Alka Mohanty

Abstract

3  

Alka Mohanty

Abstract

ନିସଂଗତା

ନିସଂଗତା

3 mins
355



ଜୀବନରେ ଅନେକ ଲୋକଙ୍କ ପାଇଁ ତନ , ମନ ଧନ ରେ ସେବା କରିଆସୁଥିବା ରାଗିଣୀ ଆଜି ଯେପରି ନିଜକୁ ବୃନ୍ତଚ୍ୟୁତ ମନେ କରୁଥିଲେ। ଯେପରି କିଏ ତାଙ୍କ ସ୍ୱାଭିମାନ କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଯେପରି କିଏ ବାରମ୍ବାର ତାଙ୍କ ଠାରୁ ଅଗ୍ନି ପରୀକ୍ଷା ନେବାକୁ ଚାହୁଁଛନ୍ତି। 

କିନ୍ତୁ କାହିଁକି ?? ସେ ଅଗ୍ନିପରୀକ୍ଷା ଦେବେ? କାହିଁକି ସେ ସମସ୍ତଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ବାଧ୍ୟ ହେବେ?? କାହିଁକି କୁପ ରେ ମଣ୍ଡୁକ ସାଜିଥିବା ଅସାମାଜିକ ଲୋକଙ୍କୁ କେବଳ ନିଜର ରକ୍ତ ସମ୍ପର୍କୀୟ ବୋଲି ଭାବି ତାଙ୍କୁ ସବୁ କଥା ର ହିସାବ ଦେବେ?? ସେ ତ କେବେ ହିସାବ ମାଗନ୍ତିନି। କେବେ ପ୍ରଶ୍ନ କରନ୍ତିନି। କାହା ଘରେ କିଏ ବାହାହେଲା,କିଏ ଡିଭୋର୍ସ କଲା,କାହାର ପିଲା ହେଲାନି,କାହାର କେତେ ବଡ଼ ଘର, କାହା ପୁଅ କାହ ସହ ଗପିଲା,କେତେ ଦରମା ପାଇଲା,କେତେବେଳେ କାହା ଝିଅ ଘରୁ ଯାଉଛି ଆସୁଛି,କିଏ ଛାତ ଉପରକୁ ଯାଇ ଫୋନ୍ ରେ ଗପୁଛି ,କାହାର କେତେ ସୁନା,କେତେ ବଡ଼ ଗାଡ଼ି,କେତେ ଫୁଲ କୁଣ୍ଡ ଏମିତି ଅନେକ କିଛି। ଆମେ କଣ ସବୁ  ସି ସି ଟିଭି ର କ୍ୟାମେରା!!! ସେ ସବୁ କୁ ତାପରେ ଜାଣିଲା ପରେ ଟେଲିକାଷ୍ଟ କରିବୁ?? ହ୍ଵାଟସ୍ ଆପ , ଫେସ୍ ବୁକ୍ ରେ ଏକାଉଣ୍ଟ୍ ଖୋଲି ସମସ୍ତଙ୍କ ଗତିବିଧି ଲକ୍ଷ୍ୟ କରିବା ଆଉ ଟେଲିଫୋନ ରେ ଚର୍ଚ୍ଚା କରିବା ଏସବୁ କି ପ୍ରକାର ମାନସିକତା ବୁଝି ହୁଏନି। କିଏ ଦେଇଥିବା ଉପହାର କୁ ଅନ୍ୟ କୁ ଦେଇଦେବା,ବା ଅନ୍ୟଠାରୁ ନେଇନେବା , ଏ ବି କି ପ୍ରକାର ମାନସିକତା। କାହା ଫୋନ୍ କଲ୍ କୁ ଲୁଚି ଲୁଚି ଶୁଣିବା,ବା ଫୋନ୍ ଆସିଲେ ଦୌଡ଼ି ଯାଇ ଦେଖିବା, ଏ ବି କିପ୍ରକାର ମାନସିକତା।ମନରେ ଘୃଣା ଭାବ ଆସିଯାଇଥିଲେ ବି ରାଗିଣୀ ଭାବୁ ଥିଲେ, ନା ଦେଖିବା ତାଙ୍କ ବନ୍ଧୁ ମେଡିକାଲ୍ କଲେଜ୍ ର ମନସ୍ତତ୍ତ୍ୱଵିତ। ହୁଏ ତ କିଛି ଜାଣିବେ ,ଏପରି ମାନସିକତା ଥିବା ବ୍ୟକ୍ତି ବିଶେଷଙ୍କ ମସ୍ତିଷ୍କ ଏପରି କାହିଁକି ହୁଏ । ଭାବନା ର ଅନ୍ତ ନାହିଁ। ଥରେ ପ୍ରଶ୍ନ ମନରେ ଆସିଲେ ତାର କୁଆଁ କଲି ଅଙ୍କୁରିତ ହୋଇଯାଏ। ଅତୀତର ଅଭୁଲା ସ୍ମୃତି ଉଜ୍ଜୀବିତ ହୋଇ ଉଠେ। କିଥିଲା ସେ ଦିନ କି ହୋଇଛି ଆଜ???

ପ୍ରଶ୍ନବାଚୀ ର ସ୍ରଷ୍ଟା କେହି ନୁହେଁ ତାଙ୍କ ଆତ୍ମୀୟ। ସେମାନଙ୍କ ଦୁର୍ଦ୍ଦିନ ରେ ରାଗିଣୀ , ନିଜେ ହେଉ ବା କାହା ଦ୍ଵାରା ହେଉ ଅନେକ ସାହାଯ୍ୟ ସହାନୁଭୂତି ଦେଇ ଆସିଛନ୍ତି। କେବେ ତାଙ୍କୁ ନିଜର ନୁହେଁ ବୋଲି ଅନୁଭବ କରିବାର ମୌକା ଦେଇ ନାହାନ୍ତି।ଆଜି ପ୍ରଚଣ୍ଡ ଦୁଃଖ ଯନ୍ତ୍ରଣାର ଦିନକୁ ପରିସମାପ୍ତି କରି ସେମାନେ ଭୌତିକ ସୁଖ ର ଅଧିକାରୀ ହୋଇଛନ୍ତି। ହାଁ , ଏଇତ ଜୀବନ । ସୁଖ ଦୁଃଖ ର ଖେଳ। କିନ୍ତୁ ଆମେ ପ୍ରକୃତ ସୁଖ କଣ କେବେ ବୁଝି ନଥାଉ ,ତେଣୁ ମାୟା ମରୀଚିକା ପଛରେ ଧାଇଁ ଥାଉ।ହେଲେ ଯେଉଁ ମଣିଷ ତାର ଅତୀତ କୁ ଭୁଲି ଗର୍ବ ଅହଙ୍କାର ର ଶିକାର ହୁଏ, ତା ପାଇଁ କଣ କହିବେ ରାଗିଣୀ!!

ମନେପଡେ ଆତ୍ମୀୟା ଙ୍କ ସ୍ୱାମୀ ଙ୍କ ଅକାଳ ବିୟୋଗ ରେ ମର୍ମାହତ ସାରା ପରିବାର ତାଙ୍କୁ ସମସ୍ତ ପ୍ରକାର ସହାୟତା କରି ତାଙ୍କୁ ସମାଜ ରେ ପ୍ରତିଷ୍ଠା କରାଇଲେ। ତାଙ୍କ ସନ୍ତାନ ସନ୍ତତି ଙ୍କୁ ସମସ୍ତ ସହାୟତା ଦେଇ ଯୋଗ୍ୟ ବନାଇଲେ। ନିଜ ସ୍ୱାମୀ ର ଅନୁପସ୍ଥିତିରେ ତାଙ୍କୁ ଯେତିକି ସାହାଯ୍ୟ ସହାନୁଭୂତି ମିଳିଥିଲା,ତାର ସୁଯୋଗ ନେଇ କେତେ ପୁରୁଷଙ୍କ ସଂପର୍କ ରେ ଆସି ନିଜର କାମ କ୍ଷୁଧା କୁ ଚରିତାର୍ଥ କରିଛନ୍ତି, କେବଳ ଈଶ୍ଵର ହିଁ ମୁକ ସାକ୍ଷୀ।ଏପରିକି ପୁରୁଷ ମାନେ ତାଙ୍କୁ ଦେଖି ବାଟକାଟିବାରେ ଲାଗିଲେ ।ଘରେ ବୟୋଜ୍ୟେଷ୍ଠ ଲୋକ ତାଙ୍କୁ *ପ୍ରେମ ପାଗେଳି*ବୋଲି ଡାକିଲେ। କିଏ ହିଷ୍ଟରୀୟା ବୋଲି କହିଲେ। ରାଗିଣୀ ଙ୍କ ହ୍ରୁଦୟ ଦୟା ରେ ଭରିଯାଇଥିଲା ,ସେ ଅନେକ ପ୍ରକାରେ ତାଙ୍କ ସେବା , ସହାୟତା କରୁଥିଲେ ।ଏପରିକି ତାଙ୍କୁ ନଯିବା ପାଇଁ ତାଙ୍କ ଘର ଲୋକ ଯିବା ଆସିବା ନ କରୁଥିବା ସତ୍ତ୍ବେ ରାଗିଣୀ ତାଙ୍କୁ ମାନସିକ ସାହାଯ୍ୟ କରୁଥିଲେ। ଏହିତ ରାଗିଣୀ ଙ୍କ କମଜୋରୀ। ଅନ୍ୟ ର ଦୁଃଖ କୁ ନିଜର ଦୁଃଖ ବୋଲି ଭାବି ନିଅନ୍ତି।


ସନ୍ତର୍ପଣେ ସେ ଥରେ ଚାଲିଗଲେ ନିଜ ମନସ୍ତତ୍ଵବିତ୍ ବନ୍ଧୁ ସାଗରିକା ପାଖକୁ। କହିଲେ - "ଜାଣିଛୁ ସେ ଭଦ୍ର ମହିଳା ଦିନକୁ ଦିନ ଅତ୍ୟନ୍ତ ନେଗେଟିଭ ହୋଇ ଚାଲିଛନ୍ତି।ତାଙ୍କ ଭିତରେ ଇର୍ଷା,ରାଗ, ହୀନମନ୍ୟତା, ପରଶ୍ରୀକାତରତା ତଥା ଅନ୍ୟ କୁ ସନ୍ଦେହ କରିବାର ଗୁଣ ସବୁ ବହୁଗୁଣ ରେ ବଢ଼ିଗଲାଣି। ସମସ୍ତ ଙ୍କ ପିଲା ଙ୍କୁ ଦେଖି ତାଙ୍କ ଡି ଏନ ଏ ଟେଷ୍ଟ କରିବା ଭଳି ନଜର ରେ ଦେଖୁଛନ୍ତି।ତାଙ୍କ ନଜର ରେ ସମସ୍ତ ମାତା,ଝିଅ ହେଲେ ଚରିତ୍ରହୀନା, କଳଙ୍କିନି। 


ସାଗରିକା ହସିଦେଇ କହିଲା," ଏଇଟା ଏକ ମାନସିକ ରୋଗ।ଶରୀର ରେ ଯେପରି ରୋଗ ହୁଏ ସେପରି ମନ ମାନସ ରେ ରୋଗ ହୁଏ। ତାକୁ ମନରୁ ବାହାର ତ କରା ଯାଇ ହୁଏନି।ସେ ଧାରଣା କୁ ପଜିଟିଭ କରି ହୁଏ। ସେଥିପାଇଁ ଟିକେ କାଉନସେଲିଂ ଦରକାର୍ ଆଉ କିଛି ମେଡ଼ିସିନ୍।ଭଲ ହୋଇ ଯିବେ।ତାଙ୍କୁ ପାରାନଏଡ ପର୍ସନାଲିଟି କୁହାଯାଏ। 


"Paranoid personality disorder (PPD) is one of a group of conditions called eccentric personality disorders. People with PPD suffer from paranoia, an unrelenting mistrust and suspicion of others, even when there is no reason to be suspicious.

Don't worry she will be ok ,I hope."


ଶତ ପୁରୁଷ ଙ୍କ ଅଙ୍କ ଶାୟିନୀ ହୋଇ , ଆଜି ସେ ରାଗିଣୀ କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଭାବି ଯେତିକି ରାଗିଥିଲା,ସେ ହଠାତ୍ ଥଣ୍ଡା ହୋଇ ଗଲା। ପୁଣି ଭାବିଲା, ଅନେକ ଝଡ଼ ଝଞ୍ଜାରେ ରହି ଆଉ ପତି କୁ ହରାଇ ଏପରି ସନ୍ଦେହୀ ହୋଇ ଯାଇଛନ୍ତି।କଣ ଆଉ କରାଯିବ। ଈଶ୍ୱର ହିଁ ତାଙ୍କୁ କ୍ଷମା କରି ଦିଅନ୍ତୁ। ତାଙ୍କ ନିସଂଗତା ତାଙ୍କ ରୋଗର କାରଣ।




Rate this content
Log in

Similar oriya story from Abstract