Madhumita Mishra

Classics

2  

Madhumita Mishra

Classics

ନା..କିଛି କହିବିନି..

ନା..କିଛି କହିବିନି..

2 mins
228


ନା..କିଛି କହିବିନି..


      ସତ କହୁଛି ମନଟା ଜମାରୁ ଭଲ ଲାଗୁନି। କେମିତି ଭଲ ଲାଗିବ.. କଣ ଅଛି ଭଲ ଲାଗିବାକୁ.? ମନ ଭଲ ସେତେବେଳେ ଲାଗେ ନା ଯେତେବେଳେ କିଛି ଭଲ ହୁଏ। ଆଉ ଭଲ ତ ହେଇନି କଣ ଟା ଭଲ ଲାଗିବ..?


     ପିଲାଟିଏ ନୂଆ କଥା ଶିଖିଲେ ସମସ୍ତେ ଖୁସି ହୁଅନ୍ତି। ଆଉ କେବଳ କଥାଟି ଶିଖିବା ବାକି। ତା ପରେ ଆରମ୍ଭ ହେଇଯାଏ..ଏମିତି କୁହ ସେମିତି କୁହନି। ସତ କହିବାକୁ ଗଲେ କଥା କହିବା ଆରମ୍ଭ କରିବା ମାତ୍ରେ କଣ କହିବ ନ କହିବ ଏଇ ଦ୍ବନ୍ଦରେ ପଡି କଥା କହିବା ଇଚ୍ଛା ହିଁ ମରିଯାଏ।


     ବାହାରେ ମଣିଷ କଥା କହିଲା ଆଗରୁ ମାପିଚୂପି କୁହେ ବୋଲି ଭାବେ ଘରେ ମନ ଖୋଲି କଥା ହେବି। କିନ୍ତୁ ସତ କହିବାକୁ ଗଲେ ବାହାର ଅପେକ୍ଷା ଘରେ ହିଁ ବେଶୀ ଜଗି ରଖି କଥା କହିବାକୁ ହୁଏ। ମା ବାପା ଗୁରୁଜନଙ୍କ ସହ..ଭାଇ ଭଉଣୀଙ୍କ ସହ..ଜ୍ଞାତି କୁଟୁମ୍ବ ଙ୍କ ସହ..କୋଉଠି କଣ ମନ ଖୋଲି କଥା ହେଇ ହୁଏ..? ଆଜି କାଲି ତ ଏମିତି ପରିସ୍ଥିତି ଆସିଲାଣି ଯେ ହାତେ ମାପି ଚାଖଣ୍ଡେ କହିବା ଉଚିତ ହେବ। ଆଉ ବିବାହ ହୋଇଗଲେ ତ...


      କଥା ସରିଗଲା....ସ୍ବାମୀ ଭାବେ ସ୍ତ୍ରୀ ଆଗରେ ଭାବିଚିନ୍ତି କଥା ହେବି ଆଉ ପତ୍ନୀ କୁହେ ପତି ସହିତ ଭାବିଚିନ୍ତି କଥା ହେବାକୁ ପଡ଼େ। ଶାଶୁ ଶଶୁର ଆଉ ବାକି ସମ୍ବନ୍ଧି ସହ ତ..ଆହୁରି ଜଗି ରଖି। ଆଜିକାଲି ଏମିତି ବେଳ ଖରାପ୍ ହେଲାଣି ଯେ..ନିଜ ଜନ୍ମିତ ସନ୍ତାନ ମାନଙ୍କ ଆଗରେ ବହୁତ ଭାବିଚିନ୍ତି ପାଟି ଖୋଲିବାକୁ ପଡୁଛି। ଆଉ କାହା କଥା ତ ଛାଡ଼।


       ବାଟରେ ,ଘାଟରେ ,ବଜାରରେ ଅଫିସ୍ ରେ ,ସାହି ପଡ଼ିଶାରେ..ଓଃ.. ସବୁଠି ଖାଲି ମୁହଁ ସମ୍ଭାଳି କୁହ..ବେଳେବେଳେ ଲାଗେ କୋର୍ଟ କଚେରୀ ରେ କହିବା ସହଜ ହେଲେ ଏ ସାଧାରଣ ମଣିଷ କୁ ଦୂରୁ ଜୁହାର। ଆଜି ଯାହାକୁ ଦୁଃଖ କହିବା କାଲି ସେ ମୁହଁ ମୋଡିବ ଆଉ ଆଜି ଯାହାକୁ ସୁଖ କହିଥିବା କାଲି ସେ ଦେଖି ଆଡେଇ ଦେବ। ଏଇଟା ଏକ ରକମ ଦୁନିଆ ରୀତି ହୋଇ ଯାଇଛି। ପଇସା ଦେଇ କାମ କରାଉଥିବା ନୌକର ଚାକର ମଧ୍ୟ ଆଉ କଥା ଶୁଣୁ ନାହାନ୍ତି।


       ତେଣୁ ଭାବିଲି ଆଜି ମନ ଖୋଲି ଭଗବାନଙ୍କୁ ସବୁ କହିବି। ସେଇଠି ତ କିଛି ଆକଟ ନ ଥିବ ନା...ଘରେ ପୂଜା ସ୍ଥଳୀକୁ ଗଲା ବେଳେ ସେଇଠି ଶାଶୁ ବସି ପୂଜା କରୁଥିଲେ। ସେଇଠୁ ଫେରି ଆସିଲି। ବେଡ଼ରୁମ ର ଠାକୁର ଫଟୋ ଆଗରେ କହିବି ଭାବିଲା ବେଳକୁ ସେଠି ପୁଅ ବସିଥିଲା। ସେଠାରୁ ବି ଫେରି ଆସିଲି। ଶେଷରେ ଡ୍ରଇଂ ରୁମରେ କାମ ଚଳେଇବି ଭାବିଲି..ବସିଛି ..କେହି ଜଣେ ଆସିଗଲେ। ଆଉ ହେଇ ପାରିଲାନି। ନା..ନିଷ୍ପତ୍ତି ନେଲି ଏଥର ମନ୍ଦିରକୁ ଯିବି ଆଉ ମନ ଖୋଲି ସବୁ କହିକି ଆସିବି।


      ସତ କହିବାକୁ ଗଲେ ମନ୍ଦିରଠୁ ବଳି ଗହଳିଆ ସ୍ଥାନ ଆଉ କେଉଁଠି ନାହିଁ। ଏଠି ଦର୍ଶନ ପୂଜନ ସମର୍ପଣ ସହ କିଛି ଅହେତୁକ ଅବାଞ୍ଛିତ ମେଳଣ ଦେଖିବାକୁ ପାଇ ମନଟା ପୁରାପୁରି ଖଟା ହୋଇଗଲା। ଧେତ୍..ଘରକୁ ଆସି ଚୁପ୍ ହେଇ ବସି ନିଜକୁ ନିଜେ କହିଲି..ନା ..ଆଉ କହିବିନି। ମନ ଭିତରେ ଯଦି ଅନ୍ତର୍ଯ୍ୟାମୀ ଅଛନ୍ତି ତା ହେଲେ ସେ ଜାଣି ଯାଆନ୍ତୁ ମୋ ମନ କଥା। କିନ୍ତୁ ଏଥର ଆଉ ମନ ଖୋଲି କେବେ କାହାକୁ


       କଣ ସତରେ.. କିଛି ବି କହିବିନି


Rate this content
Log in

Similar oriya story from Classics