Sanjya Tripathy

Classics

3  

Sanjya Tripathy

Classics

ନୂଆଁ ବର୍ଷ ସଂକଳ୍ପ

ନୂଆଁ ବର୍ଷ ସଂକଳ୍ପ

3 mins
177



ସକାଳର ଧୂମାୟିତ ଚା’ କପ୍ ସହିତ ସମ୍ବାଦ ପତ୍ରର ପୃଷ୍ଠା ଓଲଟାଇଲେ ମୁଁ ପ୍ରଥମେ ଶେଷ ପୃଷ୍ଠା-

କ୍ରୀଡାରୁ ଆରମ୍ଭ କରେ । ତା’ ପରେ ପ୍ରଥମ ପୃଷ୍ଠାର ଶୀର୍ଷକ, ସଂପାଦକୀୟ ପୃଷ୍ଠା ଏବଂ ଆଞ୍ଚଳିକ (ନିଜ ସହରର)ଖରବ । ଆଉ ଶୁଭସକାଳରେ ସ୍ଥାନିତ ତଥ୍ୟ ଗୁଡିକରୁ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ଚୟନ କରେ । ମୁଁ କେବେ ବି ରାଶିଫଳ ଦେଖେ ନା କାରଣ ମୋର ଗଭୀର ବିଶ୍ଵାସ ରହିଛି- ମଣିଷ ଜୀବନରେ ଭାଗ୍ୟ (ଭୂତ ଭବିଷ୍ୟ) କିଛି ନାହିଁ କି ପୁନଜନ୍ମ ବୋଲି କିଛି ନାହିଁ । ମଣିଷ ଏଇ ଜୀବନରେ ତା’ର କୃତକର୍ମର ଫଳ ପାଇଥାଏ

ଏବଂ ସ୍ଵର୍ଗ, ନର୍କ ଭୋଗିଥାଏ । ମୁଁ ପରମ ନାସ୍ତିକ- କେବେ ଘରେ ପୂଜା କରେନି କି ମନ୍ଦିର ଯାଏନି ।

କିନ୍ତୁ ମୋର ସହଧର୍ମିଣୀ ଠିକ୍ ଏଆରି ଓଲଟା । ସେ ପରମ ଭଗବତ୍‌ବିଶ୍ୱାସୀ, ପୂଜାର୍ଚ୍ଚନା, ଦେବାଦେବୀ ଆରାଧନା, ଚବିଶ ପ୍ରହରୀ ନାମ ଯଜ୍ଞରେ ଅଂଶଗ୍ରହଣ କରନ୍ତି । ଶିବରାତ୍ରି, ଦୁର୍ଗାପୂଜା, ଆମ ସମଲେଇ ମାଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ମୋତେ ଜବରଦସ୍ତି ମନ୍ଦିର ଟାଣି ନିଅନ୍ତି ମୁଁ ସ୍କୁଟି ଉପରେ ବସିଥାଏ- ସେ ତାଙ୍କର ମନ୍ଦିର ଭିତରକୁ ଭୋଗରାଗ ସହ ଯଇ ମାଁକ ଦର୍ଶନ କରି ଆସନ୍ତି ଏବଂ ମୋତେ ମାଙ୍କ ପ୍ରସାଦ ଦିଅନ୍ତି ଯାହାକୁ ମୁଁ ପରମ ଆନନ୍ଦରେ ଗ୍ରହଣ କରିଥାଏ । ଏହି କ୍ରମରେ ମୁଁ ଘଂଟେଶ୍ଵରୀ, ମାନେଶ୍ଵରର ମାନଧାତା ବାବା ମନ୍ଦିର,ଗୋପାଳପାଲିର ବନଦୁର୍ଗା ମନ୍ଦିର, ଧମାର ମାଁ ଝାଡେଶ୍ଵରୀ, ମେଟାକାନୀ ସ୍ଥିତ ମେଟାକାନୀ ଦେବୀ ମନ୍ଦିର,ମନ୍ଦିର ମାଳିନୀ ସୁବର୍ଣ୍ଣପୁର, ଖଲିଆପାଲି (ଭୀମଭୋଇଂକ ସମାଧୂ ପୀଠ), ଘଟ ଗାଁ ତାରିଣୀ, ଭବାନୀ ପାଟଣାର ମାଣିକେଶ୍ଵରୀ ବୁଲି ସାରିଲିଣି । ଲିଂଗରାଜ ଓ ପୁରୀ ଜଗନ୍ନାଥ ବା ବାଦ ପତେ କେମିତି ? ମୋର ଏ ପର୍ଯ୍ୟତ

