Alka Mohanty

Comedy

3  

Alka Mohanty

Comedy

କରୋନା ଟୀକା

କରୋନା ଟୀକା

3 mins
363


ପନ୍ଦର ଦିନ ହେଲା ଘରେ ହଟ୍ ଟପିକ ହୋଇଛି କରୋନା ଟିକା।ଶୟନେ ସ୍ୱପନେ ନିର୍ଭୟ ମହାନ୍ତି ଙ୍କୁ ନିଦ ନାହିଁ । ସବୁ ବେଳେ ସହ ଧର୍ମିଣୀ ଉଗ୍ରତାରାଙ୍କ ସହିତ ଅନେକ ସମୟ ଧରି ଟିଭି ଆଉ ଖବର କାଗଜ ରେ ଥିବା କାରୋନା ଟିକାକରଣ ଉପରେ ଚର୍ଚ୍ଚା । ଉଗ୍ରତାରା ରୋଷେଇ ଘରକୁ ଯାଉ ଯାଉ ପଚାରିଲେ,

- ଆମର କେବେ ଟିକା ପାଇଁ ତାରିଖ ଆସିବ ? ତୁମେ ଆମ ନାମ ଦାଖଲ କଲ କି ନାହିଁ ।


- ସେଇୟା ତ ତୁମକୁ କହୁଥିଲି। ଆଗ ତୁମର ପାଳି ପଡ଼ିବ। ତୁମର ମଧୁମେୟ ଅଛି, ଉଚ୍ଚ ରକ୍ତ ଚାପ ବି ଅଛି। ତେଣୁ ପ୍ରଥମ ଚରଣ ରେ ତୁମେ ଯିବ ଡାକ୍ତରଖାନା । ମୋର ଡେରି ଅଛି। ମୁଁ ତୁମ ପରେ ନେବି।


- ମୋର ମଧୁମେହ ଥିଲେ କଣ ହେଲା ମ, ପେପରରେ ପରା ବାହାରୁଛି ସିନିୟର୍ ସିଟିଜେନକୁ ଆଗ ଦେବା କଥା ବୋଲି ।


- ସେ କଥା ଠିକ୍ ଯେ, ହେଲେ ତୁମର ପାଳି ଆଗ ପଡିପାରେ,ଏତିକି ନିର୍ଭୟ ବାବୁ କହୁ କହୁ ବୋହୂ ରୂପା ଉପର ଘରୁ ସିଡିରେ ଆସୁ ଆସୁ କହିଲେ,


- ବୋଉ ଜାଣିଛନ୍ତି, ଟିକା ନେଇ କେତେ ଲୋକଙ୍କର କିଛି ଅସୁବିଧା ହେଉଛି।ପଡିଶା ଘର ମୁନି କହୁଥିଲା କେତେ ଲୋକ ମରି ଗଲେଣି ବୋଲି।


- ଧଡକିନା ନିର୍ଭୟ ବାବୁ ଚମକି ପଡ଼ିଲା ପରି କହିଲେ,


- ଦେଖିବା ନ ହେଲେ ,ଦେଖି ଚାହିଁ କାମ କରିବା।ୟେ ଟିକା ନେଇ ଲାଭ କଣ ମୋତେ ଆସି ୬୨ ବର୍ଷ ହେଲାଣି। କଣ ହୋଇ ଯିବ ଆଉ। ମୋର ସେମିତି କିଛି ଦରକାର ନାହି ସେ ଟିକା ଫିକା ।


 ଉଗ୍ରାତାରା ବାହାରକୁ ବାହାରି ଆସିଲେ, କହିଲେ,

- ହେଇଟି ଦେଖ । ତୁମର ସେ ବାହାନା ସବୁ ରଖ। ଇଞ୍ଜେକ୍ସନ ଦେଖିଲେ ପିଲା ଦିନୁ ଡରୁଛ। ଅନ୍ୟ ରୋଗ କଥା ଅଲଗା। ଏ କରୋନାରେ ବାବା। କେତେ ଲୋକ ମଲେଣି ଗଲେଣି । ମୋର ତୁମ ସହିତ ଘାଂଟି ହେବାର ନାହିଁ। ଏଇଟା ଗୋଟେ ଡ଼ିଆଁ ରୋଗ ବୋଲି ଜାଣିଛଟି ।କଣ ତୁମେ ରୋଗ ଆଣିବ ,ତା ସହ ଆମକୁ ମାରିବ ନା କଣ ??


- ଆରେ ନାହିଁ ନାହିଁ ତାରା, ତୁମେ ଏମିତି ଉତ୍ୟକ୍ତ ହେଉଛ କାହିଁକି ? ମୋର ତ କୁଆଡେ ଯିବାର ନାହିଁ ଏବେ। ମୁଁ ତ ମାସ୍କ ପିନ୍ଧି ରହୁଛି, ହାତ ଗୋଡ ଶହେ ଥର ଧୋଉଛି । ୟେ ଜୀବାଣୁ ଆଉ ରହିଲା କୋଉଠି ??


ରୂପା ଜାଣି ପାରିଲା,ବାପା ପୁଣି ଇଞ୍ଜେକ୍ସନକୁ ଡରି ବାହାନା କଲେଣି। କେମିତି ତାଙ୍କୁ ବୁଝାଇ ସୁଝାଇ ନାମ ପଞ୍ଜିକୃତ କରିବାର ଅଛି। ସେ ଉପର ଘରକୁ ଯାଇ ସ୍ବାମୀ ଅର୍ଜୁନକୁ ଫୋନ୍ କଲେ।

- ଶୁଣ, ବାପା ଙ୍କୁ ଟିକା କେମିତି ଦେବ । ସେ ତ ଇଞ୍ଜେକ୍ସନ ଦେଖିଲେ କାନ୍ଦିବେ। ତୁମେ ବି ଚୁପ୍ ଚାପ୍ ରହିଛ। ଏବେ ମୋତେ ଆଉ ବୋଉଙ୍କୁ ସେ ଭୁଆଁ ବୁଲେଇବାରେ ଲାଗିଛନ୍ତି। କଣ କେମିତି କରିବା ??


ସେପଟୁ ଅର୍ଜୁନ ଙ୍କ ଉତ୍ତର ଆସିଲା,--ସେମିତି କିଛି ଦରକାର ନାହି। ମୁଁ ବି ତ ନେଉ ନାହିଁ ।ନିଜେ ସତର୍କ ରହିଲେ ହେଲା । ପେପରରେ କେତେ ଖବରରେ ଆସୁଛି । ଅନେକ ଲୋକ ଟୀକା ନେବା ଦରକାର ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି । ମୋର ବି ଦରକାର ନାହିଁ । ମୁଁ ତୁମର ଆଉ ବୋଉର ନାମକୁ ପଞ୍ଜିକୃତ କରି ଦେଉଛି। ତୁମର ପ୍ରାୟ ଡେରି ହେବ। ବୋଉର ମିଳିଯିବ ଜଲଦି।


ସନ୍ଧ୍ୟା ହେଲା , ଅର୍ଜୁନ ଘରକୁ ଆସିଲେ। ରୂପା ଚା ଜଳଖିଆ ଦେଇ ସାରି ପାଖରେ ବସିଥିଲେ।ଦେଖିଲେ ଅର୍ଜୁନ ମୋବାଇଲ୍ ଦେଖୁ ଦେଖୁ ଏମିତି ଭୀତସ୍ତ୍ରତ କାହିଁକି ହୋଇ ପଡିଛନ୍ତି। କଥା କଥା କେ ତ ବାପାଙ୍କ ପରି ରାଗି ଯିବେ ନ ହେଲେ ଡରିଯିବେ। ମୋବାଇଲଟା ଅର୍ଜୁନଙ୍କ ହାତରୁ ଛଡେଇ ଆଣି ଦେଖିଲା ବେଳକୁ କେଉଁ ଥାଇଲାଣ୍ଡର ରାଷ୍ଟ୍ରପତି ଟୀକା ନେଲା ବେଳକୁ କେମିତି କାନ୍ଦି କାନ୍ଦି , ବିକଳ ଆକୁଳ ହୋଇ ନ ନେବା ପାଇଁ ନିବେଦନ କରୁଛନ୍ତି। ରୂପା ଦେଖୁ ଦେଖୁ ଫେଇଁ କିନା ହସି ଦେଲା । କହିଲା,

- ଓ ମାଇଁ ଗଡ଼ !! ଏମିତି ବି ନମୁନା ଆହୁରି ଅଛନ୍ତି ??


- ଦେଖ ରୂପା ,ଏମିତି କେବେ କହିବ ନାହିଁ। କାହାର ଦୁଃଖ ସମୟରେ ହସିବା କଣ ଠିକ୍ କଥା ! ତାଙ୍କୁ ସେତିକି କଷ୍ଟ ହୋଇଛି ବୋଲି ସେ କାନ୍ଦି ପକାଇଥିଲେ। ସେ ଭିଡିଓ କୁ ଦେଖି ତୁମେ ସମ ବେଦନା ଦେଖାଇବା ପରିବର୍ତ୍ତେ ହସୁଛ !!


କଣ ଆଉ କହିବେ ରୂପା। କପ୍ ପ୍ଲେଟ୍ କୁ ଉଠାଇ ନେଇ ଗ୍ରାଉଣ୍ଡ ଫ୍ଲୋର୍ କୁ ଆସି ଶାଶୁଙ୍କୁ କହିଲେ, -ବୋଉ ଆମେ ଦିଜଣ ହିଁ କରୋନା ଭାକ୍ସିନ ନେବା । ସେ ଦୁଇ ଜଣ ନେଲା ପରି ଲାଗୁନି।


-ଆଛା,ମୁଁ ଦେଖୁଛି। କୁଆଡେ ଗଲେ ସେ ଦିଇଟା ?? ତାଙ୍କ ବାପା କଣ ଦେଖି ନିର୍ଭୟ ମହାନ୍ତି ରଖିଛନ୍ତି ନା ଟା ତାଙ୍କର !! ସେମିତି ନିଜେ ବାପା ହେଲେ ଯେ , ସେତେବଳକୁ ମହାଭାରତ ସିରିଆଲ୍ ଚାଲି ଥାଏ।କହିଲେ କଣ ନା ମୋ ପୁଅ ନା ଅର୍ଜ୍ଜୁନ ଦେବି। ବାପ ସେ ବେଟା ଜ୍ୟାଦା ହୋଇ ଗଲା । ଆମେ ଦି ଜଣ ଟୀକା ନେବୁ। ସେ ଦିଇଟା କଣ ଘର କଣ ରେ ଲୁଚି କି ବସିବେ ?? ଏଇଠି ମୋ ଆଗରେ ସିଂହ ପଣିଆ ଦେଖାଉଛନ୍ତି । ସାମାନ୍ୟ ଛୁଞ୍ଚିକୁ ଦେଖି ମୂଷା ପାଲଟି ଯାଇଛନ୍ତି । ଧନ୍ୟ ତୁମେ ଆଉ ଧନ୍ୟ ତୁମ ନାମ । ପୁରା ନାମକରଣର ସାର୍ଥକତା ରକ୍ଷା କରିଛ। ଛି ଛି ମୋରି କପାଳକୁ ଏମିତି ସବୁ ଜୁଟି ଛନ୍ତି। ତାରାଙ୍କ ଉଗ୍ର ମୂର୍ତ୍ତି ଦେଖି ,ବିରି ମାଡ଼ ଦେଖି କୋଳଥ ଚୋପା ହୋଇ ଗଲା ପରି ବାପା ପୁଅ ଦିଜଣ ଲିବିଂ ରୁମ୍ ରୁ କହୁଥିଲେ, ଆରେ ସମସ୍ତଙ୍କର ନାମ ରେଜିଷ୍ଟ୍ରେସନ ହୋଇ ଗଲା । ପନ୍ଦର ଦିନ ପରେ ଜଣେ ଜଣେ ଯାଇ ନେଇ ଯିବା।


ଶାଶୁ ବୋହୂ ଆଖି ଠାର ମାରି ହସୁଥିଲେ ।



Rate this content
Log in

Similar oriya story from Comedy