Akshayakumar Dash

Fantasy

3  

Akshayakumar Dash

Fantasy

ପାଢ଼ୀ ବାବୁଙ୍କ ଆସର

ପାଢ଼ୀ ବାବୁଙ୍କ ଆସର

2 mins
205


ରଜତ ସେଦିନ ପାଢ଼ୀ ବାବୁଙ୍କ ସାହିତ୍ୟ ଆସର ରୁ ଫେରୁଥିଲା । ଅପ୍ରୟାଶୀତ ଭାବେ ସୀତା ସ୍ୱାମୀଙ୍କ ସାଙ୍ଗରେ ଦେଖାହେଲା । ସୀତା ସ୍ୱାମୀ ଜଣେ ପତ୍ରିକାର ସମ୍ପାଦକ । ରଜତ ସେଇପତ୍ରିକା ର ସହ ସମ୍ପାଦନା ମଣ୍ଡଳୀର ସଭ୍ୟ । ରଜତକୁ ତାଙ୍କର ବିରୋଧୀ ପାଢ଼ୀ ଆସର ରୁ ଫେରିବା ଦେଖି ଟିକେ ଉପହାସ କରି କହିଲେ, କଣ , ଆପଣ ଆଜି ଭୁରି ଭୋଜନ କରିଥିବେ,ଯାନ୍ତି ଘରେ ଟିକେ ବିଶ୍ରାମ ନେବେ । ରଜତ କହିଲା କଣ ଆପଣ କବିତା ପାଠରେ ଯୋଗ ଦେଇନାହାନ୍ତି?ଅପଣଙ୍କୁତ ନିମତ୍ରଣ ହୋଇଥିବ । ରଜତ କହିବା ଶେଷ ହେବା ପୂର୍ବରୁ ସୀତା ସ୍ୱାମୀ କହିଲେ, ଆମକୁ ଡାକିଲେ ତାଙ୍କର ସଂସ୍ଥା ଅଚଳ ହୋଇଯିବ । ଏକଚାଟିଆ କାରବାର ବନ୍ଦ ହେବ ।


ରଜତ ଜାଣିଛନ୍ତି ଯେଉଁ ଆସର ରୁ ଫେରିଲେ ତାହା କେବଳ ଜଣେ ଲୋକର ନିର୍ଦେଶରେ ଚାଲେ । ସେଇ ଲୋକ କଲେ ବଳେ କୌଶଳେ ତାଙ୍କର ସ୍ୱାର୍ଥ ହାସଲ କରିବାକୁ ଏହି ଆସର ଟିକୁ ଚଳାଉଛନ୍ତି । ନିଜ କବିତାକୁ ଉଚା ସ୍ୱରରେ ପଢି ବାହା ବାହା ନେଉଛନ୍ତି କେତେକ ଅନସହିତ୍ୟକଙ୍କ ମେଳରେ ନିଜର ପୁସ୍ତକ ଉନ୍ମୋଚନ କରି ନିଜ ନିଜ ଭିତରେ ଉ ପୁରସ୍କାର କି ଉତରୀୟ ଗ୍ରହଣ କରନ୍ତି । କବିତା ପାଠୋଉଛବରେ ନିଜ କବିତାକୁ ଆଗେ ପଢ଼ିଦେଇ ବାହାରେ କଥାବାର୍ତା ହୁଅନ୍ତି । ଏପରିକି ନିଜ କବିତାର ଉତ୍କର୍ଷତା ଗାଇ ବୁଲନ୍ତି । ଯେଉଁମାନେ ସମୟ ଓ ଅର୍ଥ ଦେଇ ଅନୁଷ୍ଠାନକୁ ଆଗେଇବାରେ ସହଯୋଗ କରନ୍ତି ସେମାନଙ୍କ କୃତିକୁ ଅଣଦେଖା କରନ୍ତି । ସମସ୍ତଙ୍କ ପରାମର୍ଶ ଓ ଅର୍ଥ ରେ ବର୍ଷକୁ ଗୋଟିଏ ପତ୍ରିକା ପ୍ରକାଶ କରି ସେଥିରେବି ଅନ୍ତର ପାନ୍ତର କରନ୍ତି ।


ଏସବୁ ପାଢ଼ୀ ଙ୍କ ନିର୍ଦେଶରେ ହୁଏ ।  ଏହିସବୁ ପକ୍ଷପାତ ବିଚାର ଦେଖି କେତେକ ସଭ୍ୟ ବିମୁଖ ହୋଇ ଯୋଗଦେବାକୁ ଇଚ୍ଛା କରନ୍ତି ନାହିଁ । ଆହୁରିମଧ୍ୟ ନାରୀ ମାନଙ୍କ ପ୍ରତି ତାଙ୍କର ବିଶେଷ ଅନୁରକ୍ତି ଥାଏ । ଚରିତ୍ର ସ୍ପଲନ ତାଙ୍କ ପାଇଁ ମାମୁଲି ଭାବନ୍ତି । ନିଜେ ଧାଆଢପଡ଼ କରି ନିଜର ସ୍ଥିତି ପାଇଁ ମୋଟା ଅର୍ଥ ଖର୍ଚ୍ଚ କରି ପୁରସ୍କାର ଲାଭକାରନ୍ତି । ଏସବୁ କଥା ଅଛପା ରହିଲା ନାହିଁ ଯେଉଁଦିନ ତାଙ୍କର ଧରମ ଝିଅ ଦାବିକଲା ତାର ସନ୍ତାନର ପିତୃତ୍ୱ ସମ୍ପତି । ସାହିତ୍ୟକୁ ବ୍ୟବସାୟ କରି ଏପରି ଚରିତ୍ର ମାନ ନିଜକୁ ଭଦ୍ର ଓ ଶିକ୍ଷିତ ଦାବି କରୁଥିବା ବ୍ୟକ୍ତି ମାନେ ଆଜିର ସମୟରେ ଫଳ ଓ ଫୁଲରେ ପରିପୂର୍ଣ । ଏପରି ଆସର କୁଯିବା ଅପେକ୍ଷା ଘରେ ଫୁଲଗଛର ଯତ୍ନ ନେବା ଉଚିତ ହେବ ।  ସୀତାସ୍ୱାମୀଙ୍କର ମନ୍ତବ୍ୟକୁ ଗ୍ରହଣ କଲେ ରଜତ ନନା । ନିଜ ମନ୍ତବ୍ୟ ଦେବାକୁ ଯାଇ କହୁଥିଲେ ସ୍ୱଚ୍ଛ ଓ ପବିତ୍ରତା ଲୁଚିଯାଉଛି , ମଣିଷ ତାର ଜୀବନ ସହିତ ନିଜେ ଖେଲୁଛି ଯେମିତି ମାଙ୍କଡ଼ ପରି ଆଚରଣ କରି । ରାଜନୀତି ଓ ସାହିତ୍ୟ ଆସର ବଡ ପଣ୍ଡାଙ୍କ କବ୍ଜାରେ ବନ୍ଧା ପଡିଛି । ଛଲନା ଓ ଗର୍ବ ର ପାହାଡ଼ ଉପରେ ବସି ମାନବିକ ମୂଲ୍ୟବୋଧ ଟିକକ ହରେଇଦେଇଛି ।

 



Rate this content
Log in

Similar oriya story from Fantasy