Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Saroj Kumar Jena

Inspirational

3  

Saroj Kumar Jena

Inspirational

ଓଢ଼ଣୀ ବୁଢ଼ୀ

ଓଢ଼ଣୀ ବୁଢ଼ୀ

3 mins
11.6K


           

  ମାଘ ମାସ ଚାଲିଥାଏ । କାହିଁକି କିଜାଣି ସେଦିନ ମୋତେ

ଶୀଘ୍ର ନିଦ ଆସିଥିଲା ।ଆଉ ମୁଁ କିଛି ଖାଇ ଶୋଇପଡ଼ିଥିଲି 

ଧିରେ ଧିରେ ରାତି ବଢ଼ିବାରେ ଲାଗିଲା ।ଆଉ ମୁଁ ନିଘୋଡ଼ ନିଦ ରେ ଶୋଇଥାଏ । ସେପଟେ ସମସ୍ତେ ଶୋଇ ଯାଇଥିଲେ ମଧ୍ୟ ଘରେ । ଅର୍ଦ୍ଧ ରାତ୍ର ହୋଇଯାଇଥାଏ 

ହଠାତ୍ ବାରଣ୍ଡା ରେ ବୋଉ ଶୋଇଥାଏ । କଣ କିଛି କୋଳାହଳ ଶବ୍ଦ ଶୁଣି ଉଠି ବସିଲା ।ଆଉ ଦାଣ୍ଡ ପଟକୁ ଯାଇ ବୁଝିକି ଆସି ।ମୋ କବାଟ ଠକ୍ ଠକ୍ କରି ଡାକିଲା 

ସୁରେଶ ଏ ସୁରେଶ ଟିକିଏ ଉଠିଲୁ ବାବା ।ମୁଁ କହୁଥାଏ ଜାମ କିଏ ଏହି ସମୟରେ ଆସି ନିଦ ଭାଙ୍ଗୁଛି । ଯା ଯା ମୁଁ ଉଠିଵିନି । ବୋଉ ହଠାତ୍ କହିଲା । ନାଇଁରେ ଶୁଣୁ ମଝି ସାହିର ଦୟା ବୁଢ଼ୀ ମାଆ ଚାଲିଗଲା । ହଠାତ୍ ଏ କଥା ଶୁଣି ମୋ ନିଦ ଭାଙ୍ଗିଗଲା ।ମୁଁ କହିଲି କଣ ତୁ ଏ ସବୁ କହୁଚୁ ।ଏହା କଣ ସତ ।ବୋଉ କହିଲା ହଁ ସତ ସେ ଓଢ଼ଣୀ ବୁଢ଼ୀ ମରିଗଲା ପରା । ସତକୁ ସତ ଦାଣ୍ଡ କୁ ଗଲା ପରେ ପ୍ରବଳ ଲୋକ ଗଦା ହୋଇଛନ୍ତି ।


   ଶେଷରେ ମୁଁ ଯାଇ ବୁଢ଼ୀ କୁ ଶେଷ ଦର୍ଶନ କରି ଆସିଲି 

ବୁଢ଼ୀକି ଶବ ସଂସ୍କାର କରିବା ପାଇଁ ତାଙ୍କ ପରିବାର ଲୋକ ନେଇ ଶ୍ମଶାନ ଅଭିମୁଖେ ନେଲେ । ଏଣେ ସାହି ଟା ଯାକ ଲୋକ ପ୍ରବଳ ମନ ଦୁଃଖ କହିଲେ ନ ସରେ । ସମସ୍ତେ କଥା ହଉଥାନ୍ତି ।ଏହି ଭଳି ଆଧୁନିକ ଯୁଗରେ ଏହି ଭଳି ଓଢ଼ଣୀ ବୁଢ଼ୀ ମିଳିବା ବହୁତ କଷ୍ଟ ।ଯେ ହିନ୍ଦୁ ଧର୍ମ ଓ ପରମ୍ପରା କୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲା ।ବୁଢ଼ୀ ହୋଇ ମଲା ପଛେ କେବେବି ତାର ଓଢ଼ଣା ତାର ମୁଣ୍ଡରୁ ଖସୁ ନଥିଲା ନୂଆ ବୋହୂ ଭଳି ଓଢ଼ଣା ହାତେ ମୁଣ୍ଡ ତଳକୁ ଓଢଣା ଟାଣି ଚାଲେ ।

  ପ୍ରକୃତ କଥା ହେଉଛି ମୁଁ ମୋର ହେତୁ ପାଇବା ଦିନରୁ ଦେଖି ଆସୁଥିଲି । ଓଢ଼ଣୀ ବୁଢ଼ୀ ଦାନ୍ତ କାଠି ଟିଏ ଧରି ହାତେ ବହଳର ଓଢଣା ଟାଣି ସାହି ମଝିରେ ଗାଧେଇ ଯାଏ ।ଯେ କୌଣସି କାର୍ଯ୍ୟ କରେ ।ଆରେ ନାତି ମାନେ ଆମେ ହେବୁ ପଛେ କେବେ ସେ ଆମକୁ ଅସମ୍ମାନ କରିନି । ସ୍ଵାମୀ ଙ୍କ ଉଚିତ୍ ସେବା କରେ । ନାତି ନାତୁଣୀ , ଅଣ ନାତି ଅଣ ନାତୁଣୀ ବୁଢ଼ୀ ତାର ଜୀବନ କାଳ ଭିତରେ ଦେଖିଛି ।

   

  ସତରେ ଆଜି କାଲି ଏହି ଆଧୁନିକ ଯୁଗରେ ।ଆଜି ବିବାହ ହୋଇ ଆସୁ ଆସୁ ।କାଲିକି ଓଢ଼ଣା ଖୋଲି ଘର ଲୋକତ ଦୂର କଥା ବାହାରେ ମଧ୍ୟ ବୁଲୁଛନ୍ତି । ଶଶୁର ,ଦେଡ଼ୁଶୁର ,ମଳାଶୁର ଏମିତି କାହାକୁ ବି ମାନୁ ନାହାନ୍ତି । ଆରେ ଆଧୁନିକ ର ଛାପ ଦେଲେ ମଧ୍ୟ ଆମେ ହିନ୍ଦୁ ଧର୍ମର ସଂସ୍କୃତି ଓ ପରମ୍ପରା କୁ କଣ ଭୁଲି ଯିବା ।

ଯାହା ଆଜି ଜ୍ଵଳନ୍ତ ଉଦାହରଣ ପ୍ରତି ଦିନ ଦେଖିବାକୁ ମିଳୁଛି ଓଢ଼ଣା ତ ଦୂରର କଥା ।କେଉଁଠୁ ଏହି ନାଇଟ ବସ୍ତ୍ର ଆସିଚି ତାକୁ ପିନ୍ଧି ଦାଣ୍ଡ ମଝିଟାରେ ନହ ନହ ହେଉଛନ୍ତି । ସକାଳୁ ସକାଳୁ ନ ଗାଧେଇ ବହେ ସମୟ ପର୍ଯ୍ୟନ୍ତ ଶୋଇ ରହି ଉଠିବେ ବେଳ ଘଡ଼ିଏ ହେଲେ ।ଆଉ ଘର କାର୍ଯ୍ୟ ଏଠି ମାରଗୁଲି । ସ୍ଵାମୀ ମାନଙ୍କୁ ନାଲି ଆଖି ଦେଖେଇବା 

ଶାଶୁ ,ଶଶୁର ସେବା ନ କରିବା ।ତାଙ୍କ କଥାକୁ ଅମାନ୍ୟ କରିବା ଏମିତି ଅନେକ କିଛି ଆଜିକାଲି ଦେଖିବାକୁ ମିଳୁଛି


 କିନ୍ତୁ ଏହା କହିବାର ମୂଳ ଉଦ୍ଦେଶ୍ୟ ହେଲା । ମୃତ୍ୟୁ ହେଲା ପଛେ ।ଓଢ଼ଣୀ ବୁଢ଼ୀ ଏହି ସବୁରୁ କେବେ ।ନିବୃତ ହୋଇନି 

