Paramita Mishra

Abstract Drama Tragedy

3  

Paramita Mishra

Abstract Drama Tragedy

ନାଲିଫରୁଆ

ନାଲିଫରୁଆ

3 mins
144



ଅଳକା ପୁରା ଘରଟା ଦେଖେଇ ଆଣିଲା,ଆଉ ସାଙ୍ଗରେ କହି କହି ଆସୁଥିଲା

“ଦେଖନ୍ତୁ ମାଡାମ ଏଇଟା ରୋଷେଇ ଘର ଆଉ ତାପଖରେ ଠାକୁର ଘର ,ଏପଟେ ଗୋଟିଏ ବେଡରୁମ ଆଉ ବାକି ତିନୋଟି ରୁମ୍ ଉପରେ।ଘର ପାଖକୁ ଲାଗି ଆଉ ୧୨00 ସ୍କ୍ବେରଫୁଟ ଜାଗା ବଗିଚା ପାଇଁ ଆଉ ଆଗକୁ ଲନ୍ ଓ ଗ୍ଯାରେଜ। ବାକି ଘର ତ ଆପଣ ଦେଖୁଛନ୍ତି।

ଦେଖିବା ପାଇଁ ଆସିଥିବା ଲୋକ ଙ୍କ ସ୍ତ୍ରୀ ଘର ଦେଖି ହାତଜୋଡି ବହୁତ ଖୁସିରେ କହିଲେ।ଡିଲ୍ ଫାଇନଲ ହେଲା। ଆଡଭାନ୍ସ ତ ସରିଛି ଖାଲି ରେଜିଷ୍ଟ୍ରେସନ ଟା କାଲି ସରିଲେ ଗଲା ଆପଣ ଚାହିଁଲେ ଆଉ କିଛି ଦିନ ପରେ ଘର ଖାଲି କରିଥାନ୍ତେ।କାଲି ଘର ଛାଡୁଛନ୍ତି ବୋଧେ।ଅଳକା ମୁଣ୍ଡ ହଲାଇ ସମ୍ମତି ଜଣାଇଲା। ଅଳକା ଦୁଆର ମୁହଁରୁ ସେମାନଙ୍କୁ ବିଦାୟ ଦେଇ ବାହାରେ ଲାଗିଥିବା ଦୋଳି ଉପରେ କିଛି ସମୟ ବସିଗଲା। ତନୁ ତା ଝିଅ ଏବେ ଆସୁଥିବ ତ।ଆଖି ଗୁଡିକ ଛଳଛଳ ହୋଇଉଠିଲା, ଭାସିଉଠିଲା ଅତୀତ ର ଛବି ସବୁ ।କୋଉ ସ୍ବପ୍ନ ରାଇଜ ଠୁ କମ୍ ନଥିଲା ତାର ଜୀବନ।ଅରବିନ୍ଦ ଙ୍କ ସହ ଦେଖା ଏମିତି ଏକ ଫ୍ଯାମିଲି ଫଙ୍କସନ୍ ରେ ହୋଇଥିଲା ଆଉ ଏମିତି ନଜର ଲାଗିଲା ଯେ ଅରବିନ୍ଦ ଆଉ ନଜର ଫେରାଇ ପାରିଲେନି।ଘରେ ବି କାହାରି ଆପତ୍ତି ନଥିଲା କାରଣ ପୁଅ ଅତି ଭଦ୍ର ଓ ରୋଜଗାରିଆ ଆଉ ଝିଅ ବି ଖୁବ୍ ଭଲ।କିନ୍ତୁ କଥାଟା ରହିଲା କୁଣ୍ଡଳି ଉପରେ କାରଣ ଅରବିନ୍ଦ ଙ୍କ ବାପା ହେଲେ ନିଜ ସସ୍କୃତ ପଣ୍ଡିତ।କଥା ଟା ବହୁତ ଦିନଯାଏଁ ସେମତି ଅଟକି ରହିଲା।ଏ ଭିତରେ ଅରବିନ୍ଦ କୌଣସି କାମରେ ବିଦେଶ ଗଲେ କିନ୍ତୁ ଯିବା ପୂର୍ବରୁ ସେ ଅଳକା ସହ ଦେଖା ହୋଇ ଗଲେ ଆଉ ଗଲାବେଳେ ହାତରେ ଦେଇଯାଇଥିଲେ ଗୋଟିଏ ନାଲି ଫରୁଆ ଟେ।କହିଯାଇଥିଲେ ଏଥିରେ ସିନ୍ଦୂର ଅଛି ,କାଲି ମୁଁ ଥାଏ କି ନଥାଏ ଏ ଫରୁଆ ତୁମକୁ ସବୁବେଳେ କହିବ ଯେ ତୁମେ ମୋର।

ଦୀର୍ଘ ଦିନ ବିତିଗଲା। ଅରବିନ୍ଦ ଅନବରତ ଚିଠି ଲେଖନ୍ତି।ଅଳକା ସବୁ ଚିଠି ର ଉତ୍ତର ବରାବର ଦିଏ।କିନ୍ତୁ ଏଥର ଘରଲୋକ ଙ୍କ ପାଖରେ ଅଳକା ଟିକେ ଦୁର୍ବଳ ପଡି ଆସୁଥିଲା।ଦିନେ ସେ ଏକ ବିରାଟ ପଦକ୍ଷେପ ନେଲା।ଏକ ବହୁତ ଭଲ ପ୍ରସ୍ତାବ ଆସିଥିଲା ଆଉ ଅଳକା ର ରୋକଠୋକ ଜବାବ ରେ ଘରେ ସମସ୍ତେ ନାଖୁସ।ଶୀତ ରାତି ଥିଲା ହଠାତ୍ ଅଳକା ନିଜର ସାମାନ ଉଠାଇ ସମସ୍ତଙ୍କୁ ଆଖି ସାମନାରେ ଘରୁ ବାହାରି ଆସିଲା ।କହିଦେଇ ଗଲା ଯେ ମୁଁ ରାଗିକି ଘରଛାଡି ଜାଉନି ବାସ୍ ମୁ ମୋ ଘରକୁ ଯାଉଛି।ତମେ ଯେତେଳେ ମତେ ଖୋଜିବ ମୁଁ ତୁମ ପାଖେ ଥିବି।

ସେଠୁ ସିଧା ଯାଇ ଅରବିନ୍ଦ ଘରେ ପହଞ୍ଚିଲା ଅଳକା ।ସେଠି ପହଞ୍ଚି ଦେଖିଲା ବୁଢାବୁଢି ଦିଇଟା ବିମାର ହୋଇ ପଡିଛନ୍ତି।ଚାକର ବାକର ଯେ ଯା ଘରକୁ ଚାଲିଗଲେଣି ।ମାଆ ଆସି କବାଟ ଖୋଲି ଅଳକା କୁ ଦେଖି କାନ୍ଦ କାନ୍ଦ ହୋଇଗଲେ।ଟେବୁଲ ଉପରେ ଖାଇବା ସେମତି ପଡିଛି ।କେହି ଖାଇନାହାଁନ୍ତି।ଅଳକା ଏବେ ତା ବୋହୁ ର କର୍ତ୍ତବ୍ୟ ଲାଗିପଡିଲା।ଅଳ୍ପ ଦିନରେ ଦୁହେଁ କିଛି କିଛି ସୁସ୍ଥ ହେବାକୁ ଲାଗିଲେ ।ଅଳକା ର ବାପାମାଆ ବି ରାଗ ଛାଡି ଆସିଲେ ଝିଅ କୁ ନେବାକୁ କିନ୍ତୁ ଏଥର ପଣ୍ଡିତ ମହାଶୟ ନିଜେ କହିଲେ ପୋଥି ପାଞ୍ଜି ସବୁ ଗୋଟେ ପଟେ ଅଳକା ଯେ ମୋର ବୋହୂ ଏହା ନିଶ୍ଚିତ। ଏ ଖବର ଟି ପାଇଲା ପରେ ଅରବିନ୍ଦ ବି ଛୁଟି ଆସିଥିଲେ ଦୁରଦେଶରୁ ।ଅଳକାର ବାପା ମାଆ ଙ୍କ ପ୍ରତି ନିଷ୍ଠାପର ସେବା ଦେଖି ଅରବିନ୍ଦ ୠଣୀ ହୋଇଗଲେ ତା ଆଗରେ।ସେଦିନ ଠୁ ଆଉ କେବେ ବାପା ଘରକୁ ଫେରିନି ଅଳକା ।ଏମିତି କି ବୁଲିଗଲେ

ଦିନେ କି ଓଳିଏ।ଧୁମଧାମରେ ବାହାଘର ହେଲା।ଅରବିନ୍ଦ ଙ୍କ କାମ କେବେ ବମ୍ବେ ତ କେବେ ମାଡ୍ରାସ ଆଉ କିଛି ବର୍ଷ ପରେ ସେ କାନାଡା ଚାଲି ଗଲେ।କଥା ଥିଲା ବାପାମାଆ ଥିଲା ଯାକେ ଅଳକା ଏଇଠି ତାଙ୍କରି ପାଖରେ ରହିବ।ଅରବିନ୍ଦ ବର୍ଷ ରେ ଥରେ ଦୁଇ ଥର ଆସନ୍ତି।

ସେଦିନ ଆଉ ଆଜିର ଦିନ ।ଗୋଟେ ଯୁଗ ବିତି ଗଲାଣି ଏ ଭିତରେ।ବାପାମାଆ ବି ଆଉ ନାହାଁନ୍ତି।ଅରବିନ୍ଦ ଆଉ ଓଡିଶା ଆସୁନାହାନ୍ତି।ଖାଲି ଯାହା ମାସ ପୁରିଲା ବେଳେ ଆକାଉଣ୍ଟ ରେ ଟଙ୍କା ପଠାଇଦିଅନ୍ତି।

ଏ ଘରଟିକୁ ବି ବିକି ଦେଇଛନ୍ତି।ତେଣୁ ଅଳକା କୁ ଏ ଘର ଛାଡିବାକୁ ହେବ ।ଯୋଉ ଘରକୁ ଦିନେ ଜୋରକରି ପଶି ନିଜର କରିନେଇଥିଲା ଆଜି ସେ ଘର ବିକ୍ରି ବେଳେ ଅରବିନ୍ଦ ତାକୁ ଥରେ ପଚାରି ବି ନାହାନ୍ତି। ତନୁ ଗୋଟେ ଛୋଟିଆ ଭଡାଘର ବୁଝିଛି।କାଲି ଘର ଛାଡିବାକୁ ହେବ ଆଜି ଶେଷଥର ପାଇଁ ଏଠି କିଛି ମୁହୁର୍ତ୍ତ ରହିଯାଇଛି ଅଳକା।ଆଉ କିଛି ଛୋଟମୋଟ ଜିନିଷ ନେଇ ଆଜି ଏଠୁ ଚାଲିଯିବେ ସେମାନେ।ତନୁ ଆସି ପହଞ୍ଚି ଗଲା।ତା ଗାଡିର ହର୍ଣ୍ଣ ରେ ଅପ୍ରତିଭ ଅଳକା ଚେଇଁ ଉଠିଲା ଅତୀତର ସ୍ବପ୍ନ ରୁ। ଘର ର କୋଣ ଅନୁକୋଣ ପୁଣି ଥରେ ବୁଲି ଆସିଲେ ଦିହେଁ।ତନୁ ତା ରୁମରୁ ତାର କିଛି ଜିନିଷ ନେଇ ଆସିଲା ଆଉ ଅଳକା ତା କାନି ମଙ୍ଗରେ ଲୁଚାଇ ବାନ୍ଧି ଧରିଲେ କିଛି।ଭାବିଲେ ତନୁ ତାକୁ ଦେଖି ନଥିବ।ତନୁ ମୂଖ୍ୟ ଦୁଆରକୁ ତାଲା ଦେଉଦେଉ ବେପରୁଆ ଭାବରେ କହିଲା ଫରୁଆ ଦେବା ମଣିଷ ଟା ନିଜର ହୋଇ ପାରିଲାନି ଏ ନିର୍ଜିବ ନାଲି ଫରୁଆ ଟାକୁ ରଖି ବା କଣ କରିବ।ଏମିତି ଆଉ ଗୋଟେ ନାଲିଫରୁଆ ଆଉ କାହାକୁ ସେ ଦେଇସାରିଲେଣି ତୁମେ ଖାଲି ୟାକୁ ଧରି ରଖିଥାଅ।ତନୁ ଜଳଜଳ ଆଖିରେ ମାଆ କୁ ଚାହିଁଲା।

ଲୁଚାଉଥିବା କାନମଙ୍ଗ ଟିକୁ ଆହୁରି ଜୋରରେ ଜାବୁଡ଼ି ଧରିଲା ଅଳକା।ଶାନ୍ତ କଣ୍ଠରେ କହିଲା ତନୁ ଜାଣିଛୁ ଏଇ ନାଲି ଫରୁଆ ଟି ମତେ ଦେଲାବେଳେ ତୋ ବାପା କହିଥିଲେ “ତୁ ମୋର”

ଏ ଘର କି ସେ ମୋର ନହେଲେ ନାହିଁ ମୁଁ କିନ୍ତୁ ଆଜନ୍ମ ତାଙ୍କରି ହୋଇ ରହିବାକୁ ଚାହେଁ।



Rate this content
Log in

Similar oriya story from Abstract