ପାଳଭୁତରୁ ଜଗନ୍ନାଥ
ପାଳଭୁତରୁ ଜଗନ୍ନାଥ
ଘୋଡାରେ ଚଢି ପୁରୀ ଯିବା ବାଟରୁ ଆରମ୍ଭ କରି ବଡଦାଣ୍ଡ ପର୍ଯ୍ୟନ୍ତ ମାଳତୀର ସୁନ୍ଦର ସୁନ୍ଦର ହାତଅଙ୍କା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ସହିତ ନିଜ ସ୍ୱାମୀ ଦାମର ଘୋଡା ସବାର ହେବାର ଅବିକଳ ନକଲ ବା ପୋଟ୍ରେଟ ବହୁଳ ସଂଖ୍ୟାରେ ବିକ୍ରି ହେବା ସହ ଗ୍ରାହକମାନେ ଘୋଡା ଉପରେ ବସି ସମୁଦ୍ରକୂଳେ ଓ ବଡଦାଣ୍ଡରେ ତାଙ୍କ ପୋଟ୍ରେଟ ସବୁ ଆଙ୍କିବାକୁ ଅନୁରୋଧ କରୁଥାନ୍ତି ମାଳତୀକୁ ତ ମାଳତୀର କୁଶଳୀ ହାତ ଚଟାପଟ ପୋଟ୍ରେଟ ତିଆରି କରି ଚିତ୍ର ସବୁ ଦେଇ ଭଲ ରୋଜଗାର କରୁଥାଏ. ଫୁରସତ ପାଇ ଦାମ ପଚାରିଥିଲା ସ୍ତ୍ରୀକୁ ଯେ ଏସବୁ ବିଦ୍ୟା କେଵେ କେମିତି ଆହରଣ କଲୁ ମାଳତୀ? ମାଳତୀ କହିଥିଲା ଜମିରେ ଲାଗିଥିବା ଆମ ଗାଁ ଚଷାଭାଇମାନଙ୍କ ହାତ ତିଆରି ପାଳଭୂତ ହିଁ ମୋର ପ୍ରଥମ ପ୍ରେରଣା. ସେଇ ପାଳଭୂତ ସବୁ ଭିତରୁ ତୁମ ଜମିରେ ଥିବା ପାଳଭୂତର ପୋଟ୍ରେଟ କରି କଲେଜରେ ବହୁ ସୁନାମ ଅର୍ଜ୍ଜନ କରିବା ସହ ଗୁରୁମା, ଗୁରୁଜୀ ଓ ସାଙ୍ଗସାଥିମାନଙ୍କ ପୋଟ୍ରେଟ କରି ସୁନାମ ଓ ଯଶ ସାଉଣ୍ଟୁ ଥିବା ସେତେବେଳର ଝିଅ ମାଳତୀ ଆଜି ସେସବୁକୁ ଜୀବିକା କରିବାକୁ ପ୍ରେରଣା ପାଇଛି ତୁମ ପାଇଁ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ.ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାମାଆଙ୍କ ଚିତ୍ର ଗୁଡିକ ଏବେ ବିଦେଶରେ ବିକ୍ରି ହୋଇ ପୁଣି ଅର୍ଡର ମିଳିଛି ବୋଲି ମୋର ଜଣେ ଆମେରିକାରେ ରହୁଥିବା ସାଙ୍ଗ ଜଣେଇଛି ବୋଲି ଜଣାଇଥିଲା ମାଳତୀ . ଭାରି ଖୁସି ହୋଇ ଦାମ ଘୋଡା ଦୁହିଁଙ୍କୁ କଅଁଳ ଛନଛନ ଘାସ ଖୁଆଉଥିବା ବେଳେ ଘରେଥିବା କାଳିଆ କସରାଙ୍କ ପାଇଁ ମଧ୍ୟ ଛନଛନିଆଁ କଅଁଳ ଦୁବଘାସ କିଣି ରଖୁଥିଲା.
