STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ନଈ ସେ ପାରି କନକ ଗୋରୀ

ନଈ ସେ ପାରି କନକ ଗୋରୀ

3 mins
569

ଗୋଟିଏ ପାହାଡ ପାଖରେ ସୁନ୍ଦର ଗାଁ ଟିଏ ଥାଏ ଆଉ ସେଇ ଗାଁ ବାଟ ଦେଇ ଗୋଟେ ଅଙ୍କା ବଙ୍କା ନଈ ଟିଏ ବହିଥାଏ ସତରେ ସେ ଦୃଶ୍ଯ ଥରେ ଦେଖିଲେ ମନ ଶାନ୍ତି ହୋଇଯାଏ । କି ସୁନ୍ଦର ଶୋଭ କଳ୍ପନା ବି କରି ହେବନି ସବୁ ଦିନେ ସକାଳୁ ସକାଳୁ ସେଇ ନଈ କୂଳକୁ ଗାଧେଇବାକୁ ଅନେକ ଲୋକ ଆସନ୍ତି ଆଉ ମୁଁ ସବୁ ଦିନେ ସେଇ ନଈ କୂଳକୁ ଯାଉଥାଏ ପକ୍ଷୀଙ୍କର କୋଳାହଳ ଆଉ ସେଇ ନଈର କୁଳୁ କୁଳୁ ଶଦ୍ଦକୁ ଉପଭୋଗ କରିବା ପାଇଁ , ସତରେ ସେ ଦୃଶ୍ଯ ଦେଖିଲେ ଥରେ ଆଖି ଫେରି ଆସେନି ହେଲେ ଏମିତି ସବୁ ଦିନେ ବୁଲୁ ବୁଲୁ ଦିନେ ନଈର ସେ କୂଳରେ ଦେଖିଲି ଗୋଟିଏ ସୁନ୍ଦର ଝିଅଟିଏ । ସତେ ଯେମିତି ସ୍ବର୍ଗର ପରୀ , ନୀଳ ନୀଳ ଆଖି ହରିଣୀ ପରୀ ଢଳ ଢଳ ଚାଲି , କଳା ମେଘ ପରି କେଶ ଆହା କି ସୁନ୍ଦର କେଇ କ୍ଷଣରେ ମନକୁ ମୋର ଚୋରିକରି ନେଲା ମନ ମୋର ବାରମ୍ବାର ମୋତେ ପଚାରୁଥାଏ କିଏ ସେଇ ଝିଅ କୋଉଠି ତା ଘର ଦିନେ ମନରେ ଭାବିଲି କାଲି ନେଈ ସେ ପାରିକୁ ଯାଇ ସେଇ କନକ ଗୋରୀକୁ ମୋର ମନ କଥା କହିବି ସେଇ ଦିନଟି ଏମିତି ଭାବନାରେ ଚାଲିଗଲା , ତା ପର ଦିନ ସକାଳୁ ନଈ ସେ ପାରିକୁ ଯାଇ କନକ ଗୋରୀକୁ ଅପେକ୍ଷା କରିଲି କିଛି ସମୟ ପରେ ସେଇ କନକ ଗୋରୀଟି ନଈକୁ ଗାଧେଇବାକୁ ଆସିଲା ସେ ଦୁଇ ପାଦ ଆଗକୁ ଗଲେ ମୁଁ ତା ପଛେ ପଛେ ଦୁଇ ପାଦ ଯାଉଥାଏ ସେ ଯଦି ଭୁଲିକି ପଛକୁ ଦେଖେ ମୁଁ ସେଇଠି ହିଁ ରହିଯାଉଥାଏ ମୋତେ ଏମିତି ଦେଖି କନକ ଗୋରୀ ପଚାରିଲା କଣ ଏମିତି ହେଉଛ କଣ ଦରକାର !?


ମୁଁ କହିଲି ଯଦି ତୁମର ଆଜ୍ଞା ମିଳେ ତେବେ ତୁମ ସହ କିଛି କଥା ହେବାର ଥିଲା କନକ ଗୋରୀ କହିଲା କି କଥା ହେବ ମୋ ସହ ? ଠିକ୍ ଅଛି କଣ କହିବାର ଅଛି କୁହ । ସତରେ ତାର ଓଠରୁ ଏଇ ଦୁଇ ପଦ କଥା ଶୁଣି ବହୁତ ଖୁସି ଲାଗିଲା ଆଉ ତାପରେ ମୋ ମନ କଥାକୁ ସେଇ କନକ ଗୋରୀ ଆଗରେ କହିଲି ମୁଁ ତାକୁ ଏତେ ଭଲପାଏ ବୋଲି ଜାଣି କନକ ଗୋରୀର ଆଖିରେ ଲୁହ ଛଳ ଛଳ ହୋଇ ଆସିଲା ମୁଁ ତା ଆଖିରେ ଲୁହ ଦେଖି ଭାବିଲି କାଳେ ମୋ କଥା ତା ମନକୁ କଷ୍ଟ ଦେଇଥିବ ବୋଲି ସାଙ୍ଗେ ସେଇ କନକ ଗୋରୀକୁ କହିଲି ଦେଖ ଯଦି ମୋ କଥା ତୁମର ଏଇ ସୁନ୍ଦର ଓ କଅଁଳ ହୃଦୟକୁ କଷ୍ଟ ଦେଇଥାଏ ତେବେ ମୁଁ ତୁମକୁ କ୍ଷମା ମାଗୁଛି ଏହି କଥା ଶୁଣି କନକ ଗୋରୀ ଆଖିରୁ ଲୁହ ପୋଛିଦେଇ କହିଲା ଆରେ ନା ନା ତୁମେ ସେମିତି କାହିଁ ଭାବୁଛ ମୋ ଆଖିରେ ଏଥି ପାଇଁ ଲୁହ ଆସିଗଲା କି କେହି ଜଣେ ମୋତେ ତା ନିଜ ଜୀବନ ଠାରୁ ବି ଆହୁରି ଅଧିକ ଭଲପାଉଛି ବୋଲି ଜାଣି ଏହି କଥା ଶୁଣିଲା ପରେ ଏ ଥିଲା ସେଇ ଖୁସିର ଲୁହ ।


ମୁଁ ସେଇ କନକ ଗୋରୀକୁ ତାର ବିଷୟରେ ପଚାରିଲି ଘର କୋଉଠି ଘରେ କିଏ କିଏ ରହୁଛନ୍ତି ଏଇ କଥା ଶୁଣି କନକ ଗୋରୀ କହିଲା ଏହି ଗାଁ ମୁଣ୍ତରେ ମୋର ଛୋଟିଆ ଛାଳ ଛପରରେ ତିଆରି ହୋଇଥିବା ଗୋଟେ ଘର ଆଉ ସେଇ ଘରେ ଦେବତା ସମାନ ମୋ ବାପା ଆଉ ଦେବୀ ସମାନ ମୋ ମାଆ ଆଉ ମୁଁ ରହୁଛୁ ତା ପରେ ସେ ମୋତେ ପଚାରିଲା ଆଛା ତୁମର ଘର କୋଉଠି ମୁଁ କହିଲି ନଈ ସେ ପାରିରେ ମୋର ଘର ତୁମକୁ ନଈ ସେ ପାରିରେ ରହି ସବୁ ଦିନ ତୁମକୁ ଦେଖୁଥାଏ ମୁଁ ତା ପରେ ମୁଁ ପଚାରିଲି ଆଛା ନାମ କହିଲନି ଯେ ଝିଅଟି ହସି ହସି କହିଲା ନଈ ସେ ପାରି ମୁଁ ତୁମ କନକ ଗୋରୀ ସେଇ ଦିନ ସେଇ ନଈ ପାହାଡ ବିଲ ବନକୁ ସାକ୍ଷୀ ରକ୍ଷୀ ମନ ଦେବା ନେବା ହେଲୁ ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ ଛନ୍ଦି ହୋଇଗଲୁ ଦୁହେଁ ଦୁହିଁକୁ ବହୁତ ଭଲପାଇଲୁ ଏମିତି ସବୁ ଦିନ ସେଇ ନଈ କୂଳକୁ ଯାଇ ଦେଖା ସାକ୍ଷାତ ହେଉଥାଉ ଆଉ ସେଇ ଦିନ ଠାରୁ ସେଇ ନଈର ଛୋଟାଆ ନାବରେ ଲେଖିଦେଲି ନଈ ସେ ପାରି କନକ ଗୋରୀ ଭଗବାନଙ୍କ ଦୟାରୁ ଆଜି ପର୍ଯନ୍ତ ଆମର ଭଲପାଇବା ସେମିତି ଅତୁଟ ହୋଇ ରହିଛି ଆମେ ମଧ୍ୟ ଦୁହେଁ ବହୁତ ଖୁସିରେ ଅଛୁ ଆଉ ଏହି ଭାବନାରେ ପଦେ ଦେଇଛି ଲେଖି..........


ନଈ ସେ ପାରି କନକ ଗୋରୀ

   ଲେଖିଲି ତୁମ ନାଆଁ

ଆର ଫଗୁଣକୁ କନିଆଁ ହୋଇ

   ଆସିବ ମୋର ଗାଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance