STORYMIRROR

Paramita Mishra

Comedy

3  

Paramita Mishra

Comedy

ଭିକାରୀ

ଭିକାରୀ

2 mins
246

ରାତି ପାହିଲେ ଗୋଟିଏ ଚିନ୍ତା, ଘର ଖର୍ଚ୍ଚ। ମାଆ, ପୁଅ କୁ ଟଙ୍କା ଛଡା ଆଉ କିଛି ଦିଶୁନି। ତା ଉପରେ ଶଶୁର ପୁଅ ସେ ଶଳା ଟା ବି ଏଇଠି ପଡି ରହୁଛି। ନା ସେ ଘରକୁ କିଛି ଦେଉଛି ନା ଏଠୁ ଯାଉଛି। ରବିବାର ରାତି ନ ପାହୁଣୁ ଶ୍ରୀମତୀ ଙ୍କ ର ବରାଦ ହେଇଗଲାଣି, ଭାଇ ତାଙ୍କର ମାଗୁର ମାଛ ଭଜା ଖାଇବ ଆଉ ପୁଅ ଗୁଣମଣି ମାଉସ କସା।ମାସ ଶେଷ ହେବାକୁ ଆସିଲାଣି। ପକେଟରେ ଅଛି ଟଙ୍କା 3000 ହଜାର ସେଥିରେ କେତେ ଖାଉଛ ଖା ଆଉ କେତେ ବଞ୍ଚାଉଚ ବଞ୍ଚା।

ହରି ଚାଲୁ ଚାଲୁ ଧୀର ବାବୁ ଙ୍କୁ କହୁଥିଲେ। ଧୀର ବାବୁ ବି ପାଳିଆ ଧରିଲେ ଖର୍ଚ କୁହନ୍ତୁନି, ଆହୁରି ଦଶହରା ଆସୁଚି କଣ ଯେ କରିବା। ବୁଝିଲ ହେବ ବଡ ଚାକିରି କର ନୋହିଲେ ବେପାର କର। ଏ ମଝିମଝିଆ ଚାକିରି ରେ ମାସ ଶେଷରେ ମଣିଷ ର ଅବସ୍ଥା ଭିକାରି ସହ ସମାନ।

ସାହି ଆଗରେ ଭିକାରୀ ଟିଏ ରଡି ପକଉଥିଲା, କିଛି ଟିକେ ଦିଅ ବାବୁ, ଦୁଇ ଦିନ ହେଲା ଖାଇନି ବାବୁ, ତମେ 10 ଟଙ୍କା ଦିଅ ଉପରବେଳା ତମକୁ 10 ହଜାର ଦେବ।

ଧିର ବାବୁ କହିଲେ ଆମର ଏତେ ଟଙ୍କା ଥାଇ ବି ଏ ଅବସ୍ଥା ହେଉଛି କେଜାଣି ଏ ଭିକାରୀ ଗୁଡା କେମିତି ଯେ ଚଳୁଥିବେ! ଦେଖେ ପକେଟ ରେ କିଛି ଖୁଚୁରା ଅଛି କି, ନା ମୋ ପାଖରେ ତ ନାହିଁ, ତୁମ ପାଖେ ଅଛି କିହୋ ହରି ବାବୁ ଦେଖିଲ। ହରି ବାବୁ ବି ଦେଖିଲେ ନା କିଛି ନାହିଁ। ହରି ବାବୁ ଛାଡ ପରେ ଦେଖିବା କହି ଆଗକୁ ଯାଉଥିଲେ କି ଭିକାରି ପଛରୁ ଡାକ ଛାଡିଲା ବାବୁ ଓ ବାବୁ କେତେ ଖୁଚୁରା ଦରକାର କୁହ ମୁ ଦେବି। ହରି ବାବୁ ନା ରେ ତୋ ପାଖେ ହବନି। ତଥାପି ସେ ପୁଣି କହିଲା ବାବୁ ମୁଁ ଦେବି ପରା କହୁଛି, କୌତୁହଳରେ ହରି ବାବୁ କହିଲେ ଆଛା, କେତେ ଏମିତି ଦେଇ ପାରିବୁ କହିଲୁ। ଭିକାରି କହିଲା ତମେ କହୁନ କେତେ ଦରକାର।ହରି ବାବୁ ପକେଟରୁ 500ଟଙ୍କିଆ 5ଟା ପୁଣି ଚୋରି ପକେଟରୁ ଆଉ କିଛି 2ଟା 2ହଜାର ଟଙ୍କା ବାହାର କଲେ, ସେ ଭାବିଲେ ଭିକାରି ମନା କରିଦେବ କିନ୍ତୁ ଭିକାରି ବି ଗୋଡ ତଳୁ, 10,50,100 ଟଙ୍କିଆ 3ଟା ବିଡା ବାହାର କରି ପଚାରିଲା ବାବୁ କୋଉଟା ନେବ। ହରି ବାବୁ ଙ୍କ ନଜର ଭିକାରି ର ଗୋଡ ତଳେ ଥିବା 2ହଜାର ଆଉ 500 ଟଙ୍କିଆ ବିଡା ଉପରେ ବି ପଡିଲା। କଣ ଆଉ କହିବେ। 500 ଟଙ୍କା ର ଖୁଚରା ଦେ କହିଲେ। ଭିକାରି 490 ଟଙ୍କା ଫେରେଇଲା।

ଧିର ବାବୁ ଓ ହରି ବାବୁ ପରସ୍ପର ର ମୁହଁ କୁ ଚାହଁ ଚୁହିଁ ହେଲେ, ମନେ ପଡିଲା ଟିକେ ସମୟ ତଳେ କହୁଥିବା କିଛି କଥା। ଧିର ବାବୁ କହିଲେ, ବନ୍ଧୁ ବୁଝିଥା ଏଥର ଭିକାରୀ କିଏ, ଚୁପ୍ ଚାପ୍ ବଜାର୍ ଆଡ଼େ ମୁହଁଇଲୋ।


Rate this content
Log in

Similar oriya story from Comedy