ସାହାଯ୍ୟ
ସାହାଯ୍ୟ
ନାରୀକୁ କିଛି ଲୋକ ଅବଳା ଦୁର୍ବଳା ଭାବୁଛନ୍ତି କିନ୍ତୁ ସତରେ ସେ ଦୁର୍ବଳା ନୁହଁ । କାରଣ ସେଇ ନାରୀ ହିଁ ଆମକୁ ଜନ୍ମ ଦେଇଥାଏ । ଆଉ ସେଇ ନାରୀ ହିଁ ଆମକୁ ଏଇ ଦୁନିଅାଁ ସହ ପରିଚିତ କରିଥାଏ । ଆଉ ବିପଦ ଆପଦରେ ପାଖେ ରହିଥାଏ । କେତେବେଳେ ମାଆ ରୂପରେ ତ କେତେ ବେଳେ ଭଉଣୀ ରୂପରେ ତ ଆଉ କେତେ ବେଳେ ବନ୍ଧୁ ରୂପରେ ତ ପୁଣି କେତେ ବେଳେ ସ୍ତ୍ରୀ ରୂପରେ କିନ୍ତୁ ସେ ସବୁ ବେଳେ ଆମ ପାଖରେ ହିଁ ଥାଏ ଠିକ୍ ଏହି ପରି ଏକ ନାରୀର ରୂପକୁ ଗୋଟିଏ ଗଳ୍ପରେ ଲେଖିବାକୁ ଯାଉଛି .....
ଦିନକର କଥା ଗୋଟିଏ ସଡକ ଉପରେ ଡହ ଡହ ଖରାରେ ବୁଢା ବାପାଟିଏ ପାଣି ପାଣି କହି ଛଟ ପଟ ହେଉଛି ସାହାଯ୍ଯର ଭିକ୍ଷା ମାଗୁଛି ସେଇ ରାସ୍ତା ଦେଇ ଅନେକ ଲୋକ ଯାଆନ୍ତି ଓ ଆନେକ ଲୋକ ଦେଖନ୍ତି କିନ୍ତୁ ଥରେ ସାହାଯ୍ଯ କରିବା ପାଇଁ ସେଇ ବୁଢା ବାପାଟିକୁ କାହା ହୃଦୟରେ ଦୟା ଆସେ ନାହିଁ । ଏପଟେ ବୁଢା ବାପାଟିର ତଣ୍ଟି ସୁଖି ସୁଖି ଯାଉଛି ଠିକ୍ ସେଇ ସମୟରେ ଗୋଟିଏ ନାରୀ ଆସି ସେଇ ବୁଢା ବାପାଟିର ଆଖିରୁ ଲୁହ ପୋଛି ଦେଲା ନିଜ ପଣତ କାନିରେ , ନିଜ ହାତରେ ସେଇ ବୁଢା ବାପାଟିକୁ ପାଣି ପିଆଇ ଦେଲା ଆଉ ସେଇ ବୁଢା ବାପାଟି ସେଇ ନାରୀଟିର ମୁହିଁକୁ ଚାହିଁ କହିବାକୁ ଲାଗିଲା .... ଧନ୍ଯ ଧନ୍ଯ ତୁମେ ନାରୀ ତୁମର ଏଇ ସ୍ନେହମୟୀ ରୂପ ଆଗରେ ମୁଁ ନତମସ୍ତକ ହେଉଛି ତୁମର ଏଇ ସାହାଯ୍ଯ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା । ଭଗବାନ ତୁମର ମଙ୍ଗଳ କରନ୍ତୁ ।