ଜୀବନ ର ଶେଷ ନିଃଶ୍ୱାସ ଥିଲା ପର୍ଯ୍ୟନ୍ତ ନିଜ କାମ ନିଜେ

ସମ୍ପାଦନ କରିବା ସହିତ । କାଳେ କିଏ କଣ କହିଦେବ 

ଦାଣ୍ଡ କୁ ଆସିଲା ବେଳେ ବି ଓଡ଼ିଆ ରୀତି ନିତି କାନ୍ତି ସବୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା । ମୁଁ ଦେଖିଛି ଓଢ଼ଣୀ ବୁଢ଼ୀ ମଲା ପଛେ ତାର ପାଦରେ ପ୍ରାୟ ସମୟ ଅଳିତା ଶୋଭା ପାଉଥାଏ ।ନାକରେ ନାକ ଗୁଣା ଆଉ ତଣ୍ଡି ଏହା ସହିତ ମୁଣ୍ଡରେ ଓଢ଼ଣା ତତ୍ ସହିତ ବଡ଼ ମାନଙ୍କୁ ଉଚିତ୍ ବ୍ୟବହାର ଦେଉଥିଲା ଓଢ଼ଣୀ ବୁଢ଼ୀ ।


    ତେଣୁ ଏହି ଆଧୁନିକ ସମାଜ ବହୁତ କିଛି ତାରି ଠାରୁ ଦେଖିବାକୁ ପାଉଥିଲା ।ଆଉ ମନେ ପକାଇ ଦେଉଥିଲା ଓଡ଼ିଆ ସଂସ୍କୃତି ଆଉ ପରମ୍ପରା କୁ । ଆଜିବି ନୂଆ ବୋହୂ ମାନଙ୍କୁ ଦେଖିଲେ କାଇଁ ଓଢ଼ଣୀ ଟାଣି ଯିବାକୁ ଦେଖୁନୁ ।କିନ୍ତୁ ସେହି ସମୟରେ ମନେ ପଡ଼ିଯାଏ ଓଢ଼ଣୀ ବୁଢ଼ୀ କଥା ଆଉ ଆଜିବି ଏହି କେବେ କେବେ ଆଲୋଚନା ସାହିରେ ହେଲେ ଭାରି ଦୁଃଖ ଲାଗେ । କାରଣ ଆଜି କାଲି ପ୍ରାୟ ଦେଖିବାକୁ ଗଲେ ଏହି ସବୁ ସଂସ୍କୃତି ଆଉ ପରମ୍ପରା ବୁଡିବାକୁ ଲାଗିଲାଣି ।କେବଳ ଯଦିଓ ବାହାଘର ଦିନ ନବ ବୋହୂ ଟିଏ ଓଢଣା ଦେଉଛି ।ନଚେତ୍ ସେ ବି କୋଚିତ୍ 

ଦେଖିବାକୁ ମିଳୁଛି ।

  ତେଣୁ ସେଦିନ ମୋତେ ଭାରି ଦୁଃଖ ଲାଗିଥିଲା ତାର ମରଣ ଖବର ବୋଉ ଠାରୁ ଶୁଣି ଆଉ ଆଜି ମନେ ପଡ଼େ ତାର କଥା । କାହିଁକି ନା ଆଉ ଦେଖିବାକୁ ମିଳୁନି ସାହିର ଦାଣ୍ଡ ରେ ହାତେ ବହଳର ଓଢ଼ଣା ଟାଣି ଯିବାର । 

   ସତ କହିବାକୁ ଗଲେ ସମସ୍ତ ଙ୍କ ପାଇଁ ଓଢ଼ଣୀ ବୁଢ଼ୀ ଏକ ଉଦାହରଣ ସୃଷ୍ଟି କରିଥିଲା ।ଆଉ ସବୁ ଦିନ ପାଇଁ ସଭିଙ୍କ ମନରେ ସେମିତି ଥିବ । ଆଉ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବାକୁ ପଡ଼ିବ । ନଚେତ୍ ଆମ ପର ପିଢ଼ି ମାନେ ଓଢ଼ଣା କଣ ବି ଜାଣି ନଥିବେ ।



Rate this content
Log in

More oriya story from Saroj Kumar Jena

Similar oriya story from Inspirational