀ ରେ କୁଆଁରୀ ସବୁ।

......

ଘର ଭରିଯାଏ କୁଣିଆ ମଇତ୍ରଙ୍କ ମେଳରେ। ଆଉ ସଭିଏଁ ଏକତ୍ରିତ ହୋଇ ପାଳନ୍ତି ଓଡ଼ିଶାର ଶ୍ରେଷ୍ଠ ଗଣପର୍ଵ।

........

କୃଷି ଭିତ୍ତିକ ଓଡ଼ିଶା ପ୍ରଦେଶ ବର୍ଷା ଆଗମନେ ଏଇ ପାର୍ବଣ ମୁହୂର୍ତ୍ତରେ ଧରଣୀ ମାତା ଙ୍କୁ ଦିଏ ଭକ୍ତି ଅର୍ଘ୍ୟ । ମା' ଗୋ ମୋ ବର୍ଷକର ଭାତ ହାଣ୍ଡି ଭରିଦେବୁ। ସଭିଏଁ ମୁଠେ ଖାଇ ଖୁସି ରହିବେ ଯେମିତି।

....

ଏ ପର୍ଵ ରେ ଥାଏ ସମ୍ପର୍କରେ ମାଧୁର୍ଯ୍ୟ, ଅବେଗର ଲାଳିତ୍ୟ ଆଉ ନିଛକ ପ୍ରେମ ଭାଵ।

କିନ୍ତୁ ଆଜି .........

ମୌସୁମୀ ହଜିଛି ଅଜଣା ଦେଶରେ.......

ସବୁଠି ନିଦାଘର ଅଗ୍ନିବର୍ଷା, କେମିତି ବୁଝିବି ଝିଅ ରିମ୍ ଝିମ୍ ବର୍ଷା ଆଉ ଦୋଳିର ସଂଗମ।

....

ଦୋଳି ପାଇଁ ବି ନାହିଁ ବଡ଼ ବଡ଼ ଦ୍ରୁମର ସମାବେଶ। ଗାଁ ଆମ୍ବ ତୋଟା ଆଉ ସାଥି ମାନଙ୍କ ହସ ଗପ।

-- ନାହିଁ ଆଉ ପୋଡ଼ ପିଠା କି ରଜ ପାନ ।

.......

ଝିଅ ତାର ଜାଣେନି ପିଠା କଥା । ତା ନିଜ କର୍ମ ବ୍ୟସ୍ତି ଦେଇନି ସୁଯୋଗ କେବେ କରିବାକୁ ସେ ସବୁର ଯତ୍ନ।

ସେ ଜାଣେ ଇସ୍କନ ମନ୍ଦିର କେକ୍ ନହେଲେ ଆରିସା ପିଠା ଯେଉଁଟା ଭାରି ଅଏଲି ତେଣୁ ସେ ନିଜେ ମନା କରେ ଖାଇବାକୁ।

--- ପାନ କି ଜିନିଷ ଆଉ କ'ଣ ଅଛନ୍ତି ପାନ ଖିଆ ଜେଜୀ ,ଜେଜେ କି ଅଜା, ଆଈ।

-- ନାହାନ୍ତି ବି କେହି ଆଗପରି କରିବାକୁ ନୀତି ନିୟମ ।

ରଜ ରେ ଦେଉନି କେହି ତାକୁ ବିରତି। ରଜରେ ବି ସେ ଅଫିସ୍ ରେ କରୁଛି କାମ ମେସିନ୍ ପରି।

-- ସବୁଠୁ ବଡ଼ ଦୁଃଖ ସେ କେମିତି ବୁଝେଇବ ଧରଣୀ ର ଗର୍ଭ କଥା ଝିଅ ତ ଧାନ କି ବିରି ଯେ ଚାଷ ହୁଏ ସେତିକି ଜାଣେନା ।

.... ସବୁ ପନି ପରିବା, ଫଳ ମୂଳ , ଡାଲି, ଚାଉଳ ଆସୁଛି ବିଗବଜାରରୁ ନହେଲେ ରିଲେୟାନ୍ସ୍ ଫ୍ରେଶରୁ।

--ବଡ଼ ଅସହାୟ ଲାଗୁଥିଲା ତାକୁ କେମିତି ବୁଝିବ ଈଶାନୀ ରଜ ପର୍ଵଟା କାହିଁକି ??

--- ଭାବୁଥିଲା ନୀତୁ ପାର୍ବଣ ଆଜି ଯାତନା ନିଦାଘର ତପ୍ତ ଜ୍ୱାଳାରେ । ସେଠି ନାହିଁ ବର୍ଷାର ଚୁମ୍ବନ କି ସୋହାର୍ଦ୍ଦ୍ୟର କମ୍ପନ।

*ସୌମ୍ୟା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational