Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jagabandhu Sahu

Horror Others

3  

Jagabandhu Sahu

Horror Others

ଭୂତୁଣୀ ସାଙ୍ଗେ ପ୍ରେମ ବିବାହ

ଭୂତୁଣୀ ସାଙ୍ଗେ ପ୍ରେମ ବିବାହ

5 mins
33


କୋରନା ମାହାମାରୀକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଲୁଥିବା ବେଳେ ତା'ର ପ୍ରଭାବ ଆମର ଏ ଭାରତ ଉପରେ ବି ପଡିଥିଲା । ଯେଉଁଥି ପାଇଁ ଆମର ଭାରତ ସରକାର ଚାରିଆଡେ ଲକ୍ ଡାଉନ୍ ର ଘୋଷଣା କଲେ ।ଠିକ୍ ସେଇ ଲକ୍ ଡାଉନ୍ ସମୟରେ ଅନେକ ରାଜ୍ଯରେ ଅନେକ ଶ୍ରମିକ ମାନେ ମଧ୍ଯ ଫସି ରହିଯାଇଥିଲେ ନିଜ ରାଜ୍ଯକୁ ଫେରିବା ପାଇଁ କୌଣସି ସୁବିଧା ନଥାଏ ।ଚାରିଆଡେ ଶୂନଶାନ୍ ଖେଳି ଯାଇଥିଲା ଅନେକ ରାଜ୍ଯରେ ଶ୍ରମିକ ମାନଙ୍କୁ ଖାଇବା ପିଇବା ଅସୁବିଧା ସକାଶେ ସେ ନିଷ୍ପତି ନେବାକୁ ଲାଗିଲେ ଆମକୁ ଯେମିତିବି ଆମ ରାଜ୍ଯକୁ ଫେରିବାକୁ ହେବ । ସେଇ ଭିତରୁ ଓଡିଶାର କିଛି ଶ୍ରମିକ ମଧ୍ଯ କଲିକତା ସହରରେ ଫସିରହିଥିଲେ ସେ ଭିତରୁ ଜଣେ ବାହାରି ପଡିଲା ଚାଲି ଚାଲି ଫେରିବା ପାଇଁ । ଓଡିଶା ସେ ଯୁବକର ନାମ ଥିଲା ରାଜେଶ। ଭାରି ସାହାସିଆ ପିଲାଟିଏ ବୟସ ପାଖା ପାଖି ୨୭ ବର୍ଷ ହେବ ।କାହାକୁ ଖାତିରି ନକରି କିଛି ଖାଇବା ଜିନିଷ ସାଥିରେ ପାଣି ଦୁଇ ବୋତଲ ଧରି ତାର କାନ୍ଧବ୍ୟାଗ ନେଇ ବାହାରି ପଡିଲା ଯିବା ପାଇଁ ଓଡିଶା ।ଧିରେ ଧିରେ ଚାଲୁ ଚାଲୁ ଦୁଇ ଦିନ ବିତିଗଲା ତାପର ଦିନ ସକାଳ ଯାଇ ସନ୍ଧ୍ଯା ହେବାକୁ ଲାଗିଲା ।


ରାଜେଶ ବର୍ତ୍ତମାନ ହାଇବାଇରେ ଯାତ୍ରା କରୁଛି । କିଛି ସମୟ ପରେ ମଧ୍ଯ ରାତ୍ରୀ ହୋଇ ଆସିଲା ପୁରା ଶୂନଶାନ୍ । ପଥରେ ଏକା ସେ ବାଟୋଇ ମନରେ ଅନେକ ଭୟ ଥିଲେ ମଧ୍ଯ ତାର ଲକ୍ଷ୍ୟ ଗୋଟୋଏ ଥାଏ କେମିତି ସିଏ ଶିଘ୍ର ଘରକୁ ଫେରିବ । ଏପଟେ ଜହ୍ନ ପକ୍ଷ ରାତି ଚାରିଆଡେ ଉଜ୍ବଳ ଦେଖା ଯାଉଥାଏ । ବହୁତ ରୋମାଞ୍ଚକ ସାଥିରେ ଡର ବି ଲାଗୁଥାଏ । ଠିକ୍ ସେଇ ସମୟେ କିଛି ଦୂରରେ ଗୋଟାଏ ସ୍ତ୍ରୀ ଲୋକ ଯିବାର ରାଜେଶ ଦେଖିଲା,ଭାବିଲା ଏତେ ରାତିରେ ଆଉ ଏ ଶୂନଶାନ୍ ପଥରେ କିଏ ସେ ସ୍ତ୍ରୀ ଲୋକ ଜଣକ ! ବୋଧେ ହୁଏ ମୋ ପରି ମଧ୍ଯ ସେ ବି ତାର ଗାଁକୁ ଫେରୁଛି ଯାହା ହେଉ ଏତେ ସମୟ ପରେ ତ କିଏ ବି ତ ଜଣେ ମୋ ସାଥିରେ ବାଟୋଇ ହେଲା, ଏଇ କଥା ଭାବି ରାଜେଶ ସେଇ ସ୍ତ୍ରୀ ଲୋକଟି ପାଖକୁ ଚାଲିଗଲା ଆଉ ତାକୁ ପଚାରିଲା, ଆରେ ତୁମେ ଏତେ ରାତିରେ ଏ ଶୂନଶାନ୍ ପଥରେ ଏକା ଏକା ଯାଉଛ ସାଙ୍ଗରେ କେହିବି ନାହାନ୍ତି ? ଏଇ କଥା ଶୁଣି ସ୍ତ୍ରୀଟି କାନ୍ଦିବାକୁ ଲାଗିଲା କହିଲା ଆଉ କଣ କରିଥାନ୍ତି ଯାହା ହାତ ଧରି ବାଟ ଚାଲିବି ବୋଲି ଭାବୁଥିଲି ସେ ତ ମୋତେ ଅଧାବାଟେ ଛାଡି ଦେଇଗଲା । ପେଟ ପୋଷିବା ପାଇଁ କେବେ ଏଇଠି ତ ଆଉ କେତେବେଳେ ଆଉ କୋଉଠି ।ଗାଁରୁ ସହର ତ ଆଉ କେତେବେଳେ ସହରରୁ ଗାଁକୁ ଏମିତି ମୁଁ ବୁଲୁଛି ।


ଏଇ କଥା ଶୁଣି ରାଜେଶ ଭାବିଲା ଏ ସ୍ତ୍ରୀ ଲୋକ ଜଣକ ବହୁତ ଦୁଃଖି ଜୀବନରେ ସଙ୍ଘର୍ଷ କରି କରି ଆଜି ତା ଜୀବନ ବାଟରେ ହାରି ଯାଇଛି ଏଇ କଥା ଭାବି ରାଜେଶ ମନେ ମନେ ସେଇ ସ୍ତ୍ରୀ ଲୋକଟିକୁ ଭଲ ପାଇବାକୁ ଲାଗିଲା । ରାଜେଶ ପଚାରିଲା, ଆଛା ତୁମର ନାମ କଣ ? ସ୍ତ୍ରୀ ଲୋକଟି ଉତ୍ତର ଦେଲା ମୋ ନାମ ମମତା । ତା'ପରେ ରାଜେଶ ପଚାରିଲା, ତୁମର କୋଉ ଗାଁ ? ସ୍ତ୍ରୀ ଲୋକଟି କହିଲା ଏଇଠୁ କିଛି ଦୂର ଗଲେ ଗୋଟିଏ ଗାଁ ପଡିବ ସେଇ ଗାଁର ଶେଷ ମୁଣ୍ତରେ ଗୋଟେ ନଈଟିଏ ବହି ଯାଇଛି ସେଇ ନଈ ପାଖରେ ଗୋଟେ ବରଗଛ ଅଛି ସେଇଠି ମୋ ଘର । ଏଇ କଥା ଶୁଣି ରାଜେଶ ତ ଖୁସି ହେଲା କିନ୍ତୁ ସ୍ତ୍ରୀ ଲୋକଟି ରାଜେଶକୁ କହିଲା, ଆଛା ମୋର ନାଁ ଗାଁ ଜାଣି ତୁମେ କାହିଁକି ଏତେ ଖୁସି ହେଉଛ । ଏଇ କଥା ଶୁଣି ରାଜେଶ ସେଇ ସ୍ତ୍ରୀ ଲୋକଟିର ହାତଟିକୁ ଧରିପକାଇଲା କହିଲା ଯଦି ତୁମେ ମୋତେ ଅନୁମତି ଦିଅ ତେବେ ତୁମ ହାତ ଧରି ସାରା ଜୀବନ ତୁମରି ସାଥିରେ ବାଟ ଚାଲିବି ।ଏଇ କଥା ଶୁଣି ସ୍ତ୍ରୀ ଲୋକଟି କହିଲା ଆରେ ମୋ ପାଇଁ ତୁମେ କାହିଁକି ତୁମ ଜୀବନକୁ ବାଜି ଲଗାଇବ । ଭଲ ମୁଁ ମୋ ବାଟରେ ଚାଲି ଯାଉଛି ତୁମେ ମଧ୍ଯ ତୁମ ବାଟରେ ଚାଲିଯା ଏଥିରେ ହିଁ ତୁମର ମଙ୍ଗଳ ହେବ କିନ୍ତୁ ସେଇ ସ୍ତ୍ରୀ ଲୋକର ରୂପ ବେଶରେ ସେତେବେଳକୁ ରାଜେଶ ମୋହିତ ହୋଇଯାଇଥିଲା ଯାହା ଦ୍ବାରା ସେ ତାକୁ ଛାଡି ଯିବା ପାଇଁ ଚାହୁଁ ନଥୁଲା । ରଜେଶ ଅନେକ ଥର ସେ ସ୍ତ୍ରୀ ଲୋକକୁ ବାରମ୍ବାର ପ୍ରେମ ନେବେଦନ କଲା ତାର ଏଇ ଭଲା ହାବ ଭାବ ଦେଖି ସ୍ତ୍ରୀ ଲୋକଟି କହିଲା, ଆଛା ତୁମେ ଯଦି ମୋତେ ଏତେ ଭଲ ପାଉଛ ତେବେ ମୋତେ ତୁମେ ବାହା ହୋଇପାରିବ ? ଏଇ କଥା ଶୁଣି ଆଗ ପଛ କିଛି ନଭାବି ରାଜେଶ କହିଲା ହିଁ ନିଶ୍ଚୟ । ମୁଁ ତୁମକୁ ବିବାହ କରିବି । ଏମିତି କହି ରାଜେଶ ତା ହାତକୁ ତିକ୍ଷ୍ନ ଛୁରୀରେ କାଟି ସେଇ ସ୍ତ୍ରୀ ଲୋକର ମଥାରେ ସିନ୍ଦୂର ଦେଲା ଆଉ ତା ହାତ ଧରି ସବୁଦିନ ପାଇଁ ତା ସାଙ୍ଗରେ ବାଟ ଚାଲିବାକୁ କଥା ବି ଦେଇ ଦେଲା । ସେଇ ରାତିର ସେଇ ପ୍ରହରରେ ଏମିତି ସବୁ ଘଟିଗଲା । ରାଜେଶ କହିଲା ମମତା ଏବେ ତୁମେ ଖୁସି ନା ! ମମତା କହିଲା, ଆଜି ମୁଁ ବହୁତ ଖୁସି ତୁମ ଭଳି ସାଥିଟିଏ ପାଇ ତାପରେ ରାଜେଶ ଓ ମମତା ଦୁହେଁ ହାତ ଧରି ବାଟ ଚାଲିବାକୁ ଲାଗିଲେ । କିଛି ସମୟ ପରେ ରାତି ପାହି ପାହି ଆସିବାକୁ ଲାଗିଲା ମମତା କହିଲା, ତୁମେ ଏଇଠି ଅପେକ୍ଷା କର ମୁଁ ଏଇଠୁ ଟିକିଏ ଯାଇ ଆସୁଛି । ରାଜେଶ ମମତାକୁ ପାଗଳ ଭଳି ଭଲ ପାଉଥିଲା ସେଥିପାଇଁ ମମତାର କଥାରେ ପ୍ରତିବାଦ ନ କରି ତାକୁ କହିଲା ବେଗେ ଆସିବ ମୁଁ ତୁମ ଅପେକ୍ଷାରେ ଅଛି । ମମତା ହଁ ହଁ କହି ଦୂରରେ ଦେଖା ଯାଉଥିବା ନଈ ଆଡକୁ ଚାଲିଗଲା ରାଜେଶ ମମତାର ଫେରିବା ବାଟକୁ ଚାହିଁ ରହିଥାଏ କିନ୍ତୁ ମମତା ଫେରିଲା ନାହିଁ କାରଣ ମମତା ସ୍ତ୍ରୀ ଲୋକ ନଥିଲା ।


ତାପରେ ମମତା ତାର ବିକଟାଳ ରୂପ ଦେଖାଇଲା କହିଲା ଏଇ ଦେଖେ ମୋର ପ୍ରକୃତ ରୂପ ଏତେ ଭୟଙ୍କର ରୂପଥିଲା କିନ୍ତୁ ରାଜେଶ ଡରିଲା ନାହିଁ କହିଲା କଣ ମୋ ଭଲ ପାଇବା ବଦଳରେ ମୋତେ ମୃତ୍ୟୁ ଉପହାର ଦେବ ।ଯଦି ମୋତେ ମାରି ତୁମେ ଖୁସିରେ ରହିବ ତାହାଲେ ଠିକ୍ ଅଛି ମୋତେ ତୁମେ ମାରିଦିଅ କିନ୍ତୁ ଗୋଟାଏ କଥା ମନେ ରଖିଥାଅ ,ମୁଁ ତୁମକୁ ଏବେବି ସେତିକି ଭଲ ପାଉଛି ଯେତିକି ପୂର୍ବରୁ ପାଉଥିଲି । ରାଜେଶର ଭଲ ପାଇବା ଦେଖି ମମତାର ପ୍ରେତତ୍ମା ଶାନ୍ତ ହେବାକୁ ଲାଗିଲା ଆଉ କହିଲା, ସତରେ ରାଜେଶ ତୁମ ପରି ସଚ୍ଚା ପ୍ରେମିକଟିଏ ପାଇ ମୁଁ ନିଜକୁ ଧନ୍ଯ ମନେ କରୁଛି କିନ୍ତୁ ରାଜେଶ ବହୁତ କାନ୍ଦିଲା ଆଉ କହିଲା ଏତେ ଶିଘ୍ର ମୋ ଭଲ ପାଇବାର ଅନ୍ତ ହୋଇଯିବ ବୋଲି ମୁଁ ଭାବିନଥିଲି । ତାପରେ ମମତା କହିଲା ଏ ଜନ୍ମରେ ତ ତୁମକୁ ପାଇବା ମୋ ପାଇଁ ଅସମ୍ଭବ କିନ୍ତୁ ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ଯେ ତୁମକୁ ମୋର ଆର ଜନ୍ମରେ ଜୀବନ ସାଥି ରୂପରେ ପାଇବାକୁ । ତାପରେ ରାଜେଶ କହିଲା ଆରେ ଏବେ ମୁଁ ତୁମ ବିନା ..। ମୋତେ ଅଣ ନିଶ୍ବାସୀ ହୋଇ ବଞ୍ଚିବାକୁ ହେବ । ରାଜେଶର ଭଲ ପାଇବା ଦେଖି ମମତାର ପ୍ରେତତ୍ମା କହିଲା, ଦେଖ ରାତି ପାହି ପାହି ଆସିବାକୁ ଲାଗୁଛି ତୁମେ ତୁମ ଘରକୁ ଫେରିଯାଅ ଆଉ ଗୋଟେ ସୁନ୍ଦର ଜୀବନ ସାଥିଟିଏ ବାଛି ନେଇ ଆଉ ଗୋଟେ ନୂଆଁ ଜୀବନ ଆରମ୍ଭ କର । ଏଇ କଥା ଶୁଣି ମମତାଠୁ ବିଦାୟ ନେଇ ରାଜେଶ ବାହାରିଲା ଘରକୁ ଫେରିବା ପାଇଁ ସେଇ ତିନି ଦିନର ଘଟିଯାଇଥିବା କିଛି କଥା ସବୁଦିନ ପାଇଁ ରାଜେଶର ଜୀବନରେ ଅଭୁଲା ସ୍ମୃତିଟିଏ ହୋଇ ରହିଗଲା । ସତରେ ସେ ମାନଙ୍କର ପ୍ରେମ କେତେ ପବିତ୍ର ଥିଲା ଏଥିରୁ ତ ଗୋଟାଏ କଥା ଶିକ୍ଷିବାକୁ ମିଳିଲା ସତ ପ୍ରେମର ହାର୍ କେବେ ହୋଇନଥାଏ କିନ୍ତୁ ବେଳେ ବେଳେ ସମୟ ସୁଅରେ ଏ ସତ ପ୍ରେମକୁ ବି ହାରିବାକୁ ପଡିଥାଏ । କେବେ ଅଦିନିଆଁ ଝଡରେ ତ ଆଉ କେବେ ଛଳନାର ହାଟରେ ।ପ୍ରେମ କେବେ କାହାକୁ ମଣିଷ କରିଦିଏ ତ ଆଉ କେତେବେଳେ ମଧ୍ଯ କାହାକୁ ପାଗଳ କରିଦିଏ ଠିକ୍ ସେମିତି ଆଜି ଏ ପ୍ରେମ ଜିତିକି ବି ମଧ୍ଯ ଆଜି ହାରିଯାଇଛି । ଏପଟେ ରାଜେଶ ଘରକୁ ଫେରିଲା ଆଉ ଘରେ ରାଜେଶକୁ ପାଇ ତାଙ୍କ ପରିବାର ଲୋକ ମଧ୍ଯ ଖୁସି ହୋଇଗଲା । ରାତିର କାହାଣୀ ସକାଳକୁ ଗପ ହୋଇଗଲା ।



Rate this content
Log in