ବଳରାମ ବାରିକ

Inspirational

1.5  

ବଳରାମ ବାରିକ

Inspirational

ଓଡ଼ିଆ ବାପା ।

ଓଡ଼ିଆ ବାପା ।

3 mins
365



ଆପଣ ମୋର ଏହି ଲେଖାଟିକୁ ଗଳ୍ପ କୁହନ୍ତୁ କିମ୍ବା ପ୍ରବନ୍ଧ ମୋର କିଛି ଯାଏ ଆସେ ନାହିଁ । କିନ୍ତୁ ସତୁରୀ ପ୍ରତିଶତ ରୁ ଅଧିକ ଓଡ଼ିଆ ବାପାର କାହାଣୀ ଏମିତି ହିଁ ଆରମ୍ଭ ହୁଏ ।

ଉତ୍ତରାଧିକାରୀ ସୂତ୍ରରେ ତାକୁ ମିଳିଥାଏ କେଇ ବଖରା ଆଟୁଘର । ଯେତେ ଭାଇ ସେତେ ଘର ନ୍ୟାୟରେ କିଛି କଂସା ବାସନ ଓ କେଇ ଗୁଣ୍ଠ ଜମି । କେହି କେହି ସେତକ ଜମି ମଧ୍ୟ ପାଆନ୍ତି ନାହିଁ ।


ପିଲାବେଳୁ କେବେଳ ସେ ସ୍ୱପ୍ନ ଦେଖିବା ଶିଖିଛି । କିନ୍ତୁ ତାର କେତୋଟି ସ୍ୱପ୍ନ ସାକାର ହୋଇଛି ସେ ନିଜେ ହିଁ ଜଣିଛି । ଧାର କରଜ କରି ନିଜ ଦୁଇ ଚାରୋଟି ଭଉଣୀର ବାହାଘର କରି ଭାରାକ୍ରାନ୍ତ ହୋଇଗଲା ପରେ ଶେଷରେ ନିଜ ବାହାଘର କଥା ତାର ମନେ ପଡ଼ିଯାଏ । ବାହାହୋଇ ଘର ସଂସାର କରିବା ପାଇଁ ଅଣ୍ଟା ଭିଡି ପକାଏ । ପରିବାର ବଢ଼େଇ ଚାଲେ । ନିଜର ସ୍ଵଳ୍ପ ଆୟକୁ ପୁଞ୍ଜି କରି ଯେନତେନ ପ୍ରକାର ପରିବାରକୁ ପାଳେ ।

ପିଲାମାନେ କେତେବେଳେ ବଡ଼ ହୋଇଯାଆନ୍ତି ତାକୁ ଜଣାପଡେନି । ନିଜ ସନ୍ତାନ ସନ୍ତତି ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପୂର୍ବରୁ ଦଶ ଥର ଭାବେ । କାରଣ ତା ପାଖରେ ଅର୍ଥର ଘୋର ଅଭାବ । ସ୍ଥିର କରେ ଦୁଇ ତିନୋଟି ପିଲା ମଧ୍ୟରୁ ଗୋଟିକର ଭାଗ୍ୟ ଗଢ଼ିବ । ଝିଅ ଥିଲେ ମାଟ୍ରିକରୁ ତାର ପାଠ ପଢା ବନ୍ଦ । ମା ପାଖରୁ ଘର କରଣା କାମ ଶିଖିବା ପାଇଁ ସେ ଆଗକୁ ବାହାରି ପଡେ । ଜମିବାଡ଼ି ସୁନା ଗହଣା ବିକି ପୁଅକୁ ଇଞ୍ଜିନିୟର କରିବାରେ ଲାଗିପଡ଼େ ।

ତାର ଦୁର୍ବାର ଇଚ୍ଛା ପୁଅ କେମିତି ବାଙ୍ଗାଲୋରରେ ଯାଇ ଚାକିରୀ ଖଣ୍ଡେ କରିବ । ସତେ ଯେମିତି ତା ଠାରୁ ଅଧିକ ସ୍ୱପ୍ନ ଦେଖିବା ତାକୁ ମନା କରାଯାଇଛି । ଯଦି ଭାଗ୍ୟ ଭଲ ଓ ପିଲାଟା ଭିତରେ ପାରିବା ପଣିଆ ଥାଏ ସେ ଚାକିରୀ ଖଣ୍ଡେ ପାଇଯାଏ । ବାପ ଗାଁ ଦାଣ୍ଡରେ ଛାତି ଫୁଲେଇ ବାଟ ଚାଲେ । ଆଉ ଯଦି ସେତକ ନକରି ପାରିଲା, ବେକାର ହୋଇଯାଏ । ଯେମିତି ତା ପାଇଁ ଏ ସଂସାରରେ କୌଣସି କାମ ଧନ୍ଦା ନାହିଁ ।


