Jagabandhu Sahu

Others

2  

Jagabandhu Sahu

Others

ମନେପଡେ ସେଇ ପିଲାଦିନ

ମନେପଡେ ସେଇ ପିଲାଦିନ

4 mins
4.7K


ମନେ ପଡେ ଆଜି ସେ ହଜିଲା ପିଲା ଦିନ ମାମୁଁ ଘରେ ବଢି ଆସିଥିବା ସେଇ ପିଲା ଦିନର କଥା ମାମୁଁ ମାଇଁଙ୍କ କୋଳେ ଅଜା ଆଇଙ୍କ ମେଳେ ବିତେଇ ଥିବା ସେଇ ପିଲା ଦିନର କଥା ସତରେ ଆଜି ପୁଣି ଫେରିଆସନ୍ତାକି ସେଇ ଅଝଟିଆ ପିଲା ଦିନ ସେଇ ପିଲା ଦିନର କଥା ଭାବିଲେ ଆଜି ମୋ ଆଖି ଆଗରେ ଭାସି ଆସୁଛି ସେଇ ହଜିଲା ଦିନର ଛବି ମାମୁଁ ମାଇଁଙ୍କ କୋଳେ ମୁଣ୍ତ ରଖି ଶୋଇ ଯାଉଥାଏ ଅଜା ଆଇଙ୍କ ସାଥିରେ ମଜା ମସ୍ତି କରି ହସ ଖୁସିରେ କାଟି ଥିବା ସେଇ ହଜିଲା ଦିନର କଥା ଭାରି ମନେ ପଡେ ଆଜି.......

ଆଜି ସେଇ ଅଜା ବାପା ଆଇ ମାଆ ନାହାନ୍ତି କିନ୍ତୁ ତାଙ୍କରି ପ୍ରତେକ କଥା ପ୍ରତେକ ଉପଦେଶ ଅଜି ବି ମନେ ଅଛି ତାଙ୍କର ସେ ସ୍ନେହ ଶ୍ରଦ୍ଧା ଭଲପାଇବା ମାମୁଁ ମାଇଁଙ୍କ ପାଖରେ ଅଝଟ କରିବା ସେଇ ପିଲା ଦିନର କଥା ଏ କୌଣସି ଗଳ୍ପ ନୁହେଁ ମୋର ସେଇ ହଜି ଯାଇଥିବା ପିଲା ଦିନର କଥାକୁ ଆଜି ପୁଣି ଗୋଟେ ଗଳ୍ପର ରୂପ ଦେବାକୁ ଯାଉଛି ଯାହା ଲେଖିବି ସତ ହିଁ ଲେଖିବି ଭଲ ଲାଗୁ ବା ଖରପ ଲାଗୁ କିନ୍ତୁ ମୁଁ ନିଶ୍ଚିତ ଭାବରେ ଆଶା କରିବି ଆପଣମାନଙ୍କୁ ମୋର ଏଇ ଲେଖା ପସନ୍ଦ ହେବ ବୋଲି ତେବେ ଆଉ ବିଳମ୍ବ କାହିଁ ଚାଲ ସାଙ୍ଗ ଓ ସାଥି ମାନେ ଆମେ ପୁଣି ଥରେ ଚାଲିଯିବା ସେଇ ପିଲା ଦିନକୁ.......

ଅଜା ବାପା ସ୍ନେହ ଶ୍ରଦ୍ଧାରେ ଭରା ପୁର୍ଣ୍ଣ ହୃଦୟ ଟିଏ ତାଙ୍କର ତାଙ୍କର କେତେ କାମ ଥାଉ ବା ତାଙ୍କୁ କେତେ ଭୋକ ହେଉଥାଉ ସେ ମୋତେ ତାଙ୍କ ପାଖରେ ବା ତାଙ୍କ ସାଥିରେ ନ ଖାଇଲେ ସେ କେବେ ବି ଖାଆନ୍ତିନି କାରଣ ସେ ମୋତେ ବହୁତ ବହୁତ ଭଲ ପାଉଥୁଲେ ଯଦିବା କେବେ ସାଙ୍ଗ ସାଥିରେ ବୁଲୁଥାଏ ମୁଁ ଆଉ ମୋତେ ଅଜା ବାପା ନ ଦେଖନ୍ତି ତେବେ ଗାଁର ଏ ମୁଣ୍ତରୁ ସେ ମୁଣ୍ତ ଯାଏ ଚନ୍ଦନ ଚନ୍ଦନ ଡାକି ବୁଲନ୍ତି ଛୋଟ ଛୋଟ ପିଲାଙ୍କୁ ବା ବୟଷ୍କ ଲୋକଙ୍କୁ ପଚାରନ୍ତି ଆରେ ଦେଖିଛକି ଆମ ପିଲାକୁ ଏମିତି ପଚାରି ପଚାରି ପହଞ୍ଚି ଯାଉଥାନ୍ତି ମୋର ପାଖକୁ ଆଉ ମୋର ହାତ ଧରି ଘରକୁ ନେଇ ଆସି ମୋତେ ସାଙ୍ଗରେ ବସାଇ ଖୁଆଉଥାନ୍ତି ଏମିତିକା ଥିଲେ ମୋର ଅଜା ବାପା...........

ପୁଣି ଆସିଲେ ଆଇ ମାଆ ମୋର ଯଦି କୋଉଠି କିଛି ଭୁଲ୍ କରିଥାଏ ଆଗକି ଗଣ୍ତେ ଶୋଦେ ତାପରେ ବୁଝାଏ ଏମିତି କାହିଁକି ହେଉଛୁ ପାଗଳ ଭଳି କେତେ ଲୋକ କେତେ କଥା କହୁଛନ୍ତି ତୋ ଲାଗି ଏହି କଥା ଶୁଣି ଅଜା ବାପା ମୋର କହୁଥାନ୍ତି ଆରେ ପିଲା ଲୋକ ସେ ଯେବେ ବଡ ହୋଇଯିବ ସେ ଆପେ ବୁଝିଯିବ ତୁ କଣ ପିଲା ବୋଳେ ଏମିତି ହେଉ ନଥୁଲୁକି ଅଜା ଆଇର ଏମିତିକା କଥା ଶୁଣି ମୁଁ ଟିକିଏ ମୁରୁକି ହସି ଦିଏ ଆଉ ସେଇଠୁ ଯେତେ ଶିଘ୍ର ହେବ ଚାଲି ଯାଉଥାଏ ମୁଁ ଏ ଥିଲେ ଆଇ ମାଆ ମୋର........

ତାପରେ ଆସିଲେ ବଡ ମାଇଁ ଯିଏ ମୋତେ କୋଳରେ କାଖେଇ ବାରି ମାଳେ ବୁଲେଇ ବୁଲେଇ କାଉ କୋଇଲି ଦେଖାଇ ମୋତେ ଖୁଆଇ ଦେଉଥିଲେ ଯଦି ବା ନଖାଏ ତେବେ ମୋତେ ବଡ ମାଇଁ କହୁଥାନ୍ତି ବାବୁ ଏତିକି ଭାତ ଯଦି ଖାଇ ନେବ ତାହା ହେଲେ ତୁମକୁ ଦୁଇ ଟଙ୍କା ଦେବି ଖଜା ଖାଇବ ହେଲା ଏଇ କଥା ଶୁଣି ଯେତେ ଶିଘ୍ର ପାରେ ସେ ଭାତ ଖାଇ ମାଇଁ ଠାରୁ ଦୁଇ ଟଙ୍କା ନେଇ ଚାଲି ଯାଉଥାଏ ସାଙ୍ଗ ସାଥି ସହ ଖେଳିବା ପାଇଁ ଦିନଙ୍କର କଥା ଭାରି ଛୋଟ ପିଲାଟିଏ ମୁଁ ହୋଇଥିଲି ବୟଷ ସେତେବେଳେ ମୋତେ ପାଖା ପାଖି ସାତ ବର୍ଷ କିମ୍ବା ଅଠ ବର୍ଷ ହେବ ସେଇ ସମୟର ଏକ ଏମିତି ଅଭୁଲା କାହାଣୀ ଯାହା ସ୍ମୃତି ହୋଇ ରହିଯାଇଛି ଏଇ ମୋର ଛାତି ତଳେ ଦିନକର କଥା ବଡ ମାଇଁ ଶିଳରେ ବେସର ବାଟୁଥିଲେ ଆଉ ତାଙ୍କ ବେକରେ ଅନେକ ଗହଣା ବି ପିନ୍ଦିଥିଲେ ସେ ଭିତରୁ ଗୋଟେ ହେଉଛି ଖାସୁଲୁୁ ମାଳ ମୋର ହଟାତ୍ ମାଇଁଙ୍କ ବେକରେ ଝୁଲୁଥିବା ଖାସୁଲୁ ମାଳ ଉପରେ ମୋର ନଜର ପଡିଲା ମୁଁ ସାଙ୍ଗେ ସାଙ୍ଗେ ବଡ ମାଇଁଙ୍କୁ କହିଲି ମାଇଁ ତୁମର ବେକରେ ଯୋ ହଳଦିଆ ରଙ୍ଗର ପଇସା ମାଳ ତୁମେ ପିନ୍ଧିଛ ମୋତେ ସେଥିରୁ ଗୋଟିଏ ପଇସା ଦିଅ ମୁଁ ଖଜା ଖାଇବି ଆମ ବଡ ମାଇଁ ଟିକିଏ ହସି ଦେଇ କହିଲେ ଆରେ ବାବା ଏ ସବୁ ନକିଲି ପଇସା ଦୋକାନରେ ଚଳିବ ନାହିଁ ତୁମକୁ ଆଉ ଅନ୍ଯ ପଇସା ଦେଉଛି ତୁମେ ନିଅ ଦୋକାନରୁ ଖଜା ଆଣି ଖାଇବ ହେଲେ ମୁଁ କଣ ଶୁଣିବା ପିଲା ମୁଁ ମୋ ଯିଦିରେ ଅଟଳ ରହିଲି ସେ ମୋତେ ବହୁତ ବୁଝାଇଲେ କିନ୍ତୁ ମୁଁ ବୁଝିବା ପାଇଁ ସକ୍ଷମ ନଥିଲି ସେ ମନା କରିବାର ଆଉ ମୁଁ ତାଙ୍କ ପିଠିରେ ନାଉ ହୋଇ ବାରମ୍ବାର ମାଗିବାର କିନ୍ତୁ ସେ ରାଗିବାର ନାହିଁ ଏହି ଭଳି ମାଇଁ ଭଣଜାଙ୍କ କଥା ଶୁଣି ଦାଣ୍ତ ଘରେ ବଡ ମାମୁଁ ଥାଇ କହିଲେ ତୋତେ ସେତେବେଳୁ ହେଲା ପିଲାଟା ପଇସା ମାଗୁଛି ତୋତେ ଶୁଭୁ ନାହିଁ ତୋତେ ଏତେ କାମ ବଡ ହୋଇଗଲା ଯେ ଏଇ କଥା ବଡ ମାଇଁ ଶୁଣି ବଡ ମାମୁଁଙ୍କୁ କହିଲେ ଆରେ ସେ ପଇସା ଦେଲେ ନେଉନାହାନ୍ତି ଖାସୁଲୁ ମାଳଟାକୁ ଦେଖି କହୁଛନ୍ତି ତୁମ ବେକର ସେ ହଳଦିଆ ପଇସି ହିଁ ମୋତେ ଦରକାର ଏହି କଥା ଶୁଣି ବଡ ମାମୁଁ ପାଖକୁ ଆସି ତାଙ୍କ ପେକେଟ୍ ରୁ ପଇସା କାଡି ମୋତେ କହିଲେ ପଇସା ନେ ଆଉ ଖଜା ଅାଣିବୁ ମୁଁ କହିଲି ନା ମୋତେ ହଳଦିଆ ପଇସା ହିଁ ଦରକାର ତାପରେ ବଡ ମାମୁଁ କହିଲେ ତୁ ମୋ ସାଙ୍ଗରେ ଆ ତୋତେ ଯାହା ଦରକାର ମୁଁ କିଣି ଦେବି ବଡ ମାମୁଁର ଏହି କଥା ମୋ ମନଙ୍କୁ ପାଇଲା ତାପରେ ବଡ ମାମୁଁଙ୍କ ସହ ଦୋକାନକୁ ଯାଇ ବହୁତ ଗୁଡାଏ ଖଜା ନେଇ ଆସିଲି ସତରେ ମୋ ବଡ ମାଇଁ ମୋତେ ଯେତିକି ସ୍ନେହ ଶ୍ରଦ୍ଦା ଭଲପାଇବା ଦେଇଛନ୍ତି ସେ ସବୁକୁ ମୁଁ କେବେ ବି ଭୁଲି ପାରିବିନି କାରଣ ସେ ମୋତେ ଯେତିକି ସ୍ନେହ ଶ୍ରଦ୍ଧା ଭଲପାଇବା ଦେଇଛନ୍ତି ଏମିତିକି ସେ ତାଙ୍କ ପୁଅ ଝିଅକୁ ବି ସେତିକି ସ୍ନେହ ଶ୍ରଦ୍ଧା ଭଲପାଇବା ଦେଇନାହାନ୍ତି ଆଜି ସେ ମୋତେ ସେତିକି ଭଲ ପାଉଛନ୍ତି ଠିକ୍ ଯେତିକି ମୋତେ ପିଲା ବେଳେ ଭଲପାଉଥିଲେ ସେଇ ସ୍ନେହମୟୀ ମାଇଁଙ୍କ ପାଖରେ ମୁଁ ଚିର ଋଣି ଚାହିଁଲେ ବି ତାଙ୍କର ସେ ଭଲପାଇବାର ଋଣ କେବେବି ସୁଝିପାରିବିନି କି ତାଙ୍କୁ ଜୀବନରେ କେବେ ଭୁଲି ପାରିବିନି ସେଇ ସ୍ନେହମୟୀ ମାଇଁଙ୍କୁ ଆଜି ଦୂର ଦେଶରେ ରହି ସତ ସତ ପ୍ରଣାମ ଜଣାଉଛି ଏହି ହେଉଛି ମୋର ସେଇ ହଜି ଯାଇଥିବା ପିଲା ଦିନ ।


Rate this content
Log in