STORYMIRROR

Umashankar Satpathy

Romance

3  

Umashankar Satpathy

Romance

**ପାନ୍ଥଶାଳା **

**ପାନ୍ଥଶାଳା **

1 min
773


ଅନ୍ଧ ମୁହାଣୀର ବାଟଭୁଲା ଯାଯାବର ସେ,

ଭୁଲିଯାଇଥିଲା ଜହ୍ନର ଚମକ

ଆଙ୍କୁଥିଲା ସ୍ୟାହିରେ ନକ୍ସା 

କେବେ ସରିବ ମିଆଦ ତା ବନ୍ଦୀ ଜୀବନର।


ଜୀବନର ସୂର୍ଯ୍ୟୋଦୟ ହେଲା

ସେତେବେଳେ

ସୂର୍ଯ୍ୟ ସ୍ୱପ୍ନର ମଥାନରେ,

ଅଳସିର ଶଯ୍ୟା ବ୍ୟାପିଯାଇଥିଲା

ବାଫ୍ଲିମାଲିର ପାଦଦେଶଯାଏ।

ନିର୍ଜନତା ଖାଲି ନିର୍ଜନତା।


ଚିକ୍ ଚିକ ନୀଳ କାଚର ବଙ୍ଗଳା

ଲାଗୁଥିଲା ପରିତ୍ୟକ୍ତ ଉପନିବେଶ ପରି।

ଯେମିତି ମଧ୍ୟରାତ୍ରିର କୋଣାର୍କ ଚନ୍ଦ୍ରଭାଗା ମୁହାଁଣରେ।

ଅତୁଳନୀୟ ସ୍ଥାପତ୍ୟ ଓ ସାଜସଜା।

ସବୁଆଡେ ନିରବତା ଆଉ ନିରବତା।


ବୋଧେ ହଜିଯାଇଥିବା ଠିକଣାଟା ମିଳିଗଲା।

କେହିନଥିଲାପରି ଲାଗୁଥିଲା

ମାଲିକାନା ସମ୍ଭାଳି ନେଇଥିଲା ସେ।

ସଜେଇଥିଲା କାନ୍ଥବାଡ ନିଜ ଇଚ୍ଛାରେ।

ସାଙ୍ଗ ଥିଲେ ଘାସଫୁଲର ଗାଲିଚା ଆଉ 

ତୁଲିପର ବାଡ଼ 


ଦିନ ପରେ ଦିନ ବିତିଗଲା

ଏମିତି ଜଣେ ଆସିଲେ ଆତିଥ୍ୟ ବି ନେଲେ, 

ମଝିରେ ଜଣେ ଦୁଇ ଜଣ ଆସିଲେ ଚାଲିଗଲେ।

ତୀର୍ଥଙ୍କର ଥିଲେ ସେମାନେ।


କଣ ହେଲା କେଜାଣି

ସହରରେ ଖବର ବ୍ୟାପିଗଲା

ବିଜୁଳିଵେଗରେ ଯେ,

ପାନ୍ଥନିବାସ ଡାକୁଛି ସନ୍ତର୍ପଣରେ।

ଭିଡ ଜମିଲା

କବି ,ସାହିତ୍ୟିକ, ରସିକ, ଦାର୍ଶନିକ ସମସ୍ତେ ଆସିଲେ।

ଚାହୁଁ ଚାହୁଁ ସବୁ ରୁମ୍ କବ୍ଜା ହେଇଗଲା।

ନିରବତା କୁ ଆଦରିନେଇସାରିଥିଲା ଯାଯାବର 

କିନ୍ତୁ ଏବେ,

ଶ୍ୱାସରୁଦ୍ଧ ସେ ଆଗନ୍ତୁକ ସୌଦାଗର ମାନଙ୍କ ଭିତରେ।


ନୂଆ ଠିକଣା ଖୋଜିଲା

ଗହଳିରୁ ବାହାରି ଫୁଟପାଥ୍ ଖୋଜିଲା

ଯୋଉଠୁ ଆସିଥିଲା ଶୈଶବରୁ


ହାତରେ ଥିଲା ସ୍ମୃତିର ପାଣ୍ଡୁଲିପି ଅଳ୍ପକେତେ ଦିନର।ବୁଝିବାକୁ ବାକି ନଥିଲା,

ପାନ୍ଥଶାଳା ସେ କାହାକୁ ଭାବେନା ପର 

ହାତଠାରି ଡ଼ାକୁଥାଏ - ମତେ

ଆଦର କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance