STORYMIRROR

Jagabandhu Sahu

Horror Others

3  

Jagabandhu Sahu

Horror Others

ଭୂତ କୋଠୀ

ଭୂତ କୋଠୀ

2 mins
550

ଦିନକର କଥା ସହରରୁ ଫେରୁ ଫେରୁ ରାତି ହୋଇଗଲା । ନିଶଦ୍ଦ ରାତିରେ ସେ ବାଟରେ ଏକା ମୁଁ ବାଟଇ ଥିଲି । ଆକାଶର ମେଘ ମାଳ ଭିତରେ ତୋଫା ଜହ୍ନଟି ଲୁଚକାଳି ଖେଳ ଖେଳୁଥାଏ । ସୁଲୁ ସୁଲିଆ ପବନ ବି ବହୁଥାଏ । ଭାରି ରୋମାଞ୍ଚକ ଲାଗୁଥାଏ । ସେଇ ରାତ୍ରଟିରେ ଗୋଟେ ଗୋଟେ ଆସୁଥାଏ । ମୁଁ ଖଣ୍ତେ ଦୂରରେ ଦେଖାଗଲା ଏକ ସୁନ୍ଦର କୋଠରୀ ଆଖ ପାଖରେ ଖୁଣ୍ଟା ଖୁଣ୍ଟା ବରଗଛ ଘେରି ରହିଛନ୍ତି । ସେଇ କୋଠରୀକୁ ସତରେ ଯେତିକି ସୁନ୍ଦର ଦିଶୁଥାଏ । ତା ଠାରୁ ଅଧିକ ଭୟଙ୍କାର ବି ଲାଗୁଥାଏ ।


ସେଇ କୋଠରୀକୁ ଦେଖୁ ଦେଖୁ ହଠାତ୍ ନଜର ପଡିଲା ସେଇ କୋଠରୀକୁ ଘେରି ରହିଥିବା ପାଚିଡିର ଗେଟ୍ ଉପରେ ଗେଟ୍ ଟି ଖୋଲା ରହିବାର ଦେଖି ହଠାତ୍ ମୁଁ ଚମିକ୍ ପଡିଲି । ଆରେ ଏତେ ରାତିରେ ପୁଣି ଏ କୋଠରୀର ଗେଟ୍ ଖୋଲା ଅଛି ! ତା ପରେ ଭାବିଲି ଯାହା ବି ହେଉ ଏଠୁ ଚୁପ୍ ଚାପ୍ ଚାଲିଯିବାଟା ହିଁ ଠିକ୍ ହେବ । ଏହା ଭାବି ଆଗକୁ ଯିବା ପାଇଁ ଦୁଇ ପାଦ ବଢାଇଛି ସେଇ ଘର ଭିତରୁ ବହୁତ ଗୁଡାଏ ପକ୍ଷୀ ଉଡି ଆସିଲେ ଆଉ ତା ପରେ ପରେ ସେଇ କୋଠରୀ ଭିତରୁ ଗୋଟେ ନାରୀର ଚିତ୍କାର ଶୁଭାଗଲା । କିଏ କେଉଁଠି ଅଛ ମୋତେ ବଞ୍ଚାଅ ଏଇ କଥା ଶୁଣି ମୁଁ ପୁରା ଡରିଗଲିଣି ଏତିକି ସମୟ ବେଲେ ଗୋଟେ ସ୍ତ୍ରୀ ଲୋକ ସେ କୋଠରୀର ଝରକା ବାଟେ ହାତ ଠାରି ମୋତେ ଡାକିଲା । ମୁଁ ଭାବିଲି ବୋଧେ ଏହି ସ୍ତ୍ରୀ ଲୋକଟି କିଛି ଅସୁବିଧାରେ ପଡିଛି ଏହା ଭାବି ନର୍ଭୟ ହୋଇ ସେଇ କୋଠରୀ ଆଡକୁ ପାଦ ପକାଇଲି । ଆଉ ସେଇ କୋଠରୀ ଭିତରକୁ ଯେମିତି ପ୍ରବେଶ କଲି ଠକ୍ କିନା କବାଟଟି ବନ୍ଦ ହୋଇଗଲା । ସେ କବାଟ ଖୋଲିବା ପାଇଁ ମୁଁ ବହୁତ ଚେଷ୍ଟା କଲି କିନ୍ତୁ ଖୋଲିଲା ନାହିଁ । ସେଇ କବାଟ ଠିକ୍ ଏତିକି ସମୟ ବେଳେ ସେଇ ସ୍ତ୍ରୀ ଲୋକଟି ମୋ ପାଖକୁ ଆସି ଠିଆ ହୋଇଗଲା । ତାର ଏତେ ଭୟଙ୍କର ବେଶ ଦେଖି ମୁଁ ବହୁତ ଡରିଗଲି କିନ୍ତୁ ମୁଁ ମୋ ମନରେ ସାହାସ ବାନ୍ଦି ସେ ଭୂତକୁ ପଚାରିଲି ତୁମେ କିଏ ଆଉ ମୋତେ ତୁମେ ଏଠାକୁ କାହିଁକି ଡାକିଲ ।


ଏତିକି ବେଳେ ଭୂତଟି କହିଲା ମୁଁ ତୁମକୁ ଏଠାକୁ ମାରିବାକୁ ଡାକିଛି । ଏହା ଶୁଣି ମୁଁ ସେଇ ଭୂତକୁ କହିଲି ଦେଖ; ମୁଁ ତୁମର କିଛି ଦୋଷ କରିନି ଯିଏ ତୁମର ଦୋଷ କରିଛି ତୁମେ ତାକୁ ଯାଇ ମାର, ଏମିତି ଯଦି ର୍ନଦୋଷ ଲୋକକୁ ମାରିବ ତୁମେ ଏମିତି ଏଇଠି ସବୁ ଦିନ ପାଇଁ ଗୋଟେ ପ୍ରେତଆତ୍ମା ହୋଇରହିଯିବ କେବେ ହେଲେ ତୁମେ ମୁକ୍ତି ପାଇ ପାରିବନି । ସବୁଦିନେ ତୁମର ପ୍ରେତଆତ୍ମା ଏଠି ସେଠି ଘୁରି ବୁଲୁଥିବ ମୋ ଠାରୁ ଏମିତି ଅନେକ କଥା ଶୁଣି ଭୂତଟି ମୋତେ କହିଲା ; ମୋତେ କିଛି ଦିନ ତଳେ ଏଠି ବଳତ୍କାର କରି ମୋତେ ମାରି ତିନି ଜଣ ଲୋକ ଏଠି ପୋତି ଦେଇ ଚାଲିଗଲେ । ସେଇ ଦିନ ଠାରୁ ପ୍ରତିଶୋଧ ନେବା ପାଇଁ ମୁଁ ଏଇଠି ସେଇଠି ଘୁରି ବୁଲେ । ସେଇ ଭୂତର ସବୁ କଥା ଶୁଣି ମୁଁ ତାକୁ ସେଇ ତିନି ଜଣଙ୍କ ପାଖରେ ନେଇ ପହଞ୍ଚାଇ ଦେଲି । ସେ ପ୍ରେତଆତ୍ମା ତାର ପ୍ରତିଶୋଧ ନେଇ ପୁଣି ମୋ ସାଙ୍ଗରେ ସେଇ କୋଠରୀକୁ ଫେରିଲା । ଆଉ ମୋତେ କହିଲା ; ମୋର ଶରୀରକୁ ଅନ୍ତିମ ସଂସ୍କାର କରିଦିଅ ତେବେ ଯାଇ ମୁଁ ଏଠାରୁ ମୁକ୍ତି ହୋଇପାରିବି । ତାପରେ ତାର ସେଇ ଶରୀରକୁ ଅନ୍ତିମ ସଂସ୍କାର କରି ମୁଁ ଫେରିବାକୁ ଲାଗିଲି । ମୋ ଗାଁକୁ ଆସି ଦେଖେ ତ ରାତି ପାହିବାକୁ ଲାଗିଛି ସେଇଦିନ ଠାରୁ ସେଠାରେ କେବେ ବି କେହି ଆଉ ଡରନ୍ତି ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror