STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ନାରୀ ର ସାହାସିକତା

ନାରୀ ର ସାହାସିକତା

1 min
506


ନାରୀ କେବେ ସତୀ ହୋଇ ଯମ ପୁର ରୁ ନିଜ ସ୍ୱାମୀ କୁ ଆଣି ପାରେ।ନାରୀ କେବେ ବିରାଙ୍ଗନା ହୋଇ ଯୁଦ୍ଧ ବି କରି ପାରେ।ନାରୀ ଦୁର୍ଗା ହୋଇ ଶତ୍ରୁ କୁ ଦମନ କରେ।ନାରି କାଳି ରୂପ ହୋଇ ସଂଘାର ବି କରି ପାରେ।  କଥା ଟି ଆରମ୍ଭ ହୁଏ ଏକ ନାରୀର କାହାଣୀ କୁ ନେଇ।ଅତି ଗରିବ 

ପରିବାର ରେ ଜନ୍ମ ହୋଇଥିଲା ଚମ୍ପା। ସେ ପିଲାଟି ବେଳୁ ଅଭାବ ରେ ଥାଏ।ବହୁତ ଗରିବ ଯୋଗୁ ବେଶୀ ପାଠ ପଢି ପାରିଲା ନାହିଁ।

ବାପା ମାଆ ତାର ବାହା ଘର କରି ଦେଲେ ସୁଦୂର ହରି ପୁର ନିବାସୀଘନ ସାହୁ ର ପୁଅ ରମେଶ ସହ।ରମେଶ ଭାରି ଅଳସୁଆ ହୋଇ ଥିବାରୁ କିଛି କାମ କରେ ନାହିଁ।ତା ବାପା ର ସବୁ ସମ୍ପତି କୁ ବିକି ବିକି ସାରି ଦେଲା।ଶେଷ ରେ ନିଜ ସ୍ତ୍ରୀ ଚମ୍ପାର ସୁନା ଗହଣା ନେଇ ବିକ୍ରି କରି ଦେଲା।ଚମ୍ପା ବି ସବୁ ଦୁଃଖ ଅନେକ ଦିନ ସହିଲା।

ସବୁ ଦିନ ଚମ୍ପା କୁ ମଦ ଖାଇ ରମେଶ ବାଡାଏ।ଗାଳି ଦିଏ।ଦିନେ ଚମ୍ପା ତାର ସ୍ୱାମୀ କୁ ଆକଟ କଲା।ମଦ ଖାଇବା ପାଇଁ ବାରମ୍ବାର ପ୍ରତି ବାଦ କଲା।ସେ ତାର ଗାଁ ସ୍ତ୍ରୀ ଲୋକ ମାନଙ୍କୁ ଏକାଠି କରି ସବୁ ମଦ ଭାଟି କୁ ଯାଇ ପ୍ରତି ବାଦ କଲା।ଗାଁ ରେ ସଭା କରି ମଦର ବିରୋଧ କଲା।ଗାଁର ସରପଞ୍ଚ ତାର ସାହସିକତା ପାଇଁ ତାକୁ ଭୁରି ଭୁରି ପ୍ରଶଂସା କଲେ।ଦିନ ଆସିଲା ସେ ଗାଁ ରେ ଆଉ ମଦ କେହି ପିଇଲେ ନାହିଁ।ଚମ୍ପା ର ସାହସିକତା ପାଇଁ ସେ ଗାଁରେ ସୁନାମ ଅର୍ଜନ କଲା।ନିଜ ସ୍ୱାମୀ ର ମଙ୍ଗଳ କରିବା ସହ ସବୁ ଲୋକ ଙ୍କ ଜୀବନ କୁ ପରିବର୍ତନ କରି ପାରିଲା।


ବାସ୍ତବ ରେ ନାରୀ ଚାହିଁଲେ ସବୁ କିଛି କରି ପାରିବ।ନିଜ ପରିବାରକୁ ସୁଧାରି ପାରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics