Paramita Mishra

Abstract

4  

Paramita Mishra

Abstract

ସାଗୁଆ ଚାହା

ସାଗୁଆ ଚାହା

3 mins
257


ଭାଇ ର ଚାକିରୀ ଆମେରିକା ରେ ଲାଗିଥିଲା। ସେ ଚାଲିଗଲା କିନ୍ତୁ ଆମକୁ ଠକି ଦେଇ । ଯିବା ର କିଛି ଦିନ ଯାଏଁ ସବୁ ଠିକ୍ ଥିଲା କିନ୍ତୁ ତାପରେ ତାର ହାବଭାବ ବହୁତ୍ ବଦଳି ଯାଇଥିଲା। ମୁଁ ବୁଝିଥିଲି କିନ୍ତୁ ଘରେ କହିବାକୁ ସାହାସ ପାଉନଥିଲା। ଏକଥା ମିଛ ଯେ ବାପାବୋଉ ଏକଥା ଜାଣି ନଥିଲେ।


ମୋ ଶାଶୁ ଘର ମୋ ବାପା ଘରୁ ମାତ୍ର ଚାରିଘର ଛାଡି।ମାଆ ମନେ ମନେ ଭାଇ କୁ ଝୁରେ। କାହାକୁ କିଛି ନକହି ନକହି ସେ ଧିରେ ଧିରେ ଡିପ୍ରେସନ ର ଶିକାର ହେବାରେ ଲାଗିଲା। ଏବେ ଦୁଇ ଘର ସମ୍ଭାଳିବା ମୋ ଉପରେ ଆସିଲା। ଶାଶୁ ଶ୍ବଶୁର ଟିକେ ବିରକ୍ତ ହେଲେ ବି ମୋ ସ୍ବାମି ତାଙ୍କୁ ବୁଝାଇ ଦେଉଥିଲେ।


ବାପାବୋଉ ପରସ୍ପରକୁ ବହୁତ୍ ଭଲ ପାଆନ୍ତି। ବାପା ବୋଉ କଂ ଦେହକୁ ନେଇ ବହୁତ ସାବଧାନ୍। ସମୟରେ ଔଷଧ ଆଉ ପଥିରେ ରହିବା ରେ ବାପା କେବେ ହେଳା କରନ୍ତିନି। ବାପାଙ୍କ ଖାଇବା, ପିଇବା, ପିନ୍ଧିବା ଏସବୁ ପାଇଁ ମଧ୍ୟ ବୋଉ ବି ବହୁତ୍ ଯତ୍ନଶୀଳ। ବାପା ଟିକେ ଖାଇବା ପ୍ରିୟ ଲୋକ ଅନ୍ୟ ହାତ ର ଖାଇବା ତାଙ୍କୁ ରୁଚେନି। ସବୁଠୁ ବଡ ହେଲା ତାଙ୍କ ଚାହା। ଦିନରେ ଦୁଇଥର ପିଇବେ ମାତ୍ର କିନ୍ତୁ ମାଆ ହାତର ଏକ ନମ୍ବର ଚାହା ସେ। ମାଆ ଦେହ ଖରାପ ହେବା ପରେ ବି ସେ କଷ୍ଟ ରେ ସେ ଚାହା ଟିକେ ବନେଇ ଦିଅନ୍ତି। ତା ପରେ ମାଆ ଆଉ ଶେଯ ରୁ ଉଠିଲେନି ଖାଲି ଖଟ ଉପରେ ପଡି ରହିଲେ। ଡାକ୍ତର ଦେଖେଇଲୁ ତେବେ ବି ସେମତି କିଛି ବିମାରି ବାହାରିଲାନି।


ମାଆ ଦେହ ଖରାପ ପରେ ଘରର ସବୁ ରନ୍ଧା ମୁଁ କରୁଥିଲି, ଏଥର ଚାହା ବି ମୁଁ ହିଁ କଲି।


ଭାଇ ଗଲା ପରଠୁ ମୁଁ ବହୁତ୍ ଚେଷ୍ଟା କରେ ବାପା ବୋଉ ଉଭୟ ଙ୍କୁ ଖୁସି କରେଇବାକୁ। ମୋ ଆଗରେ ଦୁହେଁ ଖୁସି ହେବାର ବାହାନା କରିଥାନ୍ତି। ପରସ୍ପରକୁ ଏତେ ଭଲପାଉଥିବା ମୋ ବାପା ମାଆ, ଚାହା ପିଉ ପିଉ ଘଣ୍ଟା ଘଣ୍ଟା ଧରି ଯେଉଁମାନେ କଥା ହେଉଥିଲେ କେଜାଣି କେତେ ଯେ ବର୍ଷ ହେଲା ପରସ୍ପର ସହ ଟିକେ ବି କଥା ହୋଇ ନାହାନ୍ତି। ଏକଥା ମୁଁ ଜାଣି ବି ପାରିଲିନି। ଡାକ୍ତର କହିଲେ ଦୁହେଁ କିଛି ବଡ ଚିନ୍ତା ରେ ଅଛନ୍ତି। କିଛି ଗଭୀର କ୍ଷତ ରହିଚି ଦେହରେ ନୁହେଁ ମନରେ। ଯୋଉ ଚାହା ରେ ମୋ ବାପା ମାଆ ପରସ୍ପର ସହ ଯୋଡ଼ି ହୋଇ ଥିଲେ ଡାକ୍ତର ତାକୁ ସମ୍ପୂର୍ଣ୍ଣ ମନା କରିଦେଲା। ଚିନି ଓ କ୍ଷୀର ଉଭୟ ସେମାନଙ୍କ ପାଇଁ ଖରାପ।


ଘରେ ଚାହା ସେମାନଙ୍କ ଏତେ ପ୍ରିୟ ତେଣୁ କିଛି ତ ଗୋଟେ ତାର ବିକଳ୍ପ ରେ ପିଇବାକୁ ପଡିବ। ତେଣୁ ମୁଁ ସାଗୁଆ ଚାହା (ଗ୍ରୀନ ଟି) ବନେଇ ଦେଲି।


ଥରେ ଏକ୍ ହାତୀ ର କାହାଣୀ ପଢିଥିଲି, ସବୁଠୁ ଶକ୍ତିଶାଳୀ ଓ ସାହାସୀ ହାତୀ ଟିଏ ଯୁଦ୍ଧ ରେ ଯିଏ ସମସ୍ତଙ୍କୁ ଧୁଳି ଚଟେଇ ଦେଉଥିଲା। ଯେତେବେଳେ ସେ ବୁଢ଼ା ହୋଇଗଲା ଥରେ କାଦୁଅ ରେ ଫଶି ଗଲା। ଦୁର୍ବଳ କାରଣ ରୁ ଆଉ ବାହାରି ପାରିଲାନି। ଏଡେ ବଡ ହାତି କୁ କେମିତି ବାହାରକୁ ଅଣାଯିବ!ଗୋଟିଏ ଉପାୟ କରାଗଲା, ତାକୁ ବାହାରକୁ କାଢ଼ିବା ପାଇଁ ତା ଆଖି ଆଗରେ ମିଛ ଯୁଦ୍ଧ ଭୂମି ଟିଏ ପ୍ରସ୍ତୁତ କରାଗଲା। ଶତୃ ମାନଙ୍କୁ ତା ଆଡକୁ ବଢି ବାର ଦେଖି ହାତି ଟି ଭିତରେ ଯେମିତି ପ୍ରାଣ ସଞ୍ଚରିତ ହୋଇଉଠିଲା ଆଉ ସେ ଅକାତକାତ କାଦୁଅ ଭିତରୁ ବାହାରି ଆସିଲା। କହିବାର କଥା ହେଲା


ମାଆ ସବୁଦିନ କୁହନ୍ତି ବାପାଙ୍କୁ ଟିକିଏ ଭଲ ଚା କରି ଦେଇଦେ।ମୁଁ କିନ୍ତୁ ସେଇ ଶାଗୁଆ ଚାହାରେ କିଛି ଲେମ୍ୱୁ ରସ, ଗୋଲମରିଚ ଆଉ ଟିକେ ଅଧିକ ମହୁ ଦେଇ ବନେଇ ଦିଏ। ବାପା କିଛି ନକହି ଚୁପଚାପ୍ ପିଇ ଯାଆନ୍ତି।ଏମିତି ଦୁଇ ତିନିଦିନ ହେଇଥିବ।


ଦିନେ ସକାଳୁ ହଠାତ୍ ଏକ ଭୁରୁଭୁରୁ ଗନ୍ଧ ସମସ୍ତଂକୁ ନିଦରୁ ଉଠାଇ ଦେଲା। ସେହି ସୁଗନ୍ଧ। ଜାଣିବାକୁ ଡେରି ହେଲାନି ଯେ ମାଆଙ୍କ ହାତର ଚାହା ବାସୁଛି। ସମସ୍ତେ ଆମେ ଉଠି ହାତରେ କପ ଟି ମାନ ଧରି ତାଙ୍କ ଆଗରେ ଠିଆ ହୋଇଗଲୁ। ଖୁସିରେ ଗଦଗଦ୍ ହୋଇ ରୋଷେଇ ରୁ ଚାହା ନେଇ ଆସିଲେ ସେ।ସତ କହିବି ମୁଁ ବି ବଡ ଶାନ୍ତି ରେ ଚାହା ଟୋପାକ ପିଇଲି। ବାପାଙ୍କ ଚେହେରା ଟା ଯେମତି ଉଜ୍ଜଳ ସୁର୍ଯ୍ୟ ପରି ଦିଶୁଥିଲା। କେଜାଣି ଚାହା ଦେଖି କି ମାଆଙ୍କୁ ଏମିତି ସୁସ୍ଥ ଦେଖି। ବୋଉ ବାପାଙ୍କୁ ଧିରି କରି କହୁଥିଲେ ଏତେ ସରଧାରେ ଝିଅ ଚାହା କରି ଦେଲା ଗୋଟିଏ ସିପ ପିଇ ବେସିନ ରେ କପ ଧୋଇ ପକେଇଲ ଭାବିଛ କିଏ ଦେଖିନି ? ବାପା କହିଲେ ସସସ୍ ଝିଅ ଶୁଣିବ। ଆରେ ସେ ଗ୍ରୀନଟି, ରେଡଟି ମୋଦେଇ ହେବନି ଆମର ଏ ଦେଶି ଚାହା ହିଁ ବଢିଆ। କହି ସୁରରର କରି ଚାହା ତକ ପିଇଗଲେ।


Rate this content
Log in

Similar oriya story from Abstract