Jagabandhu Sahu

Others

3  

Jagabandhu Sahu

Others

ସମ୍ପର୍କ

ସମ୍ପର୍କ

3 mins
470


ଗୋଟିଏ ସୁନ୍ଦର ଗାଆଁ ଆଉ ସେଇ ଗାଆଁରେ ସୁନ୍ଦର ପୋଖରି ଟିଏ ଥାଏ ଆଉ ସେଇ ଗାଆଁରେ ରହୁଥିଲେ ଦୁଇ ସାଙ୍ଗ ବନ୍ଧୁତାର ସମ୍ପର୍କରେ ବାନ୍ଧିହୋଇ ଜଣଙ୍କର ନାମ ରାମୁ ଆଉ ଜଣଙ୍କର ନାମ ଶ୍ଯମ ସେତେ ବେଳେ ରାମୁ ଆଉ ଶ୍ଯମ ବହୁତ ଛୋଟ ହୋଇଥିଲେ ପାଖା ପାଖି ବୟସ ସେତେବେଳେ ସାତ କିମ୍ବା ଆଠ ବର୍ଷ ହୋଇଥିବ ଏ ମାନଙ୍କର ବନ୍ଧୁତାର ଆରମ୍ଭରୁ ହିଁ କହୁଛି ଶୁଣ ରାମୁ ଆଉ ଶ୍ଯମ ଗୋଟିଏ ସ୍କୁଲରେ ପିଲାବେଳେ ପାଠ ପଢୁଥିଲେ କିନ୍ତୁ କେହି କାହାକୁ ଜାଣି ନଥିଲେ ଦିନକର କଥା ରାମୁ ସ୍କୁଲରୁ ଫେରୁଥିଲା ଘରକୁ ସେ ଆସିବା ବାଟରେ କିଛି ଦୁଷ୍ଟ ପିଲା ମାନେ ତାକୁ ମାରି ବହୁତ ଆଘାତ କରି ଚାଲିଯାଇ ଥିଲେ ସେଇ ଠାରେ ପଡି ରାମୁ ଛଟ ପଟ ହେଉଥାଏ କିନ୍ତୁ ସେ ଚାଲି ପାରୁନଥିଲା ଠିକ୍ ସେଇ ସମୟରେ ଶ୍ଯମ ସେଇ ବାଟ ଦେଇ ଘରକୁ ଫେରୁଥିଲା ଠିକ୍ ସେତିକି ବେଳେ ରାମୁର ଅବସ୍ଥା ଦେଖି ଶ୍ଯମ ଦଉଡିଗଲା ରାମୁ ପାଖକୁ ଆଉ ପଚାରିଲା ଆରେ ଭାଇ ତୋର ଏମିତି ଅବସ୍ଥା କିଏ କରିଲା ଆଉ କାହିଁକି କରିଲା ରାମୁ ଶ୍ଯମକୁ କହିଲା ସେ ମାନେ ମୋତେ ଖଡି ମାଗିଲେ ମୁଁ ମନା କରିବାରୁ ସେ ମାନେ ମୋତେ ମିଶିକି ମାରିଲେ ଆଉ ମୋର ସବୁ ଜିନିଷ ନେଇଗଲେ ଶ୍ଯମ ରାମୁକୁ କହିଲା ହେଉ ମନ ଦୁଃଖ କରନି ଚାଲେ ମୋ ଖାନ୍ଦରେ ହାତା ପକା ତୋତେ ନେଇ ତୁମ ଘରେ ଛାଡି ଦେବି ଶ୍ଯମର କଥା ଶୁଣି ରାମୁ ତା ଖାନ୍ଦରେ ହାତ ପକାଇ ତାଙ୍କ ଘରକୁ ଯିବା ପାଇଁ ଠିଆ ହେଲା ଆଉ ଶ୍ଯମ ରାମୁକୁ ନେଇ ତାଙ୍କ ଘରେ ପହଞ୍ଚିଲା

ରାମୁର ମାଆ ରାମୁକୁ ଏଇ ଅବସ୍ଥାରେ ଦେଖି ବିଚଳିତ ହୋଇଗଲା ଆଉ ରାମୁକୁ ତା ମାଆ ପଚାରିଲା ଆରେ ତୋର ଏଇ ଅବସ୍ଥା କିଏ କଲା ଆଉ କାହିଁକି କଲା ରାମୁ ତାର ମାଆ ଆଗରେ ସବୁ ଗୋଟି ଗୋଟି କରି କହିଲା ରାମୁର ମାଆ ଶ୍ଯମକୁ ପଚାରିଲା ପୁଅ ତୁ କାହାଘର ଛୁଆ ଆଉ କୋଉଠି ରହୁଛୁ ଶ୍ଯମ ହସି ଦେଇ କହିଲା ମାଆ ମୋର ଆରପଟ ସାହିରେ ଘର ମୋ ବାପାଙ୍କ ନାମ କିଶର ମାଆର ନାମ ମାଳତି ଆଉ ମୋ ନାମ ହେଉଛି ଶ୍ଯମ ଏତିକି କହି ଶ୍ଯମ କହିଲା ମାଆ ମୁଁ ଏବେ ଆମ ଘରକୁ ଯାଉଛି ବହୁତ ଡେରି ହେଲାଣି ସେପଟେ ମୋ ବୋଉ ଅପେକ୍ଷା କରିଥିବ ରାମୁର ମାଆକୁ ଏତିକି କହି ଶ୍ଯମ ଚାଲିଗଲା ତାଙ୍କ ଘରକୁ ତାପରେ ରାମୁର ମାଆ ରାମୁକୁ କହିଲା ଜାଣିଛୁ ପୁଅ ଗୋଟେ କଥା କହୁଛି ଶୁଣ ରାମୁ କହିଲା ହିଁ ମାଆ କହ କଣ ରାମୁର ମାଆ ରାମୁକୁ କହିଲା ପୁଅ ପ୍ରକୃତ ବନ୍ଧୁକୁ କେବେବି ହାତ ଛଡା କରିବୁନି ରାମୁ ତା ମାଆକୁ କହିଲା କିଛି ବୁଝି ପାରିଲିନି ମାଆ ରାମୁର ମାଆ ରାମୁକୁ କହିଲା ଆରେ ବୋକା ଯିଏ ବିପଦ ସମୟରେ ଆସି ପାଖରେ ଠିଆ ହୁଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ ଏହି କଥା ଶୁଣି ରାମୁ କହିଲା ବୁଝିଲି ଏତେ ପିଲା ଭିତରେ ଶ୍ଯମ ହିଁ ମୋର ପ୍ରକୃତ ବନ୍ଧୁ ଯାହାର ଉପକାର ପାଇଁ ମୁଁ ଆଜି ତୋରି କୋଳରେ ଅଛି ରାମୁର ମାଆ ରାମୁକୁ କହିଲା ହିଁ ଠିକ୍ କହିଲୁ ତାପର କିଛି ଦିନ ପରେ ରାମୁ ପୁଣି ସ୍କୁଲକୁ ଗଲା ଆଉ ଶ୍ଯମ ସହ ଦେଖା ହେଲା ରାମୁ ଦଉଡି ଦଉଡି ଶ୍ଯମ ପାଖକୁ ଗଲା ଆଉ ଶ୍ଯମକୁ କୁଣ୍ତାଇ ଧରି ପକେଇଲା ଏହା ଦେଖି ଶ୍ଯମ ମଧ୍ୟ ରାମୁକୁ କୁଣ୍ତାଇ ଧରିଲା ରାମୁ କହିଲା ଜାଣିଛୁ ଶ୍ଯମ ମାଆ ମୋତେ କଣ କହିଲା ଶ୍ଯମ ପଚାରିଲା କଣ କହିଲା ରାମୁ କହିଲା ମାଆ କହୁଥିଲା ଯିଏ ବିପଦ ସମୟରେ ପାଖରେ ଥାଏ ସିଏ ହିଁ ହେଉଛି ପ୍ରକୃତ ବନ୍ଧୁ ଆଉ ଶ୍ଯମ ତୁ ବି ଆଜି ଠାରୁ ମୋର ପ୍ରକୃତ ବନ୍ଧୁ ମୋତେ କଥା ଦେ କେତେ କଣ ହୋଇଗଲେ ବି ଆମେ କେବେ ଅଲଗା ହେବାନି ଏମିତି ସବୁ ବେଳେ ସାଥିରେ ମିଶି ରହୁଥିବା ଏହି କଥା ଶୁଣି ଶ୍ଯମ ମଧ୍ୟ ବହୁତ ଖୁସି ହୋଇଗଲା

ସେଇ ଦିନ ଠାରୁ ରାମୁ ଆଉ ଶ୍ଯମ ସମ୍ପର୍କ ବନ୍ଧୁତା ଭାବରେ ବଢିବାକୁ ଲାଗିଲା ସେଇଠୁ ଆରମ୍ଭ ହେଲା ତାଙ୍କରି ଦୋସ୍ତି ରାମୁ ଆଉ ଶ୍ଯମ ମିଶି ସବୁ ବେଳେ ସ୍କୁଲକୁ ଯାଆନ୍ତି ଆଉ ସ୍କୁଲରୁ ଫେରି ସେଇ ଗାଆଁ ବନ୍ଧକୁ ଗାଧେଇବା ପାଇଁ ଯାଆନ୍ତି ମଜା ମସ୍ତି କରି ଦିନ କାଟନ୍ତି ଏମିତି ମାସ ପରେ ମାସ ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା କିନ୍ତୁ ରାମୁ ଆଉ ଶ୍ଯମର ସମ୍ପର୍କ ଠିକ୍ ସେମିତି ହିଁ ଥାଏ ଏମିତି କିଛି ଦିନ ପରେ ଦୁହେଁ ବୃଦ୍ଦ ହୋଇଗଲେ ରାମୁ ଆଉ ଶ୍ଯମ ସବୁ ବେଳେ ବସି ସେଇ ପୋଖରୀ ତୋଠରେ ଗପ ସପ କରନ୍ତି ଶ୍ଯମ ଦିନେ ରାମୁକୁ ପଚାରିଲା ଆରେ ରାମୁ ମନେ ପାକାଇଲୁ ଟିକିଏ ପଛ ଦିନ ରାମୁ ଟିକିଏ ହସି ଦେଇ କହିଲା ହିଁ ମନେ ଅଛି ଏଇ ତୋଠରେ ମିଶି ଗାଧେଉ ଥିଲେ ଏଇ ପାଣି ଭିତରେ କେତେ ମଜା ମସ୍ତି କରୁଥିଲେ ଆଜି ସେଇ ଦିନ ସେଇ ରୂପ ସେଇ ପୋଖରୀ ସେଇ ତୋଠ ସବୁ ବଦଳି ଯାଇଛି ଯଦି କିଛି ବଦଳିନି ତାହାହେଲେ ସେ ହେଉଛି ଆମରି ସମ୍ପର୍କ ସତରେ ଶ୍ଯମ କେଉଁ ଜନ୍ମରେ କେଉଁ ପୂର୍ଣ୍ଯ କରିଥିଲି ଯେ ଏଇ ଜନ୍ମରେ ତୋ ପରି ବନ୍ଧୁଟିଏ ପାଇଛି

ଏଇ କଥା ଶୁଣା ଶ୍ଯମ ରାମୁକୁ କୁଣ୍ତାଇ ଧରି ପକାଇଲା ଆଉ ରାମୁକୁ କହିଲା ଶୁଣୁ ରାମୁ ଏଇ ପୋଖରୀ ଏଇ ତୋଠ ଆମର ପିଲା ଦିନ ଦେଖିଥିଲା ଆଉ ଆଜି ବୃଦ୍ଦ ସମୟବି ଦେଖିଲା ଏମିତି ସବୁ ବେଳେ ସେଇ ପୋଖରୀ ତୋଠରେ ରାମୁ ଆଉ ଶ୍ଯମ ବସି ଗପ ସପ ହୁଅନ୍ତି ସବୁ କିଛି ଆଜି ବଦଳି ଯାଇଛି କିନ୍ତୁ ରାମୁ ଆଉ ଶ୍ଯମର ସମ୍ପର୍କ ଠିକ୍ କାଲିପରି ଚମକି ଉଠୁଛି ॥

[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in