Paramita Mishra

Horror Fantasy Thriller

3  

Paramita Mishra

Horror Fantasy Thriller

ମୃଣ୍ମୟୀ

ମୃଣ୍ମୟୀ

10 mins
16


ଭାବୁଛି କୋଉଠୁ ଆରମ୍ଭ କରିବି।

ମୁଁ ରିହାନା ପରବିନ ।ଘରେ ମତେ ଗେଲରେ ରୁହି ଡାକନ୍ତି।ପଢାପଢିରେ ମୁଁ ଖୁବ୍ ନହେଲେ ବି ଭଲ ଥିଲି।ଇଂଜିନିୟରିଂ ସରିଲା। ବହୁତ ଭଲ ପ୍ୟାକେଜ ରେ ଚାକିରି ଟିଏ ମିଳିଲା।ଘରର ଖୁସି କହିଲେ ନ ସରେ। କାହିଁକି ବା ନହେବେ।ମୋ ବାପା ଜଣେ ସାଧାରଣ ବ୍ୟକ୍ତି କିନ୍ତୁ ପିଲାଙ୍କୁ ନେଇ ବହୁତ ବଡ଼ବଡ଼ ସ୍ବପ୍ନ।ବହୁ କଷ୍ଟରେ ପାଇ ପାଇ ଯୋଡ଼ି ଆମ ଭାଇଭଉଣୀ ଦୁଇଟାକୁ ମଣିଷ କରିଛନ୍ତି ସେ।ମମି ତ କେତେ ଦରଗା ଓ ମଜାର ଜାଇ କେତେ ମାନସିକ ପୁରା କରୁଥିଲା ତାକୁ ହିଁ ଜଣା। ରହିମ ଭାଇ ର ବି ଏମବିବିଏସ୍ ସରିଲା ପରେ ଏବେ ସେ ବିଦେଶରେ ଉଚ୍ଚ ଶିକ୍ଷା ପୁରା କରୁଛି। ଆମ ପରିବାରର ଖୁସି ର ହିସାବ ନଥିଲା। ଲାଗୁଥିଲା ଉପରବାଲା ଆମ ଉପରେ ବୋଧେ ବହୁତ ଖୁସି।ମାମା,ବାବା ଙ୍କ ର କଷ୍ଟ ଓ ପୁଣ୍ୟ ର ଫଳ ଆମକୁ ମିଳୁଛି ।।

    କିଛି ଦିନ ପୂର୍ବରୁ ମତେ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ପୁଣି ଫୋନ ଆସିଲା । ମତେ କିଛି ଡକ୍ୟୁମେଣ୍ଟ ପାଇଁ ପୁଣି କଲେଜ ଯିବାକୁ ହେଲା। କାମ ସାରି ବସ୍ ରେ ଫେରୁଥିଲି। କେଜାଣି କେମିତି କଣ ହେଲା । ବସରେ ମୋ ଆଖି ଲାଗିଗଲା, ମୁଁ ବେହୋସ୍ ହୋଇପଡିଲି ଆଉ ତାପରେ କକିଛି ଜାଣିନି। ବସ୍ ରେ ସିଟ୍ ନଥିଲା ମୁଁ ଠିଆ ହୋଇଥିଲି।ପାଖ ସିଟ୍ ରେ ଯେଉଁ ଝିଅ ଟି ବସିଥିଲା ,ବାସ୍ ଠିଆ ଠିଆ ତାଙ୍କ ରି ଉପରେ ଟଳି ପଡ଼ିଥିଲି।ସେଠୁ ଆଖି ଖୋଲିଲା ବେଳକୁ ମେଡିକାଲ।ମୋର ଆଉ କିଛି ତ ମନେନାହିଁ କେବଳ ତା ଗାଲ ର କଳାଜାଇ ଟି ଛାଡ଼ି। ସମସ୍ତେ ଚିନ୍ତାରେ ,ଆଉ ଅଳ୍ପ ଦିନରେ ଅଫିସରେ ଜଇନ କରିବାର ଅଛି ସେ ଯାହା ହେଉ ଡକ୍ଟର କହିଲେ ଟିକେ ବିପି କମିଯାଇ ; ଥିଲା ବାସ୍ ଆଉ କିଛି ନାହିଁ ।ହଁ କିନ୍ତୁ ମୋର ଡକ୍ୟୁମେଣ୍ଟ? ସେସବୁ ତା ପର ଦିନ ଆମ ଘର ବାହାରେ କେହି ଛାଡି ଯାଇଥିଲା।ବୋଧେ ସେ ବସ୍ ବାଲା ଝିଅ ଜଣକ।ମାମା ସେ ଅଜଣା ଝିଅଟିକୁ ଦୁଆ ଦେଇଥିଲେ ଆଉ ଅଳ୍ପଦିନ ପରେ ମୁଁ ସେସବୁ କୁ ପାସୋରି ଚାଲି ଆସିଲି ବାଙ୍ଗାଲୋର ଚାକିରୀ ପାଇଁ। ପ୍ରାୟ ମାସେ ବହୁତ ହଇରାଣ,।ଜାଗା,ଭାଷା,ଘର ସବୁ ଜିନିଷ ରେ ନିଜକୁ ଢାଳିବା ପାଇଁ ଟିକେ ସମୟ ଲାଗିଲା। ଅଫିସ ଗେଷ୍ଟ ରୁମ ମତେ ଛାଡିବାର ଥିଲା ।ହାତରେ ବହୁତ କମ୍ ସମୟ ,ନା ବେଶି ପଇସା ଅଛି ପାଖରେ,ଘରେ ଏମିତି ରେ ବି ଭାଇ ପାଇଁ ବହୁତ ଖର୍ଚ୍ଚ,ଭାବୁଥିଲି କଣ କରିବି ମୁଁ।ଆଉ ସେତେବେଳେ ମୋ ଜୀବନରେ ଫରିସ୍ତା ପରି ଆସିଥିଲା ମୃଣ୍ମୟୀ 

       ମୋ ଅଫିସରେ ମୋର ସିନିୟର୍ ସେ। ଏତେଦିନ ଅଫିସରେ ଥାଇ ବି ମୁଁ ତାକୁ କେମିତି କେବେ ଦେଖି ନଥିଲି। ହଠାତ୍ ଦିନେ ମୋ ନଜର ପଡିଲା ତା ଉପରେ, ଏକ ଅଜବ ଆକର୍ଷଣ ତା ଭିତରେ ଆଉ ମୁଁ,ଯେମିତି ଟାଣି ହୋଇଗଲି ତା ପାଖକୁ। ଦେଖିବାକୁ ଠିକ୍ ଏକ ସୁନ୍ଦର ମୂର୍ତ୍ତୀ ଟିଏ ପରି ନିହଣ ମୁନର କାରୁକାର୍ଯ୍ୟ ପରି ଶରୀର। ଜାଣିନି ତାକୁ ମୁଁ କୋଉଠି ଦେଖିଛି କିନ୍ତୁ ଲାଗେ ଦେଖିଲା ଦେଖିଲା ପରି। ଲମ୍ବା ଚୁଟି, ସେଥିରୁ ଆଗପଟେ କିଛି ଛୋଟ ଚୁଟି ଆଉ ବେବି କଟ୍ ଚୁଟି କିଛି ମୁହଁ ଉପରକୁ । ମୁହଁ ର କିଛି ଭାଗ ଲୁଚିଯାଏ ସେ ଭିତରେ।ଆଉ ଆଖି ଦୁଇଟି ଚିକଚିକ୍ କରେ ଦିନ ଆଲୁଅ ରେ। ସେଦିନ ସେ ଅଚାନକ ଆସିଲା ଆଉ ଜିନିଷପତ୍ର ସହ ମତେ ତା ରୁମ୍ କୁ ନେଇଗଲା। ମୁଁ କାନ୍ଦୁଥିଲି,ମତେ କାହା ଉପରେ ବୋଝ ହେବାର ନଥିଲା,କହିଲି "ମୁଁ ବହୁତ ଜଲଦି ; ରୁମ ଖୋଜି ଚାଲିଯିବି"। ମୃଣ୍ମୟୀ ମତେ ଜାବୁଡି ଧରି ନେଲା ଆଉ ଜୋର୍ କରି କହିଲା "ଚୁପ୍ ଆଉ ଥରେ ଯଦି ସେମିତି କହିବୁ ..... ତାପରେ ସେ ମତେ ରୁମ୍ ଦେଖାଇଲା।କହିଲା ଯେତେଦିନ ଚାହୁଁଚୁ ରହ।

  

    ଧିରେ ଧିରେ ଆମେ ବହୁତ ଭଲ ସାଂଗ ହୋଇଥିଲୁ। ଅଫିସ ରେ ତାକୁ କାହା ସହ କଥା ହେବାର କେହି ଦେଖି ନାହାନ୍ତି । କେବଳ କାମରେ ମତଲବ। ମୁଁ ମୋର ସବୁ ସୁବିଧା ଅସୁବିଧା ତାକୁ ହିଁ କହେ ।ଦିନକର କଥା ; ଲିଫ୍ଟରେ ମୁଁ ଓ ମଣି ଛଡ଼ା ଅଫିସର ଆଉ ତିନି ଜଣ ଲୋକ ବି ଥିଲେ ।ଜାଗା କମ୍ ଯୋଗୁଁ ଆମକୁ ଲଗାଲଗି ହୋଇ ରହିବାକୁ ପଡ଼ିଥିଲା ।

       ହାତ ଟି ଅଜାଣତ ରେ ବାଜିଛି କି ଜାଣତ ରେ ଝିଅ ଟିଏ ତାକୁ ବେଶ୍ ଭଲ ଭାବେ ବୁଝିଯାଏ।ତେଣୁ ଯେତେବେଳେ ମୋ ଦେହରେ କାହାର ଅବାଞ୍ଛିତ ସ୍ପର୍ଶ ଅନୁଭବ କଲି ମୁଁ ଏକଦମ୍ ଚମକି ଉଠିଲି।ଆଉ ସେତିକି ବେଳେ ଲିଫ୍ଟ ଦୁଆର ଖୋଲିଲା ଆଉ ମୁଁ ଦୌଡ଼ି କି ପଳେଇଲି‌। ସେଦିନ ଅଫିସରେ ବିଲକୁଲ ମନ ଲାଗିଲାନି। ବାରମ୍ବାର ମୁଁ କେବିନ୍ ବାହାରକୁ ଚାହିଁ ଚିହ୍ନିବାକୁ ଚେଷ୍ଟା କରୁଥିଲି କିଏ ସେ ,କାହାର ହାତ ଥିଲା ସେଇଟା।ରୁମକୁ ଆସି ପ୍ରଥମେ ମଣି କୁ ସବୁ କଥା କହିଲି । ସେ ମତେ ଆଶ୍ବାସନ ଦେଇ କହିଲା ଦେଖ ଏସବୁ ଛୋଟିଆ‌ କଥା ,ଏତେ ବଡ଼ କମ୍ପାନୀ ଏ କଥାଟି ପାଇଁ ହୁଏତ ଚାକିରୀ ବି ଯାଇପାରେ।ଆଉ ଏସବୁ ତ ସମସ୍ତଙ୍କ ସହ ହୋଇଥାଏ କିଛି ବଡ଼ ଜିନିଷ ନୁହେଁ।ମା'କୁ କଲ୍ କଲି।ଭାରି କାନ୍ଦ ଲାଗୁଥିଲା। କିନ୍ତୁ କଣ କହିବି ମାଆ କୁ ,ଯଦି ମାଆ ଫେରିଆସିବାକୁ କହିବ ତାହେଲେ,ଆଉ ପୁଣି କଣ ସେମାନେ ଛାଡ଼ିବେ ନୁଆ ଚାକିରୀ ଟିଏ ପାଇଁ ‌।ନା,ମଣି ଠିକ୍ କହିଛି ଭାବି ମୁଁ ଚୁପ୍ ରହିଲି। ଧିରେ ଧିରେ ଜୀବନ ସ୍ବାଭାବିକ ହେଲା ।ବହୁତ ଜଲ୍ଦି ମଣି ର ଆପାର୍ଟମେଣ୍ଟରେ ମତେ ଆଉ ଗୋଟେ ରୁମ୍ ମିଳିଗଲା। ମୁଁ ସିଫ୍ଟ କରିଥିଲି। କିନ୍ତୁ ସେଦିନ ର ସେ କ୍ଷଣ ମୁଁ କେବେ ଭୁଲି ପାରେନି। ପ୍ରତିଦିନ ମୁଁ ଅନୁଭବ କରେ ,ଦୁଇଟି ଆଖି ମତେ ଅନବରତ ଚାହୁଁଛି। ଭିଡ ଭିତରେ ମୁଁ ବହୁତ୍ ଥର କାହାର ଉପସ୍ଥିତି ଅନୁଭବ କରିଛି । ମଣି କୁ ମୁ ବହୁତ ଥର କହିଲି କିନ୍ତୁ ସେ ମୋର ବୋଲି ଭ୍ରମ କହିଲା ।ଆଉ କାହାକୁ କଣ କହିଥାନ୍ତି।କ'ଣ ପ୍ରମାଣ ଥିଲା ତା'ର!!ମୁଁ ଦିନକୁଦିନ ସେ ହାତ କୁ ଆହୁରି ଅନୁଭବ କରିଲି।ଲାଗେ ଯେମିତି ମୁଁ ସ୍ବପ୍ନ ଦେଖୁଛି ଆଉ ଆଖି ଖୋଲିଲା ବେଳକୁ କେହି କୋଉଠି ନାହିଁ।ବାରମ୍ବାର ମୋ ଦେହ ରେ ସେ ହାତ ର ସ୍ପର୍ଶ ମତେ ଏଥର ନିଜ ଉପରେ ଘୃଣା ଆସୁଥିଲା। ନିଜର କିଛି ନକରିପାରିବାର ବିବଶତା ଆଉ ମୋର କାହାକୁ କିଛି ନକହି ପାରିବା ମତେ ଧିରେଧିରେ ଭିତରୁ ଖାଇବାକୁ ଲାଗିଥିଲା।ସେଦିନ ଅଫିସ ସରି ଆସିଲାଣି। ଆଉ ଅଳ୍ପ ଷ୍ଟାଫ ଥିଲେ। ହଠାତ ଲାଇଟ୍ ଚାଳିଗଲା। ଆଉ invertor ବି କାମ କରୁ ନଥିଲା।କେମିତି କେଜାଣି।ମୁ ମୋ ସିଟ ରେ ବସିଥିଲି ଆଉ ହଠାତ୍ ଅନୁଭବ ହେଲା କାହାର ହାତ ଟି ଠିକ୍ ମୋ ଛାତି ଉପରେ ଅଛି ଏବଂ ଆର ହାତ ଟି ରେ ମୋ ଚୁଟି କୁ ଧରିଛି ଜାଣିନି କଣ କରିବାକୁ ଚାହୁଁଥିଲା । ମୁଁ ସାହାସ କରି ସେ ହାତ ଟିକୁ ଧରି ଚିଲାଇ ଉଠିଲି।କିଏ କିଏ ପଚରୁଥିଲି ଆଉ ମୋବାଇଲ ଟର୍ଚ୍ଚ ରେ ଦେଖିବାକୁ ଚେଷ୍ଟା କଲି କିନ୍ତୁ ମୋ ପାଖ ରେ ତ କେହି ନାହିଁ । କେବଳ ମଣି କିଛି ଦୂର ରେ ଅଛି ଆଉ ଜଣେ ଲୋକ ଯିଏ ମୋ ଠୁ ବହୁତ୍ ଦୂର ରେ ତେବେ ଏସବୁ କଣ ସତରେ ମୋର ଭ୍ରମ। ଲାଇଟ୍ ଆସିଗଲା।ମଣି ପଚାରୁଥିଲା ମୁଁ କାହିଁକି ପାଟି କଲି। ମୁଁ ସତ କହିବାକୁ ଚାହୁଁ ନଥିଲି। କିନ୍ତୁ ମୁଁ ଯାହାକୁ ହାତ ଭାବି ଧରି ନେଇଥିଲି ହଠାତ୍ ଦେଖିଲି ମୋ ହାତରେ କାହାର ହାତ ନାହିଁ ବାସ୍ ମୋର ବ୍ୟାଗ୍ ର ଫିତା ଟି ଅଛି ତେବେ ସତରେ କଣ ସେସବୁ ଭ୍ରମ ଥିଲା ତେଣୁ ବାଧ୍ୟ ହୋଇ ମିଛ ବାହାନା କହିଦେଲି "କୋକ୍ରୋଚ ଥିଲା"।ସେଦିନ ରାତିରେ ମୁଁ ଆଉ ସୋଇପାରିନି। ନିଷ୍ପତି କଲି ଯେ ମତେ କିଛି କରିବାକୁ ପଡ଼ିବ ମୁ ଏତେ ଦୁର୍ବଳ ନୁହଁ।ମତେ ବାରମ୍ବାର ଲାଗୁଥିଲା ଯେ ହାତ ଟି ଥିଲା ପୁଣି ସେଟା ତାର ବାଁ ହାତ ନିଶ୍ଚୟ। ନିଶ୍ଚୟ ବ୍ୟକ୍ତି ଜଣଂକ ଲେଫ୍ଟି ।ସେ ସ୍ପର୍ଶ କୁ ମୁ ଜାଣିଛି।ଏଥର କିନ୍ତୁ ସେ ବାସ୍ନା କୁ ବି ଚିହ୍ନିଲା ଭଳି ଲାଗିଲା।ଯେମିତି ସେ ବାସ୍ନା ସବୁବେଳେ ମୋ ପାଖରେ ରହିଥିଲା।କିନ୍ତୁ ମୁ କେବେ ଚିହ୍ନି ପାରୁନି।ମୁ ଏଥର ଦୃଢ଼ ନିଶ୍ଚୟ କଲି ୟା ପରେ ଯଦି ଆଉ ଥରେ ସେ ହାତ ମତେ ଛୁଇଁଛି ମୁ ତାକୁ ଜାବୁଡ଼ି ଧରି ନେବି ଆଉ ଜମା ଛାଡିବିନି ଆଉ ଦେଖିବି କିଏ ସେ । କାହିଁକି ଖେଳୁଛି ସେ ମୋ ଅସ୍ମିତା ସହ। ନା ଆଉ ସହି ପାରିବିନି ମୁଁ।।ଦେହ ବିଲକୁଲ ଭଲ ନାହିଁ । ଖିଆପିଆ ଗୋଟେ ପ୍ରକାର ବନ୍ଦ କହିଲେ ଚଳେ।ଦେହ ଏତେ ଦୁର୍ବଳ ଲାଗୁଥିଲା ଯେ ଶେଯରୁ ଉଠି ବା ବି କଷ୍ଟ। ମୁଁ ଲକ୍ଷ୍ୟ କଲି ମୋ ବହୁତ୍ ଜିନିଷ ଘରୁ ଗାୟବ ହୋଇ ଯାଉଛି।ମୋ ପାଖରେ ତ କେହି କାମ କରିବା ଲୋକ ନାହିଁ ତାହେଲେ ଜିନିଷ ସବୁ ମତେ ମିଳୁନି କାହିଁକି।ମୋ ଘଡି,କୁର୍ତ୍ତା,ରୁମାଲ। ଆହୁରି କଣ କଣ ହଜିଛି ଯାକୁ ଖୋଜିବାକୁ ଆଉ ମୋ ଦେହରେ ବଳ ନାହିଁ ମୁ ବର୍ତ୍ତମାନ ଏତେ ଦୁର୍ବଳ ମନ ରୁ ବି ଆଉ ତନ ରୁ ବି।କଣ କରିବି ଭାବୁଥିଲି। ମାଆ ଦେହ ଖରାପ କଥା ଶୁଣି ଘରକୁ ଡାକୁଥିଲେ ଭାବିଲି ଠିକ୍ ହେବ କିଛି ଦିନ ପାଇଁ ହେଉ ପଛେ ଘରକୁ ଯିବି ,ଟିକେ ଭଲ ଲାଗିଲେ ଫେରିବି ବା କଣ କରିବି ଚିନ୍ତା କରିବି।କିନ୍ତୁ ତା ପୂର୍ବ ରୁ ମୁ ଅଫିସ ରେ ଗୋଟେ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ଚିନ୍ତା କଲି ।ଘରକୁ ଯିବା ପାଇଁ ଟିକେଟ କଲି ।ଟ୍ରେନ ସକାଳ ୪ଟା ରେ ତେଣୁ ମୁଁ ମୋର ଲିଖିତ ଅଭିଯୋଗ ଟି ଅଫିସ୍ ରେ ଜମା କରାଇବା ପାଇଁ ମଣି ଘରକୁ ଗଲି।ରାତି ଅବଶ୍ୟ ବିଳମ୍ୱ ହୋଇଯାଇଥିଲା କିନ୍ତୁ ସକାଳେ ଆଉ ସମୟ ହେବନି ଏୟା ଭାବି ମୁ ଚାଲିଗଲି।ମଣି ର ଘର ମୋ ପଡିଶା ରେ ହିଁ।ଦେଖିଲା ବେଳକୁ ଘର ଖୋଲା ପଡ଼ିଛି ମୃଣ୍ମୟୀ ନାହିଁ ,ଘର ଲକ୍ ବି କରିନି।ଭାବିଲି ଲିଫାପା ଟି ରଖିଦେଇ ଯିବି ଆଉ ପରେ ତାକୁ ଫୋନ କରିଦେବି। କିନ୍ତୁ,ମୋର ଆଶ୍ଚର୍ଯ୍ୟ ର ସୀମା ରହିଲାନି ଯେତେବେଳେ ମୁଁ ମୃଣ୍ମୟୀ ରୁମ ଭିତରକୁ ପଶିଗଲି।ୟା ପୂର୍ବରୁ ମୁଁ କେବେ ତା ଭିତରକୁ ପାଦ ଦେଇନି। ପୁରା ରୁମ୍ ରେ ଲାଲ ରଙ୍ଗର ଲାଇଟ୍ ଲାଗିଛି।ଅଜିବ୍ ଭୟ ଲାଗୁଥିଲା।ଗୋଟିଏ ପଟ କାନ୍ଥ ରେ କେତୋଟି ଫୋଟ ଲାଗିଛି ,ଆଶ୍ଚର୍ଯ୍ୟ ଯେ ସେସବୁ ମୋର ଥିଲା । ବିଭିନ୍ନ ଏଙ୍ଗେଲ ରୁ ନିଆଯାଇଥିବା ଫୋଟ।ଆର ପଟେ କାନ୍ଥ ରେ ଆହୁରି କେତେ ଝିଅଙ୍କ ର ଫୋଟ ।ଟେବୁଲ ଉପରେ ସୁନ୍ଦର ସୁନ୍ଦର କାଚ ବୋତଲ ,ପ୍ରତି ବୋତଲ ଭିତରେ ଗୋଟିଏ ସୁନ୍ଦର ଚିକଚିକ କରୁଥିବା ପିତ୍ତଳ ମାଛ ; ।ଆଉ କଣ ସବୁ ଲେଖା ହୋଇଛି ବୋତଲ ଉପରେ ମୁଁ ପଢି ପାରିଲିନି କୋଉ ଭାଷା ଥିଲା।ଟେବୁଲ ଉପରେ ମୋର ହାତ ଘଡ଼ି ଟି ପଡ଼ିଛି।ଆଉ ଡକ୍ୟୁମେଣ୍ଟ ଭଳି କିଛି କାଗଜ ପଡ଼ିଛି ସେଥିରେ ମୋର ନାଁ କୌଣସି ଥିଲା ଭଳି ଲାଗିଲା ମୁଁ ଛୁଇଁ ଦେଖିବାକୁ ଜାଣୁଥିଲି ଆଉ ମୁଁ ଗୋଟା ପଣେ ଥରିବାକୁ ଲାଗିଥିଲି। ମୁଣ୍ଡ କିଛି କାମ କରୁନଥିଲା।ଭାବିବା ପାଇଁ କିଛି ମିଳୁନଥିଲା। ମୋ ହାତରୁ ଲଫାପା ଟି ଖସି ତଳେ ପଡିଗଲା। ଉଠାଇବାକୁ ଗଲାବେଳେ ହଠାତ୍ ମେନ୍ କବାଟ ଖୋଲିବାର ଆବାଜ ଆଉ ମୁଁ ଲଫାପା କୁ ଛାଡି କୁଆଡ଼େ ଯିବାର ବାଟ ନପାଇ ପଶିଗଲି ଆଲମାରୀ ଭିତରକୁ। ଆଉ ମୋର ଜୋର ଜୋରରେ ଚାଲୁଥିବା ନିଃଶ୍ବାସ କୁ ହାତରେ ଜାବୁଡ଼ି ଧରିଲି। ବାସ୍ କେମିତି ବି ହେଉ ମତେ ନିଜକୁ ବଞ୍ଚେଇ ରଖିବାକୁ ହେବ। ତେଣୁ କିଛି ସମୟ ଶାନ୍ତ ରହିଲା ପରେ ମୁଁ ଅନୁଭବ କଲି ସେ ବାସ୍ନା କୁ ଯାହା ସେ ଆଲମାରୀ ରୁ ଆସୁଥିଲା। ବୁଝିଲି ଯେ ଏତ ସେଦିନ ର ସେହି ବାସ୍ନା ଆଉ ଏ ମୋରି ଇତ୍ର ର ବାସ୍ନା ଯୋଉଟା ମୋ ଆଲମାରୀ ରେ ଅଛି। ଆଉ ବହୁତ ଜଲଦି ବୁଝାପଡିଲା ଏ ଯୋଉ ଆଲମାରୀ ଭିତରେ ମୁଁ ଅଛି ଏଇଟା ବି ତ ମୋ ଆଲମାରୀ।ଆଉ ମୁଣ୍ଡ ଏକଦମ୍ ଡଂ କରି ବାଜିଲା। ଆଲମାରୀ ଆରପଟ କବାଟ ଖୋଲିଲା ବେଳକୁ ମୋ ରୁମରେ ଖୋଲିଲା। ସେତେବେଳକୁ ମୃଣ୍ମୟୀ ତା ରୁମ୍ ଭିତରକୁ ଆସିଯାଇଥିଲା।କିଛି ଭାବନି ,କିଛି ବିଚାରିନି। ବାସ୍ ଖାନ୍ଦ ବ୍ୟାଗ୍ ଟି ରେ ଛୋଟ ମୋଟ ଜିନିଷ ଦି ଟା ପକେଇ ମୁଁ କେମିତି ଯେ ସେ ଘରୁ ବାହାରିଛି । ମୁଁ ବିଲକୁଲ ଜାଣିନି।ହୋସ ଆସିଲା ଯାଇ ଯେତେବେଳେ ମୁଁ ଟ୍ରେନ ରେ ବସିଛି। ଏକଦମ୍ ନିର୍ବିକାର ହୋଇ ମୁଁ କେବଳ ଚିନ୍ତା କରୁଥିଲି ,କଣ ଚାଲିଥିଲା ସେଠି ,ଆଉ କଣ ହୋଇଥାନ୍ତା ମୋର।ଗୋଟି ଗୋଟି କରି ମୃଣ୍ମୟୀ ସହ ବିତାଇ ଥିବା ପ୍ରତି ଟି ମୁହୁର୍ତ୍ତ ଫିଲ୍ମ ପରି ମୋ ଆଗରେ ଘୁରି ବୁଲୁଥିଲା।ମନେ ପଡିଲା ଯେ ମୃଣ୍ମୟୀ ତା ରୁମ୍ ରେ ମୋର ଲଫାପା ଟି ଦେଖି ଜାଣି ସାରିଥିବା ଯେ ମୁଁ ସେଠିକୁ ଜାଇଥିଲି।ଯାହା ସବୁ ମୁଁ ସେଠି ଦେଖିଲି ତା ପରେ ତ ମୁଁ ଆଉ ସାହାସ ବି କରିପାରୁନି ତା ସାମ୍ନା କୁ ଯିବା ପାଈଁ।ଘୃଣା ,ରାଗ , ଲଜ୍ଜା ରେ ମୋ ମନ ମରିମରି ଜାଉଛି। କେମିତି କେମିତି କରି ମୁଁ ଘରେ ପହଞ୍ଚିଲି।ମୋର ଅବସ୍ଥା ଦେଖି ବାବା ଡକ୍ଟର ପାଖକୁ ନେଇକି ଗଲେ। ସାଂଗେ ସାଂଗ ମେଡିକାଲ ଆଡମିଟ ହେଲି। ଡକ୍ଟର କହିଲେ ଦେହରେ ଜଳିୟ ଅଂଶ ବହୁତ କମ। ରକ୍ତ ନଥିବା ଯୋଗୁଁ ରକ୍ତ ବି ଚଢାଗଲା। ପ୍ରାୟ ସପ୍ତାହେ ପରେ ମୁଁ ଘରକୁ ଆସିଲି।ନିଜ ଘରେ ନିଜ ଲୋକଙ୍କ ଭିତରେ ମତେ ବହୁତ୍ ଦିନ ପରେ ଆଉ ବେଶି ଡର ଲାଗୁନଥିଲା।ଟିକେ ଶାନ୍ତି ରେ ଶୋଇ ପାରିଥିଲି। ଧିରେ ଧିରେ ଟିକେ ସୁସ୍ଥ ହୋଇ ଆସୁଥିଲି‌। ଅଫିସରୁ ବାରମ୍ବାର ଫୋନ ଆସୁଥିଲା।ବାପା ଶେଷରେ ଦିନେ ମତେ ପଚାରିଲେ କେବେ ଅଫିସ ଯିବୁ ଭାବିଲୁ। ମୁଁ କିଛି ନ କହି ଚୁପ୍ ରହିଲି।ମୋ ମନ କହିଲା ବାପା ,ମାଆ ଆଗରେ ସବୁ କଥା ଖୋଲିକି କହିବି ତେଣିକି ଟିକେ ଶାନ୍ତି ତ ମିଳିବ।ବାବା ମତେ ନିଶ୍ଚୟ ବୁଝିବେ। ମୁଁ ବାବା ,ମାଆ ଙ୍କୁ ସବୁ କହିବାକୁ ଯାଉଥିଲି ,ଏ ଭିତରେ ଘରକୁ ଆଉ ଗୋଟେ ଖବର ଆସିଲା।ଭାଇ ବିଦେଶ ରୁ ଘରକୁ ଆସୁଛି।ଘରେ ସମସ୍ତେ ବହୁତ ଖୁସି। ମୁଁ ଚିନ୍ତା କଲି ଥାଉ ମୁଁ ଆଉ ସେମାନଙ୍କୁ ଦୁଃଖି କରାଇବିନି। ତେଣୁ ଘରେ କେବଳ ଏତିକି କହିଲି ଯେ ମୋ ଦେହ ଭଲ ରହୁନି ତେଣୁ ମୁଁ ଆଉ ସେଠି ଚାକିରୀ କରି ପାରିବନି।ଆଉ ଅନ୍ୟ ଯାଗାରେ ଆବେଦନ କରିଛି। କିନ୍ତୁ ସତ କଥା ହେଲା ମୋର କୋଉଠିକୁ ବି ଯିବା ପାଈଁ ସାହାସ ନାହଁ। ଏମିତିକି ମୁଁ ଘରୁ ବି ବାହାରକୁ ବାହାରେନି । କାରଣ ଏ ଭିତରେ ମୃଣ୍ମୟୀ ଗାଲ ର କଳାଜାଇ ଟି ମୋର ମନେପଡିଜାଇଛି ଯୋଉଟା ତା ଚୁଟି ଭିତରେ ଲୁଚି ରହୁଥିଲା ଆଉ ସେଇଟା ମୁଁ ବସ୍ ରେ ବେହୋସ୍ ହେବା ବେଳେ ବି  ଦେଖିଥିଲି।

  ଏତେ ଦିନ ବିତି ଗଲା ପରେ ବି ସକାଳୁ ମୁଁ ସବୁବେଳେ ଚମକି କି ଉଠେ ।ଭାବେ କଣ ଥିଲା ୟା ପଛରେ ମୃଣ୍ମୟୀ ର ଉଦେଶ୍ୟ ।ମାଆ ଜୋର ଜବରଦସ୍ତ କେତେ ପଚାରୁଛି କିନ୍ତୁ ସେସବୁ କୁ ମୁଁ ଭୁଲି ବାକୁ ଚାହୁଁଛି।ତେଣୁ ଆଉ ତାକୁ ଖୋଳିଖୋଳି ରକ୍ତାକ୍ତ ହେବାକୁ ଚାହୁଁନି।

    ରାତି ବହୁତ ହେଇ ଆସିଲାଣି ,ନିଦ ଆସୁନଥାଏ ।ମାଆ ଆସି ମୋ ପାଖରେ ବସିଲେ ମୋ ମୁଣ୍ଡକୁ ଆଉଁସି କହିଲା

"ତୋ ଦେହ ଭଲ ନଥିଲା ତେଣୁ କହିନଥିଲି ,ତୋ ଭାଇ ତୋ ପାଇଁ ଭାଉଜ ପସନ୍ଦ କରିଛି।ଏଇ ଅଳ୍ପ ଦିନ ତଳର କଥା ଦିନେ ତୋ ଭାଇ କୁ ଭୀଷଣ ଜ୍ବର ରାସ୍ତା ରେ ଅଚେତ ହୋଇ ପଡ଼ିଥିଲା , ସେ ଝିଅ ଟି ହିଁ ଭାଇକୁ ମେଡିକାଲ ନେଲା।ତାର ସେବା ଶୁଶ୍ରୁଷା କଲା। ଝିଅଟି ରହିମ ର ସହକର୍ମୀ ବୋଲି ପରେ ଜଣା ପଡ଼ିଲା।ତା ର ନା ମରିୟମ। ରହିମ ମୋତେ ଫୋନ କରି ସବୁକଥା କହିଲା ଆଉ କହିଲା ଝିଅ ଟିର ଦୁନିଆ ରେ କେହି ନାହିଁ,ଅନାଥ ସେ। ଜାଣିଛୁ ରୁହି ,ଭାରି ଭଲ ପିଲାଟି,ଆଉ କି ସୁନ୍ଦର୍ ଛୁଆ ଟେ ।ମୁଁ ତ ତାକୁ ଦେଖୁ ଦେଖୁ କୁଣ୍ଢେମୋଟ ହୋଇଗଲି ମ‌। ଗୋଟିଏ ଚାଉଳରେ ଗଢା ।ତୁ ଦେଖିବୁ ନା ଆଉ ନଜର ହଟେଇ ପାରିବୁନି।ଆମେ ତ ତା ଫୋଟ ଦେଖିଛୁ ବେଳେବେଳେ ଫୋନ ବି କରେ।ହେଲେ ତୁ ତାକୁ କାଲି ଦେଖିବୁ,ଭାଇର ପଢା ସରିଲା ଆଉ ସାଙ୍ଗେସାଙ୍ଗେ ତାକୁ ଚାକିରୀ ବି ହୋଇଗଲା ତେଣୁ ତାକୁ ଛୁଟି ବି ମିଳିଲାନି ଆସିବାକୁ ତେଣୁ ଆମେ ରହିମ କୁ କହିଦେଲୁ ତୁ ତାକୁ ନେଇ କି ଏଠିକି ଆସ ଆମେ ବାହାଘର ର ସବୁ ରସମ ଏଇଠି ଆମର ଘରେ କରିବା।ତା ର ତ ଆଉ କେହି ନାହିଁ ନା।ନା କଣ କହୁଛୁ ??

      ହଉ ତୁ ଏଥର ଶୋଇଯା କାଲି ୧୨ ଟା ବେଳକୁ ସେମାନେ ଆସିବେ।ସକାଳୁ ଜଲଦି ଉଠିବୁ। ବହୁତ କାମ ଅଛି । "

ମୁଁ ବହୁତ ଦିନ ପରେ ଟିକେ ଖୁସି ହୋଇଗଲି।ଭାଇ ବାହାଘର ଖୁବ୍ ମଜା କରିବି।କିଏ ତ ଆସିବ ଯାହା ସହ ମୁଁ ମନ ଖୋଲି କଥା ହୋଇପାରିବି। ମାଆଙ୍କ ମୁହଁ ରୁ ବୋହୁ ର ପ୍ରଶଂସା ଆହୁରି ଝରୁଥିଲା ମାଆ କହିକହି ଯାଉଥିଲେ ଏଡେ ସୁନ୍ଦରିଆ ଚାନ୍ଦ ପରି ଝିଅଟି ,ଆଉ ତା ମୁହଁ...... ଏତିକି କହିଲା ବେଳେ ମୁଁ ମାଆଙ୍କୁ ମଝିରେ ଅଟକାଇ ଦେଲି ମାଆ ମତେ ଭାରି ନିଦ ଆସିଲାଣି।

    ରୁମ୍ ର କବାଟ ଦେଉ ଦେଉ ମାଆ ପୁଣି କହିଲେ ଶୁଣ ଭାବି କୁ କାଲି ଦେଖିବୁ ହେଲେ ମୁଁ ଜାଣିଛି ତତେ ଏବେ ଦେଖିବାକୁ ଭାରି ଇଛା ହେବଣି , ବାବା ଫୋନରେ ଅଛି ସକାଳୁ ଦେଖି ନେବୁ ହେଲା ଶୋଇପଡ଼।ମାଆ ଚାଲିଗଲେ ମୋର ବି ଆଖି ଲାଗି ଆସୁଥିଲା। କିଛି ସମୟ ପରେ ମୋ ନିଦ ଛନ କରି ଭାଂଗିଗଲା। ନିଜକୁ ବହୁତ ବୁଝାଇଲି ନା କିଛି ହେଇନି ସବୁ ଠିକ୍ ଅଛି ।ମୋ ମନରୁ ସେ ସ୍ମୃତି ସବୁ ପାସୋରି ହେଉନି।ପାଟି ଶୁଖି ଆସୁଛି।ପାଖରେ ପାଣି ନାହିଁ।ପାଣି ପିଇବା ପାଇଁ ଗଲି କିନ୍ତୁ କେମିତି କେଜାଣି ରାତି ଦୁଇଟା ହେଲେ ବି ମୁଁ ବାବା ଙ୍କ ରୁମ୍ କୁ ଗଲି । ସମସ୍ତଙ୍କୁ ଶାନ୍ତି ରେ ଶୋଇଛନ୍ତି ଦେଖି ଟିକେ ଆଶ୍ବସ୍ତି ଲାଗିଲା। ପୁଣି ମୁଁ ରୁମ୍ କୁ ଆସି ଶୋଇବାକୁ ଚେଷ୍ଟା ଆଉ କେତେବେଳେ ନିଦ ହେଲା କେଜାଣି।

    ସକାଳୁ ମାଆ ବି ମତ ଜଲଦି ଉଠାଇଲେନି। ମୁଁ ଉଠିଲା ବେଳେ ବହୁତ ବିଳମ୍ବ ହୋଇଯାଇଥିଲା। ମୁଁ ଜଲଦି ଜଲଦି ଯାଇ ଗାଧୋଇ ରେଡି ହୋଇ ତଳକୁ ଗଲି ମାଆ ଙ୍କ ପାଖକୁ।ମାଆ ଘରକୁ ଏକଦମ୍ ଦୁଲହନ ପରି ସଜେଇ ଥିଲେ। ବାବା ତାଙ୍କ ଫୋନ ଟି ମତେ ଧରେଇ ଦେଇ କହିଲେ ମୋ ଫୋନ ଟା ନେ ଭଲ ଭିଡିଓ କରିବୁ ତ ବୋହୂ ଆସିଲା ବେଳ ର। ମାଆ ନାନା ପ୍ରକାରର ଖାଦ୍ୟ ବନେଇବା ରେ ଏକଦମ୍ ବ୍ୟସ୍ତ ମତେ ଦେଖୁଦେଖୁ ତାଂକ ବୋହୂ ପ୍ରଶଂସା ପୁଣି ଆରଂଭ ହୋଇଗଲା। ମୁଁ ସୋଫା ଉପରେ ବସି ବାବା ଙ୍କ ଫୋନ ଘାଣ୍ଟିବା ଆରମ୍ଭ କରୁଥିଲି ଆଉ ପ୍ରଛଦ ପଟରେ ମାଆ ତାଙ୍କର କଥା କହି ଚାଲିଥିଲେ। ମୁଁ ଫୋନ୍ ରେ ଫୋଟ ଗୁଡ଼ିକୁ ଧୀରେ ଧୀରେ ଆଡେଇ ଆଡେଇ ଦେଖୁଥିଲି ଆଉ ଗୋଟେ ଫୋଟ ଉପରେ ମୋ ହାତ ବନ୍ଦ ହୋଇ ରହିଗଲା ,ପଛପଟୁ ମାଆ ର କଥା ସବୁ କାନରେ ଠାଏଠାଏ ହୋଇ ଶୁଭୁଛି--

     ବୁଝିଲୁ ରୁହି, ମରିୟମ ଟି ଆମର ଚାନ୍ଦ ପରି ,ଆଉ ତା ମୁହଁ ରେ ସେ କଳାଜାଇ ଟି ନା ତା ମୁହଁ କୁ ବେଶ୍ ମାନୁଛି ।ଘଣ୍ଟା ଟଂ ଟଂ ଶବ୍ଦ କରି ଜଣାଇଦେଲା ବାରଟା ବାଜିଲାଣି।ଆଉ କଲିଂ ବେଲ ର କିରକିର ରଡ଼ି ରେ ମାଆ ଦୌଡି ଗଲେ ବାହାରୁ ଭାଇ ଭାଉଜ କୁ ପାଛୋଟି ଆଣିବା ପାଇଁ।

    ‌‌ଆଉ ମୁଁ ସେମିତି ବସି ରହିଛି ସୋଫା ଉପରେ।କେତେ ଥର ସେ ମତେ ରଡ଼ି କରି ଡାକି ଗଲେଣି ଅଥଚ ମତେ ଆଉ କିଛି ଶୁଭୁନି। ମୁଁ ଅବାକ୍‌, ବାସ୍ ମୋ ମନର ଭୟ କୁ ବାସ୍ତବର ଫୋଟ ରେ ଦେଖୁଛି ଓ ଚିନ୍ତା କରୁଛି -

       ଏବେ କଣ ହେବ ଆମର ?କ'ଣ ମୁଁ ଏବେ ଘରେ ସବୁ କହିଦେବି ?କ'ଣ ମୋ କଥା ମୋ ଘରେ କେହି ବିଶ୍ବାସ କରିବେ? ଯଦି ମୁଁ ନକହିବି ତାହେଲେ ସେ ମୋ ପରିବାର ସହ କଣ କରିବ ? ଏମିତି ମୋ ଘରକୁ ଆସିବା ପଛରେ କ'ଣ ତାର ଉଦେଶ୍ୟ ??

    ଦୁଆର ମୁହଁରେ ମୋ ଭାଇ ସହ ଯେ ଠିଆ ହୋଇଛି ସେ କିଏ ??

ମରିୟମ ନା ମୃଣ୍ମୟୀ ।



Rate this content
Log in

Similar oriya story from Horror