jitamitra swain

Drama

2  

jitamitra swain

Drama

ପାପୀ

ପାପୀ

3 mins
478


ସାର୍,ଟିକେ ଶୁଣନ୍ତୁ। ମୋତେ ଆରେଷ୍ଟ କରନ୍ତୁନି। ଅସୁବିଧା ହୋଇଯିବ। ପ୍ରକୃତ ଦୋଷୀ ତ ସେମାନେ। ଏମିତି ବାର୍ ବାର୍ ଅନୁରୋଧ କରିଚାଲି ଥିଲା ସୁବୋଧ। ହେଲେ ତା କଥା ଶୁଣୁଛି ବା କିଏ? ସମାଜ ର ସଜାଗ ପ୍ରହରୀ ମାନେ ତାକୁ ଜେଲ ର ନିଭୃତ କୋଠରୀ ରେ ଆବଦ୍ଧ କରି ସାରିଥିଲେ ତା ପାପ ର ଦଣ୍ଡ ଦେବା ପାଇଁ। ହେଲେ ସୁବୋଧ ସେମିତି ଅନୁରୋଧ କରି ଚାଲି ଥିଲା ତାକୁ ମୁକ୍ତ କରି ଦେବା ପାଇଁ। ଥାନା ବଡ଼ ବାବୁ ସାମାନ୍ୟ ବିରକ୍ତ ହୋଇ କହିଲେ :-ଜେଲରେ ରହିବା କୁ ଯଦି ଇଚ୍ଛା ନଥିଲା ତାହେଲେ ଚୋରି କାହିଁକି କରୁଥିଲୁ??

ସୁବୋଧ କହିଲା:-ସାର୍, ମୁଁ ଚୋରି କରିବା କୁ ଯାଇ ଥିଲି, ହେଲେ ଚୋରି କରିନି। ଜଣଙ୍କ ଜୀବନ ବନ୍ଚେଇବା ପାଇଁ ମୁଁ ଭୁଲ ରାସ୍ତାରେ ଯାଇ ଥିଲି। ଆଉ ଜଣ ଙ୍କ ଜୀବନ ବନ୍ଚେଇବା କୁ ଯାଇ ଧରା ପଡିଲି। ମୁଁ ଯଦି ଚୋରି କରିବା ରେ ଅଭ୍ୟସ୍ତ ହୋଇ ଥାନ୍ତି ତା ହେଲେ କଣ ଏତେ ସହଜରେ ଧରା ପଡ଼ି ଥାନ୍ତି?? ହେଲେ ସାର୍,ସେମାନେ ଜଣଙ୍କ ଜୀବନ ନେବାକୁ ଚେଷ୍ଟା କରିଥିଲେ। ପ୍ରକୄତ ଦୋଷୀ ତ ସେମାନେ। ବଡ଼ ବାବୁ ଅଳ୍ପ ହସି କହିଲେ, ଆମକୁ ବୋକା ଭାବିଛୁ.....ତୁ ଯାହା କହିବୁ ଆମେ ଆଖି ବୁଜି ବିଶ୍ୱାସ କରି ଯିବୁ । ନାହିଁ??

ସୁବୋଧ କହିଲା,ସାର୍ ମୁଁ ସତ କହୁଛି। ପ୍ରକୄତ ଦୋଷୀ ମାନେ ଖସି ଯିବେ। ମୁଁ ସବୁ ବୁଝାଇ କହୁଛି। ଆପଣ ମୋତେ ଟିକେ ସୁଯୋଗ ତ ଦିଅନ୍ତୁ।

ବଡ଼ ବାବୁ ଟିକେ ଭାବିକି କହିଲେ ହଉ କହ। ମୁଁ ଶୁଣୁଛି। ଅନ୍ୟ ଜେଲ୍ କର୍ମଚାରୀ ମାନେ ମଧ୍ୟ କୌତୁହଳ ବଶତଃ ତା କଥା ଶୁଣି ବାକୁ ଲାଗିଲେ। ଯେମିତି ମନୋରଞ୍ଜନ ର ଗୋଟିଏ ଖୋରାକ ମିଳିଯାଇଥିଲା। ସୁବୋଧ କହିବାକୁ ଆରମ୍ଭ କଲା।:-

ସାର୍,ମୁଁ ମୋ ବାପା ମାଙ୍କ ର ଗୋଟିଏ ବୋଲି ପୁଅ। ବାପା ମୋର ଜଣେ ସ୍ୱଳ୍ପ ବେତନଧାରୀ ସରକାରୀ କର୍ମଚାରୀ। ହେଲେ କେବେ ଲାନ୍ଚ ନେଇ ନାହାନ୍ତି। ଆଉ ମା ଗୃହିଣୀ। ମୁଁ ଉଚ୍ଚ ଶିକ୍ଷିତ। ହେଲେ ଚାକିରୀ ବା ଏତେ ସହଜରେ କୋଉଠୁ ମିଳୁଛି? ମୋ ମାକୁ ବ୍ଲଡ଼ କ୍ୟାନ୍ସର। ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର। ହେଲେ କୌଣସି ସୂତ୍ରରୁ ସେମିତି କିଛି ସାହାଯ୍ୟ ମିଳିନାହିଁ। ବାପାଙ୍କ ସ୍ୱଳ୍ପ ଦରମାର ସନ୍ଚିତ ଧନ ସରିବାକୁ ବସିଲାଣି। ମା ର ଚିକିତ୍ସା କେମିତି ହେବ? ଏମିତି ସମୟ ରେ ଏକା ଥରେ ଏତେ ଟଙ୍କା ପାଇବା ପାଇଁ ଚୋରି ଛଡ଼ା ଅଲଗା କିଛି ରାସ୍ତା ଦେଖା ଗଲାନି ମୋତେ। ମୁଁ ଚୋରି ପାଇଁ ସେ ଘରକୁ ଯାଇ ଥିଲି। ବାଲ୍କୋନୀ ପାଖ ଅନ୍ଧାର ଥିଲା ତ ସେଇଠି ଲୁଚିଗଲି। ସେଇଠି ପାଖକୁ ଲାଗି ତାଙ୍କ କିଚେନ ଥିଲା। ଲାଇଟ୍ ଜଳୁଥିଲା ତ ମୋତେ ଭିତରେ କଣ ହେଉଛି ସବୁ ଦେଖା ଯାଉଥିଲା। କିଛି ସମୟ ପରେ ଜଣେ ଲୋକ ଆଉ ଜଣେ ମହିଳା କିଚେନକୁ ଆସିଲେ। ମହିଳା ଜଣଙ୍କ କହିଲେ , ସାରା ଜୀବନ ଆମେ ବାପା ଙ୍କ ଦାୟିତ୍ୱ ନେଲୁ। ଭାଇ କଣ ପାଇଁ ସମ୍ପତ୍ତି ରୁ ଭାଗ ନେବେ? ତୁମ କୁ ଯାହା କହି ଥିଲି ଆଣିଲ? ବ୍ୟକ୍ତି ଜଣକ କହିଲେ ହ। ଆଉ କାଗଜ ପତ୍ର ବି ରେଡି। ତୁମେ ସୁଇସାଇଡ଼ ନୋଟ ଲେଖିଲ? ନିଅ,ଏଇଟା କୁ କ୍ଷୀର ରେ ମିଶାଇ ଦିଅ। ତାଙ୍କ କଥା ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା। ସେମାନେ କଣ କରୁଛନ୍ତି ଜାଣିବା ପାଇଁ ମୁଁ ଆଉ ଟିକେ ନିରିଖେଇ ଚାହିଁ ଲି। ସେମାନେ କ୍ଷୀର ଗ୍ଲାସ ରେ ବିଷ ମିଶାଇ ତାକୁ ଧରି ଭିତର କୁ ଚାଲି ଗଲେ। ମୁଁ ଜାଣି ପାରିଲି କିଛି ଗୋଟିଏ ଅଘଟଣ ଘଟିବାକୁ ଯାଉଛି। ମୁଁ ଚୁପିଚୁପି ଘର ଭିତରକୁ ପଶିଲି। ଆଉ ପ୍ରାୟ କେହି ଘରେ ନଥିଲେ। ତ ମୁଁ ସହଜରେ ସେମାନଙ୍କ ପିଛା କରି ପାରିଲି। ସେମାନେ ଗୋଟିଏ ରୁମ୍ ଭିତରକୁ ଗଲେ। ସେଠାରେ ଜଣେ ବୄଦ୍ଧ ଶୋଇଥିଲେ। ମହିଳା ଜଣଙ୍କ ବୃଦ୍ଧ ଙ୍କୁ ଉଠେଇ କହିଲେ ବାପା, ଉଠି କ୍ଷୀର ପିଇ ଦିଅ। ଏତିକି କହି ସେ ବିଷ ମିଶା ଖିର ଗ୍ଲାସ ଟା ତାଙ୍କ ହାତକୁ ବଢ଼ାଇ ଦେଲେ। ହେ ଭଗବାନ୍..... ମୋର ଆଉ କିଛି ବୁଝି ବାକୁ ବାକି ରହିଲନି। ମୁଁ ତ ମୋ ମା ର ଜୀବନ ବନ୍ଚେଇବା ପାଇଁ ଚୋରି କରି ବାକୁ ଆସିଥିଲି। ହେଲେ ଏଠି ତ ପିଲା ସମ୍ପତି ଲୋଭରେ ନିଜ ଅସହାୟ ବାପ ର ଜୀବନ ନେବା କୁ ପଛଉ ନାହାନ୍ତି ମୁଁ ଧାଇଁ ଯାଇ ବୄଦ୍ଧ ଙ୍କ ହାତ ରୁ ଗ୍ଲାସ ଛଡାଇ ଫିଙ୍ଗି ଦେଲି। ସେମାନେ ମୋତେ ଦେଖି ଚୋର ଚୋର ବୋଲି ଚିଲେଇ ବାକୁ ଲାଗିଲେ ଆଉ ପୋଲିସ ଷ୍ଟେସନ କୁ କଲ୍ କରି ଦେଲେ। ପଡିଶା ଲୋକ ବି ପାଟି ଶୁଣି ଆସି ମୋତେ କାବୁ କରି ନେଲେ। ମୁଁ ସମସ୍ତ ଙ୍କୁ ପ୍ରକୃତ ଘଟଣା ଟା କହିବା କୁ ଚେଷ୍ଟା କଲି। ହେଲେ କେହି ମୋ କଥା ଶୁଣିଲେନି। ଏବେ ଆପଣ କୁହନ୍ତୁ, ପ୍ରକୃତ ଦୋଷୀ କିଏ,....ପ୍ରକୃତ ପାପୀ କିଏ


ସୁବୋଧ ର କଥା ଶୁଣି ବଡ଼ବାବୁ ଚିନ୍ତିତ ଜଣା ପଡୁଥିଲେ ଆଉ ଅନ୍ୟ ମାନେ ଚକିତ ହୋଇ ପରସ୍ପରକୁ ଚାହିଁ ରହିଥିଲେ।

                      


Rate this content
Log in

Similar oriya story from Drama