ଭାଗ୍ୟ ଭଲ ଯେ ସେ ମୋତେ ଖିଚିଂର କୀଚେକଶ୍ଵର, ଚର୍ଚ୍ଚିକା, ବିରଜା ଓ ତାରାରାଣୀ ଯିବା ପାଇଁ କହି ନାହାତି। ତାଙ୍କ ତକିଆ ତେଳେ ସଦା ସର୍ବଦା ପକେଟ୍ ଭଗବଦ୍‌ତା ଓ ହନୁମାନ ଛାଳିଶା ରହିଥାଏ । ବର୍ଷତମାମ୍ ସମସ୍ତ

ବ୍ରତ, ଉପବାସ ଓ ନବରାତ୍ର ପାଳନ କରିବା ତାଙ୍କର ଅନ୍ୟତମ ଦିନଚର୍ଯ୍ୟା । ଆମ ଝିଅ ଯେତେବେଳେ ଉଚ୍ଚଶିକ୍ଷା ପାଇଁ ପଞ୍ଜାବ ଗଲା- ସେ ସମୟରେ ସେ ମାଁ ଝିଅ ଅମୃତସର ସ୍ଵର୍ଣ୍ଣ ମନ୍ଦିର ବି ବୁଲି ନେଲେ କିନ୍ତୁ ମୁଁ ଟ୍ୟାକ୍‌ରୁ ଓହ୍ଲାଇଲି ବି ନାହିଁ ।

ଗତ ବର୍ଷ ମୋ ମାଁକ ଦେହାତ ପରେ ତାଙ୍କ ଅସ୍ଥି ନେଇ ମୁଁ ପ୍ରୟାଗରାଜ ଗଲି- କିନ୍ତୁ କାଶୀ ବିଶ୍ଵନାଥ

ମନ୍ଦିର ଗଲି ନାହିଁ । ଏବେ ମୋ ଧର୍ମପତ୍ନୀ ଲଗେଇଛତି-ବାଲି ଫିଡ ତର୍ପଣ କରିବା ପାଇଁ ଗୟା ଯିବା- କାରଣ ସେ ବାହାନାରେ ସେ ଆଉ ଦୁଇ ଚାରିଟା ତୀର୍ଥସ୍ଥଳ ଦେଖିନେବେ । ଝିଅ ଡିସେମ୍ବର ଛୁଟିର ଆସିଲେ ମାଁ ଝିଅ ଚଂଦ୍ରାହସହିନୀ ଯିବା ପାଇଁ ଏବେ ଠୁ ମନସ୍ଥ କଲେଣି ।

ଏଥର ମୁଁ ନୂଆଁ ବର୍ଷ ସଂକଳ୍ପ ନେବି : ମୋ ପତ୍ନୀ ଙ୍କ ଆବେଗ ଓ ସଂବେଗକୁ ମୁଁ ଆଉ କାଟିବି ନାହିଁ ।

ଏଲ୍.ଟି.ସି ତ ନାହିଁ - ଜି.ପି.ଏଫ୍. ରୁ ପଇସା ଉଠାଇ ତୀର୍ଥଯାତ୍ରା ସ୍ପେଶାଲ ଟ୍ରେନ୍‌ରେ ତାଙ୍କୁ ନେଇ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଭାରତ ବୁଲେଇ ଆଣିବି, କିନ୍ତୁ ଗୋଟିଏ ସର୍ତରେ- ମୁଁ ମନ୍ଦିର ଭିତରକୁ ଯିବି ନାହିଁ । ତା’ ପରେ ଗୋଟିଏ ଟ୍ୟାକ୍ସି କରି ଆମ ରାଜ୍ୟରେ ବାକିଥିବା ଦେବାଦେବୀ ଯେମିତିକି କଟକ ଚଣ୍ଡୀ, କଣ୍ଟିଲୋର ନୀଳମାଧବ

ସବୁ ଆଡ଼ୁ ଘେରାଏ ବୁଲେଇ ଆଣିଲେ କମ୍ ସେ କମ୍ ତାଙ୍କ ବୈବାହିକ ଜୀବନରେ ଖେଳିଯିବ ପରିପୂର୍ଣତାର କୌମୁଦୀ ସୌରଭ ।

ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ କରିବାକୁ ମୁଁ ଭୂଲିଯାଇଛି । ତାହା ହେଲା ମୋ ପତ୍ନୀ ଦୟା ଓ

କରୁଣାର ଜୀବନ୍ତ ପ୍ରତିମୂର୍ତି । ସମସ୍ତ ମନ୍ଦିର ଗେଟ ବାହାରେ ଭିକ ପସରା ମେଲେଇ ଥିବା ଭିକ୍ଷୁଭିକ୍ଷୁଣକୁ ସେ ଦାନ ଦକ୍ଷିଣା ଦିଅନ୍ତି । ଶ୍ରାବଣ ମାସର ପ୍ରତିଟି ସୋମବାରରେ ଜଣେ ବାବା (ତାଙ୍କୁ ଆମ ଝିଅ ହରହର ବାବା ନାଁ ଦେଇଛି) ଆମ ଘରକୁ ଆସିଲେ ତାଙ୍କୁ ଯଥା ରୀତି ଦାନ ଦକ୍ଷିଣା ଦେଇ ଜଳଖିଆ ବି ଦେଇଥାତି । ଏପରିକି ଏଇ

ରଣଜାଡ଼ ଶୀତରେ ସେ ମାଗିବା ପୂର୍ବରୁ ତାଙ୍କୁ ମୋ ବାପାଙ୍କର ଏକ ପୁରୁଣା ପ୍ଲେଟର ଦେଇଦେଲେ ଯେଉଁଥିରେ କି ସେ ବାବା ଜଣକ କୃତ୍ୟ କୃତ୍ୟ ହୋଇଗଲେ ।

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣି ପଢ଼ୁଥିବା ମୋ ଝିଅ ସ୍କୁଲରୁ ଫରିଲା ବେଳେ ଦେଖିଲା- ଗୋଟେ ବିଲେଇଛୁଆ ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପଡି ରହିଛି । ମାଁକ ସୁଯୋଗ୍ୟ ଦାୟାଦ ମୋ ଝିଅ ସେ ବିଲେଇ ଛୁଆକୁହାତରେ ଟେକି ଘରକୁ ଧରି ଆସିଲା ଏବଂ କ୍ଷୀର ଦେଇ ତାକୁ ପାଳିଲା । ଧୀରେ ଧୀରେ ସେ ବିଲେଇ ବଂଶବିସ୍ତାର କରି ଏବେ ଆମ ଘରେ ଛୋଟ, ମଧ୍ୟମ, ବଡ ମିଶି ଆଠଟି ବିଲେଇ ବସା କଲେଣି । ସେମାନଙ୍କ ପାଇଁ ଦିନକୁ

ଦୁଇ ପ୍ୟାକେଟ ଓମ୍‌ଫେଡ୍‌ କ୍ଷୀର ଓ ସପ୍ତାହକୁ ଥରେ ଅଧ କେଜି ଶୁଖା ମାଛ ମୁଁ କିଣୁଛି । ଖାଲି ସେତିକି ନୁହେଁ- ଆମ ଘରର ଚାକରାଣୀକୁ ତା’ ପୁଅ ଖାଇବ ବୋଲି ଦିନକୁ ଚାରିଝଡ ରୁଟି ଦେବା ତାଙ୍କର ରୁଟିନ୍ ହୋଇଗଲାଣି । ପ୍ରତି

ଦଶହରାରେ ନୂଆ ଶାଢୀ, ମଝି ମଝିରେ ନିଜର ପୁରୁଣା ଘର ଫିଧା ଶାଢୀ ଦେବା ତ ତାଙ୍କର କର୍ତବ୍ୟ- ଯେଉଁଥୁ ସେ ପରମ ସନ୍ତୋଷ ଲାଭ କରନ୍ତି ।

ଏମିତି ଧର୍ମପରାୟଣା ଜୀବନ ସଂଗିନୀ ବି ମୋତେ ନାସ୍ତିକରୁ ଆର୍ଥିକ ବନେଇ ପାରିଲେନି- ସେ ବା କ'ଣ କରିବେ ? କିନ୍ତୁ ଆମର ଦୀର୍ଘ କୋଡିଏ ବର୍ଷର ବୈବାହିକ ଜୀଉନରେ ଆମେ ଥରୁଟିଏ ବି କଳିଝଗଡା ଲାଗିନାହୁଁ- ଏହା କଣ କମ୍ ବଡ କଥା ? ସୁତରାଂ ସେ ନୂଆଁବର୍ଷ ସଂକଳ୍ପରେ ଆଉ ଗୋଟିଏ ପ୍ରସ୍ତାବ ମୁଁ ଯୋଡିବି :- ମୁଁ କେବେ ବି ମୋ ସ୍ତଂକ ସହିତ କଳହ କରିବି ନାହିଁ । ସାମାନ୍ୟ ମନୋମାଳିନ୍ୟ ବା ମନାନ୍ତର, ମତାନ୍ତର ଆମ

ଦାମ୍ପତ୍ୟ ଜୀବନକୁ କେବେ ବି ପ୍ରଭାବିତ କରି ପାରିବ ନାହିଁ । ଭାବିଛି-ନବବର୍ଷ ଦିନ ମୋ ସ୍ଵକୁ କହିବି- ସେ ତାଙ୍କର ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ପ୍ରାର୍ଥନା କରିବେ ମୋର ଏହି ଆଫରିକ ଇଚ୍ଛା ପୂରଣ କରିବା ପାଇଁ ।


Rate this content
Log in

Similar oriya story from Classics