ନୂଆବର୍ଷ
ନୂଆବର୍ଷ
କାହାପାଇଁ ନୂଆବର୍ଷର ବିଶେଷତା କେବଳମଦ ମାଂସ ବଣଭୋଜିର ଏକ ଅୟସ ହୋଇପାରେ।କାହାପାଇଁ ଏହା ପ୍ରିୟା ମିଳନରଏକ ରୋମାଂଚ କ୍ଷଣ ହୋଇପାରେ।କାହାପାଇଁ ଈଶ୍ବର ଦର୍ଶନର ଏକପବିତ୍ର ଯାତ୍ରା ହୋଇପାରେ।କାହାପାଇଁ ଏହା ବିଶ୍ରାମର ଏକ ସୁଖଦ କ୍ଷଣ ହୋଇପାରେ।ହେଲେ ସୁରମା ପାଇଁ ଏସବୁ କିଛି ନଥିଲା।ନିତିଦିନ ପରି ପାହିଥିଲା ରାତି।ପ୍ରଭାତ ହେଉ ହେଉ ଝାଡୁନେଇ ଘର ଓଳେଇ ଘର ପୋଛା ସାରିଥିଲା।ପିଲାମାନେ ସବୁ ଏକ୍ସମାସ ଛୁଟିରେ ଆସିଥିଲେ କିଛିଦିନ।ଘର ପୁରି ଉଠିଥିଲା ତାଙ୍କ ହସ ରୋଳରେ।କିଛି ଦିନର ଜାକଜମକ ବୁଲାବୁଲିପରେ କାଲିହିଁ ଫେରିଯାଇଛନ୍ତି ନିଜ କର୍ମ ସ୍ଥଳକୁ।ସେଥିପାଇଁ ଆଜିଦିନଟା ବେଶି ନୀରବ ବୋଧ ହେଉଛି।ସକାଳୁ ସକାଳୁ ଭାଣିଜୀ ଜଣେ ତୀର୍ଥଦର୍ଶନରୁ ଫେରିଥିଲେ। ତା ଘରେ ଗାଡି ଥୋଇ ଟ୍ରେନରେ ଗୁଜୁରାଟ ବୁଲିବାକୁ ଯାଇଥିଲେ ।ସୋମନାଥ ଦ୍ବାରକାସବୁ ଅନେକସ୍ଥାନ ଦର୍ଶନକରି ସକାଳକୁ ତା ଘରକୁ ଫେରିଲେ | ସୋମନାଥଙ୍କ ପ୍ରସାଦ କିଛି ଦେଇ କାରନେଇ ତରତର ହୋଇ ଚାଲିଗଲେ | ସୁରମା ଘରକାମ ସାରି ଗାଧୋଇ ଘର ମନ୍ଦିରରେ ପୂଜାକରି ପ୍ରଥମେ ସୋମନାଥ ପ୍ରସାଦରୁ କିଛି ଖାଇଲା।ବହୁତ ସୁସ୍ବାଦୁଥିଲା ପ୍ରସାଦ।ଯାହେଉ ଆଜିକା ଦିନରେ ସୋମନାଥ ପ୍ରସାଦ ପ୍ରଥମେ ମୁହଁରେ ପଡିଛି।ସୋମନାଥଙ୍କ ବର୍ଷସାରା ଆଶିର୍ବାଦ ରହିବ।କିଛି ଜଳଖିଆ କରି ସେ ସ୍ବାମୀଙ୍କୁ ଖାଇବାକୁ ଦେଇ ବାହାରିଗଲା ଏକ ଆଶ୍ରମକୁ। ସାଙ୍ଗରେ କିଛି ଫଳଓ ମିଠାଇ ଧରି।ଶୀତର ପ୍ରକୋପ ଯଦିଓ ଭାରିଥିଲା ସକାଳକୁ ହେଲେ ଆଶ୍ରମରେ ଖରା ବିଛାଡି ହୋଇ ପଡିଥିଲା।ଆଶ୍ରମର ପିଲାମାନେ ଯୋଗାଭ୍ୟସ କରୁଥିଲେ ଖରାରେ ବସି।ସେ ଫଳମିଠାଇ ସବୁ ଆଶ୍ରମ ସଂଚାଳକଙ୍କୁ ଦେଇଦେଲା ପିଲାଙ୍କୁ ବାଣ୍ଟିଦେବାପାଇଁ। ଆଶ୍ରମର ସୌନ୍ଦର୍ଯ୍ୟରେ ସେ ମନ୍ତ୍ରମୁଗ୍ଧ ହୋଇଗଲା।ଚାରିଆଡେ ବିଭିନ୍ନ ଶୀତଋତୁକାଳିନ ଫୁଲର କିଆରି।