STORYMIRROR

jitamitra swain

Drama

3  

jitamitra swain

Drama

ଗୋଟିଏ ଯୋଦ୍ଧା ର ଅନ୍ତ

ଗୋଟିଏ ଯୋଦ୍ଧା ର ଅନ୍ତ

2 mins
467

ଗୋଟିଏ ଯୋଦ୍ଧା ର ଅନ୍ତ:


    ମିତାଲି ଅସହାୟ ହୋଇ ପଡୁଥିଲା। ମା' ତ ଅନର୍ଗଳ ଗାଳି ଦେଇ ଚାଲି ଥିଲେ ଆଉ ତାକୁ ବୁଝାଇବାକୁ ଚେଷ୍ଟା କରୁଥିଲେ।


   ତୁ ସାହସ କେମିତି କଲୁ? ତୁ କାହାକୁ ପଚାରି କେସ୍ କରିଛୁ? ଆମ ପରିବାରର କେହି କେବେ ଥାନା ଦୁଆର ମାଡି ନଥିଲେ। ହେଲେ ତୋ ଦୟା ରୁ ଆମେ ଏଠାକୁ ଆସିବା କୁ ବାଧ୍ୟ ହେଲୁ। ତୁ  ଆମ ମାନ୍ ଇଜ୍ଜତ ସବୁ ସାରି ଦେଲୁ। ଆମେ ସମାଜ ରେ ଆଉ ମୁଣ୍ଡ ଟେକି ଚାଲି ପାରିବୁନି। ଇତ୍ୟାଦି ......ଇତ୍ୟାଦି...........।

    ମିତାଲି ବିକଳ ହୋଇ ବାପା ଙ୍କୁ ଚାହିଁ ଥିଲା ଆଶା ନେଇ କି ଏଭଳି ସମୟ ରେ ସେ ନିଶ୍ଚୟ ନିଜ ଅଲିଅଳି ଝିଅ ର ସାଥ୍ ଦେବେ। ହେଲେ ବାପା ବସିଥିଲେ ଗମ୍ଭୀର ହୋଇ। ମିତାଲି କୁ ଲାଗୁଥିଲା ଯେମିତି ସେ ଗୋଟିଏ ବହୁତ ବଡ଼ ଅପରାଧ କରି ଦେଇଛି।

  

   ମିତାଲି..... ଯିଏକି ଜଣେ ମେଧାବୀ ଛାତ୍ରୀ ଆଉ ଘର ର ଅଲିଅଳି ଝିଅ କିଛି ଦିନ ତଳେ ଏଇ ସହର କୁ ଆସିଥିଲା ଗୋଟିଏ ଉଜ୍ଜ୍ୱଳ ଭବିଷ୍ୟତ ର ଆଶା ନେଇ ଗ୍ରାଜୁଏସନ୍ କରିବାକୁ। ଘର ଠାରୁ ସହର ଦୂରରେ ଥିବା ରୁ ଗୋଟିଏ ମେସ୍ ରେ ରହି ଥିଲା ଆଉ ତିନି ଜଣ ସହପାଠିନୀ ଙ୍କ ସହ। ବହୁତ ଖୁସି ରେ ପ୍ରାୟ ଛ ମାସ କଟିଗଲା। ପ୍ରଥମ ସେମିଷ୍ଟର ରେ ବି ଖୁବ୍ ଭଲ ରେଜଲ୍ଟ କଲା ସେ। ସବୁ କିଛି ଠିକ ଚାଲି ଥିବା ସମୟରେ ସେ ଗୋଟିଏ ଅସାମାଜିକ ଯୁବକ ର କୁ ଦୃଷ୍ଟି କୁ ଆସି ସାରି ଥିଲା। ଯୁବକ ଜଣକ ତାର ରିତିମତ୍ ପିଛା କରୁଥିଲା। ହେଲେ ଅସହ୍ୟ ତ ସେବେ ହେଲା ଯେତେବେଳେ ଦିନେ କଲେଜ ରୁ ଫେରିବା ବାଟରେ ସେ ତାକୁ ଅଟକାଇ ତାର ହାତ ଧରି ଭିଡି ବାକୁ ଚେଷ୍ଟା କଲା। ମିତାଲି ତାର ଅନ୍ୟ ସାଥୀ ମାନଙ୍କ ସହଯୋଗ ରେ ପରିସ୍ଥିତି ର ମୁକାବିଲା କରି ସୁରକ୍ଷିତ ଖସି ଆସିଥିଲା। ହେଲେ ଭବିଷ୍ୟତରେ ଅନ୍ୟ କିଛି ଅଘଟଣ ର ଆଶଙ୍କା ରେ ସେ ଯୁବକ ବିରୁଦ୍ଧ ରେ କେସ୍ କରିବା କୁ ସ୍ଥିର କରିଥିଲା। ତାର ସହପାଠିନୀ ମାନେ ମଧ୍ୟ ତାକୁ ସହଯୋଗ କରିବାକୁ ଆଗେଇ ଆସିଲେ। ସମସ୍ତ ଙ୍କ ସହଯୋଗ ରେ ସେ ଯୁବକ ବିରୋଧରେ କେସ୍ କରିଥିଲା ଆଉ ତାକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ନ୍ୟାୟ ର ଲଢ଼େଇ ଲଢ଼ି ବାକୁ ନିଜ କୁ ମାନସିକ ସ୍ତରରେ ପ୍ରସ୍ତୁତ କରି ଥିଲା।


      ହେଲେ ଯୁବକ ଜଣକ ନିଜ ପରିବାର ର ପ୍ରତିପତ୍ତି ବଳରେ ମିତାଲି ର ପରିବାର ସହ ଯୋଗାଯୋଗ କରି କେସ୍ କୁ  ରଫାଦଫା କରିବା କୁ ଚେଷ୍ଟା ଚଳାଇ ଥିଲା। ମିତାଲି ର ପରିବାର ଏକଥା ବିଷୟରେ ଅବଗତ ହେଲା ପରେ ଅସଲ ଅସୁବିଧା ଆରମ୍ଭ ହୋଇଥିଲା। ମିତାଲି ର ମା' କେସ୍ କୁ ଫେରାଇ ନେବାକୁ ତାକୁ ବୁଝାଇ ଚାଲି ଥିଲେ ଆଉ ବାପା ଘରେ କିଛି ନ ଜଣାଇ କେସ୍ କରି ଥିବା ରୁ ଅଭିମାନ ରେ ଚୁପ୍ ଥିଲେ।


     ଶେଷ ରେ ମିତାଲି ବାଧ୍ୟ ହେଲା ଉଭୟ ପକ୍ଷ ର ଉପସ୍ଥିତି ରେ କେସ୍ ଟିକୁ ବନ୍ଦ କରି ବାକୁ। ତାକୁ ଲାଗୁଥିଲା ଯୁବକ ଆଉ ତା ପରିବାର ଲୋକ ତାକୁ ପରିହାସ କରୁଛନ୍ତି। ଗୋଟିଏ ଯୁଦ୍ଧ ଲଢ଼ିବା ଆଗରୁ ହିଁ ତାର ପରାଜୟ ହୋଇ ସାରି ଥିଲା। ତା ପରିବାର ର ମାନ ରଖିବା କୁ ସେ ଏମିତି ପଙ୍ଗୁ ହୋଇ ଯାଇଥିଲା ଯେ ଭବିଷ୍ୟତ ରେ ବି କୌଣସି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରି ବାକୁ ହୁଏତ ସେ ଆଉ କେବେ ବି ସାହସ କରିବ ନାହିଁ। ଏମିତି ଗୋଟିଏ ଅନ୍ୟାୟ ବିରୋଧରେ ଛିଡ଼ା ହୋଇ ଥିବା ଯୋଦ୍ଧା ର ସବୁଦିନ ପାଇଁ ଅନ୍ତ ହୋଇ ଗଲା।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama