STORYMIRROR

Aminilu Ray

Abstract

2  

Aminilu Ray

Abstract

ନୂଆ ବର୍ଷରେ ନୂଆ ସଂକଳ୍ପ

ନୂଆ ବର୍ଷରେ ନୂଆ ସଂକଳ୍ପ

1 min
329



ନବବର୍ଷ ଆରମ୍ଭ । ନୂଆ ନୂଆ ସଂକଳ୍ପ ଏଇ ମନରେ । ଜୀବନକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ପ୍ରୟାସ । ବିଶେଷ କରି ଏଭଳି ଦିନରେ ଉତମ ସ୍ୱାସ୍ଥ୍ୟ ସମ୍ପର୍କୀତ ଏମିତି କିଛି ସଂକଳ୍ପ ନେବା, ଯାହାକୁ ପାଳନ କରିବା ସହଜ ତଥା ସମ୍ଭବ ହୋଇପାରିବ ।

-ପ୍ରତିଦିନ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଲାଗି ଚେଷ୍ଟା କରିବା ସହିତ ପ୍ରତ୍ୟେକ ଦିନ କିଛି ସମୟ ଚାଲିବା ଅଭ୍ୟାସ କରିବା ।

-ହଠାତ୍ ଜିମ୍ ଯିବା ଆରମ୍ଭ ନ କରି ପ୍ରଥମେ ଘରେ କିଛି ସମୟ ଯୋଗ, ଆସନ, ବ୍ୟାୟାମ୍ ଇତ୍ୟାଦି କରିବା ।

-ଡାଏଟିଂ କରିବାକୁ ଯାଇ ଖାଦ୍ୟର ମାତ୍ରା ହଠାତ୍ ନ କମେଇ ଚେଷ୍ଟା କରିବା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ । କାରଣ ଏହା ସ୍ୱାସ୍ଥ୍ୟ ପକ୍ଷେ ଭଲ ।

-ପ୍ରତ୍ୟେକ ଦିନ ଡାଏଟ୍ ରେ ସନ୍ତୁଳିତ ଖାଦ୍ୟକୁ ସାମିଲ କରିବାକୁ ଚେଷ୍ଟା କରିବା ।

-ତେଲ, ମସଲା ତଥା ଜଙ୍କ୍ ଫୁଡ୍ ଖାଇବା କମେଇ, ଖାଦ୍ୟରେ ସବୁଜ ପନିପରିବା ତଥା ଫଳକୁ ସାମିଲ କରିବା ।

-ଏକା ସଙ୍ଗେ ବହୁତ ଖାଇବା ଅପେକ୍ଷା କିଛି କିଛି ବ୍ୟବଧାନରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହେବ । 

-ପ୍ରଚୁର ପରିମାଣରେ ପାଣି ପିଇବାର ଅଭ୍ୟାସ କରିବା ।

-ଆବଶ୍ୟକ ମୁତାବକ ନିଦ୍ରା ଯିବା ।



Rate this content
Log in

Similar oriya story from Abstract