ନୀଳ ଲଫାପା...
ନୀଳ ଲଫାପା...
ନିକାଞ୍ଚନ ବନଭୂମିରେ ଏକ ସୁନ୍ଦର ନିର୍ଝରିଣୀ l ବନ ଭୂମିକୁ ମୁଖରିତ କରୁଥିଲା ତାର ସୁମଧୁର ଗୁଞ୍ଜରଣରେ l ପାଖରେ ଅଳସି କନ୍ୟା ପରି ବସିଥିଲା ଶେଫାଳି l ସୁନ୍ଦର ତନୁ, କୁଞ୍ଚିତ କେଶରାଶି, ଗୋଲାପ ପାଖୁଡା ପରି ଓଠ, ନବ ଯୌବନର ବସ୍ତ୍ର ପରିହିତା l ପ୍ରଲମ୍ବିତ କେଶ ରାଶିରେ ଶୋଭାପାଉଥିଲା କୁରେଇ ଫୁଲର ପେନ୍ଥା l ଝରଣା ପାଣିରେ ମସଗୁଲ ଥାଏ ଖେଳିବାରେ l କେତେବେଳେ ସେ ସ୍ୱଚ୍ଛ ପାଣିରେ ନିଜ ପ୍ରତିବିମ୍ବ ଦେଖୁଛି ତ କେତେବେଳେ ନିଜେ ନିଜେ ପାଗଳୀଙ୍କ ଭଳି ହସୁଛି l ହଠାତ ଏ ନିର୍ଜନତାକୁ ଭାଙ୍ଗିଦେଲା ଏକ କାହା ଗାଡିର ହର୍ଣ୍ଣ୍... ଧଳା କାର୍ ଭିତରୁ ବାହାରି ଆସିଲେ ଏକ ସୁଦର୍ଶନ ଯୁବକ l ଖୁବ ସୁନ୍ଦର ଚାହାଣୀ l ଧୀରେ କଣ୍ଠରେ ପଚରିଲେ "ମଧୁପୁର ରାସ୍ତା ଏଇଟା କି" ସ୍ମିତ ହାସ୍ୟ କରି ଶେଫାଳି କହିଲା ଆଜ୍ଞା ହଁ... ଏଇ ରାସ୍ତାରେ ତିନି କିଲୋମିଟର ଗଲା ପରେ ପଡିବ ମଧୁପୁର l କିନ୍ତୁ ସେ ପୁରା ବାନ୍ଧି ହୋଇଗଲେ ଶେଫାଳିର ସୁନ୍ଦର ହସରେ, ତାର ଉନ୍ମୁକ୍ତ କେଶ ରାଶିରେ, ତାର ସମୁଦ୍ର ପରି ନୀଳ ନୟନରେ ତାର ଗୋଲାପୀ ଓଠରେ l ରାସ୍ତା ସାରା ଭାବିବାକୁ ଲାଗିଲେ... ଏ ଅରଣ୍ୟ ଭିତରେ କିଏ ସେଇ ଅପରୂପ ସୁନ୍ଦରୀ ଯେ ପ୍ରଥମ ଦେଖାରୁ ହିଁ ମୋ ହୃଦୟକୁ ଚୋରି କରିନେଲା l ଏମିତି ଅନେକ ପ୍ରଶ୍ନ ସମ୍ଭାର l ହେଲେ କହିବାକୁ ଭାଷା ନାଇଁ l ଏମିତି ରାସ୍ତା ବି ସରିଗଲା ଆଉ ମଧୁପୁର ବି ଆସିଗଲା l
ନିହାତି ଜଙ୍ଗଲ ଘେରା ବ୍ଲକ l ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଛନ୍ତି ସଂକେତ ମହାପାତ୍ର l ବୟସରେ ସେ ତରୁଣ... ଏବେ ସେ ଏ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ l ଘର ବରମୁଣ୍ଡା ଭୁବନେଶ୍ୱର l ଦେଖିବାକୁ ଯେମିତି ସୁନ୍ଦର ଭାଷା ଓ ବ୍ୟବହାରରେ ବି ସେମିତି ଶାଳୀନତା ଆଉ ସଂସ୍କାର ଫୁଟି ପଡୁଥିଲା l ଖୁବ କମ ସମୟରେ ସେ ଅଫିସରେ ପ୍ରଶଂସାର ପାତ୍ର ହୋଇଯାଇଥିଲେ ଅଙ୍କିତ ବାବୁ l
ସେ ଅଫିସର ହେଉ କି କର୍ମଚାରୀ କି ହେଉ ଜଣେ ସାଧାରଣ ଜନତା l ସେ ସମସ୍ତଙ୍କୁ ବାନ୍ଧି ରଖିଥିଲା ତାଙ୍କ ମାନବିକତା l ଦୁର୍ନୀତି ମୁକ୍ତ ତଥା ଏକ ସୁନ୍ଦର ସମାଜ ଗଠନର ଚିନ୍ତାଧାରା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ସୁନ୍ଦର କରି ଦେଉଥିଲା l କହିବାକୁ ଗଲେ ଅଙ୍କିତ ଥିଲେ ଖୁବ ଆତ୍ମସ୍ୱାଭିମାନୀ l ଏକ ବିରାଟ କ୍ୱାଟରରେ ଏକ ରହୁଥିଲେ ଅଙ୍କିତ ବାବୁ l ଜଙ୍ଗଲ ଜାଗା ସେଥିପାଇଁ ଭଲ ହୋଟେଲ ବି ନ ଥିଲା l ରୋଷେଇବାସ କରିବା ପାଇଁ ହରିଆ ହିଁ ଅଙ୍କିତ ବାବୁଙ୍କ ସାହା ଭରସା l ଦିନେ କିଛି ଅଫିସ କାମରେ ଅଙ୍କିତ ବାବୁ ସହରକୁ ଯାଇଥିଲେ l ଆସୁ ଆସୁ ସଞ୍ଜ ନଇଆସୁଥାଏ l ସେ ଜାଉଁଳି ପାହାଡ଼ ଉ ହାଡେ ଆଦିତ୍ୟ ଅସ୍ତମିତ.... ଦୂର ଦିଗବଳୟରେ ଲିଭି ଲିଭି ଆସୁଥାଏ ସେ ଦିନକରଙ୍କ ଲାଳିମା l ବିହଙ୍ଗମାନେ କିଚିରି ମିଚିରି ଶବ୍ଦ କରି ନୀଡ ଅଭିମୁଖେ ଉଡି ଆସୁଥିଲେ ଖୁସିରେ.... ବାସ୍ତବରେ ଅଙ୍କିତଙ୍କ ମନ ଏସବୁ ଦୃଶ୍ୟ ଦେଖି ବିଭୋର ହୋଇ ପଡୁଥିଲା l
ଘନ ଅନ୍ଧାରର ଓଢଣୀରେ ଧରା ଘୋଡେଇ ହୋଇ ପଡୁଥିଲା l ଏତିକି ବେଳେ ସେ ସୁନ୍ଦର ତରୁଣୀକୁ ପୁଣି ଦେଖିଲେ ସଂକେତ ବାବୁ l ହୃଦୟ ପୁଣି ଜୋରରେ ଧଡକିଲା.... ଏଇନେ ହାର୍ଟ ବିଟ ଯେମିତି ବନ୍ଦ ହୋଇଯିବ l ଶୁକ୍ଳ ବସ୍ତ୍ର ପରିହିତା, ଘନ କେଶୀ, ନୀଳ ନୟନା, ସେ କୁରେଇ ଫୁଲର ପେନ୍ଥା.... ଏ ତ କୋଉ ଶକୁନ୍ତଳାଠୁ କମ ନୁହଁ l ହଠାତ ହାତ ହଲାଇ ଗାଡି ଅଟକାଇବା ପାଇଁ କହିଲା l ଏ କଣ ଏ ତ ସେଇ ପାହାଡୀ କନ୍ୟା l
ଅଙ୍କିତର ମନ ଖୁସିରେ କୁରୁଳି ଉଠିଲା l "ଏ ମନ ଭାବୁଥାଏ ଯାହା କାଳେ ପ୍ରପାତ ହୁଏ ତାହା "ଭଳି ପରିସ୍ଥିତି l ଅଙ୍କିତ ଗାଡି ଅଟକାଇ କହିଲା "ମୁଁ କିଛି ସାହାଯ୍ୟ କରିପାରେ କି?? ଝିଅଟି କହିଲା "ବାବୁ ମୋ ଘର ସେ ପାହାଡ଼ ସେପଟେ... ଅନ୍ଧାର ହୋଇ ଆସିଲାଣି l ମୋତେ ଭୟ ଲାଗୁଛି ଏକା ଯିବାପାଇଁ ସେଥିପାଇଁ ଆପଣଙ୍କ ସାହାଯ୍ୟ ଦରକାର l ଗାଆଁ ମୁଣ୍ଡରେ ଛାଡ଼ିହେଲେ ମୁଁ ଏକା ଚାଲିଯିବି ବାବୁ l ସେମିତି ବି ଅଙ୍କିତର ମନରେ ପ୍ରେମର ଫଲ୍ଗୁ ପ୍ରବାହିତ ହେଲାଣି l କରର ଡୋର ଖୋଲି ଆଗ ସିଟରେ ବସିବାପାଇଁ କହିଲେ l ସେ ଲାଜରେ ଟିକେ ଦୁରେଇ ବସିଲା l ଶୂନଶାନ୍ ରାସ୍ତା l କେହି କାହାକୁ କଥା ହେବାର ନାଇଁ... ଆଖିର ଚାହାଣୀରେ ଅକୁହା କଥା l ମନରେ ଅଜଣା ଶୀହରଣ.. ବେଳେ ବେଳେ ନିଜକୁ ପୁଣି ସଂଯତ କରିପକାଏ ଶେଫାଳି l ଏମିତି କେତେବେଳେ ରାସ୍ତା ବି ସରିଗଲା ଦୁଇଜଣକୁ ଜଣାନାହିଁ l ଶେଫାଳି ହଠାତି କହିଲା ଏଇ ମୋ ଗାଆଁ ଆସିଲା ବାବୁ l ସାହାଯ୍ୟ କରିଥିବାରୁ ଧନ୍ୟବାଦ ବାବୁ l ଅଙ୍କିତ କହିଲେ ପରିଚୟଟା ବାକି ରହିଗଲା l ଶେଫାଳି କହିଲା ମୁଁ କମ୍ କଥା ହୁଏ ବାବୁ l ମୋର ପରିଚୟ ମୁଁ ଏ ଲଫାପାରେ ଲେଖିଦେଇଛି l ଲେଖା ଲେଖି କରିବାକୁ ମୋତେ ଖୁବ ଭଲ ଲାଗେ l
ଅଙ୍କିତ ବାବୁଙ୍କୁ ଝିଅଟି ଖୁବ ରହସ୍ୟମୟ ଲାଗିଲା l ପୁଣି କହିଲା ମୋ ବାପା ଏ ଗାଆଁ ଜମିଦାର ସୁରଞ୍ଜନ ଚୌଧୁରୀ l ମୋ ନାଆଁ ଶେଫାଳୀ ପାହାଡ଼ ସେପାରିରେ ଆମ ବଙ୍ଗଳା ଅଛି l ମୁଁ କବିତା ଲେଖେ l ପ୍ରକୃତିର ସୌନ୍ଦର୍ଯ୍ୟ ମୋତେ ଖୁବ ଭଲ ଲାଗେ l ସହରରେ ରହି ପି.