STORYMIRROR

pawan Mohakul

Inspirational

3  

pawan Mohakul

Inspirational

ନିତି ଶିକ୍ଷା

ନିତି ଶିକ୍ଷା

1 min
149


   ଅ- ଅଳସୁଆ ହେବ ନାହିଁ ଜୀବନେ

   ଆ- ଆଦର କରିବେ ତୁମକୁ ଜନେ ।

   ଇ- ଇହଧାମେ ନିତି ପୂଜି ଶାରଦା

   ଈ-ଈଶ୍ୱରଙ୍କୁ ଭକ୍ତି କରିବ ସଦା ।

   ଉ-ଉଠିବ ଶେଯରୁ ଯେତେ ସଅଳ

   ଊ- ଊଣା ହେବ ନାହିଁ ଆୟୁଷ ଫଳ ।

   ଋ-ଋଣ ନେବ ନାହିଁ କେବେ ଜୀବନେ

   ୠ-ୠଷି ମୁନୀ ଲେଖିଛନ୍ତି ପୁରାଣେ ।

   ଏ-ଏମିତି ଜୀବନଚର୍ଯ୍ୟା ପାଳିଲେ

   ଐ-ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ ।

   ଓ- ଓଁକାର ଶବଦ ଜପିବ ନିତି

   ଔ- ଔଷଧ ପ୍ରମାଣେ ଜଗତ ଜିତି।

   କ-କଥା କହୁଥିବ ମଧୁର ସ୍ୱରେ

   ଖ- ଖଳ ପ୍ରକୃତିରୁ ରହିବ ଦୂରେ ।

   ଗ-ଗଗନ ସଦୃଶ ହୁଅ ନିର୍ମଳ

   ଘ-ଘେନ ରାମ କୃଷ୍ଣ ନାମ ଯୁଗଳ ।

   ଙ-ଡର ରଖିଥିବ ପାପ କର୍ମକୁ

   ଚ-ଚଳିବ ତେବେଟି ସ୍ୱର୍ଗ ଧାମକୁ ।

   ଛ-ଛଳନା ନକଲେ କାହା ସାଥିରେ

   ଜ-ଜାଗା ମିଳିଯିବ ବୈକୁଣ୍ଠପୁରେ ।

   ଝ- ଝଗଡ଼ା ଝାମେଲା ନକଲେ କେବେ

   ଞ-ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।

   ଟ-ଟଙ୍କା ଗଣି କାରବାର କରିବ

   ଠ- ଠକାମି ଗୁଣ ବର୍ଜନ କରିବ ।

   ଡ଼- ଡମ୍ବରୁଧର ସେହି ବାବା ଭୋଳା

   ଢ଼-ଢାଲ ପିନ୍ଧି କରନ୍ତି ଲୀଳାଖେଳା ।

   ଣ- ନଇଁଥିଲେ ତାଙ୍କ ପାଦରେ ମଥା

   ତ-ତହିଁରୁ ହୋଇବ ଜଗତଜିତା ।

   ଥ- ଥକାମନ ଥରେ ଭଜ ତାହାଙ୍କୁ

   ଦ- ଦରଶନ କର ମହାଦେବଙ୍କୁ ।

   ଧ-ଧନ ଅରଜନ ଲୋଭରେ ରହି

   ନ-ନକହିବ ମିଥ୍ୟା କଥାଟି କେହି ।

   ପ- ପାପ ଛାଡ଼ି ତୁମେ କର ଧରମ

   ଫ-ଫାସରେ ନହେଲେ ବାନ୍ଧିବ ଯମ ।

   ଵ- ବଣ ଜଙ୍ଗଲକୁ କାଟିବ ନାହିଁ

   ଭ- ଭରପୁର ଚାରା ରୋପିବ ନେଇ।

   ମ-ମନକୁ ନିଶ୍ଚଳ ରଖିବା ପାଇଁ

   ଯ-ଯିବ କସରତେ ସକାଳୁ ଧାଇଁ ।

   ର-ରହିବ ସୁଖରେ ସାରା ଜୀବନ

   ଳ-ଲୟ ରଖି ଭଜ ହେ ପଞ୍ଚାନନ ।

   ଵ- ବନମାଳୀ ତୋତେ କରିବେ ପାରି

   ଶ- ଶରଣ ଚରଣେ ରଖିବୁ ହରି ।

   ଷ-ଷଡ଼ରିପୁ ତୋର ସେହି ହରିବେ

   ସ- ସମର୍ପଣ ହୁଅ ତାଙ୍କରି ପାଦେ ।

   ହ-ହରି ଭଜୁଥିଲେ ଶୁଣ କୁମର

   କ୍ଷ-କ୍ଷୟ ହେବ ଦୁଃଖ କ୍ଳେଶ ତୋହର ।

   ୟ- ଯିବୁନାହିଁ ଅବାଟରେ ମନୁଆ

   ଲ- ଲାଗିବ ନହେଲେ ପାଦରେ ନିଆଁ ।


Rate this content
Log in

Similar oriya story from Inspirational