ରଙ୍ଗ ବିରଙ୍ଗହେଇ ମନକୁ ଆକର୍ଷିତ କରୁଛି।ଗେଣ୍ଡୁ ସେବତୀ ବଡବଡ ଡାଲିଆଫୁଲରେ ଭର୍ତ୍ତି।ପିଜୁଳିଗଛରେ ପିଜୁଳି ସବୁ ବତୁରି ଧଳା ଦିଶୁଛି।ଚଢେଇ ମାନଙ୍କ କିଚିରିମିଚିରି ସ୍ବର ଏକ ମଧୁମୟ ପରିବେଶ ସୃଷ୍ଟି କରୁଛି।ତା ସାଙ୍ଗରେ ଆଶ୍ରମ ଭିତରୁ ମହର୍ଷିଙ୍କର ଗାୟତ୍ରୀମନ୍ତ୍ରରଧ୍ବନୀ ଭାସିଆସି ପବିତ୍ରତାରେ ଆଛନ୍ନ କରିପକାଉଛି ଅନ୍ତର ଭିତରକୁ।କଦଳୀ ଗଛ ମାନଙ୍କରେ ବିରାଟ ବିରାଟ କଦଳୀ କାନ୍ଦି ଓହଳିଛି ଭୂମିଲଗ୍ନା ହୋଇ।ଏଠିକାର ମାଟି କଳାରଙ୍ଗର ଓ ଉର୍ବର ତା ସାଙ୍ଗରେ
ଆଶ୍ରମ ପିଲାଙ୍କ ଶ୍ରମଦାନପାଇ ବଗିଚାଟି ଏମିତି ମନୋରମ ହେଇପାରିଛି।କେମିତି ଦୁଇ ତିନି ଘଣ୍ଟାକଟିଗଲା ଜଣା ପଡିଲାନି।ସୁରମା ଘରକୁ ଫେରିଲା।ଘରେ କିଛି ଲୋକ ଅପେକ୍ଷା କରିଥିଲେ।ସେଭିତରୁ କେତୋଟି ବ୍ୟାଙ୍କବାଲା ଥିଲେ |ଯେଉଁମାନେ ପ୍ରାୟରିଟି କଷ୍ଟମର ମାନଙ୍କୁ ଶୁଭକାମନା ଜଣାଇବାକୁ ତାଙ୍କ ଘର ମାନଙ୍କ ଫୁଲତୋଡା ନେଇ ଆସିଥାନ୍ତି।ସେମିତି କେତେଜଣ ଓ ସ୍ବାମୀଙ୍କ ମେଡିସିନ୍ ରିପ୍ରେଜେନ୍ ଟେଟିଭ ଥିଲେ।ସେମାନେ ସମସ୍ତେ ନବବର୍ଷର ଶୁଭକମନା ଜଣାଇ ଚାଲିଗଲେ। ଏତେ ବେଳକୁ ତା ସ୍ବାମୀ ଆସିଗଲେ ତାଙ୍କ ହାତରେ ବି କିଛି ଫୁଲ ଓ ଚକଲେଟ ମିଠାଇର ଡବା।ଚକଲେଟ ଗୁଡାକ ସୁରମା ତାଙ୍କ ଚାକର ପିଲାକୁ ରୋଗୀମାନଙ୍କ ପିଲାଙ୍କୁ ବାଣ୍ଟିଦେବାକୁ କହିଲେ ।ଫୁଲଗୁଡାକ ସୁରମାଙ୍କ ହାତରେ ଦେଇ ସେ କହିଲେ ହେପି ନିଉ ଇୟର।ଆଉ ଦୁଇଜଣ ହସି ଉଠିଲେ।ତାପରେ ଖାଦ୍ୟ ବଢାବଢି କରି ଖାଇଲେ।କିଛି ସମୟ ବେଡ୍ ରେ ବିଶ୍ରାମ କରି ସୁରମା ଉଠି ଦୁଇଟି କବିତା ଲେଖିଲା ନୂଆବର୍ଷ କୁ ନେଇ ଓ ଗୋଟିଏ ଅଳ୍ପ ଗଳ୍ପ ।ଏମିତି ଭାବରେ କଟିଗଲା ନୁଆବର୍ଷର ପ୍ରଥମ ଦିନ।
ମାଛମାଂସ ବିନା ବି ମନାଯାଇପାରେ ନୂଆବର୍ଷ|କିଛି ଗରିବ ଦୁଃଖି ଲୋକଙ୍କୁ ସାହାଯ୍ୟ କରିପାରିଲେ ମନରେ ଆତ୍ମ ସନ୍ତୋଷ ମିଳେ|