STORYMIRROR

Suresh chandra Padhy

Horror Others

3  

Suresh chandra Padhy

Horror Others

ନିଶିଦ୍ଧ ଇଲାକା

ନିଶିଦ୍ଧ ଇଲାକା

1 min
198


ଅନେକ ଦିନ ତଳର କଥା। ପିତାମ୍ବର ପୁର ଶାସନ ର ପୁଅ ରାଜୁ ପାଖ ଗାଁ ର ମାଳତୀ କୁ ବିବାହ କରିଲା । ଦୁହେଁ ବିବାହ ପରେ ଖୁସି ରେ ରହିଲେ।

  ଥରେ ମାଳତି ରାଜୁ କୁ କହିଲା ଆମେ କୁଆଡେ ବୁଲିବାକୁ ଯିବା। ଭାରି ଇଚ୍ଛା ହେଉଛି। ରାଜୁ ଖୁସି ରେ ହଁ କଲା। ସେତେବେଳେ ବସ, କାର କିଛି ନ ଥିଲା। ଦୁହେଁ ଏକ ଶଗଡ଼ ଗାଡି ରେ ଗଲେ। ବହୁତ ଦୂର ଯାଇ ସେଠାରେ କିଛି ମନ୍ଦିର ବୁଲିଲେ। ଆସୁ ଆସୁ ରାତି ହୋଇ ଗଲା। ସେତେ ବେଳେ ଆଲୁଅ କେଉଁଠି ନଥାଏ। ରାତି ରେ ଆସୁ ଆସୁ ଏକ ଜଙ୍ଗଲ ରେ ପଶି ଗଲେ। ମେଘ ଆସିବାର ଦେଖି ଦୁହେଁ ଭୟଭୀତ ହେଲେ। ସବୁ ଆଡ଼େ ଗଛ ଥିଲା। ଜଙ୍ଗଲି ଜୀବ ମାନେ ପାଖକୁ ଆସୁଥାନ୍ତି। ବୁଲୁବୁଲୁ ଦୂରରୁ ଏକ ଘର ଦେଖିଲେ।ଦୁହେଁ ସେ ଘର ଭିତର କୁ ଗଲେ। ବର୍ଷା ହେବାରୁ ସେଠାରେ ରାତି ରହିବା କଥା ଭାବିଲେ।

ରାତିରେ ସେ ଘରେ ଦୁହେଁ ଅଛନ୍ତି। କିନ୍ତୁ ସେ ଘରେ କେହି ଲୋକ ନାହାନ୍ତି। ରାତି ରେ ଭୟଙ୍କର ଶବ୍ଦ ଶୁଭିଲା। ଦୁହେଁ ଡରି ଗଲେ। ଭୟଙ୍କର ଦୃଶ୍ୟ ଦେଖି ଦୁହେଁ କାନ୍ଦିବାକୁ ଲାଗିଲେ। ନିଜ ଜୀବନ ରଖିବାକୁ ଦୁହେଁ ଦଉଡିଲେ।

   ଅନେକ ଦୂର ଗଲା ପରେ ଜଣେ ସାଧୁଙ୍କୁ ଦେଖିଲେ।କହିଲେ ବାବା ଆମକୁ ରକ୍ଷାକର। ଆମେ ବିପଦ ରେ ଅଛୁ। ସାଧୁ ଦୁଃଖ ବୁଝିଲେ, କହିଲେ ଶୁଣ ପିଲେ 

ତୁମେ ଏହି ସ୍ଥାନ କୁ ଆସି ଭୁଲ କରିଛ । ଏହା ଏକ ନିଶିଦ୍ଧ ଇଲାକା ଏଠାକୁ କେହି ଆସନ୍ତି ନାହିଁ। ସେ ଘରେ ଏକ ଅତୃପ୍ତ ଆତ୍ମା ଅଛି। ସେ କାହାକୁ ରଖେଇ ଦେଉନି। ଏହା ଏକ ଭୟଙ୍କର ଜାଗା। କିନ୍ତୁ ସେ ମୋ ପାଖକୁ ଆସିବ ନାହିଁ। କାରଣ ମୁ ଜଣେ ସିଦ୍ଧ ଯୋଗୀ। ତୁମେ ଏ ତାବିଜ୍ ନିଅ ପିନ୍ଧି ସୁରକ୍ଷିତ ରୁହ। ରାଜୁ ଓ ମାଳତି ତାବିଜ୍ ପିନ୍ଧି ସେ ରାତି ରେ ରହିଲେ ।ସେ ଦୁଷ୍ଟ ଶକ୍ତି ଠାରୁ ରକ୍ଷା ପାଇଲେ। ଏବେ ବି ସେ ଜାଗା ଏକ ନିଶିଦ୍ଧ ଇଲାକା ହୋଇ ରହିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror