Sachidananda Kar

Romance Thriller

2.5  

Sachidananda Kar

Romance Thriller

ପାପାଲି

ପାପାଲି

2 mins
314


ମନରେ ପ୍ରଣବ,ହୃଦୟରେ ପ୍ରଣବ ।

ସେଦିନ ରାତିରେ ଶୋଇ ପାରିଲିନି ପାପାଲି । ପ୍ରଣବକୁ ନେଇ ବହୁତ କିଛି ଭାବିଲା । ନଈଟିଏ ହୋଇ ବହିଯିବାକୁ ତା'ର ଇଚ୍ଛା ହେଲା । ଖୁବ୍ ଏକାନ୍ତରେ, ଖୁବ୍ ଗୋପନରେ ସମୁଦ୍ର ସହିତ ମିଶିଯିବାକୁ ମନ ତରତର ହେଲା ।

ପରଦିନ ସେ ଫୋନ୍ ଲଗେଇ ପ୍ରଣବକୁ କହିଲା - ' ତୁମ ପାଇଁ ଝିଅଟିଏ ଦେଖିଛି, ପ୍ରଣବ ।  '

- ' ନାଁ କ'ଣ ସେ ଝିଅଟିର ? '

- ' କ'ଣ ହୋଇଥିବ ଭାବୁଛ ? '

- ' କେମିତି କହିବି ? '

- ' ସେ ଝିଅଟିର ନାଁ ପାପାଲି । ମୁଁ ସେହି ଝିଅ, ଆଉ କେହି ନୁହେଁ । ହେଲା....? '

ବାସ୍ । ଏହାପରେ କେବଳ ମିଶିବାର ସମୟକୁ ଅପେକ୍ଷା କରୁଥିଲେ ଦୁହେଁ । ଧୀରେ ଧୀରେ ବଢିଚାଲିଲା ଗୋଟିଏ ସଂପର୍କ । ସେ ସଂପର୍କ ଏମିତିକା ଯେ କିଛି ବନ୍ଧ ବାଡ ମାନିଲାନି । ବାପା ବହୁତ ବୁଝାଇଲେ, ହେଲେ ପାପାଲି କିଛି ବି ବୁଝିଲାନି । ଶେଷରେ ଦିନେ ଘରୁ ଲୁଚି ପ୍ରଣବ ପାଖକୁ ଚାଲିଆସିଲା ସେ । ଦୁହେଁ ଗୋଟେ ମନ୍ଦିରକୁ ଗଲେ । ସେଠାରେ ବିବାହ କରି ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ।

ବହୁବିଧ ବର୍ଣ୍ଣର ସମନ୍ବିତ ଏକ ସୁନ୍ଦର ସୁଖମୟ ଜୀବନ ବଞ୍ଚିବାକୁ ଲାଗିଲେ ଦୁହେଁ । ଏବେ ପାପାଲି ପାଖରେ ଥିଲା ତା'ର ପିଲାଦିନର ସାଙ୍ଗ ଆଉ ଖୁସିର ମୁହୂର୍ତ୍ତ । ପ୍ରଣବ ଭଡାରେ ନେଇଥିଲା ଗୋଟିଏ ଫ୍ଲାଟ୍ । ଦୁହେଁ ସେଇଠି ରହୁଥିଲେ । ନୂଆ ନୂଆ ଦୁହେଁ ଖୁବ୍ ବୁଲାବୁଲି କଲେ । ସଂପର୍କ ଆହୁରି ସୁନ୍ଦର ଓ ସୁଖମୟ ହେବାରେ ଲାଗିଲା । ଘର କଥା ଜମାରୁ ମନେ ପକାଉ ନ ଥିଲା ପାପାଲି । ବାପା ରାଗିଛନ୍ତି ଖୁବ୍ - ଏକଥା ଜାଣିଥିଲା ସେ । ମନକୁ ବୁଝାଉଥିଲା ସେ । ପ୍ରଣବକୁ ନିଜର ଆତ୍ମା ଭଳି ଭଲ ପାଉଥିଲା । ସବୁବେଳେ ଖୁସି ଆଉ ସନ୍ତୁଷ୍ଟ ରହୁଥିଲା । ଆଗକୁ ଆଗକୁ ଚାଲିଥିଲା ତା'ର ସଂସାର ।

କ'ଣ ଏଠି ଚିରନ୍ତନ ଯେ ! ଧୀରେ ବଦଳି ଗଲା ତା'ର ଏ ଅବସ୍ଥା । ଚାକିରୀ ପାଇବା ପରେ ପ୍ରଣବ ଟିକେ ଖରାପ ବାଟକୁ ଚାଲି ଯାଇଥିଲା । ଗୋଟେ ବାଜେ ଝିଅ ସହିତ ଗଢି ଉଠିଥିଲା ତା'ର କୁସଂପର୍କ । ଦୁହେଁ ଅନେକ ସମୟରେ ସାଙ୍ଗ ହୋଇ ହୋଟେଲ ଯାଉଥିଲେ । ମଦ ପିଉଥିଲେ । ମଉଜମସ୍ତି କରୁଥିଲେ ।

ଏତେ କଥା କିଛି ବି ଜାଣି ନ ଥିଲା ପାପାଲି । ନୂଆ ନୂଆ କେବେ ବି ପ୍ରଣବ ମଦ ପିଇ ଘରକୁ ଆସୁ ନ ଥିଲା । ଦିନେ ମଦ ପିଇ ଚାଲି ଆସିଲା ପ୍ରଣବ । ଖୁବ୍ ବକାବକି କଲା । ଆଶ୍ଚର୍ଯ୍ୟ ହେଲା ସେ । ପଦେ କଥା ତା' ପାଟିରୁ ଖସିଛି କି ନାହିଁ, ପ୍ରଣବ ତା' ପାଖକୁ ଚାଲି ଆସି ତାକୁ ଜୋରରେ ପେଲିଦେଲା । ତଳେ ପଡିଗଲା ସେ । ତା' ପରେ ଦୁଇ ଚାରିଟା ଗୋଇଠା ତାକୁ କଷିଦେଲା ପ୍ରଣବ ।

ସେ ମନେକଲା ଯେମିତି ଆକାଶରୁ ଛିଣ୍ଡି ତଳକୁ ଗଳି ପଡିଛି । ଆଶାର ଫୁଲଟି ମଉଳି ସାରିଥିଲା । ସ୍ବପ୍ନ ଧୂଳିସାତ୍ ହୋଇଥିଲା । ଏବେ ଖାଲି ଅନୁତାପ ଆଉ ଅନୁତାପ । କିଏ ଯେମିତି ତା' ସୁଖରେ କୁନଜର ପକାଇ ଦେଇଛି - ସେମିତି ଅନୁଭବ କରୁଥିଲା ସେ । ଘୋର ଅନୁତାପର ସମୟଟି ଆସି ଯାଇଥିଲା ତା' ଜୀବନରେ । ଅନୁତାପ.. ଅନୁତାପ ।


Rate this content
Log in

Similar oriya story from Romance