ଗୁଣା
ଗୁଣା
କରିବ ? କେତେ ଚେରମୂଳି ଖାଇଚି ,ବାବା ତାନ୍ତ୍ରିକ କରିଛି,ସର୍ବେଶ୍ଵର ଙ୍କ ଠେ ମାନଶିକ କରିଛି। ବୁଣି ଠାକୁରାଣୀ କୁ ଆଖି ଦିଇଟି ଆଣି ଦେଇଚି ଆଉ କଣ କରି ପାରିବ !!
ଏଥର କିନ୍ତୁ ଗୌରୀ ର ବାପା ମା, ଜୋଇଁ କୁ ନେହେରା ହେଇ କହିଲା, କୋଉଠି ଟିକିଏ ଡାକ୍ତର ଦେଖେଇଲେ ହୁଅନ୍ତାନି?? ଝିଅ ର ଦେହ ଟା ବେଶି ଖରାପ ହେଲାଣି। ଧନେଇ ର ମୁଣ୍ଡ ରେ ଟିକେ ଚେତା ପଶିଲା , ଧରିକି ଗଲା ପାଖ ସହରକୁ , ଡାକ୍ତର କହିଲେ ତା ଦେହ ବହୁତ ଦୁର୍ବଳ ଛୁଆ ରହିଲେ ବହୁତ ଜାଗ୍ରତ କରି ଚଳିବୁ। କିନ୍ତୁ ମନେ ରଖ ଏ ଥର ଯଦି କିଛି ଏପଟ ସେପଟ ହୁଏ ଗୌରୀ ଜୀବନ ପ୍ରତି ବିପଦ ଅଛି।ପଥିରେ ରହି ଔଷଧ ପତ୍ର ଖାଇଲା ପରେ କିନ୍ତୁ ଦୀର୍ଘ ଛଅ ବର୍ଷ ରେ ଛୁଆ ଟିଏ ରହିଲା । ଗୌରୀ ଦିଦି ଡରି ଡରି ଚଳେ ଖାଲି । କିଛି କାମ କରିବାକୁ ମନା ସେଥିପାଇଁ ସେ ମାଆ ଘରେ ରହିଲା।ଭାରି କଷ୍ଟ ପାଇଲା ସେ ନଅ ମାସ ।ମୋ ଜେଜେ ମାଆ ର ଆଠ ଦଶଟି ଛୁଆ ,କେତଳେ ମାଆ କୁ ଦେଖିଥିଲା ତ ଜୋର କରି କହିଥିଲା ମାଆ ଗୋ ମୋ କୋଡ ରୁ ଜନ୍ମ ଦେବି ସତ ହେଲେ ତମକୁ ବିକି ଦେବି। ତମର ହେଇକି ବଢିବ ପଛେ ମୋ ପିଲା ବାସ୍ ବଞ୍ଚିକି ଥାଉ । ମୁଁ ଆଉ ଏ ଗଞ୍ଜଣା ଶୁଣି ପାରିବି ନାହିଁ। ମୁଁ ପଛେ ମଲେ ମରିବି ହେଲେ ଆଣ୍ଠୁକୁଡି ପଦ ସହି ପାରୁନି ଗୋ ମାଆ।
ସେଦିନ ଦିନ ଯାକ ବଡ ଯନ୍ତ୍ରଣା ଖାଇଲା ରାତି ଘଡିକ ରେ ଯାଇ ପ୍ରସବ ହେଲା। ପ୍ରସବ ତ ଘରେ ହିଁ ହେଲା।ଯେମିତି ଛୁଆ ଟି ଜନ୍ମ ହେଲା ମୋ ଜେଜି ମାଆ ଦଶ ଟା ଟଂକା ଦେଇ କିଣିଦେଲେ ତାକୁ। ପିଲାଟି ବଡ ସୁନ୍ଦର୍ ହେଇଥିଲା । ଗୌରୀ ମାନସିକ କରିଥିଲା ଦୁର୍ଗା ଙ୍କ ମଥାରେ ଲଗେଇ ଗୁଣା ଟେ ଆଣି ତା ପୁଅ ନାକରେ ପିନ୍ଧେଇବ, ଆଉ ସେଥିପାଇଁ ସେ ତାକୁ ନାଁ ଦେଇଥିଲା ଗୁଣା।
ଆମେ ପିଲାବେଳେ ଯୋଉ ଗୀତ ଗାଉଥିଲୁ
ନାକୁ ସୁନ୍ଦର ଗୁଣା…
ସତରେ ମାନୁଥିଲା ତା ନାଁ ସହ ତା ନାକର ଗୁଣା।
ଶଶିକଳା ପରି ବଢିଲା ସେ।ଚୁଲୁଚୁଲିଆରେ ଓସ୍ତାଦ।ମାଆ ର ନାକରେ ଦମ୍ କରି ଦେଲାଣି। ବାପା ଆଜିକାଲି ବିଲରେ ଖଟୁଚି । ପିଲା ପାଈଁ ବାପା ମାଆ ଦିଇଟା ଖାଇବା ଶୋଇବା ଭୁଲି ଯାଇଛନ୍ତି।ପିଲା ପାଈଁ ଚାନ୍ଦ କହିଲେ ବି ଆଣି ଥୋଇଦିଏ ଧନେଇ। ଆଉ ଗୌରୀ ପୁଅ କୁ ଆଖିର ତାରା କରି ରଖିଛି। ଦଣ୍ଡେ ନଦେଖିଲେ ପାଗେଳି ହେଇ ଯାଉଛି। ଗାଁ ଟା ଯାକରେ ଶୁଭୁଥିବ ଏ ଗୁଣା , ହେଇ ଗୁଣା , କାଇଁ ଗୁଣା।ଏଇ ଗୁଣା ପାଇଁ ଭାଇଭାଇ ରେ ଆଉଥରେ କଥା ହେଲେ ସମ୍ପର୍କ ଫିଟିଲା। ଗୌରୀ ଦିଦି ବାଞ୍ଜ୍ଝ ଦୋଷରୁ ପାରିହେଲା।ତା ଘର ଖୁସିରେ ଫାଟି ପଡୁଥିଲା। ତଳସାହି ଠୁ ଉପରସାହି ସବୁଠି ତାକୁ ଚିହ୍ନନ୍ତି। ସମସ୍ତଙ୍କର ପ୍ରିୟ ସେ।ଭାଇଭଉଣୀ ,ସାଂଗ ସାଥି ମିଶି ଖେଳିଲା ବେଳେ ଆମେ ଗାଉଥିବା ଗୀତ ଟି ଗାଇଲେ ମୁଁ ଫେରିଯାଏ ଆମର ସେ ପୁରୁଣା ଦିନ ଗୁଡିକୁ।ସେ ଯାହା ହେଉ ଗୌରୀ ଦିଦି ର କଷ୍ଟ ର ଫଳ ଭଗବାନ ତାକୁ ଦେଲେ ସେଇଟା ବହୁତ ବଡ କଥା।
ସଞ୍ଜ ହେଲା ଏ ଯାବତ୍ ବାହାରେ ବର୍ଷା ହେଉଛି। ହଠାତ୍ ବାହାରେ ହୋ ହାଲ୍ଲା ଶୁଭିଲା ,ବାହାରେ ଲୋକ କୁହାକୁହି ହେଉଛନ୍ତି, ବାପା ଶୁଣିକି ଚିଢଚଢ ହୋଇ ଘରକୁ ପଶିଲେ କହି କହି ,
ଏ ଧନେଇ ଟା ଆଉ କେବେ ସୁଧୁରିବନି,
ଆମେ ପଚାରିଲୁ କଣ ହେଲା ବାପା ,କହିଲେ
ଦେଖୁଛ ବାହାରେ କେମିତି ବର୍ଷା ହେଉଛି ,ପିଲାଟାକୁ ଘରେ ରଖିନଥାନ୍ତା , ନାଳ ତଳେ ପାଣି ଯାଉଥିଲା ,ଗୁଣା ନାଳ ପାଣିରେ ଗୋଡ ବୁଡେଇ ବସି ଖେଳୁଥିଲା। କି ନାହିଁ କି ସାପ କି ଜନ୍ତୁ। ଚୋଟ ମାରି ଚାଲିଗଲା ।
ଏଡେ ବକଟେ ପିଲା ,ସେ ପିଲା ଆସି ଘରେ କହିଲା ତା ପରେ ବି ସେ ଧନେଇ ର ଟିକେ ଖାତିରି ନାହିଁ , କାହାକୁ ଡକା ନାହିଁ ହକା ନାହିଁ ହୋ ଏବେ ଗଲା ଡାକ୍ତରଖାନା।କଣ କହିବ ଏମିତି ମଣିଷକୁ।
ବଡ ଆଶ୍ଚର୍ଯ୍ୟ କଥା ମୁ ତ ଏବେ ଟିକେ ସମୟ ତଳେ ଦେଖିଥିଲି , ଆମ ଘର ଦେଇ ତ ବାପା ପୁଅ ଦିଟା ଡେଇଁ ଡେଇଁ ଯାଉଥିଲେ , ଦେଖିଲେ ତ ବିଲକୁଲ ଲାଗୁ ନଥିଲା ଗୁଣା କୁ ସାପ କାମୁଡିଛି ବୋଲି। ମୁଁ କହିଲି ,
ହଁ ପରା ସେ ମୂର୍ଖ ଧନେଇ ସାପ କାମୁଡା କୁ ଏଡେ ଖାମଖିଆଲି ଭାବିଲା । ନା ଅଟୋ ଡାକିବ କି ଜଲଦି ଯିବ ହଲି ହଲି ଯାଇଛି। ଆଖ ପାଖ ଲୋକ କହିଲେ ବି ଆରେ ଜଲଦି ଯା ବିଶ ଚଢିଯିବ ହେଲେ ତାର ବେଖାତିର ପଣ ଯୋଗୁଁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଦେହ ସାରା ବିଶ ସଞ୍ଚରି ଯାଇ ନୀଳ ପଡ଼ିଯାଇଛି ପିଲାଟି ,,ପିଲା ଟା ଆଉ ନାହିଁ !!!
ହାଁ,,
ମୋ କାନମୁଣ୍ଡ ଝାଇଁ ଝାଇ କରିଗଲା । ବିଶ୍ବାସ ଲାଗିଲାନି ମତେ , ଏବେ ଅଳ୍ପ ସମୟ ତଳେ ମୋ ଆଖି ଆଗରେ ବାପାର କାନ୍ଧରେ ବସି ହଲି ହଲି ହସି ହସି ଗୀତ ଗାଇ ଗାଇ ଯାଇଥିବା ଛୁଆ ଟି ଏବେ ଆଉ ଏ ଦୁନିଆରେ ନାହିଁ। ମାତ୍ର କିଛି ମଣିଷର ବେଖାତିର ବେପରୁଆ ମୂର୍ଖାମୀ ଆଚରଣ ପାଇଁ ଖାଲି ଖାଲି ରେ ପିଲା ଟିର ଜୀବନ ଚାଲିଗଲା।
ଏବେ ଗୌରୀ ଦିଦି ଗାଁ ଦାଣ୍ଡରେ ପାଗେଳୀ ହେଇ ବୁଲୁଛି ମୋ ଗୁଣା କାଇଁ ଗଲୁ ରେ ମୋ ଗୁଣା କହି କହି ।ଯାହାର ନାଇ ତା ପିଲାକୁ ଧରି ନେଉଛି , ଧନେଇ ତା ଘର ପିଣ୍ଡାରେ ବସି କାନ୍ଥରେ ମୁଣ୍ଡ କୁ ପିଟି ନିଜ କପାଳ କୁ ନିନ୍ଦୁଛି।
ଆଜି ବି ଗାଁ ରେ ପିଲାମାନେ ଖେଳିଲା ବେଳେ ସେ ଗୀତ ଟି ଗାଆନ୍ତି,
“ନାକକୁ ସୁନ୍ଦର ଗୁଣା
ଆଲୋ ସଙ୍ଗାତ ଇସ୍କୁଲ ଯିବା
ଧ ତୋର ପୋଥି ମୁଣା
ଗୀତ ଗାଇବା
ଖାଇବା ଖଜା
କାନୀ ରେ ଧ ଆଠଣା।। “
ମୋ ଆଖି ଆଗରେ ଭାସି ଯାଉଛି ସେ ଦିନ ର ଗୁଣା କାନ୍ଧରେ ବସି ଯିବାର ଦୃଶ୍ୟ।
ମନରେ ବାସ୍ ଗୋଟିଏ ପ୍ରଶ୍ନ ଉଠେ , ଉତ୍ତର ଖୋଜେ ଗୁଣା ର ମୃତ୍ୟୁ ପାଇଁ କଣ ସତରେ କେବଳ ସେଇ ଦିଇ ଜଣ ହିଁ ଦାୟୀ ଥିଲେ ??
ଆପଣ କୁହନ୍ତୁ।।।rm