ମୁଁ ଏହି ବିଚାରକୁ ଦେଖି ଓଡ଼ିଆ ପିଢ଼ି ପରେ ପିଢ଼ି ଗରିବ ରହିବାର ଲକ୍ଷଣ ଜାଣି ପକାଇଛି । ବାପ ଜୀବନ ସାରା ସଙ୍ଘର୍ଷ କରି ଚାକିରୀ କଲା । ପୁଅ ମଧ୍ୟ ସେହି ପଦାଙ୍କ ଅନୁ ଶରଣ କଲା । ନିଜ ଉତ୍ତରାଧିକାରୀଙ୍କୁ ଦେବାପାଇଁ କିଛି ନଥାଏ । ସେ ମଧ୍ୟ ବିଚରା ପୁଣି ସେହି ଚକ୍ରକୁ ଅନୁଶରଣ କରେ, ମାନେ ଟଙ୍କା ଖଟେଇ ପାଠ ପଢେ ,ଆଉ ଚାକିରୀ ଖଣ୍ଡେ କରିବା ପାଇଁ ତାକୁ ଭଲ ଇଂରାଜୀ ଭାଷା ଶିଖି ପରୀକ୍ଷା ଉପରେ ପରୀକ୍ଷା ଦେଇ ଚାକିରୀ ଖଣ୍ଡେ ହାସିଲ୍ କରେ । ଯଦି ତାହା ବେସରକାରୀ ଚାକିରୀ ଥାଏ ସେ ଚାକିରୀ ଖଣ୍ଡକ କେତେବେଳେ ଚାଲିଯିବ ସେ ଭୟ ରୂପକ ଖଣ୍ଡା ତା ମୁଣ୍ଡ ଉପରେ ଝୁଲୁଥାଏ । ସେ ଭୟରେ କେତେବେଳେ ଲୋକଟିର ସାମାଜିକ ଜୀବନ ବିଗିଡି ଗଲାଣି ତ କେତେବେଳେ ଶାରୀରିକ ଅବକ୍ଷୟ କିଛି ବୁଝା ପଡେନି । କିନ୍ତୁ ଚାକିରୀ କରିବା ନିଶା କେବେ ବି ଯାଏନି । ଯେମିତି ଚାକିରୀ ଖଣ୍ଡେ ନକଲେ ଯେମିତି ପଞ୍ଚଭୂତ ର ଏ ଶରୀରକୁ ସାର୍ଥକତା ମିଳେନି ।

ପକ୍ଷାନ୍ତରେ ଚାକିରୀ ଯଦି ନକରିବା ତାହେଲେ କରିବା କଣ ??


ମାରୱାଡି ଓ ଗୁଜୁରାତିଙ୍କ ପରି ଆମ ଓଡ଼ିଆ ପୂର୍ବ ପୁରୁଷ ଆମକୁ ଉତ୍ତରଧିକାରୀ ସୂତ୍ରରେ କିଛି ଉଦ୍ୟୋଗ କିମ୍ବା ବ୍ୟାପାର ମଧ୍ୟ ଦେଇକରି ଯାଆନ୍ତି ନାହିଁ । ଆପେ ବଞ୍ଚିଲେ ବାପର ନା ନ୍ୟାୟ ରେ ଜୀବନ ବିତାଇ ଦିଅନ୍ତି । ତାଙ୍କ ଏକା ଦଶାହ ଭୋଜି କରିବାକୁ ମଧ୍ୟ ଧାର କରଜ କରିବାକୁ ପଡେ । ଆମେ ବି ସେଥିପାଇଁ ପିଣ୍ଡ ଦାନ କଲାବେଳେ ଦୁଇ ପୁରୁଷଙ୍କ ନାମ ବ୍ରାହ୍ମଣ ସମ୍ମୁଖରେ କହି ପାରନ୍ତି ନାହିଁ । ବାଧ୍ୟ ହୋଇ ହୃତାହୁତି ଦେଲାବେଳ ସେ ଆମ ପୂର୍ବ ପୁରୁଷଙ୍କ ନାମ ରାମ ଦାଶ ,ଲକ୍ଷ୍ମୀ ଦାସ ଆଦି ନେଇଥାନ୍ତି ।

ମୁଁ ଥରେ ମୋର ଜଣେ ମାରୱାଡି ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲି ତାଙ୍କ ଡ୍ରଇଂ ରୁମରେ ଦେଖିଲି ତାଙ୍କ ସାତ ପୁରୁଷଙ୍କ ଛବି ଟଙ୍ଗା ଯାଇଛି । ଠାକୁରଙ୍କ ପୂର୍ବରୁ ସେହି ଫଟୋଗୁଡା ପୁଜା ହେଉଛି । ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ଫଟୋରେ ଥିବା ତାଙ୍କ ପୂର୍ବ ପୁରୁଷଙ୍କୁ ଜାଣିଛନ୍ତି । କାରଣ ସମସ୍ତେ ନିଜ ଆଗାମୀ ପିଢୀକୁ କିଛି ନା କିଛି ଦେଇଛନ୍ତି । ସେଥିପାଇଁ ସେମାନେ ସ୍ୱୟଂ ସମ୍ପୂର୍ଣ୍ଣ । ଚାକିରୀ ଖଣ୍ଡେ କରିବା ପାଇଁ ଚପଲ ରଗଡିବାକୁ ପଡେ ନାହିଁ ।


ଚାକିରୀକୁ ଏକ ରାଜପଦବୀ ଭାବୁଥିବା ଓଡ଼ିଆ ବାପା ,ପୁଅ ଭଲ ନପାଠ ପଢିଲେ ଗାଳି ଦିଏ, ପାଠ ସାଠ ପଢ଼ !ନହେଲେ ପାନ ପଛରେ ଚୂନ ମାରିବୁ । ଯେମିତି ପାନ ବିକ୍ରି କରି ପେଟ ପୋଷିବା ନର୍କ ଲୋକର କାମ ।

ବୋଧହୁଏ ଏ ପ୍ରକାର ଚିନ୍ତା ଧାରା ପାଇଁ ଓଡ଼ିଆ ବାପଟେ ଆଗକୁ ବଢି ପାରେ ନାହିଁ ।  କିଛି କୁଆଡୁ ଚାକିରୀ ଖଣ୍ଡେ ହେଲାନି କହି ବାହୁନି ବାହୁନି କାନ୍ଦେ । ନିଜକୁ ବେକାରୀ ଘୋଷଣା କରେ । ଯଦି ଆବର୍ଜନା ବିନିଯୋଗ ହୋଇ ପୁଣି ଅର୍ଥରେ ପରିଣତ ହୋଇପାରୁଛି ସେହି ପରି ଜୀଅନ୍ତା ଓଡ଼ିଆ ଟୋକାଟା ବେକାରିଆ କେମିତି ହୋଇଗଲା ହାତ ,ଗୋଡ ,ଶରୀର ଓ ମସ୍ତିଷ୍କ ଥାଉ ଥାଉ ।

ଓଡ଼ିଆ ବାପକୁ ଚିନ୍ତା କରିବାର ସମୟ ଆସିଛି ସେ କଣ କରିବ??? ଦେଖିନଥିବା ନିଜ ପର ପିଢ଼ିକୁ ପୁଣି ଶୂନ୍ୟରୁ ଆରମ୍ଭ କରାଇବ ନା ତାଙ୍କ ପାଇଁ କିଛି ସଂସ୍ଥା କିମ୍ବା ବ୍ୟାପାର ର ସ୍ରୋତ ଗଢ଼ିଦେଇଯିବ ।

ଭାରତର ୮୦ ପ୍ରତିଶତରୁ ଅଧିକ ଲଘୁ ତଥା ବୃହତ ଶିଳ୍ପ ଉଦ୍ୟୋଗର ମାଲିକ ଜଣେ ମାରୱାଡି ,ସିନ୍ଧି ,ଗୁଜୁରାତି କିମ୍ବା ଜୈନ । କଣ ପାଇଁ ଜଣେ ଓଡ଼ିଆ ସେ ଜାଗାରେ ପହଞ୍ଚି ପାରେ ନାହିଁ ???

ଯାହା ପାଖରେ ଉତ୍ତର ଅଛି ଦିଅନ୍ତୁ ।

ଅପେକ୍ଷାରେ ରହିଲି ।



Rate this content
Log in

Similar oriya story from Inspirational