ସେହି ସମୟରେ ମାଳତୀ କହୁଥିଲା ଜଗନ୍ନାଥଙ୍କ ଅନୁମତି ନନେଇ ତାଙ୍କ ସହ ତାଙ୍କ ଭାଇ, ଭଉଣୀଙ୍କ ଚିତ୍ର ଆଙ୍କି ମୁଁ ଯେଉଁ ଦୋଷ ଓ ପାପ କରିଛି ତାହା ଛଡେଇବାକୁ ଆଡପ ଦର୍ଶନ କରିସାରିଛି ଗୁଣ୍ଡିଚା ମନ୍ଦିରରେ. ଏବେ ରଥ ଉପରେ ବାହୁଡା଼ ଦର୍ଶନ, ସୁନାବେଶ ଦର୍ଶନ ତଥା ଅଧର ପଣା ପିଇ ମୋ ଭିତରେ ଥିବା ଅତୃପ୍ତ ଆତ୍ମାଙ୍କୁ ତୃପ୍ତ କରାଇ ଆଙ୍କିଯିବି ରଥଉପରେ ପ୍ରଭୁଙ୍କ ଚିତ୍ର. ପ୍ରଭୁ ଗୁପ୍ତ ନହୋଇ ଚାରିଆଡେ ସୁପ୍ତ ହେଲେ ପ୍ରଭୁଙ୍କ ନାମରେ ଆମ ଓଡିଶା ହେବ ଗର୍ବିତ. ଲୋକେ ଭାରତରେ ଓଡିଶା ରାଇଜର ପୁରୀ ସହରରେ ଥିବା ଜଗନ୍ନାଥଙ୍କୁ ଚିହ୍ନିବା ସହ ବଳଭଦ୍ର ଓ ସୁଭଦ୍ରାମାତାଙ୍କୁ ପୂଜା କରି ଲଷ୍ମୀମାଆଙ୍କ ପୂଜା ମଧ୍ୟ କରିପାରିବେ ଫଳରେ ଓଡ଼ିଶାର ଆରାଧ୍ୟ୍ୟଙ୍କ ସହିତ ଓଡିଶାର ଇତିହାସ ଓ ବରପୁତ୍ରମାନଙ୍କର ଦେଶ ପାଇଁ ବଳିଦାନ କଥା ମଧ୍ୟ ଜାଣିବେ. ଏହି ସମୟରେ ବାହୁଡା ଯାତ୍ରାରେ ସ୍ୱୟଂ ଜଗନ୍ନାଥ ନନ୍ଦିଘୋଷରେ, ବଳଭଦ୍ର ତାଳଧ୍ୱଜରେ ଓ ମାଆ ସୁଭଦ୍ରା ଦେବୀଦଳନ ରଥରେ ବସି ବାହୁଡୁ ଥିଲେ ସିଂହଦ୍ୱାର ଅଭିମୁଖେ. ସେତିକି ବେଳେ ମାଳତୀ କଣ ଆଙ୍କି ଚାଲିଥାଏ ଟିକେ ଗହଳିରୁ ଦୂରରେ.ଦାମ କିନ୍ତୁ ହାତରେ ଘୋଡା ଓ ହଡ଼ା ହୋଇସାରିଥିବା ତା ବଳଦ ଦୁହିଁଙ୍କ ପାଇଁ ଘାସ ଧରି ନାଚିଚାଲିଥାଏ ଗାଇ ଗାଇ ଝାଇଁକି ଝାଇଁ.. ଝିଝାଇଁ ଝାଇଁ... ରଥରେ କାଳିଆ ସାଇଁ... ଘୋଡା ଓ ବଳଦ ଆଦି ପଶୁ ପକ୍ଷୀ ଓ ମନୁଷ୍ୟ ଭଲରେ ଥାଆନ୍ତୁ ରହି.. ଝାଇଁକି ଝାଇଁ.. ଝିଝାଇଁ ଝାଇଁ. ଦୂରରୁ ସେସବୁ ଦୃଶ୍ୟକୁ କାଗଜ ତୁଳୀରେ ଆଙ୍କି ରଖୁଥିଲା ମାଳତୀ. ପରେ ସେସବୁ ଚିତ୍ର ଲକ୍ଷପତିରୁ କୋଟିପତି କରିଥିଲେ ବି ଦାମ ଭୁଲି ନଥିଲା ମାଆମାଟି ତା ଗାଁକୁ.କାଳିଆ କସରା ବଳଦଙ୍କ ସହ ଘୋଡା ଦୁହିଁଙ୍କ ଯତ୍ନନେଉଥିଲା ନିଜ ହାତରେ ଘାସ ଲଗାଇ ଓ ଘାସ କାଟୁଥିଲା ନିଜେ, ସ୍ତ୍ରୀ ହାତରେ ସେଇ ନାଲିଚା ପିଇ, ଯେମିତି ତା ବୋଉ କରେ ବର୍ଷାଦିନେ, ମେଘ ଉଠେଇଲେ ଆକାଶରେ ।
