ଦୁହିତା
ଦୁହିତା
ଦୁହିତା ଦୁଇ କୁଳର ହିତକରେ ବୋଲି ଦୁହିତା ନାମଟି ତାର ପ୍ରଥମଟି ବାପା ଘର ହେଲେ ଅନ୍ୟଟି ଶାଶୁଘର ଗର୍ଭ ଧାରିଣୀ ମାଆ ଅନ୍ତଫାଡି ଜନ୍ମ ଦେଇ ଅଳି ଅଝଟ ସହି ଲାଳନ ପାଳନ କରି କେତେ କଷ୍ଟରେ ବଡ କରିଥାଏ କିନ୍ତୁ ବିଧିର ବିଧାନରେ ତାକୁ ସମୟ ଆସିଲେ ନିଜ ଛାତି ଭିତରେ ସବୁ ଦୁଃଖ ଚାପି ଅନ୍ୟ ହାତରେ ଟେକି ଦେଉଥାଏ ନିଜ ଲୋକ ନିଜ ପରିବାରକୁ ପର କରି ଦେଇ ନୂଆଁ ସଦସ୍ୟକୁ ଆପଣେଇ ନେଇ ଝିଅଟି ଯାଇଥାଏ ତାର ଶାଶୁ ଘରକୁ ସାଙ୍ଗ ସାଥି ମେଳ ରଜ ଦୋଳି ଖେଳ ବାପାଙ୍କର ସ୍ନେହ ଭାଇଙ୍କ ଆଦର ଭଉଣୀର ପ୍ରେମ ସେତେ ବେଳେ ସବୁ ଫିକା ପଡିଯାଇଥାଏ ଝିଅଟି ଯେତେ ବେଳେ ବାପା ଘର ଛାଡି ତାର ଶାଶୁଘରକୁ ବିଦାୟ ନେଉଥାଏ ମାଆର କୋଳରେ ମୁଣ୍ତ ରଖି ବାହୁନି ବାହୁନି କାନ୍ଧୁଥାଏ ହେ ମୋର ଜନ୍ମଦାତ୍ରୀ ବୋଉ ଆଜି କାହିଁକି ତୁମେ ଏତେ ନିଷ୍ଟୁର ହୋଇ ମୋତେ ଆଜି ପର କରି ଦେଉଛ ଝିଅର ଏମିତି କଥା ଶୁଣି ସମସ୍ତେ କାନ୍ଧି ପକାନ୍ତି ମାଆ ତାକୁ ବୁଝାଉଥାଏ ଝିଅ ଜନମ ମାତ୍ରକେ ପରଘରକୁ ଯିବାକୁ ହିଁ ପଡିଥାଏ ଝିଅର ଗୋଟେ ଗାଁରେ ଏନ୍ତୁଡି ଜଳିଲେ ଆଉ ଗୋଟେ ଗାଁରେ ତାର ଯୁଇ ଜଳିଥାଏ ଏମିତି ଅନେକ ବାଧା ବିଘ୍ନକୁ ଡେଇଁ ଝିଅଟି ତାର ସଂସାରକୁ ମନ୍ଦିର କରି ଗଢିଥାଏ ତା ସାଙ୍ଗକୁ ମାଆ ଝିଅକୁ ବୁଝାଉଥାଏ ମୋର ମାନ ମହତ ସବୁ ତୋତେ ସମର୍ପିଦେଲି ଆଉ ଏଇଟି ତୁ ଯାହା ପାଉଥିଲୁ ସେଠିବି ଠିକ୍ ସେଅ ହିଁ ପାଇବୁ ଶାଶୁ ଶଶୁରଙ୍କୁ ନିଜ ମାଆ ବାପା ବୋଲି ଭାବିବୁ ଦିଅର ନଣଦକୁ ନିଜ ଛୋଟ ଭାଇ ଭଉଣୀ ଭାବିବୁ ବଡ ଲୋକକୁ ଦେଖିଲେ ମୁଣ୍ତରେ ଓଢଣା ଦେବୁ ସମସ୍ତଙ୍କୁ ଧିରସ୍ଥିର କଥା କହିବୁ ସ୍ବାମୀ ହେଉଛି ତୋର ଭଗବାନ ସର୍ବଦା ସ୍ବାମୀର କଥା ଶୁଣିବୁ ସ୍ବାମୀ ପାଦ ସେବା କରି ଦିନ କାଟିବୁ ମଥାରେ ସିନ୍ଦୁର ହାତରେ ଶଙ୍ଖା ସବୁ ବେଳେ ପିନ୍ଧିବୁ ଶାଶୁଘରକୁ ନିଜ ପରିବାର ଭାବି ନିଜ ହାତରେ ସୁନ୍ଦର କରି ଗଢିବୁ ମାଆ ବାପା ଭାଇ ଭାଉଜର ନାଁ ରଖିବୁ ସମସ୍ତଙ୍କର ପ୍ରିୟ ହେବାକୁ ଚେଷ୍ଟା କରିବୁ ଆଉ ଯେତେବେଳେ ସମସ୍ତଙ୍କର ପ୍ରିୟ ହେଇପାରିବୁ ତେବେ ଜାଣିବୁ ତୋର ଦୁହିତା ଜନମ ସ୍ବାର୍ଥକ ହୋଇଲା ବୋଲି ଏମିତି ଅନେକ ଅନେକ କଥା ଝିଅକୁ ବୁଝାଇ ମାଆ ବିଦାୟ ଦେଉଥାଏ ଝିଅକୁ ତାର ଶାଶୁଘରକୁ ।
ବାପା ଘର ଖେଳ ଅଳ୍ପ ଦିନ ପାଇଁ
ଶାଶୁଘରେ କଟେ ଦିନ
ଦୁଇ କୁଳର ସେ ହିତ କରେ ବୋଲି
ଦୁହିତା ଅଟେ ତା ନାମ
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