ଜି. କରିଛି ଓଡ଼ିଆରେ l ହେଲେ ଗାଆଁ ପରିବେଶ ମୋତେ ଖୁବ ଭଲ ଲାଗେ l ସେଥିପାଇଁ ବାପାଙ୍କ ସହିତ ଏଠି ରୁହେ l ଶେଫାଳି ବିଷୟରେ ସବୁ ଜାଣିବାପରେ ଅଙ୍କିତର ପ୍ରେମ ତା ପ୍ରତି ଦୃଢ଼ ହେବାକୁ ଲାଗିଲା l ଶେଫାଳିଠୁ ବୋଧେ ଭଲ ଝିଅ ଆଉ ଜୀବନରେ ମିଳିବେ ନାହିଁ l ଏମିତି ସବୁ ଭାବୁ ଭାବୁ ସେ କ୍ୱାଟରରେ ପହଂଚି ଗଲେ l ଗାଡିରୁ ଓହ୍ଲାଇ ଦେଖିଲେ ଶେଫାଳିର କୁରେଇ ଫୁଲର ପେନ୍ଥା ପଡିଛି ଗାଡି ଭିତରେ l ତାକୁ ନିଜ ହାତରେ ଆଣି ସେ ସୁଗନ୍ଧରେ ପୁଣି ହଜେଇଦେଲେ ନିଜକୁ l ନିଜ ବେଡ୍ ଉପରେ ରଖି ଦେଲେ ଫୁଲ ପେନ୍ଥାକୁ l ଟିକେ ଫ୍ରେସ୍ ହୋଇ ରହିଅl କାକା ଖାଇବାକୁ ଡାକିଲେ l କହିଲେ ବାବୁ ଆଜି ମନ ଭଲ ନାଇଁ ବୋଧେ l ଚୁପ୍ ଚାପ୍ ରହୁଛ l ଅଙ୍କିତ ବାବୁ କହିଲେ କିଛି ନାଇଁ କାକା l ଖାଇ ପିଇ ଶୋଇପଡିଲେ ଅଙ୍କିତ ବାବୁ l ଠିକ୍ ମଧ୍ୟ ରାତ୍ରିରେ ଖୁବ ଭୟଙ୍କର ଘଡ ଘଡି ସହିତ ବର୍ଷା ହେଲା l ଅଜବ ବାସ୍ନାରେ ଅଙ୍କିତ ବାବୁଙ୍କ ରୁମରେ ସେ କୁରେଇ ଫୁଲର ବାସ୍ନା l ଅଙ୍କିତକୁ ଲାଗିଲା ସେତେ ଯେମିତି ଶେଫାଳି ତା ବେଡ୍ ଉପରେ ବସିଛି ଆଉ ସେ ବିଜୁଳି ଆଲୁଅରେ ତା ମୁହଁ ଝଲସି ଯାଉଛି l ହଠାତରେ ଏପରି ଦେଖି ସେ ନିଦରୁ ଉଠି ପଡିଲା ଟିକେ ଭୟ ମିଶା ପ୍ରେମ l କିନ୍ତୁ ଏ କଣ ଆଖି ଖୋଲିଲା ବେଳେ ଶେଫାଳି ନାହିଁ l ନିଜକୁ ନିଜେ ଟିକେ ଚିମୁଟି ଦେଲେ ଓ ହସିଲେ ବୋଧେ ମୋର ସ୍ୱପ୍ନ..... ନ ହେଲେ ଏତେ ତାତିରେ ସେ କାହିଁ ଆସିବ l ପୁଣି ସେ କୁରେଇ ଫୁଲକୁ ଆଲିଙ୍ଗନ କଲେ ଏମିତି ଲାଗିଲା ସତେ ଯେମିତି ଏ ବର୍ଷା ରାତିରେ ଶେଫାଳିକୁ ଆଲିଙ୍ଗନ କରୁଛନ୍ତି l ସେ ଲାସ୍ୟମୟୀ, ହାସ୍ୟମୟୀ, ନୀଳନୟନାର ଅଜବ ଚାହାଣୀ ଅଙ୍କିତ ମନରେ ଲାଖି ଗଲା l
ସେ ପୁଣି ସନ୍ଧ୍ୟାରେ ସେ ସ୍ଥାନକୁ ଗଲେ l ଶେଫାଳି ଦେଖି ହସିଲା କହିଲା.
ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ l କିଛି ସମୟ କଥା ହେବା ପରେ ସନ୍ଧ୍ୟା ମାଡିଆସିଲା l ଶେଫାଳିକୁ ପୁଣି ନିଜ ଗାଡ଼ିରେ ବସାଇ ଛାଡିଲେ ସେ ଅଜବ ଅନୁଭୂତି ପୁଣି ଅନୁଭବ କଲେ ଅଙ୍କିତ ବାବୁ l ପୁଣି ନିଜ ବସାକୁ ଚାଲିଗଲେ l ଗାଡିରେ ପଡିଛି ସେ କୁରେଇଫୁଲର ବାସ୍ନା ଆଉ ଗୋଟେ ନୀଳ ଲଫାପା l ସେଇ ସ୍ଵକୀୟ ବାସ୍ନା l ସେ ଜହ୍ନ ରାତିରେ ହଜିଗଲେ ସ୍ୱପ୍ନ ନଗରୀରେ l ଏମିତି ଅନେକ ରାତି ବିତିଗଲା... ସବୁଦିନ ସେ ନୀଳ ଲଫାପା ଆଉ କୁରେଇଫୁଲ l ଆଉ ଏମିତି କେତେ ଦିନ ଚଳିବ l ସେଦିନ ସବୁକଥା ହରିଆ ଚାଚାକୁ କହିଲେ l ସବୁକିଛି ସୁନି ଚାଚା ହସିଲେ ଓ କହିଲେ ଡେରି କାହିଁକି ବାବୁ ବୋହୂ ଆସିଲେ ମୁଁ ରନ୍ଧାବଢ଼ାରୁ ମୁକ୍ତି ପାଇବି l ଆଜି ତାଙ୍କ ଘରକୁ ଯାଇ ସବୁକଥା ମୁଁ କହିବି l ନିଶ୍ଚୟ ସେମାନେ ରାଜି ହେବେ l ଦୁହେଁ ବାହାରି ପଡିଲେ ଶେଫାଳିର ଘରକୁ l
କିଛି ସମୟ ପରେ ପହଞ୍ଚି ଗଲେ ସେ କହିଥିବା ଠିକଣାରେ l କିନ୍ତୁ ଏ କଣ ଏ ପାହାଡ଼ ଉପରେ ଗୋଟେ ଭଙ୍ଗା ବଙ୍ଗଳା ସେତେଯେମିତି ବହୁ ବର୍ଷରୁ କେହି ଆସିନାହାନ୍ତି l ସତେ ଯେମିତି ଗୋଟେ ହଣ୍ଟେଡ୍ ହାଉସ l ଘର ଭିତରେ ଅନେକ ବାଦୁଡ଼ି.... ବୁଢିଆଣୀ ଜାଲରେ ଭର୍ତି... ଗୋଟେ କାନ୍ଥରେ ଲାଗିଲଛି ଉଭୟ ସୁରଞ୍ଜନ ଚୌଧୁରୀ ଓ ଶେଫାଳିର ପୁରୁଣା ଫଟୋ l ଦୁଇଟି ପ୍ଲାଷ୍ଟିକ ଫୁଲମାଳ ପିନ୍ଧାଇ ଦିଆ ହୋଇଛି l ତାହେଲେ ଶେଫାଳି କଣ ଜୀବିତ ନୁହଁ ତ ସେ ଝିଅ???? କିଏ ସେ ଝିଅ??? ପାଖରେ ଥିଲା ଏକ ଡେଙ୍ଗା କଳା ଆଉ ଭୂଷଣ୍ଡ କକା ପରି ଲୋକ l ତାକୁ ଶେଫାଳି ବିଷୟରେ ପଚାରବାରୁ କହିଲା ଏ ମହଲ କେବେଠୁ ଏମିତି ପଡିଛି ମୁଁ ବି ଜାଣିନି l ଲୋକ କୁହନ୍ତି ଜମିଦାର ଝିଅ ଏକ ଛୋଟ ଜାତି ପୁଅକୁ ଭଲ ପାଉଥିଲା ସେଥିପାଇଁ କୁଆଡେ ଜମିଦାର ଝିଅକୁ ବନ୍ଧୁକରେ ମାରି ନିଜେ ବି ମରିଗଲେ l ସେଦିନରୁ ଏ ମହଲକୁ କେହି ଆସନ୍ତିନି l ସମସ୍ତେ କୁହନ୍ତି ଏଠି ତାଙ୍କ ଆତ୍ମା ରହେ ଆଉ ଝିଅ ଝରଣା କୂଳେ ବସିଥାଏ ନିଜ ପ୍ରେମିକ ଅପେକ୍ଷା ରେ... l ସେଦିନ ସବୁ କଥା ଯେମିତି ଗୋଟେ ଭୟଙ୍କର ସ୍ୱପ୍ନ ଭଳି ଲାଗଲା ସଂକେତ ବାବୁଙ୍କୁ l ବାସ୍ତବ ଜୀବନରେ ପୁଣି ଏମିତି ହୁଏ?? ଶେଫାଳି କଣ ସତରେ ମରିଯାଇଛି???? ସେ ଚିଠି ପୁଣି କାହାର??? ତାଙ୍କ ମୁଣ୍ଡ କମ ଦେଲାନି l ସେ ଘରୁ ବାହାରୁ ବାହାରୁ ପୁଣି ସେ ନୀଳ ଲିଫାପl ଟେ ପାଇଲେ l ତାହେଲେ ଶେଫାଳିର ଆତ୍ମା ଏହିଠି ସତରେ ଅଛି l ଚିଠି ଖୋଲି ପଢିଲେ l
ସତରେ ଅଙ୍କିତ ବାବୁ ଆପଣ ବହୁତ ଭଲ l ମୁଁ ଯାହାକୁ ଭଲ ପାଉଥିଲି ସେ ବି ଦେଖିବାକୁ ଆପଣଙ୍କ ପରି l ଆପଣଙ୍କୁ ଦେଖି ମୁଁ ମୋ ପ୍ରେମିକ ଭାବିଲି କିନ୍ତୁ ମୁଁ କେବେ ଆପଣଙ୍କ ଜୀବନସାଥି ହୋଇ ପାରିବିନି l କାରଣ ମୋର ମୃତ୍ୟୁ ହୋଇଯାଇଛି l ମୁଁ ଶେଫାଳିର ଆତ୍ମା l ଆପଣଙ୍କ କିଛି କ୍ଷତି କରିବିନି l ମୋ ଭୁଲ ପାଇଁ ମୋତେ କ୍ଷମା ଦେବେ.....
ଇତି ଆପଣଙ୍କର
ଶେଫାଳି....
ଚିଠି ପଢି ସାରି ଅଙ୍କିତ ବାବୁଙ୍କ ଆଖିରେ ଲୁହର ବନ୍ୟା l ସତରେ ମୋ ପ୍ରେମ ଏକ ଆତ୍ମା ସହିତ ହୋଇଛି??? ଆତ୍ମା କଣ କାହା ପ୍ରେମିକା ହୋଇପାରେ???? ଏମିତି ଅନେକ ଚିନ୍ତା ଅଙ୍କିତ ବାବୁଙ୍କୁ ବ୍ୟସ୍ତ କରୁଥିଲା.... ll

